ନୂଆଦିଲ୍ଲୀ : ଭାରତର ମହିଳା କ୍ରିକେଟର ଷ୍ଟାର୍ ଓପନର୍ ସ୍ମୃତି ମନ୍ଧାନା ବଡ଼ ବୟାନ ଦେଇଛନ୍ତି। ପଳାଶ ମୁଚ୍ଛଲଙ୍କ ସହ ତାଙ୍କର ବିବାହ ବାତିଲ ହେବାକୁ ନେଇ ଜାତୀୟ ଗଣମାଧ୍ୟମରେ ଅନେକ ଖବର ପ୍ରକାଶିତ ହେଉଛି । କିନ୍ତୁ ସେ କହିଛନ୍ତି ସବୁ ପ୍ରକାଶିତ ଖବରରେ ସତ୍ୟତା ନାହିଁ । ବାହାଘର ଭାଙ୍ଗିବା ପରେ ଏହି କାର୍ଯ୍ୟକ୍ରମଟି ତାଙ୍କର ପ୍ରଥମ ସାର୍ବଜନୀନ କାର୍ଯ୍ୟକ୍ରମ ଥିଲା। ଯେଉଁଥିରେ ସେ ଖୋଲାଖୋଲି ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ । ଆମାଜନ ସମ୍ଭବ ସମ୍ମିଳନୀରେ ସେ କହିଛନ୍ତି ତାଙ୍କ ପାଇଁ କ୍ରିକେଟ୍ଠୁ ବଳି ଆଉ କିଛି ନାହିଁ । ‘ଟିମ୍ ଇଣ୍ଡିଆର ଜର୍ସି’ ପିନ୍ଧିବା ତାଙ୍କର ସବୁଠାରୁ ବଡ଼ ପ୍ରେରଣା ବୋଲି ସେ କହିଛନ୍ତି । ୨୦୧୩ ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ସ୍ମୃତି ମନ୍ଧାନା କହିଛନ୍ତି ଯେ ବ୍ୟାଟିଂ ତାଙ୍କର ନିଶା । ଗତ ମାସରେ ବାହାଘରକୁ ନେଇ ସେ ଚର୍ଚାରେ ଥିଲେ । କିନ୍ତୁ ଏବେ ସେ ଖେଳରେ ମନ ଦେଉଥିବା କହିଛନ୍ତି । ଭାରତକୁ ବିଶ୍ୱକପ୍ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମନ୍ଧାନା କହିଛନ୍ତି ଖେଳ ସଦାବେଳେ ଶୂନରୁ ଆରମ୍ଭ ହୁଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ବକପ୍ ବିଜୟ ହିଁ ତାଙ୍କର ଲକ୍ଷ୍ୟ ଥିଲା । ଖେଳ ସଦାବେଳେ ଶୂନରୁ ଆରମ୍ଭ ହୁଏ । ବ୍ୟାଟିଂ କରିବା ବେଳେ “ଆପଣ ସର୍ବଦା ଶୂନରୁ ଆରମ୍ଭ କରନ୍ତି, ପୂର୍ବରୁ ଆପଣ ଯେତେ ସ୍କୋର କରିଥା’ନ୍ତୁ ନା କାହିଁକି।” ତାହା କିଛି କାମ ଦିଏ ନାହିଁ । ଆପଣ ଯଦି ସ୍କୋର କରନ୍ତି ନାହିଁ ତାହାଲେ ପୂର୍ବ ମ୍ୟାଚ୍ ଫଳାଫଳ ଆପଣଙ୍କ ସପକ୍ଷରେ ଯିବ ନାହିଁ ।


















