ପାଞ୍ଚଥର ବିଜେତା ମୁମ୍ବଇ ଇଣ୍ଡିଆନ୍ସ ଆଇପିଏଲ-୧୭ର ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ୱାଙ୍ଖଡେ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳାଯାଇଥିବା ଚଳିତ ଆଇପିଏଲର ୫୧ତମ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସ ୨୪ରନରେ କଲକାତା ନାଇଟ୍ ରାଇଡର୍ସ ନିକଟରୁ ପରାଜିତ ହୋଇଛି। ୧୧ଟି ମ୍ୟାଚରୁ ୮ମ ପରାଜୟ ସହ ମୁମ୍ବଇର ପ୍ଲେ ଅଫ୍ ଆଶା ଏକପ୍ରକାର ଶେଷ ହୋଇଛି। କଲକାତା ୭ମ ବିଜୟ ସହ ଦ୍ବିତୀୟ ସ୍ଥାନରେ ରହିଛି।ମୁମ୍ବଇ ଇଣ୍ଡିଆନ୍ସ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ନିଷ୍ପତ୍ତିକୁ ମୁମ୍ବଇ ଇଣ୍ଡିଆନ୍ସ ବୋଲର ନୂଆନ ତୁଷାରା ଯଥାର୍ଥ ସାବ୍ୟସ୍ତ କରିଥିଲେ। ପ୍ରାରମ୍ଭରୁ ତୁଷାରା ୩ଟି ୱିକେଟ ନେଇ କଲକାତାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ।