ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପକୁ ନେଇ ସମ୍ଭାବ୍ୟ ବାତ୍ୟା ଆଶଙ୍କା ମଧ୍ୟରେ ରାଜ୍ୟ ସରକାର ପୂର୍ଣ୍ଣ ପ୍ରସ୍ତୁତ ବୋଲି ରାଜସ୍ବ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ସରକାର ସବୁବେଳେ ସଜାଗ ରହିଛନ୍ତି। ବାତ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରାଯାଉଛି।ମନ୍ତ୍ରୀ କହିଛନ୍ତି, କୃଷି ଓ ଶକ୍ତି ବିଭାଗ ସହ ନିରନ୍ତର ଯୋଗାଯୋଗ ରହିଛି। ସ୍ୱାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଶୁମାନଙ୍କ ସୁରକ୍ଷା ପାଇଁ ପଶୁ ସମ୍ପଦ ବିଭାଗକୁ ଆଲର୍ଟ କରାଯାଇଛି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଧୁଆଁ କରାଯିବ।ଯଦି ବାତ୍ୟା ଓଡ଼ିଶାକୁ ନ ଆସେ ତାହା ରାଜ୍ୟ ପାଇଁ ଭଲ, କିନ୍ତୁ ଆସିଲେ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ରହିଛି। ଜନସାଧାରଣଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇ ମନ୍ତ୍ରୀ କହିଛନ୍ତି, ସରକାର ସବୁ ପରିସ୍ଥିତି ନିମନ୍ତେ ପ୍ରସ୍ତୁତ। ବିପର୍ଯ୍ୟୟ ପରିଚାଳନା ବାହିନୀ ମଧ୍ୟ ସଜାଗ ରହିଛନ୍ତି।

















