• Latest
  • Trending
ଅନାମ-ଘରଜ୍ବାଇଁ ଆଉ ଶ୍ରୀମୟୀ

ଅନାମ-ଘରଜ୍ବାଇଁ ଆଉ ଶ୍ରୀମୟୀ

Oct-05-2025 10:50 AM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

Jan-31-2026 11:25 PM IST
ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

Jan-31-2026 11:22 PM IST
  • About
  • Careers
  • Contact Us
Monday, February 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଅନାମ-ଘରଜ୍ବାଇଁ ଆଉ ଶ୍ରୀମୟୀ

by M M
Oct-05-2025 10:50 AM IST
in ବଡ଼ ଖବର, ବିଶେଷ
0
ଅନାମ-ଘରଜ୍ବାଇଁ ଆଉ ଶ୍ରୀମୟୀ
492
SHARES
1.4k
VIEWS
Share on FacebookShare on Twitter

 

ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ୍‌କୁ ନେଇ ବିଜେଡି ଘାଇଲା । ବାରମ୍ବାର ନବୀନ ଓ ପାଣ୍ଡିଆନଙ୍କୁ କଟାକ୍ଷ କରୁଛନ୍ତି ଶ୍ରୀମୟୀ ।  ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । କିନ୍ତୁ ଶ୍ରୀମୟୀ  ସୋସିଆଲ ମିଡିଆରେ ଯାହା କିଛି ପୋଷ୍ଟ୍‌ କରୁଛନ୍ତି ତାହାକୁ ନେଇ ରାଜନୈତିକ ବିତର୍କ ସୃଷ୍ଟି ହେଉଛି। ଯଦିଓ ଶ୍ରୀମୟୀ କାହାର ନାମ ନେଉନାହାଁନ୍ତି । କିନ୍ତୁ ତାଙ୍କ ଏହି ପୋଷ୍ଟ ଗୁଡ଼ିକ ନବୀନ ଆଉ ପାଣ୍ଡିଆନଙ୍କୁ କ୍ଷତାକ୍ତ କରୁଛି । ଏବେ ସେଥିରେ ସେ ସୁଜାତାଙ୍କ ଏଣ୍ଟ୍ରି କରିଛନ୍ତି । ଶ୍ରମୟୀ ଲେଖିଛନ୍ତି ଅନାବ ବାବୁଙ୍କ କାହାଣୀ । କିଏ ସେ ଅନାମ ବାବୁ । ନବୀନ ପଟ୍ଟନାୟକଙ୍କୁ ଲକ୍ଷ୍ୟ କରି ସେ ଲେଖିଥିବା ସ୍ପଷ୍ଟ ହେଉଛି ।

“ ଜମିଦାର ଅନାମ ବାବୁ ନିଜର ଝିଅକୁ ଅନ୍ୟ ରାଜ୍ୟରେ ବିବାହ କରିବା ପରଠୁ ତାଙ୍କର ସଚ୍ଚୋଟତା, ନିଷ୍ଠା ଓ ଖ୍ୟାତି ମଳିନ ହେବାରେ ଲାଗିଲା । ଅଷ୍ଟମଙ୍ଗଳା ପରେ ଜ୍ୱାଇଁ ସବୁଦିନ ପାଇଁ ଅନାମ ବାବୁଙ୍କ ଘରେ ରହିଗଲେ । ଧୀରେ ଧୀରେ ସେ ଶ୍ୱଶୁରଙ୍କ ସମ୍ପତ୍ତି ଓ କାର୍ଯ୍ୟକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ଆରମ୍ଭ କଲେ । ଏହା ଦେଖି ଗାଁ ଲୋକଙ୍କ ମନରେ ଅନାମ ବାବୁଙ୍କ ପ୍ରତି ଆସ୍ଥା ଓ ସମ୍ମାନ କମିବାକୁ ଲାଗିଲା । ଲୋକେ ମୁହଁରେ କିଛି ନକହିଲେ ହେଁ, ମନରେ ଅସନ୍ତୋଷ ବଢ଼ିଲା । ଅନାମ ବାବୁ ନିଜ ବୟସ ଓ ସମ୍ମାନକୁ ଦୃଷ୍ଟିରେ ରଖି ଚୁପଚାପ ସହି ଚଳିଥିଲେ । ଦିନ ଗଡ଼ିଗଲା, ଓ ଅନାମ ବାବୁ ନିଜର ସମସ୍ତ ଦାୟିତ୍ୱ ଜ୍ୱାଇଁଙ୍କୁ ହସ୍ତାନ୍ତର କରି ତୀର୍ଥ ଯାତ୍ରାକୁ ଚାଲିଗଲେ । କିନ୍ତୁ ଗାଁରେ ଲୋକଙ୍କ ମୁହଁରେ ଗପ ଚାଲିଲା ଯେ, “ବିବାହିତା ଝିଅ ବାପଘରେ ଓ ଘରଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ ।” ଏଭଳି ଲେଖିଛନ୍ତି ଶ୍ରୀମୟୀ । ଯାହାକୁ ନେଇ ରାଜନୀତିରେ ଭୂମିକମ୍ପ ଆସିଛି । ପୂର୍ବରୁ ସମ୍ବାଦରେ ଏପରି ଲେଖା ମାଧ୍ୟମରେ ସୈାମ୍ୟ ପଟ୍ଟନାୟକ କଟାକ୍ଷ କରି ବିତର୍କ ଆରମ୍ଭ କରିଥିଲେ ।

ଏଭଳି ଲେଖାଲେଖି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଭି.କେ. ପାଣ୍ଡିଆନଙ୍କୁ ପରୋକ୍ଷ ଭାବେ କଟାକ୍ଷ କରିଛନ୍ତି ଶ୍ରୀମୟୀ । ଶ୍ରୀମୟୀ ମିଶ୍ର X ଏବଂ Facebook-ରେ ଏହି କଟାକ୍ଷ କରୁଛନ୍ତି ତାଙ୍କ ଲେଖାମାଧ୍ୟମରେ । ପ୍ରଥମେ ସେ ମହାଭାରତର  ‘ଧୃତରାଷ୍ଟ୍ର’ଙ୍କୁ ନେଇ କଥା ଲେଖିଲେ । ଯାହା ନବୀନଙ୍କୁ କୁହାଯାଉଥିବା ଚର୍ଚା ହେଲା ।  ଧୃତରାଷ୍ଟ୍ର ଜଣେ ଅନ୍ଧ ରାଜା ଥିଲେ, ଯିଏ ଦ୍ରୌପଦୀଙ୍କ ଅପମାନ ସମୟରେ ରାଜସଭାରେ ଚୁପ୍‌ ରହିଥିଲେ। ଶ୍ରୀମୟୀ ଏହି ଉଦାହରଣ ଦେଇ ଜଣେ ନେତାଙ୍କୁ ଅନ୍ୟାୟ ହେଉଥିବା ଦେଖି ମୌନ ରହିବା ପାଇଁ କଟାକ୍ଷ କରିଥିଲେ। ଏହା ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ସୂଚାଇଥିଲା ବୋଲି ରାଜନୀତି ସମୀକ୍ଷକମାନେ  ମତ ଦେଇଥିଲେ।

ସେ ଏହା ମାଧ୍ୟମରେ ନବୀନଙ୍କୁ ‘ଅନ୍ଧ’ ବା ନିଷ୍ପତ୍ତି ନେବାରେ ଅକ୍ଷମ ବୋଲି ଚିତ୍ରଣ କରିଥିଲେ। ଏହା ବ୍ୟତୀତ, ଶ୍ରୀମୟୀ ଭି.କେ. ପାଣ୍ଡିଆନଙ୍କୁ ମଧ୍ୟ କଟାକ୍ଷ କରିଥିଲେ । ଏହି ପୋଷ୍ଟରେ ମହିଳାଙ୍କୁ ଅସମ୍ମାନ ହେଉଛି  ।  ଏହାର ମାନେ ସେ ମହିଳା ଆଉ ଅନ୍ୟାୟ ତାଙ୍କ ଉପରେ ହେଉଛି । ଯାହାକି ତାଙ୍କୁ ଭୁବନେଶ୍ବର ଏମପି ଟିକେଟ ଦେବାକୁ କହି  ଟିକେଟ୍‌ ବଣ୍ଟନ ବେଳେ ଦିଆଯାଇନଥିଲା ।  ଯଦିଓ ସେ ସ୍ପଷ୍ଟ ଭାବେ ପାଣ୍ଡିଆନଙ୍କ ନାମ ନେଇନଥିଲେ, ତାଙ୍କ କଥାରୁ ଯାହା ଜଣାପଡୁଛି ତାମିଲନାଡୁରୁ ଆସିଥିବା ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ସେ ଏହି ଅନ୍ୟାୟ କଥା କହିଛନ୍ତି ।

୨୦୨୪ ନିର୍ବାଚନରେ ତାଙ୍କ ପ୍ରତି ଅନ୍ୟାୟ ହୋଇଥିଲା । ଯାହାକୁ ନବୀନ ବାବୁ ଦେଖି ନଦେଖିଲା ଭଳି ରହିଥିଲେ ।  ଟିକେଟ୍‌ ନପାଇବା କାରଣରୁ କ୍ଷୁବ୍ଧ ଥିଲେ ଶ୍ରୀମୟୀ । ସେବେଠାରୁ ସେ କୈାଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁନାହାଁନ୍ତି । ନିର୍ବାଚନରେ ହାରିବା ପରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ସେ ଟାର୍ଗେଟ କରୁଛନ୍ତି । ପାର୍ଟିର ଏହି କ୍ଷତି ପାଇଁ ସେ ପାଣ୍ଡିଆନଙ୍କୁ ଦୋଷ ଦେଉଛନ୍ତି ।

ତାଙ୍କ ପୋଷ୍ଟରେ ପୌରାଣିକ ଓ କାଳ୍ପନିକ କାହାଣୀ ଆଳରେ ଶ୍ରୀମୟୀ ଗତ ଦୁଇ ସପ୍ତାହ ହେଲା ଟାର୍ଗେଟ କରୁଛନ୍ତି । ପୁଣି ଏବେ ଘରଜ୍ୱାଇଁ ପ୍ରସଙ୍ଗ ଉଠାଇ ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତାଙ୍କୁ ମଧ୍ୟ ସେ କଟାକ୍ଷ କରିଛନ୍ତି । ‘ଅନାମ ବାବୁଙ୍କ ଘରଜ୍ୱାଇଁ’ ନାମକ ଏକ କାଳ୍ପନିକ କାହାଣୀରୁ ଏହା ବୁଝା ପଡ଼ୁଛି ଯେ । ଅନାମ ବାବୁ ହେଉଛନ୍ତି ନବୀନ । ଏହା ବୁଝିବାକୁ ବିଳମ୍ଭ ହେବନାହିଁ ।  ଯେଉଁଥିରେ ଜ୍ୱାଇଁ ହେଉଛନ୍ତି ପାଣ୍ଡିଆନ । ଜ୍ବାଇଁ କିଭଳି ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନସମ୍ମାନକୁ ଧୂଳିସାତ୍ କରିଦେଲା ବୋଲି ଉଲ୍ଲେଖ କରିଛନ୍ତି ଶ୍ରୀମୟୀ ।

ଶ୍ରୀମୟୀ ପୂର୍ବରୁ ନିଜର ପୌରାଣିକ-କାଳ୍ପନିକ ଆଦି କାହାଣୀ ମାଧ୍ୟମରେ ବୁଲେଇ ବଙ୍କେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିଲେ ।  ଧୃତରାଷ୍ଟ୍ର, ଦୁର୍ଯ୍ୟୋଧନ ଓ ଭଣ୍ଡ ସନ୍ୟାସୀ ଆଦି କହି ନବୀନ ଓ ପାଣ୍ଡିଆନଙ୍କୁ କଟାକ୍ଷ କରିଥିଲେ  ।   ପ୍ରଥମଥର ପାଇଁ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କୁ ତେରଚ୍ଛା ବାଣ ମାରିଛନ୍ତି। ନବୀନଙ୍କ ବଳରେ ବିଜେଡିରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ପାଣ୍ଡିଆନ(Pandian) ଦମ୍ପତିଙ୍କୁ ଶ୍ରୀମୟୀଙ୍କ ଏଭଳି ତେରଚ୍ଛା ବାଣ ବିଜେଡି ରାଜନୀତିକୁ ଉଷ୍ମ କରିଥିବା ଜଣାପଡ଼ିଛି । ଦଳ ଭିତରେ ଅନେକ ଗୋଷ୍ଠୀ ପାଣ୍ଡିଆନଙ୍କ ନେତୃତ୍ବକୁ ପସନ୍ଦ କରୁନାହାଁନ୍ତି । ଆଗାମୀ ଦିନରେ ଆଉ କିଛି ନେତା ଏପରି ଆଗକୁ ଆସି ଅସନ୍ତୋଷ ପ୍ରକାଶ କରିପାରନ୍ତି । ଏଭଳି ସମୟରେ ବିଜେଡି କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

Share197Tweet123
M M

M M

ଆଜିର ପାଗ

Bhubaneswar
February 2, 2026, 12:21 AM
 

WNW
Overcast
20°C
0.4 m/s
Apparent: 24°C
Pressure: 1017 mb
Humidity: 95%
Winds: 0.4 m/s WNW
Windgusts: 5.2 m/s
UV-Index: 0
Precip.: 0mm /0% / Rain
Sunrise: 6:22 AM
Sunset: 5:37 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

February 1, 2026
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

February 1, 2026
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

February 1, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom