• Latest
  • Trending
ରୋହିତ-ଦ୍ରାବିଡ୍‌ଙ୍କ ସୁପରହିଟ୍‌ ଯୋଡ଼ି : ଟି -୨୦ ବିଶ୍ୱକପ ଫାଇନାଲ ଆଉ କିଛି ସମୟ ପରେ

ରୋହିତ-ଦ୍ରାବିଡ୍‌ଙ୍କ ସୁପରହିଟ୍‌ ଯୋଡ଼ି : ଟି -୨୦ ବିଶ୍ୱକପ ଫାଇନାଲ ଆଉ କିଛି ସମୟ ପରେ

June 29, 2024
ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

June 6, 2025
ଅପରେସନ ସ୍ପାଇଡର ଓ୍ବେବ୍

ଅପରେସନ ସ୍ପାଇଡର ଓ୍ବେବ୍

June 3, 2025
ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

May 29, 2025

ବାସବରାଜୁ ଏନକାଉଁଟର,ଦୁଇ ଭାଇ: ଦୁଇ ଭିନ୍ନ ପଥ

May 27, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍

ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍

May 21, 2025
ଅମଲାତନ୍ତ୍ରରୁ  ନେତାଙ୍କ ଶାସନ ଆରମ୍ଭ

ଅମଲାତନ୍ତ୍ରରୁ ନେତାଙ୍କ ଶାସନ ଆରମ୍ଭ

May 21, 2025
ଭାରତ ଭିତରେ ପାକିସ୍ତାନର ଗୁପ୍ତଚର: ଗତ ୩ ଦିନରେ ଧରାପଡ଼ିଲେଣି ୧୧ ଗୁପ୍ତଚର

ଭାରତ ଭିତରେ ପାକିସ୍ତାନର ଗୁପ୍ତଚର: ଗତ ୩ ଦିନରେ ଧରାପଡ଼ିଲେଣି ୧୧ ଗୁପ୍ତଚର

May 20, 2025
୧୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର

୧୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର

May 16, 2025
ରାଜା ଚକ୍ର ଅଗ୍ରୀମ ଜାମିନ ଆବେଦନ ଖାରଜ

ରାଜା ଚକ୍ର ଅଗ୍ରୀମ ଜାମିନ ଆବେଦନ ଖାରଜ

May 16, 2025
  • About
  • Careers
  • Contact Us
Sunday, June 8, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ରୋହିତ-ଦ୍ରାବିଡ୍‌ଙ୍କ ସୁପରହିଟ୍‌ ଯୋଡ଼ି : ଟି -୨୦ ବିଶ୍ୱକପ ଫାଇନାଲ ଆଉ କିଛି ସମୟ ପରେ

by M M
June 29, 2024
in ଖେଳ, ବଡ଼ ଖବର
0
ରୋହିତ-ଦ୍ରାବିଡ୍‌ଙ୍କ ସୁପରହିଟ୍‌ ଯୋଡ଼ି : ଟି -୨୦ ବିଶ୍ୱକପ ଫାଇନାଲ ଆଉ କିଛି ସମୟ ପରେ
491
SHARES
1.4k
VIEWS
Share on FacebookShare on Twitter

ଆଉ କିଛି ସମୟ ପରେ  ଟି-୨୦ ବିଶ୍ୱକପର ଫାଇନାଲ ମହାସମର  । ବାର୍ବୋଡାସ୍ ବ୍ରିଜ୍‌ଟୋନର କେସିଙ୍ଗଟୋନ୍ ଓଭାଲରେ ଭାରତୀୟ ପ୍ରଶଂସକଙ୍କ ଭିଡ଼ ଲାଗିରହିଛି । ସାରା ଭାରତରେ ଏନେଇ ଉତ୍କଣ୍ଠା ରହିଛି । ଦକ୍ଷିଣ ଆଫ୍ରିକାକୁ ହରାଇବା ପାଇଁ ପ୍ରଶଂସକମାନେ ପୂଜା, ହୋମ କରୁଛନ୍ତି । ଆଉ କିଛି ସମୟ ପରେ ମୁହାଁମୁହିଁ ହେବେ  ଭାରତ ଦକ୍ଷିଣ ଆଫ୍ରିକା । ଟିମ୍‌ ଇଣ୍ତିଆର ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡ୍‌ଙ୍କ ଯୁଗର ଅନ୍ତ ଘଟିବ। ଦୀର୍ଘ ୩ ବର୍ଷର କୋଚିଂର ଯାତ୍ରା ଆଜିର ମ୍ୟାଚ୍‌ ପରେ ଶେଷ ହୋଇଯିବ। କେବଳ ଦ୍ରାବିଡ୍‌ ନୁହନ୍ତି କ୍ୟାପଟେନ୍‌ ରୋହିତ ଶର୍ମାଙ୍କର ବି ଟି-ଟ୍ୱେଣ୍ଟି ଅଧିନାୟକ ଭାବେ ଶେଷ ମ୍ୟାଚ୍‌ ହୋଇପାରେ। ତେବେ ରୋହିତ-ଦ୍ରାବିଡ୍‌ ଯୁଗର ଅବସାନ ବୋଲି ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ଏହି ଯୋଡ଼ିଙ୍କୁ ସମସ୍ତେ ଏବେ ପ୍ରଶଂସା କରୁଛନ୍ତି । ସୋସିଆଲ ମିଡିଆରେ ରୋହିତ, ଦ୍ରାବିଡଙ୍କ ଫ୍ୟାନମାନେ ବେଶ ଉତ୍ସାହିତରେ ମତ ଦେଉଛନ୍ତି । ୨୦୨୧ରେ ଟିମ୍‌ ଇଣ୍ତିଆର ହେଡ୍‌ କୋଚ୍‌ ଭାବେ ଦାୟିତ୍ୱ ନେଇଥିଲେ ରାହୁଲ ଦ୍ରାବିଡ୍‌। ଦ୍ରାବିଡ୍‌ଙ୍କ ନେତୃତ୍ୱରେ ୨୦୨୨ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସେମିଫାଇନାଲ, ଜୁନ୍‌ ୨୦୨୩ ରେ ଭାରତ ଟେଷ୍ଟ ଚାମ୍ପିୟନସିପ୍‌, ନଭେମ୍ବରରେ ଦିନିକିଆ ବିଶ୍ୱକପ୍‌ର ଫାଇନାଲ ଖେଳିଥିଲେ। ଆଉ ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪ର ଫାଇନାଲ ଖେଳିବାକୁ ଯାଉଛି। ତେବେ ଉଭୟଙ୍କ ଯୋଡ଼ି ବେଶ୍‌ ସୁପରହିଟ୍‌ ରହିଛି। କେବଳ ଫାଇନାଲ ଜିତିବାକୁ ଅପେକ୍ଷା କରିଛନ୍ତି କୋଟି କୋଟି ଲୋକ । ଟି-୨୦ ବିଶ୍ୱକପ ୨୦୨୪ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟାଇଟଲ ମ୍ୟାଚ୍ ଖେଳିବେ। ଦ୍ୱିତୀୟ ଥର ପାଇଁ ଭାରତ ଏହି ବିଶ୍ୱକପ ଟାଇଟଲ ଜିତିବାକୁ ପ୍ରୟାସ କରିବ। ଏଥି ସହିତ ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରଥମ ଥର ପାଇଁ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହୋଇଛି। ଏହି ଫାଇନାଲ ମ୍ୟାଚ୍ ଅନେକ କ୍ଷେତ୍ରରେ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କ୍ରିକେଟ୍ ଇତିହାସରେ ଆଉ ଏକ ବିଶ୍ବକପ୍‌ ତୋଳି ଧରିବା ପାଇଁ ଭାରତକୁ ମିଳିଛି ପୁଣି ଏକ ସୁଯୋଗ।  ରାତି ୮ଟାରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍‌ରେ ଏଥର ଭେଟିବ ଦକ୍ଷିଣ ଆଫ୍ରିକାକୁ। ପ୍ରଥମ ସଂସ୍କରଣ ବିଜେତା ଭାରତ ସହିତ ପ୍ରଥମ ଥର କୌଣସି ଆଇସିସି ଇଭେଣ୍ଟ୍‌ ଫାଇନାଲ୍‌ରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ୍‌ ଟକ୍କରକୁ ପ୍ରଶଂସକ ବି ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ରୋହ‌ିତ ଶର୍ମାଙ୍କ ଦଳ ବିଶ୍ବକପ୍‌ ଜିତିଲେ ଦିନିକିଆ ଭଳି ଟ୍ବେଣ୍ଟି-୨୦ରେ ମଧ୍ୟ ଦ୍ବିତୀୟ ଥର ଏହି ଟ୍ରଫି ଆଣିପାରିବ। ଭାରତ ୧୯୮୩ ଓ ୨୦୧୧ରେ ଦିନିକିଆା ବିଶ୍ବକପ୍ ଏବଂ ୨୦୦୭ରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିଥିଲା। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପୂର୍ବରୁ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ମଧ୍ୟରୁ  ମୋଟ୍‌ ୨୬ ଥର ମୁହାଁମୁହିଁରେ ଭାରତ ୧୪ ଓ ଦକ୍ଷିଣ ଆଫ୍ରିକା ୧୧ ବିଜୟ ପାଇଛି। ସେହିପରି ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ଏହି ଦୁଇ ଦଳ ପରସ୍ପରକୁ ୬ ଥର ଭେଟିଛନ୍ତି। ଯେଉଁଥିରୁ ଭାରତ ସର୍ବାଧିକ ୪ଥର ବିଜୟୀ ହୋଇଥିଲା।  ଏହି ଫାଇନାଲ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଭଲରେ ବିଦାୟ ନେବାର ବଡ଼ ସୁଯୋଗ ମଧ୍ୟ ରହିଛି। ଶେଷ ଥର ପାଇଁ ଭାରତ ୨୦୧୩ରେ ଏକ ଆଇସିସି ଟ୍ରଫି ଜିତିଥିବାରୁ ମଧ୍ୟ ଏକ ଦଶନ୍ଧିର ଟ୍ରଫି ମରୁଡ଼ି ଅନ୍ତ ଘଟାଇବା ଆଶା ରଖିଛନ୍ତି ପ୍ରଶଂସକ।

Tags: newsnewsroomrahulrohitRohitRahul DravidsportsT20 World Cup
Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

January 12, 2025
କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

0
ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

0
ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

0
ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

June 6, 2025
ଅପରେସନ ସ୍ପାଇଡର ଓ୍ବେବ୍

ଅପରେସନ ସ୍ପାଇଡର ଓ୍ବେବ୍

June 3, 2025
ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

May 29, 2025

Weather

Bhubaneswar
June 8, 2025, 4:48 am
 

SSW
Mainly clear
34°C
1.9 m/s
Apparent: 43°C
Pressure: 1004 mb
Humidity: 61%
Winds: 1.9 m/s SSW
Windgusts: 7.8 m/s
UV-Index: 7.85
Precip.: 2.5mm /58% / Rain
Sunrise: 5:05 am
Sunset: 6:25 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom