• Latest
  • Trending

ଆସନ୍ତା ୩ ବର୍ଷରେ ପ୍ରାଥମିକ ଶିକ୍ଷା ପାଇଁ ୪୫ ହଜାର ଶିକ୍ଷକ ନିଯୁକ୍ତ ହେବେ

Aug-21-2025 06:39 PM IST

ଜୀବନ ହାରିଲେ… ପାପୁଲିରେ ଲେଖିଲେ ସୁଇସାଇଡ୍ ନୋଟ୍

Oct-24-2025 05:56 PM IST
ବାତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ: ସୁରେଶ ପୂଜାରୀ

ବାତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ: ସୁରେଶ ପୂଜାରୀ

Oct-24-2025 05:32 PM IST
କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

Oct-24-2025 04:08 PM IST
ଜେଲରୁ ବାହାରିଲେ ଅମରେଶ, କୋଳେଇ ନେଲେ ଜଗା- ଆଗକୁ କ’ଣ ହେବ ?

ଜେଲରୁ ବାହାରିଲେ ଅମରେଶ, କୋଳେଇ ନେଲେ ଜଗା- ଆଗକୁ କ’ଣ ହେବ ?

Oct-24-2025 03:29 PM IST
ବିହାରରେ ଜଙ୍ଗଲରାଜ ଆଉ ଆବଶ୍ୟକତା ନାହିଁ, ଲାଲୁ ପରିବାରଙ୍କୁ ଟାର୍ଗେଟ କଲେ ମୋଦି

ବିହାରରେ ଜଙ୍ଗଲରାଜ ଆଉ ଆବଶ୍ୟକତା ନାହିଁ, ଲାଲୁ ପରିବାରଙ୍କୁ ଟାର୍ଗେଟ କଲେ ମୋଦି

Oct-24-2025 03:02 PM IST
ଜଳିଗଲା ଚଳନ୍ତା ବସ, 20 ଜୀବନ୍ତ ଦଗ୍ଧ

ଜଳିଗଲା ଚଳନ୍ତା ବସ, 20 ଜୀବନ୍ତ ଦଗ୍ଧ

Oct-24-2025 10:18 AM IST
କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

Oct-24-2025 09:40 AM IST
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

Oct-24-2025 09:36 AM IST
ଝାଡ଼ୁଦାର ଚାକିରି ଦେବାକୁ କହି ଦୁଇ କୋଟି ଠକିନେଲେ , ୬୨ ଲକ୍ଷ ଜବତ

ଝାଡ଼ୁଦାର ଚାକିରି ଦେବାକୁ କହି ଦୁଇ କୋଟି ଠକିନେଲେ , ୬୨ ଲକ୍ଷ ଜବତ

Oct-23-2025 07:51 PM IST
ପୀତବାସଙ୍କୁ କାହିଁକି ମାରିଲେ ବିକ୍ରମ କଣ ସେହି ଅଜ୍ଞାତ କାରଣ ?

ପୀତବାସଙ୍କୁ କାହିଁକି ମାରିଲେ ବିକ୍ରମ କଣ ସେହି ଅଜ୍ଞାତ କାରଣ ?

Oct-23-2025 07:37 PM IST
  • About
  • Careers
  • Contact Us
Friday, October 24, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଆସନ୍ତା ୩ ବର୍ଷରେ ପ୍ରାଥମିକ ଶିକ୍ଷା ପାଇଁ ୪୫ ହଜାର ଶିକ୍ଷକ ନିଯୁକ୍ତ ହେବେ

by M M
Aug-21-2025 06:39 PM IST
in ବଡ଼ ଖବର, ଶିକ୍ଷା
0
491
SHARES
1.4k
VIEWS
Share on FacebookShare on Twitter
ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଆରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରାଥମିକ ଶିକ୍ଷାର ଯଥେଷ୍ଟ ଗୁରୁତ୍ୱ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଏହି ପରାମର୍ଶ ଦେବା ସହିତ ଅନେକ ନୂତନ ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।
ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ନୂତନ ଶିକ୍ଷାନୀତି ଅନୁଯାୟୀ ଅଧିକ ଶିକ୍ଷକଙ୍କର ଆବଶ୍ୟକତା ରହିଛି । ରାଜ୍ୟରେ ବର୍ତ୍ତମାନ ୪୫, ୨୯୨ ଟି ପ୍ରାଥମିକ ବିଦ୍ୟାଳୟରେ ୧, ୬୦, ୩୧୯ ଟି ଶିକ୍ଷକ ପଦବୀ ରହିଛି । ନୂତନ ଶିକ୍ଷାନୀତି ଅନୁଯାୟୀ ଆଉ ୩୯, ୩୬୬ ଟି ପଦବୀ ସୃଷ୍ଟି କରାଯିବ । ଏହା ସହିତ ଡିସେମ୍ବର ୨୦୨୫ ସୁଦ୍ଧା ୫,୦୬୭ ଟି ଶିକ୍ଷକ ପଦବୀ ମଧ୍ୟ ଖାଲି ହେବ । ତେଣୁ ଏହି ସମସ୍ତ ପଦବୀକୁ ମିଶାଇ ଆସନ୍ତା ୩ ବର୍ଷ ମଧ୍ୟରେ ୪୪, ୪୩୩ ଟି ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବର୍ଷକୁ ପ୍ରାୟ ୧୫ ହଜାର ପଦବୀ ପୂରଣ କରାଯିବ ।
ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡର ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ଅନୁଯାୟୀ ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (BSE, CHSE) କୁ ମିଶାଇ ଗୋଟିଏ ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ସେହିପରି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉଥିବା ବେଳେ ନବମ ଓ ଦଶମ ଶ୍ରେଣୀରେ କେବଳ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ପାଠ୍ୟପୁସ୍ତକ ଦିଆଯାଉଛି । ନବମ ଓ ଦଶମ ଶ୍ରେଣୀର ସବୁ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦେବାପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଥିଲେ ।
ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ଆବଶ୍ୟକତା  ସହିତ ସ୍ୱାସ୍ଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ହଷ୍ଟେଲରେ ରହୁଥିବା ପିଲାମାନଙ୍କ ପାଇଁ ANM ନିଯୁକ୍ତ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପ୍ରତ୍ୟେକ ୩୦୦ ପିଲାଙ୍କ ପାଇଁ ଜଣେ ANM ବା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି କରାଯାଇଛି ।
ସେହିପରି ନୂତନ ବେସରକାରୀ ବିଦ୍ୟାଳୟ ଅନୁମୋଦନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅନଲାଇନ ପ୍ରକ୍ରିୟାରେ କରିବା ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି ।
ସେହିପରି ଆଦିବାସୀ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ଦେବା ଉପରେ ଗୁରୁତ୍ୱାରୋପ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।  ଏହାଦ୍ୱାରା ପିଲାମାନଙ୍କ ସହିତ ଭାଷାଗତ ଯୋଗାଯୋଗରେ ସୁବିଧା ହେବ ଏବଂ ଶିକ୍ଷାର ମାନ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହା ସହିତ SCSTRTI ସହଯୋଗରେ କୋରାପୁଟରେ ଏକ ବହୁଭାଷୀ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯିବ ।
ସେହିପର ଭିନ୍ନକ୍ଷମ ପିଲାଙ୍କ ଶିକ୍ଷା ପାଇଁ ନିୟମିତ ଶିକ୍ଷକ ମାନଙ୍କୁ ଯେଉଁମାନେ ବିଇଡି କରିଥିବେ, ସେମାନଙ୍କୁ ବିଭିନ୍ନ କ୍ଲଷ୍ଟରରେ ରିସୋର୍ସ ପର୍ସନ ଭାବରେ ନିଯୁକ୍ତି ଦିଆଯିବ ।
 NCERT ଢାଞ୍ଚାରେ SCERT କୁ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । Director of Textbook Publication and Marketing ସଂସ୍ଥାର ସୃଦୃଢୀକରଣ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି ।
ଏହି ବୈଠକରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଶ୍ରୀ ସଞ୍ଜୀବ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଓସେପାର ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Share196Tweet123
M M

M M

ଆଜିର ପାଗ

Bhubaneswar
October 24, 2025, 9:35 PM
 

SE
Mainly clear
26°C
0.9 m/s
Apparent: 32°C
Pressure: 1010 mb
Humidity: 92%
Winds: 0.9 m/s SE
Windgusts: 5.7 m/s
UV-Index: 0
Precip.: 0mm /18% / Rain
Sunrise: 5:44 AM
Sunset: 5:16 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଜୀବନ ହାରିଲେ… ପାପୁଲିରେ ଲେଖିଲେ ସୁଇସାଇଡ୍ ନୋଟ୍

October 24, 2025
ବାତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ: ସୁରେଶ ପୂଜାରୀ

ବାତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ: ସୁରେଶ ପୂଜାରୀ

October 24, 2025
କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

October 24, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom