କେନ୍ଦୁଝର: କେନ୍ଦୁଝରର ଐତିହାସିକ ଡି.ଏନ୍. ହାଇସ୍କୁଲ ପରିସରରେ ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କୋମଳମତି ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିନବ ବୈଜ୍ଞାନିକ ପ୍ରକଳ୍ପ ପ୍ରଦର୍ଶନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଛନ୍ତି, ଆଜି କେନ୍ଦୁଝରର ଡି.ଏନ୍. ହାଇସ୍କୁଲ ପରିସରରେ ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗଦେଲି। ଆମର କୋମଳମତି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଅଭିନବ ପ୍ରକଳ୍ପଗୁଡ଼ିକ ମଧ୍ୟରେ ମୁଁ ଆଗାମୀ ଦିନର ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ପ୍ରତିଫଳନ ଦେଖିବାକୁ ପାଇଲି। ସୌର ଜଗତଠାରୁ ଆରମ୍ଭ କରି ଆଧୁନିକ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ, ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ। ଭାରତୀୟ ଜ୍ଞାନ ପରମ୍ପରାକୁ ପାଥେୟ କରି ଏହି କୁନି ବୈଜ୍ଞାନିକମାନେ ଦିନେ ବିଶ୍ୱ ଦରବାରରେ ଦେଶର ଗୌରବ ବଢ଼ାଇବେ ବୋଲି ମୋର ଦୃଢ ବିଶ୍ୱାସ। ଆମ ସରକାରଙ୍କ ‘ ଜାତୀୟ ଶିକ୍ଷାନୀତି ୨୦୨୦’ ଓ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଭଳି ଯୋଜନା ଏହି ପ୍ରତିଭାମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ପ୍ରଦାନ କରିବ। ସମସ୍ତ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି।
ଏହି ବୈଜ୍ଞାନିକ ପ୍ରଦର୍ଶନୀରେ ସୌର ଜଗତର ରହସ୍ୟ ଠାରୁ ଆରମ୍ଭ କରି ଆଧୁନିକ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତା (AI), ଏବଂ ପରିବେଶ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଶତାଧିକ ପ୍ରକଳ୍ପ ସ୍ଥାନ ପାଇଥିଲା। ପିଲାମାନଙ୍କର ଏହି ସୃଜନଶୀଳତା ଓ ବୈଜ୍ଞାନିକ ଚିନ୍ତାଧାରା ମଧ୍ୟରେ ଆଗାମୀ ଦିନର ଏକ ସମୃଦ୍ଧ ଏବଂ ବିକଶିତ ଓଡ଼ିଶାର ପ୍ରତିଫଳନ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ “ଭାରତୀୟ ଜ୍ଞାନ ପରମ୍ପରାକୁ ଆଧାର କରି ଆମର ଏହି କୁନି ବୈଜ୍ଞାନିକମାନେ ଦିନେ ବିଶ୍ୱ ଦରବାରରେ ଦେଶର ଗୌରବ ବଢ଼ାଇବେ। ଆମ ସରକାର ପ୍ରତିଭାମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଦେବା ପାଇଁ ‘ଜାତୀୟ ଶିକ୍ଷାନୀତି ୨୦୨୦’ ଏବଂ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଭଳି ଯୋଜନା କାର୍ଯ୍ୟକାରୀ କରୁଛନ୍ତି।”



















