• Latest
  • Trending
ବିମାନ ଟିକେଟ୍ ବାତିଲ୍ ପାଇଁ ୪୮ ଘଣ୍ଟାର ‘ଲୁକ୍-ଇନ୍-ଅପ୍ସନ୍’ ପ୍ରସ୍ତାବ

ବିମାନ ଟିକେଟ୍ ବାତିଲ୍ ପାଇଁ ୪୮ ଘଣ୍ଟାର ‘ଲୁକ୍-ଇନ୍-ଅପ୍ସନ୍’ ପ୍ରସ୍ତାବ

Nov-04-2025 05:56 PM IST
ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

Nov-04-2025 07:17 PM IST
ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

Nov-04-2025 06:51 PM IST

ନବୀନ କାହାକୁ କହିଲେ ବେଇମାନ ?

Nov-04-2025 06:31 PM IST

କୋହଭରା ପୋଷ୍ଟ କଲେ ରାଜୁ ଢୋଲକିଆଙ୍କ ପତ୍ନୀ; ମୋ ସ୍ୱାମୀଙ୍କୁ ପଚାରିଲନି

Nov-04-2025 05:16 PM IST
ରାଜନୀତିରେ ପରିବାରବାଦ, ଥରୁରଙ୍କ ମତକୁ ନେଇ ରାଜନୀତି ସରଗରମ

ରାଜନୀତିରେ ପରିବାରବାଦ, ଥରୁରଙ୍କ ମତକୁ ନେଇ ରାଜନୀତି ସରଗରମ

Nov-04-2025 04:21 PM IST
ଟ୍ରମ୍ପଙ୍କ ବଡ଼ ଦାବି: ପାକିସ୍ତାନ, ରୁଷ ଓ ଚୀନ୍ କରୁଛନ୍ତି ଗୁପ୍ତ ପରମାଣୁ ପରୀକ୍ଷଣ

ଟ୍ରମ୍ପଙ୍କ ବଡ଼ ଦାବି: ପାକିସ୍ତାନ, ରୁଷ ଓ ଚୀନ୍ କରୁଛନ୍ତି ଗୁପ୍ତ ପରମାଣୁ ପରୀକ୍ଷଣ

Nov-04-2025 04:04 PM IST
ନୂଆପଡ଼ା ଉପ-ନିର୍ବାଚନ:  ପ୍ରତିଷ୍ଠା ବଞ୍ଚାଇବାକୁ ତିନି ଦଳର ଜୋରଦାର ପ୍ରଚାର

ନୂଆପଡ଼ା ଉପ-ନିର୍ବାଚନ:  ପ୍ରତିଷ୍ଠା ବଞ୍ଚାଇବାକୁ ତିନି ଦଳର ଜୋରଦାର ପ୍ରଚାର

Nov-04-2025 09:38 AM IST
ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର

ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର

Nov-04-2025 09:03 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Nov-04-2025 08:55 AM IST
ରାଷ୍ଟ୍ରନିର୍ମାଣରେ ନିଜକୁ ନିୟୋଜିତ କରିବି : ଅମର

ରାଷ୍ଟ୍ରନିର୍ମାଣରେ ନିଜକୁ ନିୟୋଜିତ କରିବି : ଅମର

Nov-03-2025 03:11 PM IST
  • About
  • Careers
  • Contact Us
Tuesday, November 4, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିମାନ ଟିକେଟ୍ ବାତିଲ୍ ପାଇଁ ୪୮ ଘଣ୍ଟାର ‘ଲୁକ୍-ଇନ୍-ଅପ୍ସନ୍’ ପ୍ରସ୍ତାବ

ଯାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ପ୍ରସ୍ତୁତ ଡିଜିସିଏ, କମ୍ପାନିମାନଙ୍କୁ ଚିନ୍ତାରେ ପକାଇପାରେ

by M M
Nov-04-2025 05:56 PM IST
in ବଡ଼ ଖବର
0
ବିମାନ ଟିକେଟ୍ ବାତିଲ୍ ପାଇଁ ୪୮ ଘଣ୍ଟାର ‘ଲୁକ୍-ଇନ୍-ଅପ୍ସନ୍’ ପ୍ରସ୍ତାବ
491
SHARES
1.4k
VIEWS
Share on FacebookShare on Twitter

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବିମାନ ଯାତ୍ରୀମାନଙ୍କୁ ସେମାନଙ୍କ ଟିକେଟ୍ ବୁକିଂ ନିଷ୍ପତ୍ତି ପୁନଃବିଚାର କରିବା ପାଇଁ ଏକ ବଡ଼ ସୁଯୋଗ ଦେବାକୁ ଯୋଜନା କରୁଛି। ଡିଜିସିଏ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ସେମାନଙ୍କ ବିମାନ ଟିକେଟ୍ ଫେରସ୍ତ, ପୁନଃନିର୍ଦ୍ଧାରିତ କିମ୍ବା ବାତିଲ୍ କରିବା ପାଇଁ ୪୮ ଘଣ୍ଟାର ସମୟସୀମା ପ୍ରସ୍ତାବ ଦେଇଛି।

ଏହି ପ୍ରସ୍ତାବକୁ ଡିଜିସିଏ ଲୁକ୍-ଇନ୍-ଅପ୍ସନ୍  ଭାବରେ ବର୍ଣ୍ଣନା କରିଛି । ଯାହା ଟିକେଟ୍ କ୍ରୟ ପରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଯାତ୍ରୀମାନଙ୍କୁ ସେମାନଙ୍କ ବୁକିଂ ନିଷ୍ପତ୍ତି ପୁନଃବିଚାର କରିବାର ସୁଯୋଗ ଦେଇପାରିବ । ଏହା ଦ୍ବାରା ଟିକେଟ୍ ବୁକିଂର ଠିକ୍ ପରେ ପରେ ଯାତ୍ରୀମାନେ ୪୮ ଘଣ୍ଟା ମଧ୍ୟରେ ଟିକେଟ୍ ବାତିଲ୍ କରିପାରିବେ କିମ୍ବା ପୁନଃନିର୍ଦ୍ଧାରିତ କରିପାରିବେ।  ଏହି ପ୍ରସ୍ତାବ ଟିକେଟ୍ କିଣିବା ପରେ ଯାତ୍ରୀମାନଙ୍କୁ ଅଧିକ ସୁବିଧା ଏବଂ ନିଷ୍ପତ୍ତି ନେବାରେ ସ୍ୱାଧୀନତା ପ୍ରଦାନ କରିବାରେ ସହାୟକ ହୋଇପାରିବ ।

ତେବେ ପାଞ୍ଚ ଦିନରୁ କମ୍ ସମୟ ମଧ୍ୟରେ ପ୍ରସ୍ଥାନ କରିବାକୁ ଥିବା ଘରୋଇ ବିମାନ ପାଇଁ ଏହି ପ୍ରସ୍ତାବ ଲାଗୁ ହେବ ନାହିଁ। ଆନ୍ତର୍ଜାତୀୟ ବିମାନ ଯାହା କି  ୧୫ ଦିନରୁ କମ୍ ସମୟ ମଧ୍ୟରେ ପ୍ରସ୍ଥାନ କରିବାକୁ ଥିବ, ସେ କ୍ଷେତ୍ରରେ ଲାଗୁ ହେବ ନାହିଁ ।  ଆନ୍ତର୍ଜାତୀୟ ବିମାନ ପାଇଁ ମଧ୍ୟ ଏହି ବିକଳ୍ପ ଉପଲବ୍ଧ ହେବ ନାହିଁ।  ଏହି ପ୍ରସ୍ତାବ ଉପରେ ଜନସାଧାରଣଙ୍କଠାରୁ ମତାମତ ଆମନ୍ତ୍ରଣ କରାଯାଇଛି। ଗ୍ରାହକ ଏବଂ ବିମାନ ଯାତ୍ରୀମାନେ ମାସ ଶେଷ ସୁଦ୍ଧା ସେମାନଙ୍କର ମତାମତ ନିର୍ଦ୍ଦେଶାଳୟକୁ ଦେଇପାରିବେ।

ଏତଦ୍ ବ୍ୟତୀତ, ଟ୍ରାଭେଲ୍ ଏଜେଣ୍ଟମାନଙ୍କ ମାଧ୍ୟମରେ ଟିକେଟ୍ ବୁକ୍ କରୁଥିବା ଗ୍ରାହକମାନଙ୍କ ପାଇଁ ମଧ୍ୟ ଡିଜିସିଏ ସମୟାନୁସାରେ ରିଫଣ୍ଡ ପ୍ରକ୍ରିୟା ଲାଗୁ କରିବାକୁ ଚାହୁଁଛି। ଏହି ନିଷ୍ପତ୍ତି ଦ୍ୱାରା ଟ୍ରାଭେଲ୍ ଏଜେଣ୍ଟମାନଙ୍କ ଉପରେ ରିଫଣ୍ଡ ପାଇଁ ଚାପ ବୃଦ୍ଧି ପାଇବ ଏବଂ ଯାତ୍ରୀମାନଙ୍କ ଅର୍ଥ ଠିକ୍ ସମୟରେ ଫେରସ୍ତ ହୋଇପାରିବ । ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ଭାରତୀୟ ବିମାନ ଯାତ୍ରୀଙ୍କ ଅଧିକାର ଦୃଢ଼ ହୋଇପାରିବ । ଏହା ସହ ବିମାନ ସେବାରେ ଅଧିକ ସ୍ୱଚ୍ଛତା ଆସିପାରିବ ବୋଲି ଆଶା କରାଯାଉଛି।

ତେବେ ଏହା ଲାଗୁ ହେଲେ କିଛି ରିସ୍କ ହୋଇପାରେ । ୪୮ ଘଣ୍ଟା ମଧ୍ୟରେ କୌଣସି ଶୁଳ୍କ ବିନା ରିଫଣ୍ଡ ମିଳିବାର ପ୍ରତିଶ୍ରୁତି ଯାତ୍ରୀମାନଙ୍କୁ ବିନା ଦ୍ୱିଧାରେ ବୁକିଂ କରିବାକୁ ଉତ୍ସାହିତ କରିପାରେ । କାରଣ  ଯୋଜନା ବଦଳିଲେ ବା ଅନ୍ୟ କୌଣସି କମ୍ପାନୀରେ କମ୍ ଦାମ୍ ମିଳିଲେ, ଯାତ୍ରୀମାନେ ଅଧିକ ସଂଖ୍ୟାରେ ଟିକେଟ୍ ବାତିଲ କରିପାରନ୍ତି। ଫଳରେ, ବିମାନ କମ୍ପାନୀଗୁଡ଼ିକର ନେଟ୍ ରାଜସ୍ୱ ହ୍ରାସ ପାଇବାର ସମ୍ଭାବନା ରହିଛି।

ଏହା ସହ ଟିକେଟ୍ କାଟିବା ପରେ ୪୮ ଘଣ୍ଟା ପର୍ଯ୍ୟନ୍ତ ସେହି ଆସନ ବାତିଲ୍ ହୋଇପାରେ ବୋଲି ଏକ ‘ଅନିଶ୍ଚିତତା’ ରହିବ। ଯଦି ଉଡ଼ାଣର କିଛି ଦିନ ପୂର୍ବରୁ , ଘରୋଇ ଉଡ଼ାଣର ୫ ଦିନ ପୂର୍ବରୁ ବାତିଲ ହୁଏ, ତେବେ ସେହି ସିଟ୍‌କୁ ଶେଷ ମୁହୂର୍ତ୍ତରେ ଅଧିକ ଦାମରେ ବିକ୍ରି କରିବାର ସୁଯୋଗ କମ୍ପାନୀ ହରାଇବାର ସମ୍ଭାବନା ରହିବ ।

Share196Tweet123
M M

M M

ଆଜିର ପାଗ

Bhubaneswar
November 4, 2025, 10:14 PM
 

WNW
Partly cloudy
24°C
0.8 m/s
Apparent: 26°C
Pressure: 1009 mb
Humidity: 79%
Winds: 0.8 m/s WNW
Windgusts: 4.8 m/s
UV-Index: 0
Precip.: 0mm /0% / Rain
Sunrise: 5:49 AM
Sunset: 5:10 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

November 4, 2025
ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

November 4, 2025

ନବୀନ କାହାକୁ କହିଲେ ବେଇମାନ ?

November 4, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom