• Latest
  • Trending
ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

September 8, 2025
ଭାରତ ଏସିଆ କପ୍ ହକି ଚାମ୍ପିଆନ୍

ଭାରତ ଏସିଆ କପ୍ ହକି ଚାମ୍ପିଆନ୍

September 8, 2025
ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

September 5, 2025

ଅନଲାଇନରେ ଟଙ୍କା ରୋଜଗାର ନିଶା ଛାଡିଗଲା, ଠକାମି ପରେ ଥାନାର ଦ୍ବାରସ୍ଥ ହେଲେ ଲୋକେ

September 5, 2025
ଶତାଧିକ ଗୁରୁଙ୍କୁ ସମ୍ମାନ ଜଣାଇଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ

ଶତାଧିକ ଗୁରୁଙ୍କୁ ସମ୍ମାନ ଜଣାଇଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ

September 5, 2025
ଜିଏସଟି ବନାମ ଟାରିଫ

ଜିଏସଟି ବନାମ ଟାରିଫ

September 5, 2025
ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ

ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ

September 5, 2025
ଏମ୍ଏସ୍ଏମ୍ଇ ଗୁଡ଼ିକର ପରିଚାଳନାଗତ ବୋଝ ହ୍ରାସ କରିବା ଲାଗି  ସଂସ୍କାର GST

ଏମ୍ଏସ୍ଏମ୍ଇ ଗୁଡ଼ିକର ପରିଚାଳନାଗତ ବୋଝ ହ୍ରାସ କରିବା ଲାଗି ସଂସ୍କାର GST

September 5, 2025
‘୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’

‘୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’

September 5, 2025
ଜିଏସଟି ସଂସ୍କାରକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ଜିଏସଟି ସଂସ୍କାରକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

September 5, 2025
ଓଟିଇଟି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ବିଚାର କରୁଛୁ

ଓଟିଇଟି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ବିଚାର କରୁଛୁ

September 4, 2025
  • About
  • Careers
  • Contact Us
Monday, September 8, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

by M M
September 8, 2025
in ବଡ଼ ଖବର, ରାଜ୍ୟ
0
ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?
491
SHARES
1.4k
VIEWS
Share on FacebookShare on Twitter

ଆସନ୍ତା ୯ ସେପ୍ଟେମ୍ବରରେ ଦେଶର ଉପରାଷ୍ଟ୍ରପତି ନିର୍ବାଚନ। ଏହାକୁ ନେଇ ସାରା ଦେଶରେ ରାଜନୀତି ସରଗରମ ହୋଇଛି। ଓଡ଼ିଶାରେ ମଧ୍ୟ ରାଜନୈତିକ ଗତିବିଧି ଜୋରଦାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି। ଏହାକୁ ନେଇ ଓଡ଼ିଶା ପାଇଁ କିଛି ବଡ଼ ଯୋଜନା ଚାଲିଛି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ବିଜେପି ଓ ବିଜେଡିର ବରିଷ୍ଠ ନେତାମାନେ ଏ ବିଷୟରେ ମୁହଁ ଖୋଲୁନାହାନ୍ତି।

ବିଜେଡି କାହାକୁ ଭୋଟ ଦେବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ରବିବାର  ଦିଲ୍ଲୀ ଯାଇଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ଗଣମାଧ୍ୟମକୁ ସେ କହିଛନ୍ତି, “ମୁଁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀ ଯାଉଛି। ଦଳୀୟ ସାଂସଦଙ୍କ ସହ ଆଲୋଚନା କରିବି।” କିନ୍ତୁ ବିଜେଡି କାହାକୁ ସମର୍ଥନ ଦେବ, ତାହା ସେ ସ୍ପଷ୍ଟ କରିନାହାନ୍ତି।  ଦିଲ୍ଲୀରେ ସେ ଦଳର ଅନ୍ତିମ ନିଷ୍ପତ୍ତି ଘୋଷଣା କରିପାରନ୍ତି।

 

ସଂଖ୍ୟା ଅନୁସାରେ, ଏନଡିଏର ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କ ଜିତିବା ସମ୍ଭାବନା ଅଧିକ। ଓଡ଼ିଶାରେ ଲୋକସଭାର ୨୧ ଆସନ ମଧ୍ୟରୁ ୨୦ଟି ବିଜେପିର। ତେଣୁ ଏନଡିଏ ପ୍ରାର୍ଥୀଙ୍କୁ ଓଡ଼ିଶାରୁ ଭୋଟ ମିଳିବା ନିଶ୍ଚିତ। ରାଜ୍ୟସଭାରେ ବିଜେଡିର ୭ ଓ ବିଜେପିର ୩ ସଦସ୍ୟ ଅଛନ୍ତି। ଏନଡିଏକୁ ଜିତିବା ପାଇଁ ବିଜେଡିର ସମର୍ଥନ ବଡ଼ ଜରୁରୀ ନୁହେଁ। ତେବେ ଅଧିକ ଭୋଟରେ ଜିତିବା ପାଇଁ ଏନଡିଏ ବିଜେଡିର ସାହାଯ୍ୟ ଚାହୁଁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନବୀନଙ୍କୁ ଫୋନ କରି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି। ଇଣ୍ଡିଆ ମେଣ୍ଟର ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ନବୀନଙ୍କ ସହ ଯୋଗାଯୋଗ କରିଛନ୍ତି। ଏହା ଛଡ଼ା, ନବୀନ ଅସୁସ୍ଥ ଥିବା ବେଳେ ମୋଦି ଓ ଖଡଗେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲେ ଓ ଦିଲ୍ଲୀରେ ଭେଟିବାକୁ ଅନୁରୋଧ କରିଥିଲେ।

 

ବିଜେଡି ଏବେ ଦୋଛକିରେ। ଏନଡିଏକୁ ସମର୍ଥନ ଦେଲେ କଂଗ୍ରେସ ସମାଲୋଚନା କରିପାରେ, କାରଣ ପୂର୍ବରୁ କଂଗ୍ରେସ ବିଜେଡି ଓ ବିଜେପିକୁ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି କହିଛି। ଅନ୍ୟପଟେ, ଇଣ୍ଡିଆ ମେଣ୍ଟକୁ ସମର୍ଥନ ଦେଲେ ବିଜେଡିର ରାଜନୈତିକ ଅବସ୍ଥାନ ବଦଳିଯିବ। ତେଣୁ ବିଜେଡି ଭୋଟ ଦେବାଠୁ ଦୂରେଇ ରହିପାରେ ବୋଲି କୁହାଯାଉଛି।

ନବୀନ ଦିଲ୍ଲୀରେ ଦଳୀୟ ସାଂସଦଙ୍କ ସହ ଆଲୋଚନା କରି ଅନ୍ତିମ ନିଷ୍ପତ୍ତି ନେବେ। ସେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ କହିପାରନ୍ତି କିମ୍ବା ସାଂସଦମାନଙ୍କୁ ନିଜ ବିବେକ ଅନୁସାରେ ଭୋଟ ଦେବାକୁ କହିପାରନ୍ତି। କିଛି ସୂତ୍ର ଅନୁସାରେ, ଜୁଲାଇ ୨୬ରେ ବିଜେଡିର କୋର କମିଟି ବୈଠକରେ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବା ନିଷ୍ପତ୍ତି ହୋଇଥିଲା, କିନ୍ତୁ ନବୀନଙ୍କୁ ଅନ୍ୟ ରିପୋର୍ଟ ଦିଆଯାଇଥିବାରୁ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି।ଏବେ ନବୀନଙ୍କ ଦିଲ୍ଲୀ ଗସ୍ତ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ସେ କ’ଣ ନିଷ୍ପତ୍ତି ନେବେ, ତାହା ନିର୍ବାଚନ ଦିନ ସ୍ପଷ୍ଟ ହେବ।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

September 8, 2025
ଭାରତ ଏସିଆ କପ୍ ହକି ଚାମ୍ପିଆନ୍

ଭାରତ ଏସିଆ କପ୍ ହକି ଚାମ୍ପିଆନ୍

September 8, 2025
ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

September 5, 2025

Weather

Bhubaneswar
September 8, 2025, 11:46 am
 

SSE
Slight rain showers
30°C
2.4 m/s
Apparent: 36°C
Pressure: 1003 mb
Humidity: 77%
Winds: 2.4 m/s SSE
Windgusts: 6.1 m/s
UV-Index: 0.8
Precip.: 2.5mm /75% / Rain
Sunrise: 5:32 am
Sunset: 5:56 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom