• Latest
  • Trending
ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

Sep-08-2025 04:51 AM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
  • About
  • Careers
  • Contact Us
Saturday, March 28, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

by M M
Sep-08-2025 04:51 AM IST
in ବଡ଼ ଖବର, ରାଜ୍ୟ
0
ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?
491
SHARES
1.4k
VIEWS
Share on FacebookShare on Twitter

ଆସନ୍ତା ୯ ସେପ୍ଟେମ୍ବରରେ ଦେଶର ଉପରାଷ୍ଟ୍ରପତି ନିର୍ବାଚନ। ଏହାକୁ ନେଇ ସାରା ଦେଶରେ ରାଜନୀତି ସରଗରମ ହୋଇଛି। ଓଡ଼ିଶାରେ ମଧ୍ୟ ରାଜନୈତିକ ଗତିବିଧି ଜୋରଦାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି। ଏହାକୁ ନେଇ ଓଡ଼ିଶା ପାଇଁ କିଛି ବଡ଼ ଯୋଜନା ଚାଲିଛି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ବିଜେପି ଓ ବିଜେଡିର ବରିଷ୍ଠ ନେତାମାନେ ଏ ବିଷୟରେ ମୁହଁ ଖୋଲୁନାହାନ୍ତି।

ବିଜେଡି କାହାକୁ ଭୋଟ ଦେବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ରବିବାର  ଦିଲ୍ଲୀ ଯାଇଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ଗଣମାଧ୍ୟମକୁ ସେ କହିଛନ୍ତି, “ମୁଁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀ ଯାଉଛି। ଦଳୀୟ ସାଂସଦଙ୍କ ସହ ଆଲୋଚନା କରିବି।” କିନ୍ତୁ ବିଜେଡି କାହାକୁ ସମର୍ଥନ ଦେବ, ତାହା ସେ ସ୍ପଷ୍ଟ କରିନାହାନ୍ତି।  ଦିଲ୍ଲୀରେ ସେ ଦଳର ଅନ୍ତିମ ନିଷ୍ପତ୍ତି ଘୋଷଣା କରିପାରନ୍ତି।

 

ସଂଖ୍ୟା ଅନୁସାରେ, ଏନଡିଏର ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କ ଜିତିବା ସମ୍ଭାବନା ଅଧିକ। ଓଡ଼ିଶାରେ ଲୋକସଭାର ୨୧ ଆସନ ମଧ୍ୟରୁ ୨୦ଟି ବିଜେପିର। ତେଣୁ ଏନଡିଏ ପ୍ରାର୍ଥୀଙ୍କୁ ଓଡ଼ିଶାରୁ ଭୋଟ ମିଳିବା ନିଶ୍ଚିତ। ରାଜ୍ୟସଭାରେ ବିଜେଡିର ୭ ଓ ବିଜେପିର ୩ ସଦସ୍ୟ ଅଛନ୍ତି। ଏନଡିଏକୁ ଜିତିବା ପାଇଁ ବିଜେଡିର ସମର୍ଥନ ବଡ଼ ଜରୁରୀ ନୁହେଁ। ତେବେ ଅଧିକ ଭୋଟରେ ଜିତିବା ପାଇଁ ଏନଡିଏ ବିଜେଡିର ସାହାଯ୍ୟ ଚାହୁଁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନବୀନଙ୍କୁ ଫୋନ କରି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି। ଇଣ୍ଡିଆ ମେଣ୍ଟର ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ନବୀନଙ୍କ ସହ ଯୋଗାଯୋଗ କରିଛନ୍ତି। ଏହା ଛଡ଼ା, ନବୀନ ଅସୁସ୍ଥ ଥିବା ବେଳେ ମୋଦି ଓ ଖଡଗେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲେ ଓ ଦିଲ୍ଲୀରେ ଭେଟିବାକୁ ଅନୁରୋଧ କରିଥିଲେ।

 

ବିଜେଡି ଏବେ ଦୋଛକିରେ। ଏନଡିଏକୁ ସମର୍ଥନ ଦେଲେ କଂଗ୍ରେସ ସମାଲୋଚନା କରିପାରେ, କାରଣ ପୂର୍ବରୁ କଂଗ୍ରେସ ବିଜେଡି ଓ ବିଜେପିକୁ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି କହିଛି। ଅନ୍ୟପଟେ, ଇଣ୍ଡିଆ ମେଣ୍ଟକୁ ସମର୍ଥନ ଦେଲେ ବିଜେଡିର ରାଜନୈତିକ ଅବସ୍ଥାନ ବଦଳିଯିବ। ତେଣୁ ବିଜେଡି ଭୋଟ ଦେବାଠୁ ଦୂରେଇ ରହିପାରେ ବୋଲି କୁହାଯାଉଛି।

ନବୀନ ଦିଲ୍ଲୀରେ ଦଳୀୟ ସାଂସଦଙ୍କ ସହ ଆଲୋଚନା କରି ଅନ୍ତିମ ନିଷ୍ପତ୍ତି ନେବେ। ସେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ କହିପାରନ୍ତି କିମ୍ବା ସାଂସଦମାନଙ୍କୁ ନିଜ ବିବେକ ଅନୁସାରେ ଭୋଟ ଦେବାକୁ କହିପାରନ୍ତି। କିଛି ସୂତ୍ର ଅନୁସାରେ, ଜୁଲାଇ ୨୬ରେ ବିଜେଡିର କୋର କମିଟି ବୈଠକରେ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବା ନିଷ୍ପତ୍ତି ହୋଇଥିଲା, କିନ୍ତୁ ନବୀନଙ୍କୁ ଅନ୍ୟ ରିପୋର୍ଟ ଦିଆଯାଇଥିବାରୁ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି।ଏବେ ନବୀନଙ୍କ ଦିଲ୍ଲୀ ଗସ୍ତ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ସେ କ’ଣ ନିଷ୍ପତ୍ତି ନେବେ, ତାହା ନିର୍ବାଚନ ଦିନ ସ୍ପଷ୍ଟ ହେବ।

Share196Tweet123
M M

M M

ଆଜିର ପାଗ

Bhubaneswar
March 28, 2026, 7:46 PM
 

S
Partly cloudy
27°C
4 m/s
Apparent: 31°C
Pressure: 1007 mb
Humidity: 87%
Winds: 4 m/s S
Windgusts: 8.8 m/s
UV-Index: 0
Precip.: 0mm /48% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom