ଆଜି ଠାରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ ବିଜେଡିରେ ବୈଠକ ନକରି ଦଳର ଏଜେଣ୍ଡା ବାବଦରେ ସାଂସଦଙ୍କୁ ହ୍ବାଟସଆପରେ ମେସେସ୍ ଦିଆଯାଇଛି । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ନିର୍ବାଚନରେ ଅନିୟମିତତା, ପୋଲାଭରମ୍ ଓ ମହାନଦୀ ବିବାଦ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭଳି ୧୨ଟି ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛି ଦଳ। ତେବେ ହ୍ବାଟସଆପ୍ ମେସେଜକୁ ଦଳୀୟ ସାଂସଦ କେତେ ଗ୍ରହଣ କରିବେ ତାହା ସବୁଠୁ ବଡ଼ପ୍ରଶ୍ନ । କାରଣ ଦିଲ୍ଲୀରେ ବିଜେଡି ୨ ଭାଗ ହୋଇଥିବା ଚର୍ଚ୍ଚା । ମୁନା ଖାଁ ଓ ଦେବାଶିଷ ସାମନ୍ତରାୟ ଗୋଟିଏ କ୍ୟାମ୍ପରେ ଥିବା ବେଳେ ବାକି ସାଂସଦଙ୍କ କ୍ୟାମ୍ପ ଭିନ୍ନ । ଦିନେ ଯେଉଁ ନବୀନଙ୍କ ହୁକୁମ୍ ଦଳରେ ସର୍ବମାନ୍ୟ ଥିଲା ଏବେ ତାହାର ସ୍ବରୂପ ବଦଳିଯାଇଛି । ଏସବୁ ଭିତରେ ଦିଲ୍ଲୀରେ ସାଂସଦଙ୍କୁ ଏକାଠି କରିବା ବିଜେଡି ସୁପ୍ରିମୋଙ୍କ ପାଇଁ ବଡ଼ ଆହ୍ବାନ ।
ବିଜେଡି ନେତା ଶସ୍ମିତ ପାତ୍ର କହିଛନ୍ତି, “ଆମ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଁ ସର୍ବଦଳୀୟ ବୈଠକରେ ବିଜୁ ଜନତା ଦଳ (ବିଜେଡି) ସଂସଦୀୟ ଦଳର ପ୍ରତିନିଧିତ୍ୱ କରିଥିଲି। ଏହି ଅଧିବେଶନରେ ବିଜେଡି ସାଂସଦମାନେ ଅନେକଗୁଡ଼ିଏ ପ୍ରସଙ୍ଗ ଉଠାଇବେ: ମୁଦ୍ରାସ୍ଫୀତି ଓ ବେକାରୀ ମୁଖ୍ୟ ଚିନ୍ତାର ବିଷୟ। ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବାକୁ ଯୋଗ୍ୟ। ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି, ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ବୃଦ୍ଧି ପାଉଛି। ନିକଟରେ ହୋଇଥିବା ନୂଆପଡ଼ା ଉପନିର୍ବାଚନରେ ଆମେ ନିର୍ବାଚନୀ ଅନିୟମିତତା ଦେଖିଲୁ…”
ସଂସଦ ପାଇଁ ମୁଖ୍ୟ ପ୍ରସଙ୍ଗ –
ବର୍ଦ୍ଧିତ ଦରଦାମ ଏବଂ ମୁଦ୍ରାସ୍ଫୀତି, ବେକାରୀ
ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା (Special Category State Status)
ଓଡ଼ିଶାରେ ବିଗିଡ଼ୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି
ଓଡ଼ିଶାରେ ମହିଳା ଓ ଶିଶୁଙ୍କ ପ୍ରତି ବୃଦ୍ଧି ପାଉଥିବା ଅପରାଧ
ନୂଆପଡ଼ା ଉପନିର୍ବାଚନରେ ବ୍ୟାପକ ନିର୍ବାଚନୀ ଅନିୟମିତତା
ଓଡ଼ିଶାରେ ସିବିଆଇ (CBI) ଦ୍ୱାରା ତଦନ୍ତ ହେଉଥିବା ପୋଲିସ୍ ନିଯୁକ୍ତି ଦୁର୍ନୀତି
ପୋଲାଭରମ୍ ଏବଂ ମହାନଦୀ ବିବାଦ
ଚାଷୀମାନଙ୍କର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଦ୍ୱିଗୁଣିତ ହେବା ଆବଶ୍ୟକ।
କୋଇଲା ରୟାଲଟି ଓ ଗ୍ରୀନ୍ ଟ୍ୟାକ୍ସର ସଂଶୋଧନ
ସମ୍ବଲପୁର, କୋରାପୁଟ ଏବଂ ବାଲେଶ୍ୱରରେ ପୂର୍ଣ୍ଣାଙ୍ଗ ଏମ୍ସ ହସ୍ପିଟାଲ୍
ଆଦିବାସୀ ବିକାଶ- ଓଡ଼ିଶାର ଏସ୍.ଟି. (ST) ତାଲିକା ପାଇଁ ୧୩୯ଟି ଅନୁମୋଦନ ଅପେକ୍ଷାରେ ଥିବା ପ୍ରସ୍ତାବ, ହୋ, ମୁଣ୍ଡାରୀ, ଭୂମିଜ, ସାଓରା ଏବଂ କୁଇ ଭାଷାକୁ ଅଷ୍ଟମ ଅନୁସୂଚୀରେ ସାମିଲ୍ କରିବା, କେନ୍ଦୁ ପତ୍ର ଉପରୁ ଜିଏସ୍ଟି (GST) ସମ୍ପୂର୍ଣ୍ଣ ପ୍ରତ୍ୟାହାର।
ଜାତୀୟ ରାଜପଥ, ଉପକୂଳ ରାଜପଥ, ରେଳ ସଂଯୋଗ, ମୋବାଇଲ୍ ଏବଂ ଡିଜିଟାଲ୍ ସଂଯୋଗୀକରଣ।


















