• Latest
  • Trending

ଏହି 11ଟା ପ୍ରମାଣ ପତ୍ର ନଥିଲେ ଆପଣ ଦେଇପାରିବେନି ଭୋଟ

Aug-21-2025 04:02 AM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

Jan-31-2026 11:25 PM IST
ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

Jan-31-2026 11:22 PM IST
  • About
  • Careers
  • Contact Us
Monday, February 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଏହି 11ଟା ପ୍ରମାଣ ପତ୍ର ନଥିଲେ ଆପଣ ଦେଇପାରିବେନି ଭୋଟ

by M M
Aug-21-2025 04:02 AM IST
in ବଡ଼ ଖବର, ବିଶେଷ
0
492
SHARES
1.4k
VIEWS
Share on FacebookShare on Twitter

 

ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ପରେ ଭୋଟର ତାଲିକା ସଂଶୋଧନ ହେବ ।  ଆସନ୍ତା ମାସ, ଅର୍ଥାତ୍‌ ସେପ୍ଟେମ୍ବର ୨୦୨୫ରୁ ଆରମ୍ଭ ହେବ ଏହି ପ୍ରକ୍ରିୟା । ଯାହାକୁ କୁହାଯାଉଛି ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ବା ଏସଆଇଆର ପ୍ରକ୍ରିୟା। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ  (ସିଇଓ) ଆର.ଏସ. ଗୋପାଳନ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ମୋଟ ବୁଥ୍‌ ସଂଖ୍ୟା ୩୮,୦୦୦ରୁ ବଢ଼ି ୪୫,୦୦୦କୁ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି  । ଗତ ନିର୍ବାଚନ ଅନୁସାରେ ଓଡ଼ିଶାର ମୋଟ ୩.୩୨ କୋଟି ଭୋଟର ଅଛନ୍ତି । ମୋଟ ଭୋଟର ମଧ୍ୟରୁ ୧.୬୮ କୋଟି ପୁରୁଷ ଭୋଟର ଥିବା ବେଳେ, ୧.୬୪ କୋଟି ମହିଳା ଭୋଟର ଅଛନ୍ତି । ରାଜ୍ୟରେ ୩,୩୮୦ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ଏହା ସହ ରାଜ୍ୟରେ ୧୦୦ ବର୍ଷରୁ ଅଧିକ ୯,୦୬୦ ଭୋଟର ତାଲିକାରେ ରହିଛନ୍ତି ।

ନିର୍ବାଚନ ଅଧିକାରୀଙ୍କ କହିବା ଅନୁସାରେ ରାଜ୍ୟରେ ଏସଆଇଆର ପ୍ରକ୍ରିୟା ଆସନ୍ତା ବର୍ଷ, ଜାନୁଆରୀ ୭, ୨୦୨୬ରେ ପ୍ରକାଶ ପାଇବ । ଏହାର ମାନେ ହେଉଛି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଓଡ଼ିଶାରେ ଏସଆଇଆରକୁ ଏବେଠାରୁ କଂଗ୍ରେସ ଓ ବିଜୁ ଜନତା ଦଳ ଆପତ୍ତି ଉଠାଇଲେଣି  । ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। କେବଳ ଜାତି, ଧର୍ମ ଆଧାରରେ ଭୋଟରଙ୍କୁ ବାଦ୍ ଦେବାକୁ ଏହି ନିଷ୍ପତ୍ତି ବୋଲି କହିଛି କଂଗ୍ରେସ ।  ଓଡିଶାରେ ଏସଆଇଆର ଲାଗୁ ହେଲେ ନିଆଁ ଜଳିବ ବୋଲି କହିଛି କଂଗ୍ରେସ। ସେପ୍ଟେମ୍ବର ୪ ତାରିଖରେ ଭୋଟ ଚୋରି ଏବଂ ଏସଆଇଆର ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ ଦଳ। ବିଜେଡି କହିଛି, ଏସଆଇଆର କୁ ନେଇ ଏବେ ବଡ ବିତର୍କ ଚାଲିଛି । ଦଳ ସବୁବେଳେ ଭୋଟରଙ୍କ ସହିତ ରହିଛି। ସ୍ବଚ୍ଛ, ନିରପେକ୍ଷ ଭାବେ ଭୋଟର ତାଲିକା ହେବା ଦରକାର ।

ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆର ସରିବା ପରେ 65 ଲକ୍ଷ ଭୋଟରଙ୍କ ନାମ କଟିଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପରେ ନିର୍ବାଚନ କମିଶନ କହିଥିଲେ ସାରା ଦେଶରେ ଏସଆଇଆର ହେବ ।  ଓଡ଼ିଶାରେ ମଧ୍ୟ 7 ହଜାର ଭୋଟର ତାଲିକା ଡବଲ ରହିଥିବା ନିର୍ବାଚନ ଅଧିକାରୀ କହିଛନ୍ତି । ଏଠି ମଧ୍ୟ ପଡ଼ୋଶୀ ଦେଶର ନାଗରିକ ଭୋଟର କାର୍ଡ କରିଥିବା ଅଭିଯୋଗ ହେଉଛି । ତେଣୁ ଓଡ଼ିଶାରେ ହଜାର ହଜାର ଲୋକଙ୍କ ନାମ କଟିବାର ସଂଭାବନା ରହିଛି । ରାଜ୍ୟରେ ଲକ୍ଷାଧିକ ଭୋଟରଙ୍କ ଉପରେ ସଂନ୍ଦେହ ଥିବା କିଛି ରାଜନୈତିକ ଦଳ ଅଭିଯୋଗ କରୁଛନ୍ତି ।  ବିହାରରେ ଯେଉଁ ଫର୍ମୁଲାରେ ଭୋଟର ତାଲିକା ସଂଶୋଧନ ହୋଇଛି । ଓଡ଼ିଶାରେ ବି ସମାନ ଉପାୟରେ  ଭୋଟର ତାଲିକା ସଂଶୋଧନ କରାଯିବ । ଅଧିକାରୀମାନେ ଘର ଘର ବୁଲି ଯାଞ୍ଚ କରି ଭୋଟର ତାଲିକା ସଂଶୋଧନ କରିବେ । ଯାଞ୍ଚ ସମୟରେ ଭୋଟରମାନଙ୍କୁ , ନିର୍ବାଚନ କମିଶନଙ୍କ ପକ୍ଷରୁ ଯାଇଥିବା ଅଧିକାରୀଙ୍କୁ ଯାଞ୍ଚ  ପାଇଁ ଆବଶ୍ୟକ 11ଟି ପ୍ରମାଣପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡ଼ିବ । ଆବଶ୍ୟକ ପ୍ରମାଣ ପତ୍ର ହେଉଛି- ଜନ୍ମ ପ୍ରମାଣପତ୍ର ,- ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନର ମାଟ୍ରିକ ସାର୍ଟିଫିକେଟ , ପାସପୋର୍ଟ – ସ୍ଥାୟୀ ଆବାସିକ ପ୍ରମାଣପତ୍ର – ଜାତିଗତ ପ୍ରମାଣପତ୍ର – ପେନସନ କିମ୍ବା ସରକାରଙ୍କ ପ୍ରଦତ୍ତ ଚାକିରି ପ୍ରମାଣପତ୍ର – ବ୍ୟାଙ୍କ, ପୋଷ୍ଟ ଅଫିସ କର୍ମଚାରୀ ପରିଚୟପତ୍ର – ଜଙ୍ଗଲ ଜମି ଅଧିକାର ପ୍ରମାଣପତ୍ର – ପରିବାର ପଞ୍ଜିକରଣ ତାଲିକା – ଜମି କିମ୍ବା ଘର ଆବଣ୍ଟନ ପ୍ରମାଣପତ୍ର – ଜାତୀୟ ନାଗରିକତା ପ୍ରମାଣପତ୍ର  । ସୂଚୀରେ ଥିବା ୧୧ଟି ପ୍ରମାଣପତ୍ର ମଧ୍ୟରୁ ଗୋଟିଏ ଦେଖାଇ ନପାରିଲେ ଆପଣ ଭୋଟ ଦେବାକୁ ଯୋଗ୍ୟ ହେବେ ନାହିଁ ।

ଏସଆଇଆର ହେଉଛି ନିର୍ବାଚନ କମିଶନ ଦ୍ୱାରା ପରିଚାଳିତ ଏକ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ।  ଯାହା ମାଧ୍ୟମରେ ଭୋଟର ତାଲିକାକୁ ଅପଡେଟ କରାଯାଏ। ଏଥିରେ ଭୋଟର ତାଲିକାରେ ଥିବା ତ୍ରୁଟିଗୁଡ଼ିକୁ ସଂଶୋଧନ କରାଯାଏ। ଯେଉଁମାନେ ମରିଯାଇଛନ୍ତି ତାଙ୍କ ନାମ ହଟାଯାଏ । ଯେଉଁମାନେ ବିଦେଶରେ ରହୁଛନ୍ତି ତାଙ୍କ ନାମ ହଟାଯାଏ । ଯେଉଁମାନେ ଅନ୍ୟ ରାଜ୍ୟକୁ ଯାଇ ବାସିନ୍ଦା ହୋଇ ସେଠାରେ ଭୋଟରକାର୍ଡ କରିଛନ୍ତି ତାଙ୍କ ନାମ ହଟାଯାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ସଠିକ କରିବା । ଭୋଟର ତାଲିକାକୁ ନିର୍ଭୂଲ କରିବା । ଭୋଟର ଲିଷ୍ଟ ଅପଡେଟେଡ ରଖିବା । ଯାହା ଦ୍ୱାରା ନିର୍ବାଚନ ପ୍ରକ୍ରିୟା ସ୍ୱଚ୍ଛ ହୋଇପାରିବ । ନିର୍ବାଚନ ନିରପେକ୍ଷ ହୋଇପାରିବ । ଜାଲି ଭୋଟରମାନେ ଭୋଟ ଦେଇପାରିବେ ନାହିଁ ।

ଓଡ଼ିଶାରେ 2002 ମସିହାରେ ଏସଆଇଆର ଅପଡେଟ ହୋଇଥିଲା । ଏହି 24 ବର୍ଷ ଭିତରେ ଅନେକ ଭୋଟରଙ୍କ ମୃତ୍ୟୁ ହୋଇଛି । ଅନେକ ଭୋଟର ବାହାର ରାଜ୍ୟରେ ଯାଇ ସ୍ଥାୟୀ ବାସିନ୍ଦା ଭାବେ ରହୁଛନ୍ତି । ଅନେକ ରାଜ୍ୟରୁ ନୂଆ ବାସିନ୍ଦା ମଧ୍ୟ ଆସି ଏଠାରେ ରହୁଛନ୍ତି । ତେଣୁ ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁସାରେ ଘର ଘର ବୁଲି ଏହି ଭୋଟର ତାଲିକା ତିଆରି ହେବ ।

ଆପଣ ଭାବୁଥିବେ ପ୍ରତି  ନିର୍ବାଚନ ପୂର୍ବରୁ  ସାଧାରଣତଃ, ନିର୍ବାଚନ କମିଶନ  ଭୋଟର ତାଲିକାର  ରିଭିଜନ କରିଥାନ୍ତି ।  ତେବେ ଏଥିରେ ଆଉ କଣ ନୂଆ ହେବ  ।  କିନ୍ତୁ, ଏସଆଇଆର ଏକ ସ୍ୱତନ୍ତ୍ର  ପ୍ରକ୍ରିୟା । ଏଥିରେ  ଭୋଟର ତାଲିକାକୁ ସଠିକ ଓ ଅପଡେଟେଡ ରଖିବା। ଯେମିତି, ମୃତ ବ୍ୟକ୍ତି, ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିବା ବ୍ୟକ୍ତି କିମ୍ବା ଅଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ଦିଆଯିବା। ଯାହା ରିଭିଜନ ଭୋଟର ତାଲିକାରେ କରାଯାଇନଥାଏ । ମୃତ ବ୍ୟକ୍ତିଙ୍କ ନାମ ପୂର୍ବଭଳି ରହିଥାଏ ।  ୧୮ ବର୍ଷ ବୟସ ପୂରଣ କରିଥିବା ନୂଆ ଭୋଟରଙ୍କୁ ତାଲିକାରେ ଯୋଡ଼ାଯାଏ।  ଭୋଟରଙ୍କ ନାମ, ଠିକଣା, ଜନ୍ମ ତାରିଖ କିମ୍ବା ଅନ୍ୟ ତଥ୍ୟରେ ଥିବା ତ୍ରୁଟିଗୁଡ଼ିକୁ ସଂଶୋଧନ କରାଯାଏ।  ଏକାଧିକ ଥର ନାମ ତାଲିକାଭୁକ୍ତ ହୋଇଥିବା ବ୍ୟକ୍ତିଙ୍କ ନାମ ଚିହ୍ନଟ କରି ସେଗୁଡ଼ିକୁ ହଟାଯାଏ । ଏହାଦ୍ବାରା ନିର୍ବାଚନରେ ଅନୈତିକ କାର୍ଯ୍ୟକୁ , ଜାଲି ଭୋଟକୁ ରୋକିବାରେ ସହାୟକ ହୋଇଥାଏ।

ଏସଆଇଆର ବେଳେ  ନିର୍ବାଚନ କମିଶନର ଅଧିକାରୀମାନେ ଘରକୁ ଘର ବୁଲି ଭୋଟର ତାଲିକାରେ ଥିବା ତଥ୍ୟଗୁଡ଼ିକୁ ଯାଞ୍ଚ କରନ୍ତି। ଏହି ସମୟରେ ସେମାନେ ମୃତ, ସ୍ଥାନାନ୍ତରିତ କିମ୍ବା ଅଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରନ୍ତି ।  ନୂଆ ଭୋଟରଙ୍କ ତଥ୍ୟ ସଂଗ୍ରହ କରନ୍ତି।

ସର୍ଭେ ପରେ ଏକ ଡ୍ରାଫ୍ଟ ଭୋଟର ତାଲିକା ନିର୍ବାଚନ କମିଶନ ପ୍ରକାଶ କରନ୍ତି। ଏହା ସାର୍ବଜନୀନ ଭାବେ ଉପଲବ୍ଧ ହୋଇଥାଏ । ଯାହା ଦ୍ୱାରା ଲୋକମାନେ, ବିଭିନ୍ନ ଦଳ ତାଲିକା ଯାଞ୍ଚ କରି ଅଭିଯୋଗ କିମ୍ବା ସଂଶୋଧନ ପାଇଁ ଆବେଦନ କରିପାରନ୍ତି।  ଡ୍ରାଫ୍ଟ ତାଲିକା ପ୍ରକାଶ ପରେ, ଲୋକମାନେ ତାଲିକାରେ ଥିବା ତ୍ରୁଟିକୁ ନେଇ ଅଭିଯୋଗ କରିପାରନ୍ତି ।  ନିର୍ବାଚନ ଅଧିକାରୀମାନେ ଏହି ଅଭିଯୋଗଗୁଡ଼ିକର ଶୁଣାଣି କରି ଆବଶ୍ୟକୀୟ ସଂଶୋଧନ କରିଥାନ୍ତି।

ସମସ୍ତ ଅଭିଯୋଗ ସଂଶୋଧନ ପରେ, ଚୂଡ଼ାନ୍ତ ଭୋଟର ତାଲିକା ପୁଣି ପ୍ରକାଶ କରାଯାଏ। ଓଡ଼ିଶାରେ ଏହା ଜାନୁଆରୀ ୭, ୨୦୨୬ରେ ପ୍ରକାଶ ପାଇବା ନେଇ ନିର୍ବାଚନ ଅଧିକାରୀ କହିଛନ୍ତି ।

ଓଡ଼ିଶାରେ ଏସଆଇଆର ଆବଶ୍ୟକ କାହିଁକି ?  କାରଣ ଗତ ୨୪ ବର୍ଷରେ ରାଜ୍ୟରେ ଜନସଂଖ୍ୟା ବଢ଼ିଛି । ଭୋଟରଙ୍କ ସଂଖ୍ୟା ବଢ଼ିଛି. ଭୋଟର  ସ୍ଥାନାନ୍ତରଣ ହୋଇଛନ୍ତି  । ସାମାଜିକ-ଆର୍ଥିକ ପରିବର୍ତ୍ତନ ଯୋଗୁଁ ସହରରେ ଅଧିକ ଲୋକ ରହୁଛନ୍ତି । ତେଣୁ ଗାଁରେ ଥିବା ଭୋଟର, ସହରରେ ମଧ୍ୟ ଭୋଟର ତାଲିକାରେ ନାମ ରହିଥିବାରୁ ଅନେକ ଅସଙ୍ଗତି ଦେଖାଦେଇଛି। ଏହାଦ୍ବାରା ଯୁବ ଭୋଟରମାନେ, ଯେଉଁମାନେ ୧୮ ବର୍ଷ ବୟସ ପୂରଣ କରିଛନ୍ତି, ସେମାନେ ଏହି ପ୍ରକ୍ରିୟା ମାଧ୍ୟମରେ ନିଜର ନାମ ତାଲିକାଭୁକ୍ତ କରି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ।

ରାଜ୍ୟରେ ଭୋଟର ସଂଖ୍ୟା ବଢ଼ିଥିବାରୁ ବୁଥ୍‌ ସଂଖ୍ୟା ୩୮,୦୦୦ରୁ ୪୫,୦୦୦କୁ ବଢ଼ାଇବାର ଆବଶ୍ୟକତା ରହିଛି । ଯାହା ଦ୍ୱାରା ଭୋଟରମାନଙ୍କ ପାଇଁ ଭୋଟ ଦେବା ଅଧିକ ସୁବିଧାଜନକ ହେବ। ଭୋଟରମାନେ ଅଧିକମାତ୍ରାରେ ଭୋଟ ଦେବେ ।  ଏହା ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଭୋଟିଂ ପ୍ରକ୍ରିୟାକୁ ସରଳ କରିବ। ସଠିକ ଭୋଟର ତାଲିକା ବିଶେଷ କରି ମହିଳା, ଯୁବ ଓ ଅନୁସୂଚିତ ଜାତି/ଜନଜାତି  ଲୋକଙ୍କୁ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ସହଜ ହେବ ।  ଓଡ଼ିଶାରେ ଏସଆଇଆର ପ୍ରକ୍ରିୟା ରାଜ୍ୟର ନିର୍ବାଚନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ। ଏକ ଅପଡେଟେଡ ଭୋଟର ତାଲିକା ରାଜନୈତିକ ଦଳମାନଙ୍କୁ  ନ୍ୟାୟପୂର୍ଣ୍ଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ସହାୟକ ହେବ। ଏହା ରାଜନୈତିକ ଦଳମାନଙ୍କ ମଧ୍ୟରେ ବିଶ୍ୱାସ ବଢ଼ାଇବ।

ଏସଆଇଆର ପ୍ରକ୍ରିୟା ସମୟରେ ନିର୍ବାଚନ କମିଶନ ଭୋଟର ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିବେ ।  ଲୋକଙ୍କୁ ନିଜ ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇବେ ।  ଗ୍ରାମାଞ୍ଚଳ ଓ ଦୂରଦୂରାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ଗଣମାଧ୍ୟମରେ ପ୍ରଚାର ପ୍ରସାର କରିବେ । ଅନଲାଇନରେ ସଂଶୋଧନ, ଅଭିଯୋଗ ପାଇଁ ବ୍ୟବସ୍ଥା କରିବେ ।

ତେବେ ଏସଆଇଆର  ପାଇଁ ରାଜନୈତିକ ଦଳମାନେ ବିରୋଧ କରିପାରନ୍ତି । ଯେଉଁଭଳି ବିହାରରେ ବିରୋଧ ଚାଲିଛି । ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗ ପରେ ଏବେ ସରକାର ମଧ୍ୟ ସବୁ ରାଜ୍ୟରେ ଏସଆଇଆର ହେବାକୁ ସମର୍ଥନ କରୁଛନ୍ତି । ନିର୍ବାଚନ କମିଶନଙ୍କ ନିକଟରେ  ସାଧାରଣ ଲୋକ ମଧ୍ୟ ଏସଆଇଆର କରିବା ପାଇଁ ଦାବି କରୁଛନ୍ତି । ଜନସଂଖ୍ୟା ବୃଦ୍ଧିକୁ ଦେଖିଲେ  ଆଜିର ସମୟରେ ଏହାର ଆବଶ୍ୟକତା ରହିଛି । ନିର୍ବାଚନ ସଂସ୍କାର ପ୍ରକ୍ରିୟାରେ ଏସଆଇଆର ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିର୍ବାଚନ କମିଶନ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବାକୁ ପଡ଼ିବ ।  ଦୁର୍ଗମ ଅଞ୍ଚଳରେ ସର୍ଭେ କରିବା ଏକ ବଡ଼ ଚ୍ୟାଲେଞ୍ଜ ହେଲେ ମଧ୍ୟ ଏହା କରିବା ପାଇଁ ସମସ୍ତେ ସହଯୋଗ କରିବା ଆବଶ୍ୟକ  ।

ମନୋରଞ୍ଜନ ମିଶ୍ର

Share197Tweet123
M M

M M

ଆଜିର ପାଗ

Bhubaneswar
February 2, 2026, 4:27 AM
 

NNE
Overcast
18°C
0.7 m/s
Apparent: 23°C
Pressure: 1018 mb
Humidity: 88%
Winds: 0.7 m/s NNE
Windgusts: 6.5 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

February 1, 2026
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

February 1, 2026
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

February 1, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom