• Latest
  • Trending

ଓଡିଶାର ବିକାଶ ପାଇଁ ୨୦୩୬ର ରୋଡ୍‌ମ୍ୟାପ୍ ଘୋଷଣା ହେବ: ମନମୋହନ ସାମଲ

Jun-18-2025 10:37 AM IST
odisha.newsroom.in

ବାହାରିଲା CBSE ଦଶମ ଶ୍ରେଣୀ ରେଜଲ୍ଟ …ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ…

Apr-15-2026 04:40 PM IST
odisha.newsroom.in

ସାବଧାନ…ଓଡ଼ିଶା ବଜାରରେ ବୁଲୁଛି ପୁଳାପୁଳା ନକଲି ୫ ଶହ ଟଙ୍କିଆ ନୋଟ…

Apr-15-2026 04:01 PM IST
odisha.newsroom.in

ଶାନ୍ତି ଆଲୋଚନା ବିଫଳ ପରେ ଧମକ: ବିମାନ ବଦଳାଇ ବସ୍ ଓ ଟ୍ରେନ୍‌ରେ ଫେରିଲେ ଇରାନ୍ ପ୍ରତିନିଧି ଦଳ

Apr-15-2026 03:08 PM IST
odisha.newsroom.in

ନୂଆ ଦଳ ଗଠନ ପରେ ଗର୍ଜିଲେ ମୋକିମ…ପଞ୍ଚାୟତ ନିର୍ବାଚନରୁ ଆରମ୍ଭ ଲଢ଼େଇ

Apr-15-2026 02:44 PM IST
odisha.newsroom.in

ଆମେରିକାକୁ କଡ଼ା କାଉଣ୍ଟର…ହର୍ମୁଜରେ ପଇଁତରା ମାରିବ ଚୀନ ଯୁଦ୍ଧ ଜାହାଜ !

Apr-15-2026 01:01 PM IST
odisha.newsroom.in

ଟ୍ରମ୍ପ କହିଲେ ଅପେକ୍ଷା କର…ଗୁରୁବାର ପରେ କିଛି ବଡ଼ ଘଟଣା ଘଟିବ

Apr-15-2026 12:32 PM IST
odisha.newsroom.in

ପାଣିପାଗ ବିଭାଗର ଚେତାବନୀ…ଆଗକୁ ୪୫ ଡିଗ୍ରୀ ଟପିବ ତାପମାତ୍ରା…

Apr-15-2026 12:03 PM IST
odisha.newsroom.in

କଡ଼ ଲେଉଟାଇଲା ବିହାର ରାଜନୀତି…ସମ୍ରାଟଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ଶପଥ

Apr-15-2026 11:36 AM IST
Horoscope 2026 April 15: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 15: ଜାଣନ୍ତୁ ଆଜିର ରାଶିଫଳ…

Apr-15-2026 11:00 AM IST
odisha.newsroom.in

କାଲି ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ଅଗ୍ନି ପରୀକ୍ଷା…ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ନେତା ହେବେ ସାମିଲ

Apr-14-2026 05:19 PM IST
  • About
  • Careers
  • Contact Us
Thursday, April 16, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଓଡିଶାର ବିକାଶ ପାଇଁ ୨୦୩୬ର ରୋଡ୍‌ମ୍ୟାପ୍ ଘୋଷଣା ହେବ: ମନମୋହନ ସାମଲ

by newsroom
Jun-18-2025 10:37 AM IST
in ବଡ଼ ଖବର, ରାଜନୀତି, ରାଜ୍ୟ, ସର୍ବଶେଷ ଖବର
0
491
SHARES
1.4k
VIEWS
Share on FacebookShare on Twitter

ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱ କେନ୍ଦ୍ର ସରକାର ଗରିବ, ଯୁବକ, କୃଷକ ଓ ମହିଳା କେନ୍ଦ୍ରୀକ ଯୋଜନା ଆଧାରିତ ବିଭିନ୍ନ ଯୋଜନାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି । ଆନ୍ତରୀଣ ଓ ବାହ୍ୟ ସୁରକ୍ଷାରେ ଭାରତବର୍ଷ ଆଜି ସଶକ୍ତ ହୋଇଛି । ଦେଶର ଅର୍ଥନୀତି ଆଜି ବିଶ୍ୱର ଚତୁର୍ଥ ସ୍ଥାନକୁ ଉନ୍ନିତ ହୋଇଛି । ଦେଶ ବିଦେଶରେ ଭାରତବର୍ଷର ମାନ ଓ ସମ୍ମାନ ବୃଦ୍ଧି ପାଇଛି । ରାଜ୍ୟରେ ଏକାକୀ ବିଜେପି ସରକାର ଗଠନ ହୋଇଛି । ଭାରତୀୟ ଜନତାପାର୍ଟି ନେତୃତ୍ୱାଧୀନ ସରକାର ଓଡିଶାରେ ୧ବର୍ଷ ଓ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରକୁ ୧୧ବର୍ଷ ପୂରଣ ହୋଇଛି । ଏହି ପରିପ୍ରେକ୍ଷୀରେ ଆମକୁ ମାର୍ଗ ଦର୍ଶନ ଦେବାକୁ ଆସନ୍ତା ଜୁନ ୨୦ ତାରିଖ ଦିନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓଡିଶା ଆସୁଛନ୍ତି । ଗତ ଏକ ବର୍ଷର ଅବଧିରେ ଷଷ୍ଠ ଥର ପାଇଁ ଓଡିଶା ଗସ୍ତରେ ଆସୁଥିବା ଏବଂ ଓଡିଶାକୁ ଅତ୍ୟନ୍ତ ଭଲ ପାଉଥିବା ପ୍ରଧାନମନ୍ତ୍ରୀ ମୋଦିଜୀ ୨୦ ତାରିଖ ଅପରାହ୍ନ ୩ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଓଡିଶାର ବିକାଶ ପାଇଁ ୨୦୩୬ର ରୋଡ୍‌ମ୍ୟାପ୍ ଘୋଷଣା ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ପାଇଁ ସଂକଳ୍ପବଦ୍ଧ । ଏନେଇ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଥିବାବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଓଡିଶାର ସାମଗ୍ରିକ ବିକାଶରେ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତାଙ୍କ ନେତୃତ୍ୱରେ ଜାତୀୟସ୍ତରର ଅନେକ କାର୍ଯ୍ୟକ୍ରମ ତଥା ଗୁରୁତ୍ୱପୂର୍ଣ୍ଣ ବୈଠକ ଗତ ଏକ ବର୍ଷ ଭିତରେ ଓଡିଶାରେ ଅନୁଷ୍ଠିତ ହୋଇଯାଇଛି । ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀଠାରୁ ଆରମ୍ଭ କରି ନୌସେନା ଦିବସ, ପ୍ରବାସୀ ଭାରତୀୟ ଦିବସ, ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଯାଇଛି । ସେହିପରି ରାଜ୍ୟରେ ରେଳ, ସଡକ, ବିମାନ ସେବା ଏବଂ ଭିତିଭୁମିକୁ ସୁଦୃଢ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଭର ପ୍ରତିଶୃତି କାରଣରୁ ଓଡିଶାକୁ ଆଜି ବଡ ବଡ ଶିଳ୍ପଦ୍ୟୋଗୀମାନେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗଭର ହୋଇଛନ୍ତି । ପ୍ରଧାନମନ୍ତ୍ରୀ ବୟୋବନ୍ଦନା ଯୋଜନା ଜରିଆରେ ୭୦ ଏବଂ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେଇ ମୋଦିଜୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଦେଇଛନ୍ତି । ମୋଦିଙ୍କ ଗ୍ୟାରେଂଟି, ଓଡିଶାର ଉନ୍ନତି । ରାଜ୍ୟ ତଥା ରାଜ୍ୟବାସୀଙ୍କ ସାମୁହିକ ବିକାଶ ପାଇଁ ମୋଦିଜୀ ସଂକଳ୍ପ ନେଇଛନ୍ତି ।
ଭୁବନେଶ୍ୱର ଏୟାରପୋର୍ଟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ପହଁଚିବା ପରେ ନିକଟ ବିଜୁ ପଟ୍ଟନାୟକ ଛକରୁ ଏକ ବିରାଟ ରୋଡ୍ ଶୋ ମାଧ୍ୟମରେ ଏଜି ଛକ, ରାଜଭବନ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ଜୟଦେବ ଭବନ ଛକ ଦେଇ ସଭାସ୍ଥଳ ଜନତା ମଇଦାନରେ ପହଁଚିବେ । ଏହି ଅବସରରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ ଏବଂ ପାଖାପାଖି ୧୦ଟି ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯିବ । ସଭାସ୍ଥଳରେ ପହଁଚିବା ପରେ ସେଠାରେ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଏହି ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡିଶା ଭିଜନ – ୨୦୩୬ ଓ ୨୦୪୭ ପୁସ୍ତିକାକୁ ଉନ୍ମୋଚନ କରିବେ । ବିଭିନ୍ନ ଶିଳାନ୍ୟାସ ଓ ପ୍ରକଳ୍ପଗୁଡିକୁ ଭିସି ଜରିଆରେ ଲୋକାର୍ପଣ କରିବେ । (ରେଳ ସେବା, ଇଭି ବସ ଇତ୍ୟାଦି) ଏଥି ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ଏବଂ ସାମାଜିକ କ୍ଷେତ୍ରରେ ନେତୃତ୍ୱ ନେଉଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିବେ । ଅପରାହ୍ନ ୪.୩୦ ମିନିଟରେ ପ୍ରଧାନମନ୍ତ୍ରୀ ମୋଦିଜୀ ଜନସଭାକୁ ସମ୍ବୋଧନ କରିବେ । ଏହା ପରେ ମୋଦିଜୀ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର ସହର ସମେତ ରାଜ୍ୟର ପ୍ରମୁଖ ସ୍ଥାନକୁ ସୁସଜ୍ଜିତ କରାଯିବା ସହିତ ଧନ୍ୟବାଦ ମୋଦିଜୀ ହୋର୍ଡିଂ ଲାଗିବ । ଲକ୍ଷାଧିକ ଜନସମାଗମ ହେବ । ରାଜ୍ୟର ସମସ୍ତ ସ୍ଥାନରୁ କାର୍ଯ୍ୟକର୍ତା ଆସିବେ । ରୋଡ୍ ଶୋ ସମୟରେ ରାସ୍ତାର ଉଭୟ ପଟେ ଛିଡା ରହି ସାଧାରଣ ଜନତା ଏବଂ କାର୍ଯ୍ୟକର୍ତାମାନେ ସ୍ୱାଗତ ଜଣାଇବେ । ରାଜ୍ୟର ସବୁ ବିଧାନସଭାର କାର୍ଯ୍ୟକର୍ତା ମୋଦିଙ୍କ ସଭାରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ସଫଳ କରିବା ସହ ବିକଶିତ ଓଡିଶା ନିର୍ମାଣର ଐତିହାସିକ ମୁହୁର୍ତରେ ସାମିଲ ହେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି ।
ତାଙ୍କର ଏହି ଗ୍ରସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପାର୍ଟି ତରଫରୁ ସମସ୍ତ ପ୍ରକାରର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମାରଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ ହୋଇଯାଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ସୁଦିପ୍ତ ରାୟ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
April 16, 2026, 7:22 AM
 

S
Overcast
28°C
3.4 m/s
Apparent: 33°C
Pressure: 1006 mb
Humidity: 88%
Winds: 3.4 m/s S
Windgusts: 11.2 m/s
UV-Index: 0
Precip.: 0mm /3% / Rain
Sunrise: 5:27 AM
Sunset: 6:05 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom