• Latest
  • Trending
କ୍ରିକେଟରେ ରାଜନୀତି- ହ୍ୟାଣ୍ଡସେକ୍ ଆଉ ଟ୍ରଫି

କ୍ରିକେଟରେ ରାଜନୀତି- ହ୍ୟାଣ୍ଡସେକ୍ ଆଉ ଟ୍ରଫି

Sep-29-2025 11:03 AM IST
odisha.newsroom.in

“ଇସ୍ତଫା ଦେବାର ପ୍ରଶ୍ନ ଉଠୁନି, ମୁଁ ନିର୍ବାଚନ ହାରିନି”…ପରାଜୟ ପରେ ମମତାଙ୍କ ବଡ଼ ବୟାନ…

May-05-2026 05:43 PM IST
odisha.newsroom.in

ଶେଷ ହେଲା ମମତାଙ୍କ ‘ଆଳୁ ପଲିଟିକ୍ସ’: ଓଡ଼ିଶାକୁ ଏବେ ସହଜରେ ଆସିବ ପଶ୍ଚିମବଙ୍ଗ ଆଳୁ

May-05-2026 04:07 PM IST
odisha.newsroom.in

ହାରିଯିବା ପରେ କଣ ହେବ ମମତାଙ୍କ ପରବର୍ତ୍ତୀ ରଣନୀତି ? ବଢୁଛି ଚର୍ଚ୍ଚା…

May-05-2026 03:16 PM IST
odisha.newsroom.in

ଗୋଟିଏ ଭୋଟରେ କେମିତି ହାରିଲେ ତାମିଲନାଡୁ ମନ୍ତ୍ରୀ…ଜାଣିଲେ ହେବେ ଆଶ୍ଚର୍ଯ୍ୟ…

May-05-2026 02:48 PM IST
odisha.newsroom.in

ମ୍ୟାଜିକ ନମ୍ବର ଛୁଇଁନି TVK…କେମିତି ଗଢ଼ିବ ସରକାର ?

May-05-2026 11:59 AM IST
odisha.newsroom.in

ଓଡ଼ିଶାରେ କାଳବୈଶାଖୀର କରାଳ ରୂପ: ୧୦ ଯାଏଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

May-05-2026 11:11 AM IST
odisha.newsroom.in

“ଗୁଣ୍ଡାମାନେ ଭିତରେ ପଶି ମୋତେ ମାଡ଼ ମାରିଲେ”: ପରାଜୟ ପରେ ମମତାଙ୍କ ସାଂଘାତିକ ଅଭିଯୋଗ

May-05-2026 10:55 AM IST
odisha.newsroom.in

କାହିଁକି ଭବାନୀପୁର ଆସନ ରଖିପାରିଲେନି ମମତା ? ଜାଣନ୍ତୁ ଏହା ପଛର ୫ କାରଣ…

May-05-2026 10:37 AM IST
Horoscope 2026 May 05: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 05: ଜାଣନ୍ତୁ ଆଜିର ରାଶିଫଳ…

May-05-2026 10:22 AM IST
odisha.newsroom.in

ବଙ୍ଗଳା ଓ ଆସାମରେ ବିଜେପିର ଦବଦବା…ତାମିଲନାଡୁରେ ବିଜୟଙ୍କ ‘ବ୍ଲକବଷ୍ଟର’ ଏଣ୍ଟ୍ରି

May-04-2026 06:52 PM IST
  • About
  • Careers
  • Contact Us
Wednesday, May 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

କ୍ରିକେଟରେ ରାଜନୀତି- ହ୍ୟାଣ୍ଡସେକ୍ ଆଉ ଟ୍ରଫି

by M M
Sep-29-2025 11:03 AM IST
in ବଡ଼ ଖବର, ବିଶେଷ
0
କ୍ରିକେଟରେ ରାଜନୀତି- ହ୍ୟାଣ୍ଡସେକ୍ ଆଉ ଟ୍ରଫି
491
SHARES
1.4k
VIEWS
Share on FacebookShare on Twitter

ମନୋରଞ୍ଜନ ମିଶ୍ର

ପହଲଗାଁରେ ରକ୍ତ ବହିଲା । ଆଉ ଦୁବାଇରେ କ୍ରିକେଟ ଖେଳ ହେଲା । ଗତକାଲି ରାତିରେ ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ କ୍ରିକେଟର ମଜା ନେଇଥିବେ , ମ୍ୟାଚ ସରିଲା ବେଳକୁ ଦ୍ବନ୍ଦ୍ବରେ ପଡ଼ିଥିବେ । ଏସିଆ କପ୍ ଜିତିବା ପରେ ପାକିସ୍ତାନର ଗୃହମନ୍ତ୍ରୀଙ୍କ ହାତରୁ ଆମେ ଟ୍ରଫି ନେବୁ ନାହିଁ ବୋଲି ଟିମ୍ ଇଣ୍ଡିଆର ନିଷ୍ପତ୍ତି ଚଟୁ ଆମିଷ, ବେଂଟ ନିରାମିଷ ଭଳି ଜଣାପଡ଼ିଲା । ଗୋଟିଏ ଦଳ ସହିତ ଖେଳି ଜିତିବା ବା ହାରିଲା ବେଳକୁ ଏତେ କଥା ବାହାର କଲେ କିଏ ଏହାକୁ ସିରିୟସ ନେବ । ଯଦି ଟ୍ରଫି ଦେବା ଲୋକ ସହିତ ଆମର ବିବାଦ ରହିଛି ତାହେଲେ ସେହି ଦେଶର ଦଳ ସହିତ ଆମେ କ୍ରିକେଟ ଖେଳିଲେ କାହିଁକି ? କ୍ରିକେଟ ଯଦି ରାଜନୀତିରୁ ଉଦ୍ଧ୍ବରେ ତାହେଲେ ଟ୍ରଫି ଯେକୈାଣସି ବ୍ୟକ୍ତି ଠାରୁ ନେବାରେ କ୍ଷତି କଣ ? ଏଭଳି ଦ୍ବନ୍ଦ୍ବ କାଲି ଦୁବାଇ ଷ୍ଟାଡିୟମରେ ସୃଷ୍ଟି ହୋଇଥିଲା । ଖେଳ ସରିବା ପରେ ମଧ୍ୟ ଖେଳାଳିଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ଥିଲା କୋଟି କୋଟି ଦର୍ଶକଙ୍କ ମଧ୍ୟରେ ଦ୍ବନ୍ଦ୍ବ ଥିଲା । କିଛି ସମୟ ପାଇଁ ମନେ ହେଉଥିଲା କ୍ରିକେଟ ପଛକୁ ପଳାଇ ଯାଇଛି ରାଜନୀତି ଆଗକୁ ଆସିଯାଇଛି ।

ମହାନ ଦାର୍ଶନିକ ପ୍ଲାଟୋ ତାଙ୍କର The Republic ପୁସ୍ତକରେ ଗୋଟେ ବଡ଼ କଥା କହିଛନ୍ତି ।  “ଖେଳ ହେଉଛି ସମାଜର ଆତ୍ମାର ଦର୍ପଣ, ଯେଉଁଠି ମାନବୀୟ ସମାନତା ଓ ସମ୍ମାନ ପ୍ରତିଫଳିତ ହେବା ଉଚିତ୍। ରାଜନୀତିର ବିଭେଦ ଯଦି ଖେଳର ପବିତ୍ରତାକୁ କଳଙ୍କିତ କରେ, ତେବେ ସମାଜର ନ୍ୟାୟପୂର୍ଣ୍ଣ ଆତ୍ମା ଦୁର୍ବଳ ହୁଏ।

କ୍ରିକେଟ୍ ଭାରତ ଓ ପାକିସ୍ତାନରେ କେବଳ ଏକ ଖେଳ ହୋଇ ଆଉ ନାହିଁ । ଏହାକୁ ଦୁଇ ଦେଶର କ୍ରିକେଟ ଓ୍ବାର କୁହାଯାଇପାରେ । ଏସିଆ କପ୍ ଫାଇନାଲରେ ଯାହା ସବୁ ଘଟିଲା  । ସେଥିରେ ଏହା ହିଁ କୁହାଯାଇପାରେ । କ୍ରିକେଟ ଖେଳରେ ରାଜନୀତି ଅତ୍ୟଧିକ ପଶିବାରୁ ଖେଳର ମୂଳ ଉଦ୍ଦେଶ୍ୟ ନଷ୍ଟ ହୋଇଛି ।  ଫାଇନାଲ ମ୍ୟାଚ୍‌ରେ ଭାରତ-ପାକିସ୍ତାନ ମୁକାବିଲା ଦୁଇ ଦେଶର ପ୍ରଶଂସକଙ୍କ ମନରେ ଉତ୍ତେଜନା ସୃଷ୍ଟି କରିଥିଲା । ସତେ ଯେପରି ଦୁଇ ଦେଶ ଭିତରେ କ୍ରିକେଟ ଓ୍ବାର ଚାଲିଛି ଏହା ସୋସିଆଲ ମିଡିଆର ପୋଷ୍ଟ ଦେଖିଲେ ଲାଗୁଥିଲା ।   ଭାରତ ୧୪୭ ରନ୍‌ର ଲକ୍ଷ୍ୟକୁ ୫ ଓ୍ଵିକେଟ୍‌ରେ ହାସଲ କରି ପାକିସ୍ତାନକୁ ପରାସ୍ତ କରିଥିଲା। କିନ୍ତୁ ଏହି ବିଜୟ ପରେ ଟ୍ରଫି ଭାରତୀୟ ଖେଳାଳି ଗ୍ରହଣ କଲେ ନାହିଁ । ଯାହା ଏବେ ସବୁଠି ଚର୍ଚ୍ଚା ହେଉଛି । ଯଦି ଆମେ ଖେଳିବାକୁ ଯାଉଛେ । ତେବେ ବିଜୟ ପରାଜୟ ତ ହେବ । ଆଉ ବିଜୟ ଯଦି ହେଲା ତେବେ ଆମେ ଟ୍ରଫି ନେବାରେ ଅସୁବିଧା କେଉଁଠି ।

ଆପଣ ଦେଖିଥିବେ ଏସିଆ କପ୍‌ର ଗ୍ରୁପ୍ ପର୍ଯ୍ୟାୟରେ ଦୁଇ ଦେଶର ଅଧିନାୟକ ହ୍ୟାଣ୍ଡସେକ୍ କଲେ ନାହିଁ ।  ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଖେଳାଳିମାନେ, ପାକିସ୍ତାନ ବିରୁଦ୍ଧରେ “ପ୍ରତିବାଦ” ସ୍ୱରୂପ, ମ୍ୟାଚ୍ ପୂର୍ବରୁ ଓ ପରେ ହ୍ୟାଣ୍ଡସେକ୍ କରିବାକୁ ମନା କରିଦେଇଥିଲେ। ଏହାର ପ୍ରତିକ୍ରିୟାରେ ପାକିସ୍ତାନର ଅଧିନାୟକ ସଲମାନ ଆଲି ଆଘା, ପୋଷ୍ଟ-ମ୍ୟାଚ୍ ପୁରସ୍କାର ଉତ୍ସବ ବର୍ଜନ କରିଥିଲେ । ସେବେଠାରୁ ଏହାକୁ ନେଇ ବିତର୍କ ଲାଗି ରହିଛି ।

ଭାରତର ଏଭଳି ବ୍ୟବହାରକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ,, ଏସିଆନ୍ କ୍ରିକେଟ୍ କାଉନସିଲ  ଓ ଆନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ (ଆଇସିସି)ରେ ଅଭିଯୋଗ ଦାୟର କରିଥିଲା । ଖାଲି ସେତିକି ନୁହେଁ  ମ୍ୟାଚ୍ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ଦାବି କରିଥିଲା। କିନ୍ତୁ ଆଇସିସି କହିବା କଥା ମ୍ୟାଚ ପୂର୍ବରୁ ଏବଂ ପରେ ହ୍ୟାଣ୍ଡ ସେକ୍ କରିବା ନିୟମ ନାହିଁ । ଯଦି କୈାଣସି ଖେଳାଳି ଏପରି କରିବାକୁ ଚାହୁଁନାହାଁନ୍ତି ତେବେ ତାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ । ଏହା ସହ ମ୍ୟାଚ୍ ରେଫରିଙ୍କୁ ମଧ୍ୟ ହଟାଇବାକୁ ଆଇସିସି ସିଧା ସିଧା ମନା କରିଦେଇଥିଲା । ଏପରିକି ସୁପର ଫୋର ମ୍ୟାଚରେ  ସାହିବଜାଦା ଫରହାନ ଫିପ୍ଟ ସେଲିବ୍ରେସନ ବେଳେ “ଏକେ-୪୭” ବନ୍ଧୁକ ଦେଖାଇ ଉତ୍ସବ ମନାଇଥିଲେ । ତାହାକୁ ନେଇ ବିବାଦ ହୋଇଥିଲା । ପଡ଼ିଆ ଭିତରେ ହାରିସ ରାଉଫଙ୍କ “୬-0” ଅଙ୍ଗୁଳି ଚିହ୍ନ ଦେଖାଇ ଦର୍ଶକଙ୍କୁ ଚିଡ଼ାଇଥିଲେ । ଯାହାକୁ ଭାରତ ପକ୍ଷରୁ ବିରୋଧ କରାଯାଇ ଆଇସିସି ନିକଟରେ ଅଭିଯୋଗ କରାଯାଇଥିଲା । ଯାହା ଫଳରେ ତାଙ୍କର 30 ପ୍ରତିଶତ ମ୍ୟାଚ୍ ଫି କଟିଥିଲା । ସୂର୍ଯ୍ୟକୁମାର ଯାଦବ ବିଜୟକୁ ପହଲଗାମରେ ଆତଙ୍କବାଦୀଙ୍କ ଦ୍ବାରା ନିହତ ଲୋକ ଏବଂ ସେନାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ  କରିଥିବାରୁ ତାଙ୍କର ମଧ୍ୟ 30 ପ୍ରତିଶତ ମ୍ୟାଚ ଫି କଟିଥିଲା ।

ଏହା ପରେ ଫାଇନାଲରେ ଉଭୟ ଦଳ ପହଁଚିଥିଲେ । ଫାଇନାଲରେ ଭାରତୀୟ ଦଳ ପାକିସ୍ତାନର ସ୍ୱରାଷ୍ଟ୍ର ମନ୍ତ୍ରୀ ଥିବା ମହସିନ ନକବୀ ଯିଏକି ପିସିବି ଅଧ୍ୟକ୍ଷ ତଥା  ଏସିସି ଅଧ୍ୟକ୍ଷ ମଧ୍ୟ ରହିଛନ୍ତି । ତାଙ୍କ ହାତରୁ ଟ୍ରଫି ଓ ମେଡାଲ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଭାରତୀୟ ଖେଳାଳୀମାନେ କହିଥିଲେ ଯେହେତୁ ସେ ପାକିସ୍ତାନର ଗୃହମନ୍ତ୍ରୀ ଅଛନ୍ତି ତେଣୁ ଆମେ ଟ୍ରଫି ଗ୍ରହଣ କରିବୁ ନାହିଁ । ଏହା ପରେ ମହସିନ ନକବୀ ଟ୍ରଫି ନେଇ ହୋଟେଲ ଚାଲିଯାଇଥିଲେ ।  ଯାହାକୁ ରାଜନୈତିକ ଦୃଷ୍ଟିରୁ ସମାଲୋଚନା କରାଯାଇଥିଲା । ଭାରତୀୟ ଖେଳାଳିମାନେ ପ୍ରତୀକାତ୍ମକ ଭାବେ ଏକ “କାଳ୍ପନିକ ଟ୍ରଫି” ଉଠାଇ ଉତ୍ସବ ମନାଇଥିଲେ। ଅନ୍ୟପକ୍ଷେ, ପାକିସ୍ତାନୀ ଖେଳାଳିଙ୍କ ଅଙ୍ଗଭଙ୍ଗୀ, ବ୍ୟବହାର ବଦଳିଯାଇଥିବା ଦେଖାଯାଇଥିଲା ।

ସୂର୍ଯ୍ୟକୁମାର ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନଠାରୁ ବିଜୟକୁ ଭାରତୀୟ ସୈନ୍ୟ ଓ ସନ୍ତ୍ରାସର ଶିକାର ପରିବାରଙ୍କୁ ଉତ୍ସର୍ଗ କରିଥିଲେ। ସେହିପରି, ଟ୍ରଫି ଗ୍ରହଣ ନକରିବା  ଦେଶର ସମ୍ମାନ ରକ୍ଷା ପାଇଁ କରିଥିବା କହିଥିଲେ । ତେବେ ଯେତେବେଳେ ଭାରତ ଏସିଆ କପ୍ ଖେଳିବାକୁ ନିଷ୍ପତ୍ତି ଗ୍ରହଣ କଲା । ସେତେବେଳେ ଏହା ସ୍ପଷ୍ଟ ଥିଲା ଯେ ପାକିସ୍ତାନ ସହ ମ୍ୟାଚ୍ ଖେଳାଯିବ । ମ୍ୟାଚରେ ଭାରତ ହାରିପାରେ ଜିତିବି ପାରେ । ଜିତିଲେ ଟ୍ରଫି ମଧ୍ୟ ଗ୍ରହଣ କରିପାରେ । ଯେତେବେଳେ ଭାରତ ପାକିସ୍ତାନ ଖେଳାଳିମାନଙ୍କ ସହ ଖେଳୁଛି । ସେତେବେଳେ ଟ୍ରଫି ଗ୍ରହଣ ନକରିବାର ମାନେ ବୁଝିହେଲା ନାହିଁ । ଏହା ଦ୍ବାରା କଣ ମେସେଜ କଲା ।

ଇତିହାସ ଦେଖିଲେ ଏହା ଜଣାପଡେ କ୍ରିକେଟ୍ ଐତିହାସିକ ଭାବେ ଭାରତ-ପାକିସ୍ତାନ ମଧ୍ୟରେ ସୌହାର୍ଦ୍ୟ ବଢ଼ାଇଛି । ଏବେ କ୍ରିକେଟ ଖେଳରେ ଏଭଳି ପ୍ରତିବାଦଗୁଡ଼ିକ ଏହାକୁ କଳଙ୍କିତ କରିଛି। ଏହା ଖେଳର “ମନୋଭାବ”କୁ ଆଘାତ ଦେଇଛି ଓ ନିରପେକ୍ଷ ପ୍ରଶଂସକଙ୍କୁ କଷ୍ଟ ଦେଉଛି ।  ଟ୍ରଫି ମନା କରିବା କିମ୍ବା ଉତ୍ସବ ବର୍ଜନ ଭଳି ପ୍ରତିବାଦ ହେଉଛି ଖେଳର ପ୍ରତୀକାତ୍ମକ ଅପମାନ । ଯାହା ସଂଳାପ ବଦଳରେ ବିଭେଦକୁ ଗଭୀର କରେ। ସାମାଜିକ ଗଣମାଧ୍ୟମରେ ଏବେ ଭାରତ-ପାକିସ୍ତାନ ବିବାଦକୁ ଆହୁରି ଜଟିଳ କରିଛି ।

ଆଉ ଏକ କଥା ହେଉଛି ଖେଳାଳିମାନେ ରାଜନୀତିଜ୍ଞ ନୁହନ୍ତି । ତେଣୁ ରାଜନେତାମାନେ ଖେଳରେ କାହିଁକି ବଡ଼ ପଦରେ ଦାୟିତ୍ବ ନେଉଛନ୍ତି । ଯେତେବେଳେ ତୁମେ ରାଜନେତା ଭଳି କହିବ, ସେତେବେଳେ ଖେଳର ମାନସିକତା ଚାହିଁବ କିପରି । ପୁରା ଏସିଆ କପରେ ପାକିସ୍ତାନ ଅଧିନାୟକ ସଲମାନ ଆଘା,ଏବଂ ତାଙ୍କ  ସାଥୀ ଖେଳାଳିଙ୍କ ଆଚରଣ ବ୍ୟକ୍ତିଗତ ଆକ୍ରମଣ ଭଳି ହୋଇଛି ।  ଯାହା ଭବିଷ୍ୟତ ଦ୍ୱିପାକ୍ଷିକ ମ୍ୟାଚ୍‌କୁ ବାଧା ସୃଷ୍ଟି କରିପାରେ।

କ୍ରିକେଟ୍‌କୁ -ରାଜନୀତିରୁ ଅଲଗା କରିବା ଆବଶ୍ୟକ ।  କିନ୍ତୁ ଏହା ସହଜ କି ?  ଭାରତ ଓ ପାକିସ୍ତାନରେ କ୍ରିକେଟ୍‌ର ସାଂସ୍କୃତିକ ଓ ଭାବନାତ୍ମକ ମହତ୍ତ୍ୱ ରହିଛି ।  ଏହାକୁ ରାଜନୈତିକ ନେତାମାନେ ନିଜ  ଅଭିବ୍ୟକ୍ତିର ଏକ  ମଞ୍ଚ କରିଛନ୍ତି। ଭାରତ ଭଳି ପାକିସ୍ତାନରେ  ଖେଳ ସହ ଜଡ଼ିତ ସଂସ୍ଥା ରାଜନେତାମାନଙ୍କ ସମର୍ଥନରେ ପରିଚାଳିତ ହେଉଛି ।  ଏସିଆ କପ୍ ୨୦୨୫ରେ ଦେଖାଯାଇଥିବା ଅଘଟଣ ଦର୍ଶାଏ ଯେ ରାଜନୀତି ଖେଳର ଆତ୍ମାକୁ ନଷ୍ଟ କରୁଛି।

ଆଗାମୀ ଦିନରେ ଏଭଳି ବିବାଦ ସମାଧାନ କରିବା ନିରପେକ୍ଷ ନିୟମ ପ୍ରଣୟନ କରାଯାଇପାରେ । ରାଜନୈତିକ ବ୍ୟକ୍ତିଙ୍କ ଦ୍ୱାରା ପୁରସ୍କାର ପ୍ରଦାନକୁ ନେଇ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ ।  ଖେଳାଳିମାନେ ମଧ୍ୟ ମ୍ୟାଚ୍ ପରେ ଏକତା, ସମ୍ମାନର ଆଚରଣ ଦେଖାଇ ଉଦାହରଣ ସୃଷ୍ଟି କରିବା ଉଚିତ ।

ଚଳିତ ବର୍ଷର ଏସିଆ କପ୍ ଦର୍ଶାଇଛି,  କ୍ରିକେଟ୍ ଏବେ ଭାରତ-ପାକିସ୍ତାନ ମଧ୍ୟରେ ବିଭେଦର କ୍ଷେତ୍ର ହୋଇଛି ।  ଖେଳାଳିଙ୍କ ପ୍ରତିବାଦ ଏବେ ଜାତୀୟ ଭାବନା ପ୍ରକାଶ କରୁଛି । ଯାହା ଖେଳର ମୁଖ୍ୟ ଉଦ୍ଦେଶ୍ୟକୁ ଆଘାତ ଦେଉଛି। କ୍ରିକେଟ୍‌କୁ ଏକ ନିରପେକ୍ଷ ଓ ଆନନ୍ଦଦାୟୀ ଖେଳ ଭାବେ କିପରି ରକ୍ଷା କରାଯାଇପାରିବ । ସେଥିପାଇଁ ଭାବିବାର ବେଳ ଆସିଛି । ଖେଳାଳି, ବୋର୍ଡ ଓ ଆୟୋଜକଙ୍କୁ ଏନେଇ ଏକାଠି ବସି କାମ କରିବାକୁ ହେବ। କ୍ରିକେଟ୍ ହେଉଛି ଏକ ଖେଳ, ଯେଉଁଥିରେ କୋଟି କୋଟି ଲୋକଙ୍କ ଭାବନା ଜଡ଼ିତ ରହିଛି । ଏହାକୁ ରାଜନୀତିର ବିଷ ଦ୍ୱାରା ନଷ୍ଟ ହେବାକୁ ଦେବା ଉଚିତ୍ ନୁହେଁ।

Share196Tweet123
M M

M M

ଆଜିର ପାଗ

Bhubaneswar
May 6, 2026, 2:26 AM
 

SW
Overcast
25°C
2.6 m/s
Apparent: 31°C
Pressure: 1010 mb
Humidity: 93%
Winds: 2.6 m/s SW
Windgusts: 9.8 m/s
UV-Index: 0
Precip.: 0mm /58% / Rain
Sunrise: 5:14 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom