• Latest
  • Trending
ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

Jun-06-2025 10:01 AM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
  • About
  • Careers
  • Contact Us
Thursday, March 19, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଶିକ୍ଷା

ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

by newsroom
Jun-06-2025 10:01 AM IST
in ଶିକ୍ଷା
0
ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ
491
SHARES
1.4k
VIEWS
Share on FacebookShare on Twitter

ଏ ବର୍ଷ ତାମିଲନାଡୁର ସ୍କୁଲ ଗୁଡ଼ିକ ଗ୍ରୀଷ୍ମ ଛୁଟି ପରେ ନୂଆ ଢ଼ଙ୍ଗରେ ଖୋଲିଛି । ଗ୍ରୀଷ୍ମଛୁଟି ପରେ ପିଲାମାନଙ୍କୁ କେତୋଟି ନୂଆ କଥା କରିବା ପାଇଁ ପଡ଼ିବ । ଶିଖିବା ପାଇଁ ପଡ଼ିବ । ଆମେ ମଧ୍ୟବିତ ଶ୍ରେଣୀର ବାପାମାଆ ମାନେ ପିଲାମାନଙ୍କୁ ଚାକିରି କରିବା ପାଇଁ ପାଠ ପଢ଼ାଇଥାଉ । ମଧ୍ୟବିତଙ୍କ ମନକୁ ଜାଣି ଇଂରାଜି ମିଡିୟମ ସ୍କୁଲ ଗୁଡ଼ିକ ମେଡିକାଲ, ଇଂଜିନିୟରିଂ ତଥା ଆଇଟିରେ କିଭଳି ପାଠ ପଢ଼ିହେବ ଆଉ ଚାକିରି କରିହେବ ତାକୁ ଆଖିଆଗରେ ରଖି ପିଲାଙ୍କୁ ସେଇ ଦିଗରେ ନେଇଥାଆନ୍ତି । ଏବର୍ଷ ତାମିଲନାଡୁରେ ସରକାର ନିଷ୍ପତ୍ତି ନେଇଛନ୍ତି ପ୍ରତିଦିନ ବା ସପ୍ତାହରେ ଅନ୍ତତଃ ଗୋଟିଏ କ୍ଲାସ କମ୍ପଲସରି ରିଡିଂ ଆଓ୍ବାର ଭାବେ ରଖିବେ । ଏହାରା ଅର୍ଥ ହେଉଛି ସ୍କୁଲର ସିଲାବସ ବାହାରେ ପିଲାମାନେ ଅନ୍ୟାନ୍ୟ ବହି ,ଯଥା ଗପ , ଉପନ୍ୟାସ, ଏବଂ ଅନ୍ୟାନ୍ୟ ନିଜ ପସନ୍ଦର ବହି ସବୁ ପଢ଼ିବେ । ଏହାଦ୍ବାରା ପିଲାମାନଙ୍କର ବୈାଦ୍ଧିକ ଉନ୍ନତି ହେବ । ପିଲାମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସ୍କୁଲ ଲାଇବ୍ରେରୀ ସହିତ ଯୋଡ଼ାଯିବ । ଅଧିକରୁ ଅଧିକ ମାଗାଜିନ , ଆଉ ଅନ୍ୟାନ୍ୟ ବହି କିଭଳି ପାଇପାରିବେ ସେ ଦିଗରେ ଚେଷ୍ଟା କରାଯିବ । ଅନ୍ୟ ଏକ ନିଷ୍ପତ୍ତି ହେଉଛି ପିଲାମାନଙ୍କୁ ସାଇବର ସିକ୍ୟୁରିଟି ଟ୍ରେନିଂ ଦିଆଯିବ । ଯେତେବେଳେ ଅନଲାଇନ ଅପରାଧ ବଢ଼ୁଛି, ଠକାମି ବଢ଼ୁଛି, ସଂପର୍କ ତିଆରି କରିବା ନାମରେ ଟଙ୍କା ଠକି ନିଆଯାଉଛି, ଏଥିରୁ ବର୍ତ୍ତିବା ପାଇଁ ପିଲାମାନେ ସାଇବର ସିକ୍ୟୁରିଟି ଟ୍ରେନିଂ ପାଇବେ । ଏହା ଏକ ପ୍ରକାରର ଆତ୍ମରକ୍ଷା କୈାଶଳ । ପିଲାମାନେ ସାଇବର କ୍ରାଇମ୍, ହ୍ୟାକିଂ ଏବଂ ଏହିଭଳି କ୍ଷତିକାରକ ଅନଲାଇନ କାର୍ଯ୍ୟକଳାପରୁ ବଂଚିବା ପାଇଁ ଡିଜିଟାଲ ଟ୍ରେନିଂ ପାଇବେ । ସୋସିଆଲ ମିଡିଆକୁ କିପରି ବ୍ୟବହାର କରାଯିବ, ନିଜର ବ୍ୟକ୍ତିଗତ ଡାଟାକୁ କିପରି ସୁରକ୍ଷିତ ରଖାଯିବ ତାହା ପିଲାମାନେ ଶିକ୍ଷା ପାଇବେ । କୋଭିଡ ପରଠାରୁ ଏହା ଏକ ବଡ଼ ସମସ୍ୟା ହୋଇ ସାମନାକୁ ଆସିଛି । ଆଇଟି ଏକସପଟ ମାନେ ଏଥିପାଇଁ ପିଲାମାନଙ୍କୁ ଶିକ୍ଷାଦେବେ । ଏଥିପାଇଁ ଓ୍ବାର୍କସପ କରାଯିବ, ସାଇବର ଏକସପଟମାନଙ୍କୁ ନିଯୁକ୍ତି ମିଳିବ । ଫିଜିକାଲ ଏଜୁକେସନ ଟିଚର ବା ପିଇଟି ସାରଙ୍କୁ ସ୍କୁଲ ଆରମ୍ଭର 30 ମିନିଟ ପୂର୍ବରୁ ଆସିବା ପାଇଁ କୁହାଯିବ । ଏମାନେ ପ୍ରତିଦିନ ପିଲାମାନଙ୍କର ଗ୍ରୁପ ଏକସରସାଇଜ କରିବେ । ପିଲାମାନେ ଡ୍ରିଲ କରିବେ, ବିଭିନ୍ନ ଟିମରେ ବିଭକ୍ତ ହୋଇ ଖେଳିବେ । ପ୍ରତିଦିନ ପିଲାମାନଙ୍କୁ ଏହି ଶାରୀରିକ ଟ୍ରେନିଂ ଦିଆଯିବ । ସବୁ ପିଲାଙ୍କୁ ଏଥିରେ ଭାଗ ନେବାପାଇଁ ସ୍କୁଲ କର୍ତ୍ତୃପକ୍ଷ ନଜର ରଖିବେ । କେବଳ ତାମିଲନାଡୁ ନୁହେଁ ପୃଥିବୀର ବିଭିନ୍ନ ଦେଶରେ ପିଲାମାନଙ୍କୁ ଏହି ଭଳି କାମରେ ଲଗାଯିବା ପାଇଁ ବ୍ୟବସ୍ଥା ରହିଛି । ସ୍କୁଲ ପାଠ ବାହାରେ ବସ୍ତାନିର ବୋଝ ବାହାରେ ଏମିତି ଗୋଟିଏ ପିଲା ତିଆରି ହେବା ଜରୁରୀ ଯିଏ ଏହି ଦୁନିଆର ଟ୍ରେଣ୍ଡ ସହିତ ଚାଲିଥିବ , ଆଉ ପିଲା ବଡ଼ ହେବା ବେଳକୁ ତା ଭିତରେ ବଂଚିବା ପାଇଁ ଆବଶ୍ୟକ ସ୍କିଲ ରହିଥିବ । ମୁଁ ଆପଣଙ୍କୁ ଏଲ ସାଲଭେଡର ଭଳି ଗୋଟିଏ ଦେଶର ଉଦାହରଣ ଦେବି, ଆପଣମାନଙ୍କ ମଧ୍ୟରୁ ଅନେକ ଏ ଦେଶର ନାମ ଶୁଣିନଥିବେ । ଏହି ଦେଶର ପିଲାମାନଙ୍କୁ ପ୍ରତି ସପ୍ତାହରେ ତିନି ଘଣ୍ଟା ଆର୍ଟିଫିସିଆଲ ଇଣ୍ଡେଲିଂଜେନସ ଓ ରୋବେଟିକ୍ ଟ୍ରେନିଂ ଦିଆଯାଇଥାଏ । ଏହି ଦେଶ ବିଟ୍ କଏନର ପ୍ରଚାର ପ୍ରସାର କରିଥାଏ । ଡିଜିଟାଲ କଏନ ବିଷୟରେ ସ୍କୁଲ ପିଲାଙ୍କୁ ଏହି ଦେଶରେ ଶିକ୍ଷା ଦିଆଯାଇଥାଏ । ସ୍କୁଲ ପିଲାଙ୍କୁ ଏଆଇ ମାଧ୍ୟମରେ କିପରି ହେଲଥ କେୟାର ଏବଂ ଚାଷ କରାଯାଇପାରିବ ସେ ସଂପର୍କରେ ଶିକ୍ଷା ଦିଆଯାଇଥାଏ । ଆଗକୁ ଯେଉଁ ଦୁନିଆ ଆସୁଛି ସେହି ଟ୍ରେଣ୍ଡ ସହ ରହିବାକୁ ହେଲେ ଟେକ୍ନୋଲୋଜି ଜାଣିବା ଜରୁରୀ । ନୂଆ କିଛି ଶିକ୍ଷିବା ବା ଏନୋଭେସନ ଶକ୍ତି ପିଲାଭିତରେ ରହିବା ଜରୁରୀ । ପିଲା କୋଡିଂ ଜାଣିବ, ଏବଂ ପ୍ରୋବ୍ଲେମ ସଲଭ କରିବାର ବାଟ ଜାଣିବା ଜରୁରୀ । ୟୁକେ ରେ ପିଲାମାନଙ୍କୁ ଷ୍ଟେନ ସାଇନସ, ଟେକ୍ନୋଲୋଜି, ଇଂଜିନିୟରିଂ ଏବଂ ମାଥମାଟିକସ ଏକ୍ଟ୍ରା କରିକୁଲାର ଆକ୍ଟିଭିଟିଜ ଦିଆଯାଇଥାଏ । ଏଠି ମଧ୍ୟ ଏଆଇ , ରୋବେଟିକ୍ ଟ୍ରେନିଂ ସ୍କୁଲ ପିଲାଙ୍କୁ କ୍ଲାସ ରୁମରେ ଶିକ୍ଷା ଦିଆଯାଇଥାଏ । ପୃଥିବୀର ସବୁଠାରୁ ସମୃଦ୍ଧ ରାଷ୍ଟ୍ର ସ୍କୁଲ ପିଲା ଏଆଇ ଆଉ ରୋବେଟିକ୍ ଟେକ୍ନୋଲୋଜି ବିଷୟରେ ଅଭ୍ୟସ୍ତ ଥାଆନ୍ତି । ସ୍କୁଲ ପିଲାଙ୍କୁ ଫାଷ୍ଟ ରୋବେଟିକ୍ କମ୍ପିଟିସନ ବା ଫାଷ୍ଟ ଟେକ୍ ଚ୍ୟାଲେଂଜ ଜରିଆରେ ପିଲାମାନେ କିପରି ରୋବଟ ତିଆରି କରିବେ ଆଉ ଡିଜାଇନ କରିବେ ସେ ସଂପର୍କରେ ଶିକ୍ଷା ଦିଆଯାଇଥାଏ । ଏସବୁ କରିବାର ଉଦ୍ଦେଶ୍ୟ ହେଉଛି ଆମେ ଗୋଟିଏ ଜାତିକୁ କିପରି ତିଆରି କରୁଛେ । ଆଗାମୀ ଦଶ ବର୍ଷର ଦୁନିଆକୁ କିପରି ଦେଖୁଛେ । ସମୟ ସହ ତାଳ ଦେଇ ଆମେ ଯାଉଛେ ନା ପଛରେ ପଡ଼ିଛେ । ଯଦି ଏହି ସବୁ ପ୍ରଶ୍ନ ଆମ ଭିତରେ ଉଙ୍କି ମାରୁଥାଏ ତେବେ ପ୍ରଥମେ ସ୍କୁଲ ଶିକ୍ଷାକୁ ସଜାଡ଼ିବାକୁ ପଡ଼ିବ । ବିକଶିତ ଓଡ଼ିଶା , ବିକଶିତ ଭାରତ କଥା ଯଦି ଆମେ ଭାବୁଛେ , ସେତିକିବେଳେ ସ୍କୁଲରେ ପାଠ ଆରମ୍ଭ କରୁଥିବା ବା ପାଠ ପଢ଼ୁଥିବା ପିଲାଙ୍କ କଥା ଭାବିବା ଜରୁରୀ । ତାମିଲନାଡୁ ଏ ସଂପର୍କରେ ଚିନ୍ତା କରୁଛି । ଦେଶର ପ୍ରତି କୋଣଅନୁକୋଣରେ ରହିଥିବା ସ୍କୁଲ ପିଲାଟିଏ ସମୟ ସହ କିଭଳି ଚାଲିପାରିବ ସେ ଦିଗରେ ଚିନ୍ତା କରିବା ଜରୁରୀ ।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
March 19, 2026, 5:22 PM
 

E
Thunderstorm with light hail
27°C
0.1 m/s
Apparent: 29°C
Pressure: 1011 mb
Humidity: 92%
Winds: 0.1 m/s E
Windgusts: 5.8 m/s
UV-Index: 0
Precip.: 5.1mm /28% / Rain
Sunrise: 5:51 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

March 19, 2026
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom