ଏମ୍ଏସ୍ଏମ୍ଇ ଗୁଡ଼ିକର ପରିଚାଳନାଗତ ବୋଝ ହ୍ରାସ କରିବା ଲାଗି ସଂସ୍କାର GST

by newsroom SEP-05-2025 4:53 AM IST in ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଯୁକ୍ତି ସୃଷ୍ଟି, ନବସୃଜନ ଏବଂ ଆର୍ଥିକ ସମ୍ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା, ଭାରତର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଗୁଡ଼ିକୁ ସଶକ୍ତ କରିବା ଲାଗି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଆଜି ଦୋହରାଇଛନ୍ତି।

ସେ କହିଛନ୍ତି ଯେ, ବିଗତ ବର୍ଷଗୁଡ଼ିକରେ ସରକାର ଋଣ ସୁବିଧାକୁ ସହଜ କରିବା, ବଜାର ସଂଯୋଗ ସମ୍ପ୍ରସାରଣ କରିବା ଏବଂ ଏମ୍ଏସ୍ଏମ୍ଇ ଗୁଡ଼ିକର ପରିଚାଳନାଗତ ବୋଝ ହ୍ରାସ କରିବା ଲାଗି ଅନେକ ସଂସ୍କାର କରିଛନ୍ତି। ସଦ୍ୟତମ ଜିଏସଟି ସଂସ୍କାର ଏହି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି ।

ଶ୍ରୀ ଶ୍ୟାମ ଶେଖରଙ୍କ ଏକ ପୋଷ୍ଟ ଉପରେ ଏକ୍ସ ରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ କହିଛନ୍ତି :

ଏମ୍ଏସ୍ଏମ୍ଇ ଗୁଡ଼ିକ ଆମ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ, ଯାହା ନିଯୁକ୍ତି ସୃଷ୍ଟି କରିବା ସହ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ।

ସହଜ ଋଣ ଠାରୁ ଆରମ୍ଭ କରି ବ୍ୟାପକ ବଜାର ସୁବିଧା ପର୍ଯ୍ୟନ୍ତ, ପ୍ରତ୍ୟେକ ସଂସ୍କାରର ଉଦ୍ଦେଶ୍ୟ ହେଉଛି କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟକୁ ସୁଦୃଢ଼ କରିବା।

ସଦ୍ୟତମ ଜିଏସଟି ପରିବର୍ତ୍ତନ ହାରକୁ ଯୁକ୍ତିସଙ୍ଗତ କରି, ଅନୁପାଳନକୁ ସରଳ କରି ଏବଂ ସାରା ଭାରତରେ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରି ଏହି ଗତିଶୀଳତାକୁ ଦର୍ଶାଉଛି ।