• Latest
  • Trending

ଭୋଟ ଚୋରି ରୋକିବ କିଏ?

Aug-18-2025 11:59 AM IST
odisha.newsroom.in

“ଇସ୍ତଫା ଦେବାର ପ୍ରଶ୍ନ ଉଠୁନି, ମୁଁ ନିର୍ବାଚନ ହାରିନି”…ପରାଜୟ ପରେ ମମତାଙ୍କ ବଡ଼ ବୟାନ…

May-05-2026 05:43 PM IST
odisha.newsroom.in

ଶେଷ ହେଲା ମମତାଙ୍କ ‘ଆଳୁ ପଲିଟିକ୍ସ’: ଓଡ଼ିଶାକୁ ଏବେ ସହଜରେ ଆସିବ ପଶ୍ଚିମବଙ୍ଗ ଆଳୁ

May-05-2026 04:07 PM IST
odisha.newsroom.in

ହାରିଯିବା ପରେ କଣ ହେବ ମମତାଙ୍କ ପରବର୍ତ୍ତୀ ରଣନୀତି ? ବଢୁଛି ଚର୍ଚ୍ଚା…

May-05-2026 03:16 PM IST
odisha.newsroom.in

ଗୋଟିଏ ଭୋଟରେ କେମିତି ହାରିଲେ ତାମିଲନାଡୁ ମନ୍ତ୍ରୀ…ଜାଣିଲେ ହେବେ ଆଶ୍ଚର୍ଯ୍ୟ…

May-05-2026 02:48 PM IST
odisha.newsroom.in

ମ୍ୟାଜିକ ନମ୍ବର ଛୁଇଁନି TVK…କେମିତି ଗଢ଼ିବ ସରକାର ?

May-05-2026 11:59 AM IST
odisha.newsroom.in

ଓଡ଼ିଶାରେ କାଳବୈଶାଖୀର କରାଳ ରୂପ: ୧୦ ଯାଏଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

May-05-2026 11:11 AM IST
odisha.newsroom.in

“ଗୁଣ୍ଡାମାନେ ଭିତରେ ପଶି ମୋତେ ମାଡ଼ ମାରିଲେ”: ପରାଜୟ ପରେ ମମତାଙ୍କ ସାଂଘାତିକ ଅଭିଯୋଗ

May-05-2026 10:55 AM IST
odisha.newsroom.in

କାହିଁକି ଭବାନୀପୁର ଆସନ ରଖିପାରିଲେନି ମମତା ? ଜାଣନ୍ତୁ ଏହା ପଛର ୫ କାରଣ…

May-05-2026 10:37 AM IST
Horoscope 2026 May 05: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 05: ଜାଣନ୍ତୁ ଆଜିର ରାଶିଫଳ…

May-05-2026 10:22 AM IST
odisha.newsroom.in

ବଙ୍ଗଳା ଓ ଆସାମରେ ବିଜେପିର ଦବଦବା…ତାମିଲନାଡୁରେ ବିଜୟଙ୍କ ‘ବ୍ଲକବଷ୍ଟର’ ଏଣ୍ଟ୍ରି

May-04-2026 06:52 PM IST
  • About
  • Careers
  • Contact Us
Wednesday, May 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଭୋଟ ଚୋରି ରୋକିବ କିଏ?

by M M
Aug-18-2025 11:59 AM IST
in ବଡ଼ ଖବର, ବିଶେଷ
0
491
SHARES
1.4k
VIEWS
Share on FacebookShare on Twitter

 

 

ଭୋଟ ଚୋରି , ଆପଣମାନଙ୍କ ଭୋଟ ଚୋରି ହୋଇଯାଉଛି । ଭୋଟ ଦିଆଯାଉଛି ଜଣଙ୍କୁ, କିନ୍ତୁ ଜିତୁଛି ଆଉ ଜଣେ । ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ବିହାରରେ ଭୋଟ ଅଧିକାର ଯାତ୍ରା ଆରମ୍ଭ କରିଛନ୍ତି । ଆଉ ଇଲେକସନ କମିଶନ ଗୋଟିଏ ପ୍ରେସ କନଫରେନସ ମାଧ୍ୟମରେ ରାହୁଲ ଗାନ୍ଧୀଙ୍କୁ ଜବାବ ଦେଇଛନ୍ତି । ରାହୁଲ ଗାନ୍ଧୀ ପ୍ରଶ୍ନ କରିଥିଲେ । ଭୋଟ ଦାନ ସମୟର ସିସିଟିଭି ଫୁଟେଜ ଦିଆଯାଉ । ଆଉ ଭୋଟଦାନର ଡିଜିଟାଲ ରେକର୍ଡ ଦିଆଯାଉ । ଅର୍ଥାତ ଯାହାର ଟେକ୍ନୋଲୋଜି ସାହାଯ୍ୟରେ ଭୋଟ ଦାନ କ୍ଷେତ୍ରରେ ଯେଉଁ ଠକାମି ହୋଇଛି ତାକୁ ମେସିନ ଧରିପାରିବ । ଏହାର ଜବାବ ରଖିଛନ୍ତି ଇଲେକସନ କମିଶନ  । ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର । ସେ କହୁଛନ୍ତି, ଆମେ କାହଁକି ସିସିଟିଭି ଫୁଟେଜ ଦେବୁନାହିଁ । ଯେତେବେଳେ ଇଲେକସନ କମିଶନଙ୍କ ବିରୋଧରେ ଏତେବଡ଼ ଅଭିଯୋଗ ଆସୁଛି  । ବିଜେପି ସହିତ ମିଶି ନିର୍ବାଚନକୁ ଜାଲିଆତି କରାଯାଉଛି  । ସେତିକିବେଳେ ସ୍ବଚ୍ଛତା ପାଇଁ ସର୍ବସାଧାରଣରେ ସିସିଟିଭି ଫୁଟେଜ ରଖିଲେ କ୍ଷତି କଣ । ଜ୍ଞାନେଶ କୁମାର କହିଛନ୍ତି , ଆମେ ଏଥିପାଇଁ ସିସିଟିଭି ଫୁଟେଜ ଦେବୁ ନାହିଁ । କାରଣ ଏହା ବ୍ୟକ୍ତିଗତ ଗୋପନୀୟତାକୁ ସର୍ବସାଧାରଣରେ ପକାଇଦେବ । ଭୋଟ ଦାନ କ୍ଷେତ୍ରରେ ବ୍ୟକ୍ତିଦାନ ଗୋପନୀୟତା କଣ ? ଭୋଟ ଦେବା ତ ଗୋଟିଏ ମୁକ୍ତ ତଥା ଖୋଲା ବ୍ୟବସ୍ଥା । ଇଲେକସନ କମିଶନ କହୁଛନ୍ତି ଭାରତ ବର୍ଷରେ ନକ୍ସଲ ଅଧ୍ୟୁଷିତ ଅଂଚଳ ଅଛି । ଯେଉଁଠାରେ ଲୋକମାନେ ଭୋଟ ଦାନ କ୍ଷେତ୍ରରେ ଗୋପନୀୟତା ଚାହାଁନ୍ତି । କାରଣ ଏଠି ନକ୍ସଲମାନେ ଭୋଟକୁ ନେଇ ଜୀବନ ନେଇପାରନ୍ତି । ତେଣୁ ଯଦି ଆମେ କିଏ ଭୋଟ ଦେଲେ ତାହାର ପୁରା ଡାଟା, ସିସିଟିଭି ଫୁଟେଜ ସର୍ବସାଧାରଣରେ ପ୍ରକାଶ କରିଦେବୁ । ତାହେଲେ କିଛି ଲୋକଙ୍କର ବ୍ୟକ୍ତିଗତ ସ୍ବାଧୀନତା କ୍ଷୂର୍ଣ୍ଣ ହେବ । ଇଲେକସନ କମିଶନ ଆହୁରି କହୁଛନ୍ତ ଆମେ କଣ ଆମ ମା, ଭଉଣୀଙ୍କ ତାଲିକା କଣ ସର୍ବସାଧାରଣରେ ପ୍ରକାଶ କରିଦେବୁ । 2019 ମସିହାରେ ସୁପ୍ରିମକୋର୍ଟ କହିଥିଲେ ଯଦି ଏହା ଘଟେ ତାହେଲେ ବ୍ୟକ୍ତିଗତ ଗୋପନୀୟତାକୁ ଭଙ୍ଗ କରିବ । ଏହି ପ୍ରସଙ୍ଗରେ କଂଗ୍ରେସର ମୁଖପାତ୍ର ପବନ ଖେରା କହୁଛନ୍ତି ଯଦି ତମେ ଏହି ଫୁଟେଜ କାହାକୁ ଦେବ ନାହିଁ , ତାହେଲେ ଏହାକୁ ରେକର୍ଡ କରୁଛ କାହିଁକି ? ଇଲେକସନ କମିଶନର ପରିବର୍ତ୍ତିତ ନିୟମ ଅନୁସାରେ ଏହି ଫୁଟେଜ 45 ଦିନ ପରେ ନଷ୍ଟ କରିଦିଆଯିବ । ପବନ ଖେରା କହୁଛନ୍ତି ଏହି 45 ଦିନ ଭିତରେ ଜଣଙ୍କର ବ୍ୟକ୍ତିଗତ ଗୋପନୀୟତା ଭଙ୍ଗ କରାଯାଉଛି କି ନାହିଁ । କୋଟିଏ 30 ଲକ୍ଷ କର୍ମଚାରୀ, ଏବଂ ପ୍ରାର୍ଥୀଙ୍କ ଏଜେଣ୍ଟ ଭୋଟ ଦାନ ପ୍ରକ୍ରିୟାରେ ସାମିଲ ହେଉଥିବା ନିର୍ବାଚନ କମିଶନ କହିଛନ୍ତି । ଏତିକି ବେଳେ ଆମେ କହିବା କି ଭୋଟ ଚୋରି ହୋଇଗଲା , ନିର୍ବାଚନ କମିଶନ ପ୍ରଶ୍ନ ଉଠାଉଛନ୍ତି । ବଡ଼ କଥା ହେଉଛି ଯେହେତୁ ଭୋଟର ଆଇକାର୍ଡ ତିଆରି କଲାବେଳେ ସମସ୍ତ ମା, ଭଉଣୀଙ୍କ ଫଟୋ ନିଆଯାଉଛି, ବିଭିନ୍ନ ଏଜେନସି ଜରିଆରେ ଏହାକୁ ପ୍ରସ୍ତୁତ କରାଯାଉଛି  । ବହୁ ଜାଗାରେ ଏହାକୁ ପରିଚୟପତ୍ର ଭାବରେ ବ୍ୟବହାର କରାଯାଉଛି  । ତେଣୁ ଭୋଟର ଆଇକାର୍ଡ ଏକ ଗୋପନୀୟ ଡକୁମେଂଟ ନୁହେଁ । ବହୁ ଜାଗାରେ ଡାଟା ଚୋରି ହୁଏ । ଫଳରେ ଆମ ପାଖକୁ ପ୍ରତାରଣାପୂର୍ଣ୍ଣ କଲ ସବୁ ଆସେ । ଅର୍ଥାତ ଆମର ପରିଚୟ କେଉଁଠି ସାଇବର ଅପରାଧିଙ୍କ ପାଖକୁ ପଳାଇ ଯାଉଛି । ଅନ୍ୟ କଥାଟି ହେଉଛି  । ଭୋଟ ପରିଚୟ କ୍ଷେତ୍ରରେ ବୁର୍ଖା ପିନ୍ଧୁଥିବା ମୁସଲିମ ମହିଳାମାନେ ମଧ୍ୟ ନିଜ ମୁହଁର ଫଟୋ ଦେବାପାଇଁ ବାଧ୍ୟ । ରକ୍ଷଣଶୀଳ ମଫସଲ ଗାଁରେ ଓଢ଼ଣା ପକାଉଥିବା ସ୍ତ୍ରୀ ଲୋକଟିଏ ମଧ୍ୟ ଭୋଟର ପରିଚୟ ପତ୍ର ପାଇଁ କ୍ୟାମେରା ଆଗରେ ମୁହଁ ଦେଖାଇବା ପାଇଁ ବାଧ୍ୟ । କାରଣ ଏହା ଏକ ଆଇନଗତ ଆବଶ୍ୟକତା । ତେଣୁ ଏଥିରେ ଗୋପନୀୟତା ନାହିଁ । ସିସିଟିଭି ଫୁଟେଜରେ ଭୋଟ ଦେବାକୁ ରେକର୍ଡ କରିବାରେ ଯଦି ଆଇନଗତ ବାଧା ନାହିଁ । ତେବେ ଆବଶ୍ୟକ ପଡ଼ିଲେ ଏହାକୁ ଦେଖିବାରେ ବା ତର୍ଜମାରେ ଗୋପନୀୟତା ଭଙ୍ଗ ହେବ କିପରି । କିନ୍ତୁ ଗୋଟିଏ ପଲଟିକାଲ ପାର୍ଟି, ଟ୍ରଷ୍ଟ, ଏନଜିଓ ବା ଅନୁଷ୍ଠାନକୁ ଏହି ଭଳି ସିସିଟିଭି ଫୁଟେଜ ବା ଡିଜିଟାଲ ଭୋଟର ରୋଲର ଡାଟା ପ୍ରଦାନ ୟକରାଯାଇପାରିବ କି ?  ଯଦି ଏତେ ପରିମାଣର ଡାଟାକୁ ନେଇ କିଛି ସମସ୍ୟା ତିହାରି କରାଯାଏ ତାହେଲେ କିଏ ଏଥିପାଇଁ ଦାୟୀ ହେବ । କାରଣ ଡାଟା ହେଉଛି ନୂଆ ଶକ୍ତି । କୋଟି କୋଟି ଲୋକଙ୍କ ଡାଟାକୁ ନେଇ ବହୁ କାମ କରାଯାଇପାରେ । ତେଣୁ ଏକ୍ଷେତ୍ରରେ ବାଟ କଣ ? ନିର୍ବାଚନରେ ସ୍ବଚ୍ଛତା ରହିବା ଦରକାର  । ଆଉ ଯଦି ଗୋପନୀୟତା ଆଳରେ ଏହାକୁ ବନ୍ଦ କରାଯାଏ । ତାହେଲେ ଭୋଟ ଚୋରି ହେବ କି ନାହିଁ । ଏଣୁ ସମାଧାନର ରାସ୍ତା ହେଉଛି ପୁରା ଇଲେକସନ ଭୋଟ ଦାନ ପ୍ରକ୍ରିୟାର ଅଡିଟ ଯଦି ସରକାରଙ୍କର, ସମସ୍ତ ଖର୍ଚର ଅଡିଟ ହେଉଛି ତାହେଲେ ଭୋଟର ଅଡିଟ ହେବନାହିଁ କାହିଁକି ? କଂଗ୍ରେସ , ବିଜେପି, ସମାଜବାଦୀ ପାର୍ଟି ହାତରେ ଏତେ ପରିମାଣରେ ଏତେ ପରିମାଣର ଡାଟାକୁ ନଦିଆଯାଇ ତୃତୀୟ ପକ୍ଷ ପାଖରେ ଏହାର ଅଡିଟ କରାଗଲେ ଅସୁବିଧା କଣ? ଯେଉଁ ଅଡିଟ ରିପୋର୍ଟ ବିଶ୍ବସନୀୟ ହେବ । ଆଉ ଭୋଟ ଚୋରିକୁ ଧରିବ । ଏଭଳି ଅଡିଟ ପାଇଁ ବ୍ୟବସ୍ଥା ନକରି ନିଜ ବ୍ୟବସ୍ଥାକୁ ସ୍ବଚ୍ଛ ଅଛି ବୋଲି ଇଲେକସନ କମିଶନ ସାର୍ଟିଫିକେଟ ଦେବାରେ ଆବଶ୍ୟକତା କଣ । ଦ୍ବିତୀୟ ପ୍ରଶ୍ନ ହେଉଛି ଯଦି ନକ୍ସଲ ପ୍ରଭାବିତ ଅଂଚଳ । ଆତଙ୍କବାଦୀ ଅଧ୍ୟୁଷିତ ଅଂଚଳ । ଯେଉଁ ଜାଗାରେ ଭୋଟ ଯୋଗୁଁ କିଛି ସମସ୍ୟା ହୋଇପାରେ ସେ ସ୍ଥାନରେ ସିସିଟିଭି ଫୁଟେଜ କାହାକୁ ନଦିଆଯାଇପାରେ । ଇଲେକସନ କମିଶନ ଭୋଟ ବେଳେ ଯେପରି ସ୍ପର୍ଶକାତର ବୁଥ ସବୁ ଘୋଷଣା କରନ୍ତି  । ସେହିଭଳି ଏହିସବୁ ବୁଥର ସିସିଟିଭି ଫୁଟେଜ ବା ଡିଜିଟାଲ ଡାଟା କାହାକୁ ଦିଆଯିବ ନାହିଁ ବୋଲି ଘୋଷଣା କରିବେ । ଆଉ ବାକି ସବୁ ଅଂଚଳର ଡାଟାକୁ ସର୍ବସାଧାରଣରେ ପ୍ରକାଶ କରିବେ । ବା ଅଡିଟ କରାଇବେ । ନିର୍ବାଚନ ସଂପର୍କରେ ଯେଉଁ ସବୁ ପ୍ରଶ୍ନ ଆସିଛି ତାକୁ ଏଡାଇଯିବା ଜରୁରୀ ନା ବ୍ୟବସ୍ଥାକୁ ତର୍ଜମା କରି ନୂଆ ବାଟ ଖୋଜି ଘରସଜାଡ଼ିବାର ଆବଶ୍ୟକତା ଅଛି ଏ ସଂପର୍କରେ ଇଲେକସନ କମିଶନ ଚିନ୍ତା କରିବା ଉଚିତ କି ନୁହେଁ ।

 

Share196Tweet123
M M

M M

ଆଜିର ପାଗ

Bhubaneswar
May 6, 2026, 6:52 AM
 

W
Mainly clear
26°C
1.2 m/s
Apparent: 31°C
Pressure: 1008 mb
Humidity: 96%
Winds: 1.2 m/s W
Windgusts: 9.4 m/s
UV-Index: 0
Precip.: 2.5mm /65% / Rain
Sunrise: 5:14 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom