ଭାରତୀୟ ଜନତା ପାର୍ଟି (BJP)ର ନବନିଯୁକ୍ତ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଶ୍ରୀ ନୀତିନ ନବୀନଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ନୀତିନ ନବୀନ ନୂଆକରି ଦାୟିତ୍ୱ ଗ୍ରହଣ କରିବା ପରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସାକ୍ଷାତ କରିଥିଲେ ଏବଂ ତାଙ୍କୁ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଇଥିଲେ।
ଦଳର ଏହି ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱ ପାଇଁ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ନୂତନ କାର୍ଯ୍ୟକାରୀ ସଭାପତିଙ୍କ ନେତୃତ୍ୱରେ ଦଳ ଆହୁରି ମଜବୁତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରଧାନ ଏହି ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ସାଙ୍ଗଠନିକ କାର୍ଯ୍ୟକ୍ରମ ଏବଂ ଆଗାମୀ ରଣନୀତି ଉପରେ ଆଲୋଚନା ହୋଇଥିଲା। ବିଜେପିର ଦୁଇ ବରିଷ୍ଠ ନେତାଙ୍କ ଏହି ସାକ୍ଷାତ ଦଳ ଭିତରେ ସହଯୋଗ ଓ ସମନ୍ୱୟ ବଜାୟ ରଖିବା ଦିଗରେ ଏକ ସକାରାତ୍ମକ ବାର୍ତ୍ତା ବହନ କରୁଛି।
ନୀତିନ ନବୀନ ଦାୟିତ୍ୱ ନେବା ପରେ କେନ୍ଦ୍ରୀୟ ନେତୃତ୍ୱ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ମିଶି ଦଳର କାର୍ଯ୍ୟକୁ ଆଗକୁ ବଢ଼ାଇବାକୁ ସଙ୍କଳ୍ପ ନେଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା ଜଣାଇବା ପରେ ନୀତିନ ନବୀନ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
















