୨୯ ଏପ୍ରିଲ ୨୦୨୬, ବୁଧବାର। ତିଥି: ବୈଶାଖ ଶୁକ୍ଳ ତ୍ରୟୋଦଶୀ। ନକ୍ଷତ୍ର: ହସ୍ତା। ଚନ୍ଦ୍ର: କନ୍ୟା। ଶିବ ପ୍ରଦୋଷ ବ୍ରତ। ସୂର୍ଯ୍ୟୋଦୟ: ୫ଟା୨୨, ସୂର୍ଯ୍ୟାସ୍ତ: ୬ଟା୫। ଘାତଚନ୍ଦ୍ର: ବୃଷ। ଘାତବାର: କର୍କଟ। ଶୁଭବେଳା: ପ୍ରାତଃ ୫ଟା୨୨ରୁ ୭ଟା୪, ଦିବା ୧୦ଟା୮ରୁ ୧୧ଟା୧୮, ଦିବା ୧ଟା୫୧ରୁ ୫ଟା୧୪, ସନ୍ଧ୍ୟା ୬ଟା୫୦ରୁ ୧୦ଟା୩୬, ରାତ୍ରି ୧ଟା୩୬ରୁ ୨ଟା୩୩, ରାତ୍ରି ୩ଟା୫୭ରୁ ୫ଟା୨୨ ପର୍ଯ୍ୟନ୍ତ।
ମେଷ: ଭବନ ନିର୍ମାଣ କରୁଥିବା ଲୋକ ନୂଆ କାମ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଶତ୍ରୁମାନେ ଦବି ରହିବେ। କ୍ୟାରିୟରରେ ସଫଳତା ହାସଲ ହେବ। ଛାତ୍ରଙ୍କ ଲାଗି ଦିନଟି ସାମାନ୍ୟ ରହିବ। ନିର୍ମାଣ
ବୃଷ: ସାଜସରଞ୍ଜାମ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନସାଥୀ ସହିତ ବାହାରକୁ ବୁଲି ଯିବେ। କିଛି କାମରେ ଅଧିକ ସମୟ ଲାଗିବ। କୌଣସି ବ୍ୟକ୍ତିର ମତ ଆପଣଙ୍କ ଲାଗି ଶୁଭ ସାବ୍ୟସ୍ତ ହେବ।
ମିଥୁନ: କେହି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଆପଣଙ୍କ ଘରକୁ ଆସିବେ। ଅଧୁରା କାମ ସଂପୂର୍ଣ୍ଣ ହେବ। କିଛି ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ହେବ। ଗୃହ ସଂପତ୍ତି କିଣିବା ଯୋଗ ଅଛି।
କର୍କଟ: ଆପଣଙ୍କୁ ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିବ। ରାଜନୀତି ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। କୌଣସି ବିଶେଷ କାର୍ଯ୍ୟ କରିବା ପାଇଁ ମନ ବନାଇବେ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।
ସିଂହ: ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ। ବନ୍ଧୁ ମାଧ୍ୟମରେ ଆପଣଙ୍କର କୌଣସି କାମ ସଂପୂର୍ଣ୍ଣ ହେବ। ଆର୍ଥିକ ରୂପେ ଆପଣଙ୍କୁ ଲାଭ ମିଳିବ। ବିବାହିତଙ୍କର ଦିନଟି ଭଲରେ ବିତିବ।
କନ୍ୟା: ବ୍ୟବସାୟରେ ବକେୟା ଅର୍ଥ ପାଇବେ। ପରିବାର ଲୋକ ଆପଣଙ୍କର ପ୍ରତ୍ୟେକ ଫଇସଲାରେ ସାଥ ଦେବେ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିବେ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।
ତୁଳା: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲକୁ ଯିବେ। କ୍ୟାରିୟର ପାଇଁ କୌଣସି ସୁବର୍ଣ୍ଣ ସୁଯୋଗ ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ବିଛା: ପରିବାର ଲୋକଙ୍କ ସହ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କୌଣସି ଶୁଭ ସୂଚନା ପାଇବେ। ଆପଣଙ୍କ କାମରେ ନୂତନତ୍ବ ଆସିବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।
ଧନୁ: ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ। ବେପାରରେ ଲାଭ ହେବ। ପରିବାରରେ କୌଣସି କାମ ପାଇଁ ଅଧିକ ଯାତୟାତ କରିବେ। କୋର୍ଟ କଚେରି ମାମଲାରେ କୌଣସି ବରିଷ୍ଠଙ୍କ ସାହାଯ୍ୟ ନେବେ।
ମକର: ନିଜକୁ ଶକ୍ତି ଭରା ଅନୁଭବ କରିବେ। ଆପଣଙ୍କୁ ଆନନ୍ଦ ଅନୁଭୂତି ହେବ। ବ୍ୟବସାୟରେ ଲାଭ ପହଞ୍ଚାଇବା ଲୋକ ପାଇବେ। କାମରେ ଦୂରସ୍ଥାନକୁ ଯିବେ। ନୂଆ ଘର କିଣିବା ଲାଗି ଭାବିବେ।
କୁମ୍ଭ: ବ୍ୟବସାୟ କ୍ଷେତ୍ରରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ ଜୀବନ ସବୁ ପ୍ରକାର ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ।
ମୀନ: ନିଜର କାର୍ଯ୍ୟସୂଚୀ ପରିବର୍ତ୍ତନ କରିବେ। ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଦାମ୍ପତ୍ୟ ଜୀବନ ସୁଖକର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।







:max_bytes(150000):strip_icc()/Health-Stocksy_txp3d0ecc80Mrw300_Medium_663260-32aabbea1b5746eb860666d69a624204.jpg?w=1920&resize=1920,1295&ssl=1)

/odishatv/media/media_files/2026/04/28/puri-2026-04-28-08-47-54.jpg?w=1200&resize=1200,601&ssl=1)

