୨୮ ଏପ୍ରିଲ ୨୦୨୬, ମଙ୍ଗଳବାର। ତିଥି: ବୈଶାଖ ଶୁକ୍ଳ ଦ୍ବାଦଶୀ। ନକ୍ଷତ୍ର: ଉତ୍ତରାଫାଲ୍ଗୁନୀ। ଚନ୍ଦ୍ର: କନ୍ୟା। ଉତ୍କଳଗୌରବ ମଧୁସୂଦନ ଦାସ ଜୟନ୍ତୀ, ଓକିଲ ଦିବସ। ସୂର୍ଯ୍ୟୋଦୟ: ୫ଟା୨୩, ସୂର୍ଯ୍ୟାସ୍ତ: ୬ଟା୫। ଘାତଚନ୍ଦ୍ର: ବୃଷ। ଘାତବାର: ମକର। ଶୁଭବେଳା: ଦିବା ୮ଟା୩୩ରୁ ୧୦ଟା୨୮, ଦିବା ୧ଟାରୁ ୧ଟା୧୯, ଦିବା ୪ଟା୨୯ରୁ ୫ଟା୧୪, ସନ୍ଧ୍ୟା ୬ଟା୫ରୁ ୬ଟା୫୦, ରାତ୍ରି ୯ଟା୫ରୁ ୧୧ଟା୨୧, ରାତ୍ରି ୧ଟା୩୬ରୁ ୩ଟା୭ ପର୍ଯ୍ୟନ୍ତ।
ମେଷ: ଆପଣଙ୍କ ସ୍ବଭାବ ସକାରାତ୍ମକ ରହିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଯୋଗ ରହିଛି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
ବୃଷ: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଲୋକେ ଆପଣଙ୍କ ବିଚାରରେ ସହମତ ହେବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କର ଉନ୍ନତି ହେବ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ। ପ୍ରେମ
ମିଥୁନ: କଠିନ ପରିସ୍ଥିତିରେ କୌଣସି ଲୋକଙ୍କର ସାହାଯ୍ୟ ପାଇବେ। ଧନ ସଂପଦ ବୃଦ୍ଧି ହେବ। ବ୍ୟବସାୟରେ ବଡ଼ ଭାଇର ସହଯୋଗ ପାଇବେ। ସାମାଜିକ କାର୍ଯ୍ୟ କରିବାର ଅବସର ପାଇବେ।
କର୍କଟ: ସବୁ କଷ୍ଟ ନିବାରଣ ହେବ। ଘରୋଇ ଉଦ୍ୟୋଗରେ ଭଲ ସୁଯୋଗ ମିଳିପାରେ। ବୈବାହିକ ଜୀବନ ଖୁସି ଭରା ରହିବ। କବିମାନଙ୍କ ଲାଗି ଦିନଟି ମହତ୍ବପୂର୍ଣ୍ଣ ରହିବ। ଘରକୁ ନୂଆ ବନ୍ଧୁ ଆସିବେ।
ସିଂହ: ଦିନଟି ଉତ୍ସାହ ଭରା ରହିବ। ଉପାର୍ଜନ ପାଇଁ ନୂଆ ଜ୍ଞାନ ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଅଫିସରେ ନୂଆ କାମ ମିଳିପାରେ। ସାମାଜିକ କାର୍ୟ୍ୟରେ ପ୍ରଶଂସା ପାଇବେ। ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ।
କନ୍ୟା: ଜୀବନରେ ଖୁସିର ଆଗମନ ହେବ। କିଣାବିକା ଲାଗି ସମୟ ଭଲ। ବିଶେଷ କାମର ଅନ୍ୟମାନଙ୍କର ସହଯୋଗ ପାଇବେ। ଧନ ମାମଲାରେ ସ୍ଥିତି ଠିକ୍ ରହିବ। ଜୀବନସାଥୀ ସହ ସମ୍ବନ୍ଧ ବଢ଼ିଆ ହେବ। ଜୀବନସାଥୀ
ତୁଳା: ଶିକ୍ଷକଙ୍କ ଲାଗି ଦିନଟି ଭଲ ରହିବ। ବେପାରରେ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଶତ୍ରୁ ଦବି ରହିବେ। ଘରର ପରିବେଶ ଭଲ ରହିବ। ବିବାହିତଙ୍କ ଲାଗି ସମୟ ସୁଖଦାୟୀ ରହିବ।
ବିଛା: ଆପଣଙ୍କ ଧ୍ୟାନ ରଚନାତ୍ମକ କାର୍ଯ୍ୟ ଆଡ଼କୁ ରହିବ। ଅଚାନକ ଖୁସି ଖବର ପାଇବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଚାକିରିରେ ଉନ୍ନତି ଯୋଗ ଅଛି। ଧନ ସଂପତ୍ତି ବୃଦ୍ଧି ହୋଇପାରେ। ପ୍ରେମୀଯୁଗଳ ଙ୍କ ଲାଗି ଦିନଟି ଭଲ।
ଧନୁ: ବିଶେଷ କାମରେ ସହଯୋଗୀଙ୍କ ଠାରୁ ଭଲ ପରାମର୍ଶ ପାଇବେ। ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟ କାମରେ ଯାତ୍ରା ଫଳପ୍ରଦ ହେବ। ଘରକୁ କୁଣିଆ ଆସିବେ। ନୂଆ ଗାଡ଼ି କିଣିବା ଲାଗି ମନସ୍ଥ କରିବେ।
ମକର: ସବୁ ଚିନ୍ତା ଦୂର ହେବ। ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କୁ ଖୁସି କରିବା ଲାଗି କୌଣସି ଉପହାର ଦେବେ। ଚାକିରିରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ବନ୍ଧୁ ସହିତ ଭଲ ଜାଗାକୁ ବୁଲି ଯିବେ।
କୁମ୍ଭ: ପାରିବାରିକ ସମସ୍ୟା ସମାପ୍ତ ହେବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ବ୍ୟବସାୟରେ ବିସ୍ତାର କରି ପାରନ୍ତି। ଜୀବନସାଥୀଙ୍କୁ କୌଣସି କଥା କହିବେ। ଆଇନିଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ।
ମୀନ: ଉଦ୍ୟୋଗରେ ଚାକିରି କରୁଥିବା ଲୋକ ନୂଆ ପ୍ରୋଜେକ୍ଟ ପାଇବେ। ବାଣୀ ଉପରେ ସଂଯମ ରଖନ୍ତୁ। ନବଦମ୍ପତିଙ୍କ ଲାଗି ଦିନଟି ଭଲ। ପ୍ରତିଯୋଗୀ ପରୀକ୍ଷାର୍ଥୀ ଭଲ ଖବର ପାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ।




:max_bytes(150000):strip_icc()/Health-Stocksy_txp3d0ecc80Mrw300_Medium_663260-32aabbea1b5746eb860666d69a624204.jpg?w=1920&resize=1920,1295&ssl=1)

/odishatv/media/media_files/2026/04/28/puri-2026-04-28-08-47-54.jpg?w=1200&resize=1200,601&ssl=1)




