୨୪ ଏପ୍ରିଲ ୨୦୨୬, ଶୁକ୍ରବାର। ତିଥି: ବୈଶାଖ ଶୁକ୍ଳ ଅଷ୍ଟମୀ। ନକ୍ଷତ୍ର: ପୁଷ୍ୟା। ଚନ୍ଦ୍ର: କର୍କଟ। ନୀଳାଦ୍ରି ମହୋଦୟାଷ୍ଟମୀ ଉତ୍ସବ। ସୂର୍ଯ୍ୟୋଦୟ: ୫ଟା୨୬, ସୂର୍ଯ୍ୟାସ୍ତ: ୬ଟା୩। ଘାତଚନ୍ଦ୍ର: ନାହିଁ। ଘାତବାର: ବିଛା, ଧନୁ ଓ ମୀନ। ଶୁଭବେଳା: ପ୍ରାତଃ ୫ଟା୨୬ରୁ ୬ଟା୧୬, ପ୍ରାତଃ ୭ଟା୭ରୁ ୮ଟା୩୫, ଦିବା ୧୨ଟା୧୦ରୁ ୨ଟା୪୧, ଦିବା ୪ଟା୨୨ରୁ ୬ଟା୩, ରାତ୍ରି ୭ଟା୩୪ରୁ ୮ଟା୫୪, ରାତ୍ରି ୧ଟା୩୮ରୁ ୩ଟା୫୪ ପର୍ଯ୍ୟନ୍ତ
ମେଷ: ବନ୍ଧୁ ସହଯୋଗରେ ଅଧୁରା ଥିବା କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ଭଲ ଖବର ଶୁଣିବେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ ରହିବ। ସ୍ବାସ୍ଥ୍ୟ ଠିକ୍ ରହିବ। ପ୍ରେମରେ ସଫଳତା ପାଇବେ।
ବୃଷ: ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କୌଣସି କାମ ସମ୍ବନ୍ଧରେ ଗଭୀର ଭାବେ ଚିନ୍ତା କରିପାରନ୍ତି। ଘର ଓ ଅଫିସ ପରିବେଶରେ ପ୍ରସନ୍ନତା ରହିବ। ଆପଣଙ୍କ ସହ ସବୁ କିଛି ଭଲ ହେବ।
ମିଥୁନ: ଆପଣଙ୍କ ପ୍ରଗତିରେ ବାଧା ଆସିପାରେ। ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ଆପଣଙ୍କ ଘରେ ଖୁସିର ଆଗମନ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ପାଇଁ ଦିନଟି ଭଲ।
କର୍କଟ: ନୂଆ କାମ ଆରମ୍ଭ କରନ୍ତୁ ଭାଗ୍ୟର ସହଯୋଗ ପାଇପାରିବେ। ଅଫିସରେ କୌଣସି କାମକୁ ନେଇ ଚିନ୍ତିତ ହୋଇପାରନ୍ତି। ବ୍ୟବସାୟୀଙ୍କୁ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ସିଂହ: ଆପଣଙ୍କ ଧ୍ୟାନ ଧର୍ମକାର୍ୟ୍ୟରେ ଲାଗି ରହିବ। ଚାକିରି ବ୍ୟବସାୟରେ ବିଶୃଙ୍ଖଳା ଦୂର ହେବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ କାର୍ୟ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ।
କନ୍ୟା: ଆପଣଙ୍କର ସମୟ ପିଲାମାନଙ୍କ ସହିତ ବିତିବ। ପରିବାରରେ ଖୁସିର ମହୋଲ ରହିବ। କିଛି ନୂଆ ସକାରାତ୍ମକ କରିବାକୁ ଭାବିବେ। ଯୋଜନା ପ୍ରସ୍ତୁତ ଓ ପରିଶ୍ରମ କଲେ ଯାଇ ଲାଭ ପାଇବେ।
ତୁଳା: ପରିବାରରେ କୌଣସି ଲୋକଙ୍କ ସହ କଳହ ହୋଇପାରେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
ବିଛା: ପୂର୍ବରୁ କରି ଆସୁଥିବା କାମ ସଂପୂର୍ଣ୍ଣ ହୋଇଯିବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ନିକଟ ସଂପର୍କିୟଙ୍କର ପରାମର୍ଶ ନିଅନ୍ତୁ। କାରବାରରେ ଲାଗି ରହିଥିବା ଅବରୋଧ ଦୂର ହୋଇଯିବ।
ଧନୁ: କୌଣସି କାମରେ ଭଲ ପ୍ରଦର୍ଶନ ଦେବା ପାଇଁ କିଛି ନୂଆ କରିବେ। ସାମାଜିକ କାର୍ୟ୍ୟରେ ସହଯୋଗ କରନ୍ତୁ ମାନ ସମ୍ମାନ ବଢ଼ିବ। ମହିଳା ଶିଳ୍ପୋଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ମିଳିବ।
ମକର: ବ୍ୟବସାୟରେ ପ୍ରଗତି ପାଇଁ ଦିନଟି ବହୁତ ଭଲ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ସୁଦୃଢ଼ ହେବ। ବୈବାହିକ ସମସ୍ୟାର ସମାଧାନ ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।
କୁମ୍ଭ: ଇଂଜିନିୟର ନିଜ ଅନୁଭବର ପ୍ରୟୋଗ ସଠିକ୍ ଦିଶାରେ କଲେ ଯାଇ ସଫଳତା ପାଇବେ। ଆୟର ଉତ୍ସ ବଢ଼ିବ ଏବଂ ଆର୍ଥିକ ସ୍ଥିତି ସୁଧୁରିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଆନନ୍ଦ ଦାୟକ ରହିବ।
ମୀନ: କୌଣସି କାମ କରିବା ପୂର୍ବରୁ ବିଚାର କରି ନିଅନ୍ତୁ ଭଲ ହେବ। ପରିବାର ଲୋକଙ୍କ ସହଯୋଗରେ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ।


&w=382&resize=382,232&ssl=1)





/sambad/media/media_files/2026/04/22/chatgpt-image-2026-04-22-16-54-24.png?w=640&resize=640,360&ssl=1)

