• Latest
  • Trending
ମମତାଙ୍କୁ ହରାଇଦେଲା ସୋସିଆଲ୍ ମିଡିଆ, ଜାଣନ୍ତୁ କେମିତି?

ମମତାଙ୍କୁ ହରାଇଦେଲା ସୋସିଆଲ୍ ମିଡିଆ, ଜାଣନ୍ତୁ କେମିତି?

May-07-2026 02:56 PM IST
ମୁଖ୍ୟମନ୍ତ୍ରୀ ହେବା ଆଗରୁ ବଡ ନିଷ୍ପତ୍ତି ନେଲେ ବିଜୟ, କହିଲେ…

ମୁଖ୍ୟମନ୍ତ୍ରୀ ହେବା ଆଗରୁ ବଡ ନିଷ୍ପତ୍ତି ନେଲେ ବିଜୟ, କହିଲେ…

May-07-2026 04:47 PM IST
ଦୂର ହେଲା ତାମିଲନାଡୁ ସିଏମ୍ ସସପେନ୍ସ ! ସରକାର ଗଠନ ପାଇଁ ବିଜୟଙ୍କୁ ଗ୍ରୀନ ସିଗନାଲ ଦେଲେ ରାଜ୍ୟପାଳ

ଦୂର ହେଲା ତାମିଲନାଡୁ ସିଏମ୍ ସସପେନ୍ସ ! ସରକାର ଗଠନ ପାଇଁ ବିଜୟଙ୍କୁ ଗ୍ରୀନ ସିଗନାଲ ଦେଲେ ରାଜ୍ୟପାଳ

May-07-2026 03:54 PM IST
ଗ୍ରୀଷ୍ମ ଋତୁରେ ଲେମ୍ବୁକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ

ଗ୍ରୀଷ୍ମ ଋତୁରେ ଲେମ୍ବୁକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ

May-07-2026 01:34 PM IST
odisha.newsroom.in

ତାମିଲନାଡୁରେ ‘ବିଜୟ’ ସରକାର…୧୧୮ ବିଧାୟକଙ୍କ ସମର୍ଥନ ମାଗିଲେ ରାଜ୍ୟପାଳ…

May-06-2026 06:03 PM IST
odisha.newsroom.in

TMC କାର୍ଯ୍ୟାଳୟ ଭଙ୍ଗାରୁଜା…କୋଲକାତା ନ୍ୟୁ ମାର୍କେଟରେ ବୁଲିଲା ବୁଲଡୋଜର…

May-06-2026 04:49 PM IST
odisha.newsroom.in

ମହୁ ସଂଗ୍ରହ କରିବାକୁ ପଥର ଖୋଲରେ ମୁଣ୍ଡ ପୂରାଇଦେଲେ ନାବାଳକ …କାଢ଼ିବାକୁ ଅଗ୍ନିଶମବାହିନୀ ନାକେଦମ

May-06-2026 03:58 PM IST
odisha.newsroom.in

TVK ମୁଖ୍ୟ ବିଜୟଙ୍କ ଗାଡ଼ି ନମ୍ବର TN 07 CM 2026…କଣ ରହସ୍ୟ ?

May-06-2026 12:24 PM IST
odisha.newsroom.in

ଏବେ ବି ନିଜ ଜିଦରେ ଅଟଳ ମମତା…ଜାଣନ୍ତୁ ବେଙ୍ଗଲରେ ଆଗକୁ କଣ ହେବ ?

May-06-2026 11:34 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କୁ କଂଗ୍ରେସର ସମର୍ଥନ: ଜାଣନ୍ତୁ କଣ ରଖିଲା ସର୍ତ୍ତ

May-06-2026 10:49 AM IST
odisha.newsroom.in

ମଝି ଆକାଶରେ ଆତଙ୍କ: ଇଣ୍ଡିଗୋ ବିମାନ ଭିତରେ ଫାଟିଲା ପାୱାରବ୍ୟାଙ୍କ

May-06-2026 10:17 AM IST
  • About
  • Careers
  • Contact Us
Thursday, May 7, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ମମତାଙ୍କୁ ହରାଇଦେଲା ସୋସିଆଲ୍ ମିଡିଆ, ଜାଣନ୍ତୁ କେମିତି?

by M M
May-07-2026 02:56 PM IST
in ଦେଶ ବିଦେଶ, ବଡ଼ ଖବର, ମୁଖ୍ୟ ଖବର, ରାଜନୀତି
0
ମମତାଙ୍କୁ ହରାଇଦେଲା ସୋସିଆଲ୍ ମିଡିଆ, ଜାଣନ୍ତୁ କେମିତି?
491
SHARES
1.4k
VIEWS
Share on FacebookShare on Twitter

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏଥର ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ପଶ୍ଚିମବଙ୍ଗରେ ପ୍ରାୟ ୧୫ ବର୍ଷ ଧରି ମମତା ବାନାର୍ଜୀ ଓ ତୃଣମୂଳ କଂଗ୍ରେସର ଦବଦବା ଥିବା ସତ୍ତ୍ୱେ ବିଜେପି ଏହି ଦୁର୍ଗକୁ ଭେଦିବାରେ ସଫଳ ହୋଇଛି। ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ତେବେ ଏଥର ନିର୍ବାଚନରେ କେବଳ ସଭା, ରାଲି ଓ ରୋଡ୍ ଶୋ ନୁହେଁ, ସୋସିଆଲ ମିଡିଆ ମଧ୍ୟ ବଡ ଭୂମିକା ନେଇଥିବା କୁହାଯାଉଛି। ତେବେ ଆସନ୍ତୁ ଜାଣିବା କେମିତି ମମତାଙ୍କ ପରାଜୟ ପଛରେ ସୋସିଆଲ ମିଡିଆ ଏକ ବଡ଼ ଭୂମିକା ନିର୍ବାହ କରିଥିଲା।

ସୋସିଆଲ ମିଡିଆରେ ଚାଲିଥିଲା ଡିଜିଟାଲ ଯୁଦ୍ଧ
ପାରମ୍ପରିକ ନିର୍ବାଚନ ପ୍ରଚାର ସହିତ ଏଥର ଡିଜିଟାଲ ପ୍ରଚାରକୁ ମଧ୍ୟ ବହୁତ ଗୁରୁତ୍ୱ ଦିଆଯାଇଥିଲା। ମିଡିଆ ରିପୋର୍ଟ ଅନୁସାରେ ବିଜେପିର ଡିଜିଟାଲ ଟିମ୍ ନିର୍ବାଚନର ପ୍ରାୟ ୪ ମାସ ପୂର୍ବରୁ ରାଜ୍ୟର ବିଭିନ୍ନ ୪ ଓ ୫ ଷ୍ଟାର ହୋଟେଲରୁ କାମ ଆରମ୍ଭ କରିଥିଲେ। ଏହିଠାରୁ ହିଁ ସୋସିଆଲ ମିଡିଆ ପାଇଁ ଭିଡିଓ, ଗ୍ରାଫିକ୍ସ ଓ ପଲିଟିକାଲ ସ୍ଲୋଗାନ ପ୍ରସ୍ତୁତ କରାଯାଉଥିଲା। ଏହି କଣ୍ଟେଣ୍ଟ ମାଧ୍ୟମରେ ଲୋକମତକୁ ପ୍ରଭାବିତ କରିବା ଓ ଅନଲାଇନରେ ଦଳର ଉପସ୍ଥିତିକୁ ମଜବୁତ କରିବା ପ୍ରମୁଖ ଲକ୍ଷ୍ୟ ଥିଲା।

ଅମିତ ମାଲବୀୟଙ୍କ ନେତୃତ୍ୱ
ରିପୋର୍ଟ ଅନୁସାରେ ଏହି ଡିଜିଟାଲ ଅଭିଯାନର ନେତୃତ୍ୱ ନେଇଥିଲେ ଅମିତ ମାଲବୀୟ। ତାଙ୍କ ନେତୃତ୍ୱରେ ବିଜେପି ଏକ ଶକ୍ତିଶାଳୀ ଅନଲାଇନ ନେଟୱର୍କ ତିଆରି କରିଥିଲା। ପାରମ୍ପରିକ ମିଡିଆ ଉପରେ ନିର୍ଭର ନ ହୋଇ ଦଳ ସ୍ମାର୍ଟଫୋନ ଓ ସୋସିଆଲ ମିଡିଆ ମାଧ୍ୟମରେ ସିଧାସଳଖ ଭାବେ ଭୋଟରଙ୍କ ପାଖକୁ ପହଞ୍ଚିବାକୁ ଚେଷ୍ଟା କରିଥିଲା।

୩୦୦୦ରୁ ଅଧିକ ଇନ୍ଫ୍ଲୁଏନ୍ସରଙ୍କ ନେଟୱର୍କ
ଏହି ଅଭିଯାନର ସବୁଠାରୁ ବଡ ଦିଗ ଥିଲା ସମଗ୍ର ରାଜ୍ୟରେ ୩୦୦୦ରୁ ଅଧିକ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସରଙ୍କୁ ଯୋଡ଼ିବା। ଏଥିରେ ଫେସବୁକ୍, ଇନ୍ଷ୍ଟାଗ୍ରାମ ଓ ୟୁଟ୍ୟୁବରେ ଏକ୍ଟିଭ ଛୋଟ ଓ ବଡ କଣ୍ଟେଣ୍ଟ କ୍ରିଏଟରମାନେ ଥିଲେ। ରିପୋର୍ଟ ଅନୁସାରେ ଏହି ଇନ୍ଫ୍ଲୁଏନ୍ସରମାନଙ୍କ ପାଖରେ କମ୍ ସେ କମ୍ ୫୦୦୦ ଫଲୋଅର ଥିବା ଆବଶ୍ୟକ ଥିଲା। ସେମାନଙ୍କ କାମ ଥିଲା ପଲିଟିକାଲ ସ୍ଲୋଗାନ ପ୍ରଚାର କରିବା ଓ ଅନଲାଇନ ଚର୍ଚ୍ଚାକୁ ଏକ୍ଟିଭ ରଖିବା।

ଯୁବ ଭୋଟରଙ୍କୁ ଟାର୍ଗେଟ
ବିଜେପିର ସବୁଠାରୁ ବଡ ସଫଳତା ଥିଲା ଯୁବ ଭୋଟର ଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସହ ଯୋଡ଼ିହେବା। ଇନ୍ଫ୍ଲୁଏନ୍ସରମାନଙ୍କ ମାଧ୍ୟମରେ ପ୍ରଚାରିତ କଣ୍ଟେଣ୍ଟ ଲୋକଙ୍କୁ ଅଧିକ ନିଜସ୍ୱ ଓ ସହଜ ଲାଗୁଥିଲା।ଲଗାତାର ଅନଲାଇନରେ ଏକ୍ଟିଭ ରହି ବିଜେପି ରାଜନୈତିକ ଚର୍ଚ୍ଚାରେ ନିଜ ଦବଦବା ରଖିବା ସହିତ ନିଜ ବାର୍ତ୍ତାକୁ ପୁଣି ଭୋଟରଙ୍କ ପାଖକୁ ପହଞ୍ଚାଇବାରେ ସଫଳ ହୋଇଥିବା କୁହାଯାଉଛି। ଯାହା ମମତାଙ୍କ ବିରୋଧରେ ଏକ ଜନମତ ସୃଷ୍ଟି କରିବାରେ ଏକ ବଡ଼ ଭୂମିକା ନିର୍ବାହ କରିଥିବା କୁହାଯାଇଛି।

Share196Tweet123
M M

M M

ଆଜିର ପାଗ

Bhubaneswar
May 7, 2026, 5:19 PM
 

S
Clear sky
32°C
2.4 m/s
Apparent: 36°C
Pressure: 1006 mb
Humidity: 63%
Winds: 2.4 m/s S
Windgusts: 14 m/s
UV-Index: 0.45
Precip.: 0mm /43% / Rain
Sunrise: 5:13 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom