ପଶ୍ଚିମବଙ୍ଗରେ ନିର୍ବାଚନୀ ଫଳାଫଳକୁ ନେଇ ସଙ୍କଟ ଘନେଇବାରେ ଲାଗିଛି। ବିରୋଧୀଙ୍କ ଚାପ ଏବଂ ନିର୍ବାଚନୀ ବିପର୍ଯ୍ୟୟ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପଦରୁ ଇସ୍ତଫା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି। ସୋମବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ନିର୍ବାଚନ ପ୍ରକ୍ରିୟା ଉପରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି।
ନିର୍ବାଚନ କମିଶନଙ୍କୁ ସମାଲୋଚନା:
ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କ ଉପରେ Nasty Games ଖେଳୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ:
- ବିଜେପି-ବିରୋଧୀ ମେଣ୍ଟକୁ ହରାଇବା ପାଇଁ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଛି।
- ମହାରାଷ୍ଟ୍ର, ହରିୟାଣା ଏବଂ ବିହାର ଭଳି ରାଜ୍ୟରେ ଅଣ-ବିଜେପି ମେଣ୍ଟର ପରାଜୟ ପଛରେ ମଧ୍ୟ ସମାନ ଷଡ଼ଯନ୍ତ୍ର ଥିବା ସେ ସୂଚାଇଛନ୍ତି।
ବେଙ୍ଗଲରେ ଆଗକୁ କ’ଣ?
ମମତା ବାନାର୍ଜୀଙ୍କ ଏହି ଆଭିମୁଖ୍ୟ ପରେ ବେଙ୍ଗଲ ରାଜନୀତିରେ “ଆଗକୁ କ’ଣ ହେବ?” ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆସନ୍ତାକାଲି ବେଙ୍ଗଲ ବିଧାନସଭାର କାର୍ଯ୍ୟକାଳ ପୁରୁଛି। ସେ ଦୃଷ୍ଟିରୁ ଦେଖିବାକୁ ଗଲେ କାଲି ହେଉଛି ମମତାଙ୍କ ମୁଖ୍ୟମନ୍ତ୍ରୀ ଭାବେ ରହିବାର ଶେଷ ଦିନ। ଏହି ଅବସରରେ…
- ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ସୁଯୋଗ ମାଗିଛନ୍ତି।
- ଅନ୍ୟପଟେ ମମତା କହିଛନ୍ତି ଯେ ସେ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବେ ଏବଂ ଜନମତକୁ କେହି ଚୋରି କରିପାରିବେ ନାହିଁ।
ରାଜ୍ୟପାଳ ଏହି ସାମ୍ବିଧାନିକ ସଙ୍କଟ ସମୟରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର। ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଜାରି ହେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ।











