ଆଜିର ପଞ୍ଚାଙ୍ଗ:
- ତିଥି: ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀ
- ନକ୍ଷତ୍ର: ମୂଳା
- ଚନ୍ଦ୍ର: ଧନୁ
- ଘାତଚନ୍ଦ୍ର: ତୁଳା ଓ କୁମ୍ଭ
- ଘାତବାର: କର୍କଟ
ମେଷ: ମାଆଙ୍କ ସହିତ କୌଣସି ବନ୍ଧୁଙ୍କ ଘରକୁ ଯାଇପାରନ୍ତି। ବ୍ୟବସାୟରେ କୌଣସି ଉଚ୍ଚାଧିକାରୀଙ୍କ ସହାୟତା ମିଳିବ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ ଏବଂ ପିଲାଙ୍କଠାରୁ ଶୁଭ ଖବର ପାଇବେ।
ବୃଷ: ଅଫିସ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନିଜର ଯୋଗ୍ୟତା ପାଇଁ ପ୍ରସିଦ୍ଧି ଲାଭ କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବ, କିନ୍ତୁ ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।
ମିଥୁନ: ଆଜି ଆପଣଙ୍କର ସମସ୍ତ କାର୍ଯ୍ୟ ମନମୁତାବକ ସଂପୂର୍ଣ୍ଣ ହେବ। କୌଣସି ବଡ଼ ଯୋଜନା ଆରମ୍ଭ କରିବା ପାଇଁ ଦିନଟି ଶୁଭ। ବେସରକାରୀ ସଂସ୍ଥାରେ କାମ କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିପାରେ।
କର୍କଟ: ଅନ୍ୟକୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ। ବନ୍ଧୁଙ୍କ ସହଯୋଗରେ ଅଟକି ରହିଥିବା କାମ ସହଜ ହୋଇଯିବ। କର୍ମକ୍ଷେତ୍ରରେ ଆଜି ଅଧିକ ବ୍ୟସ୍ତତା ରହିପାରେ।
ସିଂହ: ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ଯାଇପାରନ୍ତି। ଅଚାନକ ଧନଲାଭର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ରାଜନୀତିରେ ଥିବା ବ୍ୟକ୍ତିଙ୍କୁ କୌଣସି ସଭା-ସମିତିରେ ଯୋଗ ଦେବାକୁ ଅବସର ମିଳିବ।
କନ୍ୟା: ଆଜି ଆପଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିପାରେ। ବ୍ୟବସାୟ ପାଇଁ ନୂଆ ପଦକ୍ଷେପ ନେଲେ ଉନ୍ନତି ହେବ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ।
ତୁଳା: ପିତାମାତାଙ୍କ ଆଶୀର୍ବାଦରୁ ଅଧୁରା କାର୍ଯ୍ୟ ପୂରଣ ହେବ। ଦୂରରେ ରହୁଥିବା ସମ୍ପର୍କୀୟଙ୍କଠାରୁ ଶୁଭ ଖବର ପାଇବେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ବନ୍ଧୁଙ୍କ ସାହାଯ୍ୟ ମିଳିବ।
ବିଛା: ସାମାଜିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ବହୁ ଦିନର କଠିନ ପରିଶ୍ରମର ଫଳ ଆଜି ମିଳିପାରେ। ଜ୍ଞାନୀ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି କିଛି ନୂଆ ଶିକ୍ଷା କରିବେ। ଗୁରୁଜନଙ୍କ କଥା ମାନି ଚଳନ୍ତୁ।
ଧନୁ: ନିଜ ସଉକ ପୂରଣ ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ। ଜୀବନସାଥୀଙ୍କ ସହଯୋଗ ମିଳିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନୋନିବେଶ କରିବେ ଏବଂ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିବ।
ମକର: ରାଜନୀତି ଓ ସମାଜସେବା କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ, ତଥାପି ବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ବନ୍ଧୁଙ୍କ ମିଳନରେ ଯୋଗ ଦେଇପାରନ୍ତି।
କୁମ୍ଭ: ପରିବାରରେ ଚାଲିଥିବା ଅଶାନ୍ତି ଦୂର ହେବ। ଜୀବନସାଥୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବ। ଅଫିସରେ ଆପଣଙ୍କ କାର୍ଯ୍ୟଶୈଳୀକୁ ଉଚ୍ଚାଧିକାରୀମାନେ ପ୍ରଶଂସା କରିବେ।
ମୀନ: ଓକିଲାତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଖୁବ୍ ଭଲ। କୌଣସି ଆଇନଗତ ମାମଲାର ଫଇସଲା ଆପଣଙ୍କ ସପକ୍ଷରେ ଆସିପାରେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବ।











