ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ପଶ୍ଚିମବଙ୍ଗ ପାଇବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଛି । ପଶ୍ଚିମବଙ୍ଗର ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଅନୁମୋଦନ କରିଛି। ବୈଠକ ସମୟରେ ଗୃହମନ୍ତ୍ରୀ ନିଜେ ପର୍ଯ୍ୟବେକ୍ଷକ ଭାବରେ ଉପସ୍ଥିତ ଅଛନ୍ତି। ଶୁଭେନ୍ଦୁ ଏବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ବିଜେପି ବିଧାୟକ ଦଳ ବୈଠକ ପରେ ଶୁଭେନ୍ଦୁ ଅଧିକାରୀ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ତାଙ୍କର ଦାବି ଉପସ୍ଥାପନ କରିବା ପାଇଁ ଖୁବ୍ଶୀଘ୍ର ରାଜଭବନ ଯିବେ। ଆସନ୍ତାକାଲି ସକାଳେ ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।
ଶୁଭେନ୍ଦୁ ଅଧିକାରୀ ୨ଥର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ହରାଇଛନ୍ତି । ୨୦୨୧ ନନ୍ଦିଗ୍ରାମରେ ହରାଇଥିଲେ । ୨୦୨୭ରେ ଭବାନୀପୁରରେ ମମତାଙ୍କୁ ହରାଇଥିଲେ । ଭବାନୀପୁର ହଟ୍ ସିଟ୍ରେ ମମତା ବାନାର୍ଜୀଙ୍କୁ ୧୫ ହଜାରରୁ ଅଧିକ ଭୋଟରେ ହରାଇବା ପରେ ତାଙ୍କୁ ଏହି ପଦ ପାଇଁ ସବୁଠୁ ଅଧିକ ଦାବିଦାର ବୋଲି କୁହାଯାଉଥିଲା। ଚର୍ଚ୍ଚା ଏହା ମଧ୍ୟ କରାଯାଉଥିଲା ଯେ, ରାଜ୍ୟରେ ସନ୍ତୁଳନ ପାଇଁ ଦୁଇ ଡେପୁଟି ସିଏମ ମଧ୍ୟ ହୋଇପାରନ୍ତି। ଉଲ୍ଲେଖଯୋଗ୍ୟ, ଗୁରୁବାର ପଶ୍ଚିମବଙ୍ଗ ରାଜ୍ୟପାଳ ଆରଏନ ରବି ରାଜ୍ୟ ବିଧାନସଭା ଭଙ୍ଗ କରିଥିଲେ।











