• Latest
  • Trending
ଆଇଡିୱାଇ -୨୦୨୪ର ୭୫ ଦିନିଆ କାଉଣ୍ଟଡାଉନରେ ଅଂଶଗ୍ରହଣ କରିବେ ୫୦୦୦ରୁ ଅଧିକ ଯୋଗପ୍ରେମୀ

ଆଇଡିୱାଇ -୨୦୨୪ର ୭୫ ଦିନିଆ କାଉଣ୍ଟଡାଉନରେ ଅଂଶଗ୍ରହଣ କରିବେ ୫୦୦୦ରୁ ଅଧିକ ଯୋଗପ୍ରେମୀ

April 9, 2024

June 20, 2025

ଆସୁଛନ୍ତି ମୋଦୀ: 2 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ

June 20, 2025
ଆସନ୍ତାକାଲି ଦିନ ୧୦ଟାରେ ଚିକିତ୍ସା ପାଇଁ ମୁମ୍ବାଇ ବାହାରିବେ ନବୀନ

ଆସନ୍ତାକାଲି ଦିନ ୧୦ଟାରେ ଚିକିତ୍ସା ପାଇଁ ମୁମ୍ବାଇ ବାହାରିବେ ନବୀନ

June 19, 2025
ଆୟାତୋଲ୍ଲା ଖେମିନିଙ୍କୁ ହତ୍ୟାକରିବା ପାଇଁ ଚାହୁଁଛି ଇସ୍ରାଏଲ

ଆୟାତୋଲ୍ଲା ଖେମିନିଙ୍କୁ ହତ୍ୟାକରିବା ପାଇଁ ଚାହୁଁଛି ଇସ୍ରାଏଲ

June 19, 2025
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ କରିବ ବିରୋଧ: ପୂର୍ବାହ୍ନ ୯ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନଶନ

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ କରିବ ବିରୋଧ: ପୂର୍ବାହ୍ନ ୯ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନଶନ

June 19, 2025
ଆସୁଛନ୍ତି ପ୍ରଧାନମନ୍ତ୍ରୀ : ସୁରକ୍ଷା ବଳୟରେ ରାଜଧାନୀ

ଆସୁଛନ୍ତି ପ୍ରଧାନମନ୍ତ୍ରୀ : ସୁରକ୍ଷା ବଳୟରେ ରାଜଧାନୀ

June 19, 2025
ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ

June 18, 2025

ଓଡିଶାର ବିକାଶ ପାଇଁ ୨୦୩୬ର ରୋଡ୍‌ମ୍ୟାପ୍ ଘୋଷଣା ହେବ: ମନମୋହନ ସାମଲ

June 18, 2025
ମରୁ ମରୁ ବଞ୍ଚିଗଲେ, ଏମିତି ଆସେ ଅନ୍ତରାତ୍ମାରୁ ନିର୍ଦ୍ଦେଶ

ମରୁ ମରୁ ବଞ୍ଚିଗଲେ, ଏମିତି ଆସେ ଅନ୍ତରାତ୍ମାରୁ ନିର୍ଦ୍ଦେଶ

June 17, 2025
ଓଡ଼ିଶାରେ ହଇଜା ଓ ଡାଇରିଆ ସଂକଟ: ନବୀନଙ୍କ ଆକ୍ରମଣ, ବିଜେପି ସରକାରଙ୍କୁ ଟାର୍ଗେଟ

ଓଡ଼ିଶାରେ ହଇଜା ଓ ଡାଇରିଆ ସଂକଟ: ନବୀନଙ୍କ ଆକ୍ରମଣ, ବିଜେପି ସରକାରଙ୍କୁ ଟାର୍ଗେଟ

June 15, 2025
  • About
  • Careers
  • Contact Us
Sunday, June 22, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

ଆଇଡିୱାଇ -୨୦୨୪ର ୭୫ ଦିନିଆ କାଉଣ୍ଟଡାଉନରେ ଅଂଶଗ୍ରହଣ କରିବେ ୫୦୦୦ରୁ ଅଧିକ ଯୋଗପ୍ରେମୀ

by M M
April 9, 2024
in Uncategorized
0
ଆଇଡିୱାଇ -୨୦୨୪ର ୭୫ ଦିନିଆ କାଉଣ୍ଟଡାଉନରେ ଅଂଶଗ୍ରହଣ କରିବେ ୫୦୦୦ରୁ ଅଧିକ ଯୋଗପ୍ରେମୀ
491
SHARES
1.4k
VIEWS
Share on FacebookShare on Twitter

ଆଇଡିୱାଇ ୨୦୨୪ର ୧୦୦ ଦିନର କାଉଣ୍ଟଡାଉନ (ଓଲଟା ଗଣନା) ର ଏହି ଯାତ୍ରାରେ ୭ ଏପ୍ରିଲ ୨୦୨୪ରେ ମହାରାଷ୍ଟ୍ରର ପୁଣେସ୍ଥିତ ୱାଡିଆ କଲେଜ ସ୍ପୋର୍ଟସ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ଦିନର କାଉଣ୍ଟଡାଉନରେ ୫୦୦୦ରୁ ଅଧିକ ଯୋଗପ୍ରେମୀ ଅଂଶଗ୍ରହଣ କରିବେ ।

ସାମଗ୍ରିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ ଯୋଗର ଶକ୍ତିକୁ ଦୃଷ୍ଟିରେ ରଖି ଏହି ମହୋତ୍ସବରେ ଗ୍ରାମ ପ୍ରଧାନ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ / ସ୍ୱୟଂ ସହାୟକ ଗୋଷ୍ଠୀ, ଆୟୁଷ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର, ଆବାସିକ କଲ୍ୟାଣ ସଂଘ (ଆରଡବ୍ଲ୍ୟୁଏ), ମହିଳା କଲ୍ୟାଣ ସଂଗଠନ, ସ୍କୁଲ ପିଲା ଏବଂ ଅନ୍ୟମାନେ ସକ୍ରିୟ ଅଂଶଗ୍ରହଣ କରିବେ । ଏହି ଉତ୍ସବରେ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ଯୋଗ ଗୁରୁ/ ଶିକ୍ଷକ ଏବଂ ଯୋଗ ଓ ଆନୁଷଙ୍ଗିକ ବିଜ୍ଞାନର ବିଶେଷଜ୍ଞ ଏବଂ ଅନୁଷ୍ଠାନର ମୁଖ୍ୟମାନେ ମଧ୍ୟ ଉପସ୍ଥିତ ରହିବେ । ଯୋଗ ମହୋତ୍ସବର ମୂଳ ଉଦ୍ଦେଶ୍ୟ ହେଉଛି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଯୋଗର ବ୍ୟାପକ ପ୍ରଚାର ଏବଂ ପ୍ରଚାର ପ୍ରସାର କରିବା , ଯାହା ଦ୍ୱାରା ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅଧିକରୁ ଅଧିକ ଲୋକ ଉପକୃତ ହୋଇ ପାରିବେ । ଆଇଡିୱାଇ ୨୦୨୪ କାର୍ଯ୍ୟକ୍ରମରେ କାଉଂଟ ଡାଉନ୍‌ର ୭୫ତମ ଦିବସ ମଧ୍ୟ ୭ ଏପ୍ରିଲ ୨୦୨୪ରେ ପଡ଼ୁଥିବା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ସହିତ ମେଳ ଖାଉଛି ।

ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ । ଚଳିତ ବର୍ଷ ମଧ୍ୟ ଯୋଗର ଉପକାରିତା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟର ଅନ୍ତର୍ନିହିତ ବାର୍ତ୍ତା ପ୍ରସାର କରିବା ପାଇଁ ମାର୍ଚ୍ଚ ୧୩ ତାରିଖରେ ୧୦୦ ଦିନିଆ କାଉଣ୍ଟଡାଉନ ଆରମ୍ଭ କରାଯାଇଥିଲା । ଓଲଟା ଗଣନା କାର୍ଯ୍ୟକ୍ରମ ଶୃଙ୍ଖଳାର ଏକ ଅଂଶ ଭାବରେ ୭୫ତମ ଦିବସର କାଉଣ୍ଟଡାଉନ୍ ଯୋଗ ମହୋତ୍ସବ ଆକାରରେ ପାଳନ କରାଯିବ । ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ଏବଂ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନେଚୁରୋପାଥି (ଏନ୍‌ଆଇଏନ୍‌)ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ସମସ୍ତ ଅଂଶଗ୍ରହଣକାରୀ ଏପ୍ରିଲ ୭ତାରିଖ ସକାଳ ୬ଟାରୁ ଆରମ୍ଭ ହେଉଥିବା କମନ୍ ଯୋଗ ପ୍ରୋଟୋକଲ୍ (ସିୱାଇପି)ର ଅଭ୍ୟାସରେ ସକ୍ରିୟ ଭାବେ ନିୟୋଜିତ ହେବେ । ଉତ୍ସାହ ଏବଂ ଅଂଶଗ୍ରହଣର ଏହି ଉଲ୍ଲେଖନୀୟ ପ୍ରଦର୍ଶନ ବ୍ୟକ୍ତିଗତ ଏବଂ ସାମାଜିକ ଉନ୍ନତିକୁ ପ୍ରୋତ୍ସାହିତ କରିବାରେ ଯୋଗର ବୃଦ୍ଧି ପାଉଥିବା ଗୁରୁତ୍ୱକୁ ସୂଚାଇଥାଏ । ଭାରତୀୟ ଯୋଗ ସଂଘ ମଧ୍ୟ ନିଜର ମହାରାଷ୍ଟ୍ର ରାଜ୍ୟ ଶାଖା ସହିତ ଏହି ୭୫ ତମ ଦିବସର କାଉଣ୍ଟଡାଉନ୍ କାର୍ଯ୍ୟକ୍ରମ ଆଇଡିୱାଇ -୨୦୨୪ ସମ୍ବନ୍ଧିତ ଉତ୍ସବକୁ ସମର୍ଥନ କରୁଛି ।

କମନ୍ ଯୋଗ ପ୍ରୋଟୋକଲ୍ (ସିୱାଇପି) ଏହି କାର୍ଯ୍ୟକ୍ରମର କେନ୍ଦ୍ରରେ ରହିଛି । ଯୋଗର ସମସ୍ତ ଲାଭ ପାଇବା ପାଇଁ ଏଥିରେ ଦୈନନ୍ଦିନ ଯୋଗ ଅଭ୍ୟାସ ଅନ୍ତର୍ଭୁକ୍ତ ହୋଇଥିବାରୁ ବିଶେଷଜ୍ଞଙ୍କ ଠାରୁ ମତାମତ ନେଇ ସିଓପି ଡିଜାଇନ୍ କରାଯାଇଛି । ଏହି ପ୍ରୋଟୋକଲ୍‌ର ଉଦ୍ଦେଶ୍ୟ ହେଉଛି ପ୍ରାଣାୟାମ, ଧ୍ୟାନ ଇତ୍ୟାଦି ଯୋଗ ଅଭ୍ୟାସକୁ ଲୋକପ୍ରିୟ କରିବା । ନମନୀୟତା, ଶକ୍ତି, ସନ୍ତୁଳନ ଏବଂ ସୌହାର୍ଦ୍ଦ୍ୟ ହାସଲ କରିବା ପାଇଁ ପ୍ରତ୍ୟେକ ଯୋଗ କାର୍ଯ୍ୟକଳାପ ଏକ ଚାବିକାଠି ଅଟେ ।

ଆୟୁଷ ମନ୍ତ୍ରଣାଳୟ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ସହିତ ମିଶି ୧୩ ମାର୍ଚ୍ଚ ୨୦୨୪ ରୁ ୨୧ ଜୁନ ୨୦୨୪ ପର୍ଯ୍ୟନ୍ତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନ/ ମହାବିଦ୍ୟାଳୟର ମିଳିତ ସହଯୋଗରେ ‘୧୦୦ ଦିନ, ୧୦୦ ସହର ଏବଂ ୧୦୦ ସଂଗଠନ’ ଅଭିଯାନ ଆୟୋଜନ କରୁଛି । ଏହି ଅଭିଯାନରେ କମନ୍ ଯୋଗ ପ୍ରୋଟୋକଲ, କର୍ମଶାଳା ଏବଂ ବ୍ୟାଖ୍ୟାନ ଅନ୍ତର୍ଭୁକ୍ତ , ଯାହା ଦ୍ୱାରା ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ଉନ୍ନତି ପାଇଁ ଯୋଗ ଅଭ୍ୟାସକୁ ପ୍ରୋତ୍ସାହିତ କରାଯାଇପାରିବ ।

 

 

 

 

 

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

January 12, 2025
କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

0
ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

0
ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

0

June 20, 2025

ଆସୁଛନ୍ତି ମୋଦୀ: 2 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ

June 20, 2025
ଆସନ୍ତାକାଲି ଦିନ ୧୦ଟାରେ ଚିକିତ୍ସା ପାଇଁ ମୁମ୍ବାଇ ବାହାରିବେ ନବୀନ

ଆସନ୍ତାକାଲି ଦିନ ୧୦ଟାରେ ଚିକିତ୍ସା ପାଇଁ ମୁମ୍ବାଇ ବାହାରିବେ ନବୀନ

June 19, 2025

Weather

Bhubaneswar
June 22, 2025, 3:26 pm
 

WSW
Moderate rain showers
29°C
1.8 m/s
Apparent: 36°C
Pressure: 1001 mb
Humidity: 91%
Winds: 1.8 m/s WSW
Windgusts: 6 m/s
UV-Index: 0
Precip.: 15.2mm /65% / Rain
Sunrise: 5:07 am
Sunset: 6:29 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom