ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ କରିବ ବିରୋଧ: ପୂର୍ବାହ୍ନ ୯ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନଶନ

by nwradmin JUN-19-2025 10:44 AM IST in ବଡ଼ ଖବର

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତଙ୍କୁ କଂଗ୍ରେସ ବିରୋଧ କରିବ ବୋଲି କହିଛି । କଂଗ୍ରେସ ଦିନିକିଆ ଅନଶନ କରିବା ନେଇ କହିଛି। ପୂର୍ବାହ୍ନ ୯ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଅନଶନ ଚାଲିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।
କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମିଳନୀରେ ପିସିସି ସଭାପତି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୧୩୩ ପ୍ଲଟୁନ ପୁଲିସ ଫୋର୍ସ ଏବଂ ବଡ଼ ବଡ଼ ପୁଲିସ ଅଧିକାରିଙ୍କୁ ନିୟୋଜିତ କରାଯାଉଛି । ପୁରୀରେ ରଥଯାତ୍ରା ପାଇଁ ଯେତିକି ପୁଲିସ ଆବଶ୍ୟକ ସେତିକି ପୁଲିସ ନାହାନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ମାଳ ମାଳ ପୁଲିସ ନିୟୋଜିତ କରାଯାଉଛି। ରାଜ୍ୟରେ ନାରୀ ଦୁଷ୍କର୍ମ ଏବଂ ନିର୍ଯାତନା ବଢିଚାଲିଛି, ଏଭଳି କ୍ଷତ୍ରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କଣ ବାର୍ତ୍ତା ବହନ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଯଦି ରାଜ୍ୟର ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵର ସହ ନେଉଛନ୍ତି ତେବେ ନାରୀ ନିର୍ଯାତନା ଏବଂ ହଇଜା ଉପରେ ଭାଷଣ ଦିଅନ୍ତୁ ବୋଲି ପିସିସି ସଭାପତି ଦାବି କରିଛନ୍ତି।