• Latest
  • Trending

ମମତାଙ୍କ ପରେ ସୁଜିତ ଛାଡିଲେ: ଆଉ ଦୁଇ ନେତା ଛାଡିବେ ?

Sep-07-2024 08:30 AM IST
odisha.newsroom.in

ଫସିଲେ ରିୟାନ ପରାଗ…ଅଶୋଭନୀୟ ଆଚରଣ ପାଇଁ ମିଳିଲା ଏହି ଦଣ୍ଡ

Apr-30-2026 05:12 PM IST
odisha.newsroom.in

ସାବଧାନ…ଆପଣଙ୍କ ବ୍ୟକ୍ତିଗତ ମେସେଜ ପଢୁଛି WhatsApp…ମିଳିଲା ପ୍ରମାଣ…

Apr-30-2026 04:37 PM IST
odisha.newsroom.in

କର୍ମଚାରୀଙ୍କ ପାଇଁ ନିଆରା ନିୟମ କଲେ କମ୍ପାନୀ ଫାଉଣ୍ଡର…ଅଫିସ ‘ପିକନିକ୍’ ଡେଲି

Apr-30-2026 03:36 PM IST
odisha.newsroom.in

ବିଧାନସଭାରେ ‘କଙ୍କାଳ’ ଝଡ଼: ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ ହୋହଲ୍ଲା

Apr-30-2026 01:05 PM IST
odisha.newsroom.in

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ଘୋର ଆର୍ଥିକ ସଙ୍କଟରେ ଘାଣ୍ଟି ହେଉଛି ପାକିସ୍ତାନ…ସରିଫ କହିଲେ…

Apr-30-2026 12:40 PM IST
odisha.newsroom.in

ପ୍ରକାଶ ପାଇଲା ICSE ରେଜଲ୍ଟ: ଜାଣନ୍ତୁ କେମିତି ଓ କେଉଁଠି ଦେଖିବେ ପରୀକ୍ଷାଫଳ

Apr-30-2026 12:11 PM IST
odisha.newsroom.in

ଇରାନର ଚେତାବନୀ…ଏମିତି ଅସ୍ତ୍ର ପ୍ରୟୋଗ କରିବୁ ଆମେରିକାର “ହାର୍ଟ ଆଟାକ୍” ଆସିପାରେ…

Apr-30-2026 11:40 AM IST
odisha.newsroom.in

ତାତିରୁ ମିଳିବ ତ୍ରାହି: କମିବ ପାରଦ…କାଳବୈଶାଖୀ ସହ କୁଆପଥର ବର୍ଷା ଚେତାବନୀ

Apr-30-2026 10:59 AM IST
Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Apr-30-2026 10:33 AM IST
odisha.newsroom.in

ନିର୍ବାଚନ ଶେଷ…କିଏ ଦଖଲ କରିବ କେଉଁ ରାଜ୍ୟ…କଣ କହୁଛି EXIT POLL ?

Apr-29-2026 06:58 PM IST
  • About
  • Careers
  • Contact Us
Friday, May 1, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ମମତାଙ୍କ ପରେ ସୁଜିତ ଛାଡିଲେ: ଆଉ ଦୁଇ ନେତା ଛାଡିବେ ?

by M M
Sep-07-2024 08:30 AM IST
in ବଡ଼ ଖବର, ବିଶେଷ
0
491
SHARES
1.4k
VIEWS
Share on FacebookShare on Twitter

ବିଜେଡି ସରକାର ଅମଳରେ କଳାହାଣ୍ଡିରୁ ହଜାରେ କୋଟିରୁ ଅଧିକ ଟଙ୍କାର ଲୁଟ୍ ହୋଇଛି। ଆଉ ଏହି ଲୁଟରେ ବହୁ ବିଜେଡି ନେତା ସାମିଲ ହୋଇଛନ୍ତି ।  ଟେଣ୍ଡର ଫିକ୍ସିଂ ଓ ବାଲି ମାଫିଆଙ୍କ ସହ ମିଶି ଦୁର୍ନୀତି କରୁଥିଲେ ବିଜେଡି ନେତା। ବିଜେଡି ଦଳରେ ବହୁ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଉଛି ।  ଆଗଧାଡ଼ିର କର୍ମକର୍ତ୍ତାମାନଙ୍କୁ ସମ୍ମାନ ମିଳୁନି । ପୂର୍ବ ସରକାର ସମୟରେ ବହୁତ ଦୁର୍ନୀତି ହୋଇଛି । ନେତା,କର୍ମୀଙ୍କୁ ଅଣଦେଖା କରାଯାଉଛି କାମ ମିଳୁନି । ଏହା କହିଛନ୍ତି ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା କଳାହାଣ୍ଡିର ଟାଣୁଆ ନେତା ସୁଜିତ କୁମାର ।   ମମତା ମହନ୍ତ ଏଭଳି ଅଭିଯୋଗ ଆଣି ଇସ୍ତଫା ଦେଇଥିଲେ । ପରେ ସମାନ ଅଭିଯୋଗ ଆଣି ସୁଜିତ୍ କୁମାର ମଧ୍ୟ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ।  ପାଣ୍ଡିଆନଙ୍କ ଫ୍ୟାକ୍ଟର ପରେ ବିଜେଡି ବିପର୍ଯ୍ୟୟ ଆଡ଼କୁ ଯାଉଛି । ଏହି ଚର୍ଚା ଏବେ ଜୋର ଧରିଛି ।

୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ଏବେ ଦଳରୁ ଜଣଙ୍କ ପରେ ଜଣେ ଦଳ ଛାଡୁଛନ୍ତି ।  ପାଣ୍ଡିଆନ ନିରବତା ପରେ ମଧ୍ୟ ଦଳରେ ନେତା ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ମମତାଙ୍କ ପରେ ସୁଜିତ ସେହି ଏକା ଅଭିଯୋଗ ଆଣିଛନ୍ତି ଦଳରେ ତାଙ୍କୁ ପଚରାଯାଉନି, ସମ୍ମାନ ମିଳୁନି ସେମାନେ ଅଣନିଶ୍ୱାସୀ ଅନୁଭବ କରି ଦଳ ଛାଡ଼ିଛନ୍ତି ।

ଗତ କିଛି ଦିନ ଧରି  ବିଭିନ୍ନ ପଂଚାୟତ ସମିତି ଓ ପୌର ସଂସ୍ଥାରେ ବିଜେଡି ନିଜର କର୍ତ୍ତୃତ୍ୱ ହରାଉଛି । ଦଳର ବହୁ ବିଧାୟକ ଏବେ ବିଜେପିକୁ ଯିବା ପାଇଁ ଆଲୋଚନା ଜାରି ରଖିତିବା ବିଜେପି ନେତାମାନେ ଖୋଲାଖୋଲି କହୁଛନ୍ତି । ନିର୍ବାଚନର  ୩ମାସ ପରେ  ଅଧିକ ନେତା ଗୋଟେ ପରେ ଗୋଟି ବିଜେପି ଦଳକୁ ଯାଉଥିବା ସଂଖ୍ୟା ବଢ଼ି ବଢ଼ି ଚାଲିଛି । ବିଜେଡି ସୁପ୍ରିମାେ ଯେତେ ବୈଠକ କଲେ ତାହାର ପ୍ରଭାବ ପଡ଼ୁନି । ସବୁଦିନ ଦଳର ନେତାମାନଙ୍କ ସହ ଆଲୋଚନା କରୁଛନ୍ତି କିନ୍ତୁ ତାହାର ପ୍ରଭାବ ଆଉ ନେତାଙ୍କୁ ଭଲ ଲାଗୁନାହିଁ । ନବୀନଙ୍କ ମନ୍ତ୍ର ଆଉ ଦଳୀୟ କର୍ମୀ ଓ ନେତାମାନଙ୍କ ମନୋବଳ ବୃଦ୍ଧି କରିପାରୁନଥିବା ଏଥିରୁ ସ୍ପଷ୍ଟ ହେଉଛି ।

ଦୁଇ ସାଂସଦ ରାଜ୍ୟସଭାରୁ ଯିବା ପରେ ପୁଣି  ବିଜେଡିର ଆଉ ଦୁଇ ସାଂସଦ ଖୁବଶୀଘ୍ର ଦଳ ଛାଡ଼ିପାରନ୍ତି । ଏହା ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି ।  ମମତା ମହନ୍ତ ଓ ସୁଜିତ୍ କୁମାର ବିଜେଡି ଛାଡ଼ିବା ଦ୍ୱାରା ସାରା ରାଜ୍ୟରେ ଏହି ଚର୍ଚା ସରଗରମ ହେଉଛି । ଦଳ ଆଗାମୀ ଦିନରେ ଆହୁରି ଅନେକ ନେତାଙ୍କୁ ହରାଇବ ତାହା ସ୍ପଷ୍ଟ ହେଉଛି । ସାଂଗଠନିକସ୍ତରରେ ବିଶେଷ ପ୍ରଭାବ ପଡ଼ୁଛି ।  ସାଂସଦମାନଙ୍କ ଇସ୍ତଫାର ଦୂରଗାମୀ ପ୍ରଭାବ ଗାଁ ଗହଳିକୁ ମଧ୍ୟ ବ୍ୟାପୁଛି । କାଲି ଯେଉଁ କର୍ମୀ ବିଜେଡି ପାଇଁ ଓକିଲାତି କରୁଥିଲେ ଆଜି ସେମାନେ ବିଜେପି ପତକା ଧରି ବୁଲୁଛନ୍ତି । ଆଗାମୀ ଦିନରେ ଏହା ବିଜେଡିକୁ ବେଶ୍ ମହଙ୍ଗା ପଡ଼ିପାରେ ବୋଲି ରାଜନୀତି ସମୀକ୍ଷକମାନେ କହୁଛନ୍ତି ।

ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କ ପରେ ସୁଜିତ୍ କୁମାର ବିଜେପିକୁ ଯିବା ପରେ ଯାହା କହିଛନ୍ତି ତାହା ହେଲା ତାଙ୍କୁ ବିଜେଡିରେ କାମ କରିବାକୁ ସୁଯୋଗ ମିଳୁନାହିଁ । ଏହା ହେଉଛି ବଡ଼ ପ୍ରଶ୍ନ  । ନେତାଙ୍କୁ ଯଦି ଦଳରେ କୋଣଠେସା କରି ରଖାଯାଏ ତେବେ ସେମାନେ କରିବେ କଣ ? ତାଙ୍କ ପାଖରେ ଦୁଇଟି ରାସ୍ତା ସେ କଂଗ୍ରେସକୁ ଯିବେ ବା ବିଜେପିକୁ ଯିବେ । ତୃତୀୟ ବିକଳ୍ପ ତାଙ୍କ ପାଇଁ କିଛି ନହୋଇପାରେ । ବିଜେଡିର ସାଂସଦ ସଂଖ୍ୟା ୭କୁ ହ୍ରାସ ପାଇଛି କିନ୍ତୁ ଆଗାମୀ ଛଅ ମାସରେ ଏହି ସଂଖ୍ୟା ଅଧା ହୋଇପାରେ ।  ଲୋକସଭାରେ ଦଳର ଜଣେ ବି ସାଂସଦ ନାହାଁନ୍ତି । ଦଳ ସରକାରରେ ନାହିଁ । ଦଳର ଭାବଭୂର୍ତ୍ତି ଖରାପରୁ ଅତି ଖରାପ ଆଡ଼କୁ ଯାଉଛି । ନବୀନ ପଟ୍ଟନାୟକଙ୍କର ଆଉ ସେ ବଳ ନାହିଁ ଏହା ସମସ୍ତେ ଉପଲବ୍ଧି କରିଲେଣି ।

୩ମାସ ପୂର୍ବରୁ ଏକଥା  କେହି ବିଶ୍ବାସ କରିପାରୁନଥିଲେ । ନବୀନଙ୍କର କ୍ଷମତା ସର୍ବାଧିକ ଥିଲା । ଏବେ ସବୁ କଳା ହରଣ ହେବା ପରି ଲାଗୁଛି ।  ସାଧାରଣ ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ବରଣ କରିଛି ।  ଜଣକପରେ ଜଣେ ସାଂସଦ ଦଳ ଛାଡ଼ୁଥିଲେ ମଧ୍ୟ ବିଜେଡି ସଭାପତି କିଛି କରିପାରୁନାହାଁନ୍ତି ।  ଦଳ ସେହି ପୁରୁଣା ଫର୍ମାଟରେ ଚାଲିଛି ।  ଭିକେ ପାଣ୍ଡିଆନ,  ପ୍ରଣବପ୍ରକାଶ ଦାସଙ୍କୁ ଅଧିକ ଦୋଷ ଦେଉଛନ୍ତି ବିଜେଡି କର୍ମୀ । ଆଗାମୀ ଦିନରେ ବିଜେଡିରେ ଅସନ୍ତୋଷ ବଢ଼ିପାରେ । କର୍ମୀ  ଅଧିକ ଉଗ୍ର ହୋଇପାରନ୍ତି ଏହା ରାଜନୀତି ସମୀକ୍ଷକମାନେ କହୁଛନ୍ତି ।

ମମତା ମହନ୍ତଙ୍କ ଶୈଳୀକୁ ଆଶ୍ଚର୍ଯ୍ୟ କୁହାଯାଉଥିଲା ।  ସୁଜିତ୍ ଆଜି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବାର କିଛି ଆଉ ଆଶ୍ଚର୍ଯ୍ୟ ଲାଗୁନାହିଁ । ଆଗାମୀ ଦିନରେ ଏହା କିଛି ନୂଆ ଲାଗିବ ନାହିଁ । ଅନେକ ନେତା ବିଜେପିର ସଦସ୍ୟତା ଗ୍ରହଣ କରିବା ଅସ୍ବାଭାବିକ ଲାଗିବ ନାହିଁ । ବିଜେଡି କେବଳ ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରିବା ଛଡା ଆଉ କିଛି କହିବା ଅବସ୍ଥାରେ ନାହିଁ । ସୁଜିତଙ୍କ ରାଜ୍ୟସଭାରେ ୨୦୨୬ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ  ଅବଧି ରହିଛି ।  ବିଜେପି ତାଙ୍କୁ ପୁଣିଥରେ ରିପିଟ୍ କରିବ । ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ ।

Tags: bjdbjpMamata Mohantamodinewsnewsroomodishapoliticssujit kumar
Share196Tweet123
M M

M M

ଆଜିର ପାଗ

Bhubaneswar
May 1, 2026, 9:39 AM
 

SW
Clear sky
32°C
3.8 m/s
Apparent: 32°C
Pressure: 1006 mb
Humidity: 89%
Winds: 3.8 m/s SW
Windgusts: 14.4 m/s
UV-Index: 0
Precip.: 12.7mm /75% / Rain
Sunrise: 5:17 AM
Sunset: 6:10 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom