• Latest
  • Trending

ଚାପ ପକାଇଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

Nov-12-2024 08:21 AM IST
କାଉନସିଲରରୁ ମୁଖ୍ୟମନ୍ତ୍ରୀ; ଏମିତି ଥିଲା ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ ଯାତ୍ରା…

କାଉନସିଲରରୁ ମୁଖ୍ୟମନ୍ତ୍ରୀ; ଏମିତି ଥିଲା ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ ଯାତ୍ରା…

May-08-2026 07:21 PM IST
ବିଜୁଳି ମାରିଲେ କରିବେ କ’ଣ? ଜାଣନ୍ତୁ ଜରୁରୀ ପଦକ୍ଷେପ…

ବିଜୁଳି ମାରିଲେ କରିବେ କ’ଣ? ଜାଣନ୍ତୁ ଜରୁରୀ ପଦକ୍ଷେପ…

May-08-2026 07:11 PM IST
ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ଲାଗିଲା ମୋହର

ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ଲାଗିଲା ମୋହର

May-08-2026 05:05 PM IST
ଭାରତରେ ପ୍ରଥମେ EVMରେ ଭୋଟ ଗ୍ରହଣ କେବେ ଓ କେଉଁଠି ହୋଇଥିଲା ?

ଭାରତରେ ପ୍ରଥମେ EVMରେ ଭୋଟ ଗ୍ରହଣ କେବେ ଓ କେଉଁଠି ହୋଇଥିଲା ?

May-08-2026 12:14 PM IST
ଆଜି ବସିବ ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳ ବୈଠକ, ଚୂଡ଼ାନ୍ତ ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ନାମ

ଆଜି ବସିବ ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳ ବୈଠକ, ଚୂଡ଼ାନ୍ତ ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ନାମ

May-08-2026 10:35 AM IST
ତାମିଲନାଡୁ ରାଜନୀତିରେ ହଲଚଲ୍; ଇସ୍ତଫା ଦେବେ TVKର ସମସ୍ତ ୧୦୮ ଜଣ ବିଧାୟକ, ଯଦି…

ତାମିଲନାଡୁ ରାଜନୀତିରେ ହଲଚଲ୍; ଇସ୍ତଫା ଦେବେ TVKର ସମସ୍ତ ୧୦୮ ଜଣ ବିଧାୟକ, ଯଦି…

May-08-2026 10:11 AM IST
ଆଜିର ରାଶିଫଳ; ସାବଧାନ ରୁହନ୍ତୁ ଏହି ୮ ରାଶିର ବ୍ୟକ୍ତି, ଜାଣନ୍ତୁ କେମିତି କଟିବ ଆଜିର ଦିନ?

ଆଜିର ରାଶିଫଳ; ସାବଧାନ ରୁହନ୍ତୁ ଏହି ୮ ରାଶିର ବ୍ୟକ୍ତି, ଜାଣନ୍ତୁ କେମିତି କଟିବ ଆଜିର ଦିନ?

May-08-2026 09:26 AM IST
ବଙ୍ଗୋପସାଗରରେ ଆସୁଛି ବଡ଼ ଲଘୁଚାପ ! ହେବ କି ବାତ୍ୟା ?

ବଙ୍ଗୋପସାଗରରେ ଆସୁଛି ବଡ଼ ଲଘୁଚାପ ! ହେବ କି ବାତ୍ୟା ?

May-07-2026 07:32 PM IST
ଦୁଇ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦେଲା ଚୀନ୍, ଦୁର୍ନୀତି ମାମଲାରେ ରାଷ୍ଟ୍ରପତି ସି ଜିନପିଙ୍ଗ କଠୋର କାର୍ଯ୍ୟାନୁଷ୍ଠାନ

ଦୁଇ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦେଲା ଚୀନ୍, ଦୁର୍ନୀତି ମାମଲାରେ ରାଷ୍ଟ୍ରପତି ସି ଜିନପିଙ୍ଗ କଠୋର କାର୍ଯ୍ୟାନୁଷ୍ଠାନ

May-07-2026 07:21 PM IST
ସାବଧାନ ! ଫ୍ରିଜରେ ଅଟା ଚକଟି ରଖୁଛନ୍ତି କି ?

ସାବଧାନ ! ଫ୍ରିଜରେ ଅଟା ଚକଟି ରଖୁଛନ୍ତି କି ?

May-07-2026 07:11 PM IST
  • About
  • Careers
  • Contact Us
Saturday, May 9, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଚାପ ପକାଇଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

by M M
Nov-12-2024 08:21 AM IST
in ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ସରକାରୀ କର୍ମଚାରୀଙ୍କ ବଦଳି ପାଇଁ ପଡ଼ୁଛି ଚାପ । ସରକାର ବଦଳିବା ପରେ ମାତିଯାଇଛନ୍ତି ଦଲାଲ । ଚାପ ପକାଇ ବଦଳି କରିବା ନୂଆ କଥା ନୁହେଁ । କିନ୍ତୁ ଏପରି ବଦଳିକୁ ପ୍ରଥମରୁ ନା କହିଲେଣି ସରକାର ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଟିମ ପ୍ରଥମରୁ ନାସ୍ତିକ ବାଣୀ ଶୁଣାଇଛନ୍ତି । ଏନେଇ ରାଜ୍ୟ ପ୍ରଶାସନ ପୂରା ଚାପରେ ଥିବା ଆଲୋଚନା ହେଉଛି । ବ୍ଲକ୍ ଅଫିସ୍‌ରୁ ଆରମ୍ଭ କରି ପ୍ରଶାସନିକ ବିଭାଗ ପର୍ଯ୍ୟନ୍ତ ବଦଳି ପ୍ରତିଦିନ ଚାପ ବଢ଼ୁଛି ।

ନୂଆ ସରକାର ଆସିଲା ପରେ ନିଜ ନିଜ ପସନ୍ଦର ଅଧିକାରୀଙ୍କୁ ନିଜ ଅଞ୍ଚଳକୁ ନେବା ପାଇଁ ଅଘୋଷିତ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଏଥି ପାଇଁ ସାରା ରାଜ୍ୟରେ ସବୁ ବିଭାଗରେ ବ୍ୟାପକ ଅଦଳବଦଳ ଚାଲିଛି। ବିଧାୟକ ଓ ସାଂସଦଙ୍କ ସହ ଶାସକ ଦଳର କିଛି ବରିଷ୍ଠ ନେତା ବି ଏଥିରେ ସାମିଲ ହୋଇଛନ୍ତି। ଗୋଟିଏ ଗୋଟିଏ ଜାଗାକୁ ଏକାଧିକ ନେତା ନିଜ ନିଜ ପସନ୍ଦ ମୁତାବକ ଅଧିକାରୀଙ୍କ ନାମ ସୁପାରିସ କରୁଛନ୍ତି। ଫଳରେ ମନ୍ତ୍ରୀ ଓ ସଚିବ କାହା ସୁପାରିସ ପାଳନ କରିବେ, ତାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ଯେଉଁମାନେ ସୁପାରିସ କରୁଛନ୍ତି, ସେମାନେ ସେଥି ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲବି ବି କରୁଛନ୍ତି।

ବିଧାୟକଙ୍କ ପାଖ ଲୋକଠାରୁ ଆରମ୍ଭ କରି ସାଂସଦଙ୍କ ପାଖ ଲୋକଙ୍କ ସହାୟତାରେ ଏହି ଚାପ ବଢ଼ୁଛି । ଶାସକ ଦଳର ବରିଷ୍ଠ ନେତାମାନେ ମଧ୍ୟ ବଦଳି ପାଇଁ ଚିଠି ଲେଖୁଛନ୍ତି।

ବଦଳି  ଏବେ ସରକାର ଓ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହାର ମାତ୍ରା ଏତେ ବଢ଼ିଯାଇଛି ଯେ ଆଜି ମୁଖ୍ୟ ଶାସନ ସଚିବ ଏହି ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କର୍ମଚାରୀମାନେ ନିଜ ପସନ୍ଦର ବଦଳି ପାଇଁ ବାହ୍ୟ ଚାପ ନପକାଇବାକୁ ଚେତାବନୀ ଦେଇଛନ୍ତି। ଏପରି କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଧମକ ବି ଦେଇଛନ୍ତି।

ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଆଜି ବିଭିନ୍ନ ବିଭାଗର ସଚିବ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, କିଛି ସରକାରୀ କର୍ମଚାରୀ ସେମାନଙ୍କର ବଦଳି ଓ ନିଯୁକ୍ତି ପାଇଁ ବାହାରୁ ଚାପ ପକାଉଛନ୍ତି। ଏହା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ(କଣ୍ଟକ୍ଟ ରୁଲ୍‌ସ) ଉଲ୍ଲଂଘନ କରୁଛି।

ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ଓ ବ୍ୟବହାରରେ ଉଚ୍ଚମାନ ଓ ସ୍ବଚ୍ଛତାକୁ ବଜାୟ ରଖିବା ଉଚିତ। କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ପ୍ରାଶାସନିକ ପ୍ରକ୍ରିୟାରେ ପ୍ରଚଳିତ ନୀତି ନିୟମ ଅନୁଯାୟୀ ହୁଏ। ଏହି ପ୍ରକ୍ରିୟାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିବା ନିଶ୍ଚିତ ଭାବେ ବୃତ୍ତିଗତ ଅନୁଚିତ ବ୍ୟବହାର ଭାବେ ଗଣନା କରାଯିବ।ଏହା ଦ୍ବାରା ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ତେଣୁ ସବୁ କର୍ମଚାରୀମାନେ ନିଜ ପସନ୍ଦର ବଦଳି ଓ ନିଯୁକ୍ତି ପାଇଁ ବାହ୍ୟ ଚାପ ସୃଷ୍ଟି କରିବାକୁ ବିରତ ରହିବାକୁ ମୁଖ୍ୟ ଶାସନ ସଚିବ ଚେତାଇ ଦେଇଛନ୍ତି।

Share196Tweet123
M M

M M

ଆଜିର ପାଗ

Bhubaneswar
May 9, 2026, 3:28 AM
 

SSW
Thunderstorm
26°C
1.6 m/s
Apparent: 32°C
Pressure: 1009 mb
Humidity: 96%
Winds: 1.6 m/s SSW
Windgusts: 8.6 m/s
UV-Index: 0
Precip.: 0mm /24% / Rain
Sunrise: 5:12 AM
Sunset: 6:13 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom