• Latest
  • Trending
କାହିଁକି ବିଜେପି ହାରିବାକୁ ଯାଉଛି ହରିୟାନାରେ

କାହିଁକି ବିଜେପି ହାରିବାକୁ ଯାଉଛି ହରିୟାନାରେ

Oct-06-2024 06:47 PM IST
ଗଂଜାମରେ ବର୍ଷା ଆଶଙ୍କା

ଗଂଜାମରେ ବର୍ଷା ଆଶଙ୍କା

Oct-29-2025 10:08 AM IST
ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ

ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ

Oct-29-2025 09:52 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-29-2025 09:36 AM IST
ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

Oct-28-2025 07:47 PM IST
ବାତ୍ୟା ‘ମୋନ୍ଥା’କୁ ନେଇ ସତର୍କ ରହିବାକୁ ଅନୁରୋଧ କଲେ ନବୀନ ପଟ୍ଟନାୟକ

ବାତ୍ୟା ‘ମୋନ୍ଥା’କୁ ନେଇ ସତର୍କ ରହିବାକୁ ଅନୁରୋଧ କଲେ ନବୀନ ପଟ୍ଟନାୟକ

Oct-28-2025 01:21 PM IST
ନୂଆପଡ଼ାର ଉନ୍ନତି ମୋର ଏକମାତ୍ର ସଂକଳ୍ପ : ସ୍ନେହାଙ୍ଗିନୀ

ନୂଆପଡ଼ାର ଉନ୍ନତି ମୋର ଏକମାତ୍ର ସଂକଳ୍ପ : ସ୍ନେହାଙ୍ଗିନୀ

Oct-28-2025 11:59 AM IST
ଭୟଭୀତ ହେବା ନାହିଁ; ଧର୍ଯ୍ୟର ସହ ବାତ୍ୟାର ମୁକାବିଲା କରିବା : ମନମୋହନ ସାମଲ

ଭୟଭୀତ ହେବା ନାହିଁ; ଧର୍ଯ୍ୟର ସହ ବାତ୍ୟାର ମୁକାବିଲା କରିବା : ମନମୋହନ ସାମଲ

Oct-28-2025 11:38 AM IST
ସନ୍ଧ୍ୟା ପରେ ଆନ୍ଧ୍ର ଉପକୂଳ ଅତିକ୍ରମ କରି କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମୋନ୍ଥା’

ସନ୍ଧ୍ୟା ପରେ ଆନ୍ଧ୍ର ଉପକୂଳ ଅତିକ୍ରମ କରି କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମୋନ୍ଥା’

Oct-28-2025 10:50 AM IST
ମୋନ୍ଥା ପାଇଁ କେଉଁ ଟ୍ରେନ ବାତିଲ ଜାଣନ୍ତୁ

ମୋନ୍ଥା ପାଇଁ କେଉଁ ଟ୍ରେନ ବାତିଲ ଜାଣନ୍ତୁ

Oct-28-2025 09:30 AM IST
ବର୍ଷା ଆରମ୍ଭ : ରାଜ୍ୟ ସରକାର ପ୍ରସ୍ତୁତ

ବର୍ଷା ଆରମ୍ଭ : ରାଜ୍ୟ ସରକାର ପ୍ରସ୍ତୁତ

Oct-28-2025 09:25 AM IST
  • About
  • Careers
  • Contact Us
Wednesday, October 29, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

କାହିଁକି ବିଜେପି ହାରିବାକୁ ଯାଉଛି ହରିୟାନାରେ

କଣ କହୁଛି ଏକଜିଟ୍ ପୋଲ୍

by M M
Oct-06-2024 06:47 PM IST
in ଦେଶ ବିଦେଶ, ବଡ଼ ଖବର
0
କାହିଁକି ବିଜେପି ହାରିବାକୁ ଯାଉଛି ହରିୟାନାରେ
491
SHARES
1.4k
VIEWS
Share on FacebookShare on Twitter

ହରିଆଣାରେ ବିଜେପି ହାରିବ । କଂଗ୍ରେସ ସରକାର ଗଠନ କରିବ । ଏହା କହୁଛି ବୁଥ୍ ବାହୁଡ଼ା ମତ । ବିଶେଷ କରି ସମସ୍ତ ଏକଜିଟ୍ ପୋଲ ଏହି ଭବିଷ୍ୟବାଣୀ କରିଛନ୍ତି । ତେବେ କାହିଁକି ବିଜେପି ସରକାର ହରିୟାନାରେ ହାରିବ ତାକୁ ନେଇ ଆଲୋଚନା ଚାଲିଛି ।  ୮ ତାରିଖରେ ଭୋଟ ଗଣତି ହେବ ।

ବୁଥ୍ ବାହୁଡ଼ା ମତରେ ହରିୟାଣାରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳୁଥିବା ବେଳେ ଏଥିପାଇଁ ଥିବା କାରଣ ଭିନ୍ନ ଭିନ୍ନ ରହିଛି ।

ସରକାର ବିରୋଧୀ ମତ

ହରିୟାନାରେ ଦଶ ବର୍ଷ ହେଲା ବିଜେପି ସରକାରରେ ଅଛି । ସାଧାରଣରେ ସରକାର ବିରୋଧୀ ସ୍ବର ରହିବା ସ୍ବଭାବିକ । ହରିୟାନାରେ ଚାଷୀ ସଂଗଠନକୁ କଂଗ୍ରେସ ସମର୍ଥନ କରୁଛି । ସେମାନଙ୍କ ପାଇଁ ଏମଏସପି ଗ୍ୟାରେଣ୍ଟି କଥା କହୁଛି । ଏହା ସହ ଅନେକ ଯୋଜନାରେ ସିଧା ସଳଖ ଅର୍ଥ ଭୋଟରଙ୍କୁ ଦେବାକୁ କହିଛି କଂଗ୍ରେସ ।

କଂଗ୍ରେସର ଗ୍ୟାରେଣ୍ଟି

କଂଗ୍ରେସର ଗ୍ୟାରେଣ୍ଟି ଅନେକାଂଶରେ ଭୋଟରଙ୍କ ମନକୁ ପାଉଛି । ବାର୍ଧକ୍ୟ ଭତ୍ତାକୁ 6 ହଜାର କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ପ୍ରତି ମହିଳାଙ୍କୁ ମାସକୁ ଦୁଇ ହଜାର ଟଙ୍କା ଦେବାକୁ କହିଛି କଂଗ୍ରେସ । ବିଜୁଳି ଛାଡ କରିବା ସହ 25 ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ଦେବାକୁ କହିଛି । ଏପରି ଲୋଭନୀୟ ଅଫରକୁ ଘରକୁ ଘର ବୁଲି କଂଗ୍ରେସ କର୍ମୀମାନେ ପହଁଚାଇଛନ୍ତି ଯାହାର ଲାଭ କଂଗ୍ରେସ ପାଇବ କୁହାଯାଉଛି ।

ଚାଷୀ ଆନ୍ଦୋଳନ

ହରିୟାନାର ଚାଷୀଙ୍କ ଆନ୍ଦୋଳନ ବିଜେପି ପାଇଁ ବଡ଼ ସମସ୍ୟା ରହିଛି । ନୂଆ କୃଷି ଆଇନକୁ ନେଇ ଚାଷୀମାନେ ବିଜେପିକୁ ଦୋଷ ଦେଇଥିଲେ । ତେଣୁ କେନ୍ଦ୍ର ସରକାର ନୂଆ କୃଷୀ ଆଇନ ଫେରାଇବାକୁ ବାଧ୍ୟ ହେଲେ  । ତେଣୁ ଚାଷୀମାନେ ମଧ୍ୟ ବିଜେପି ବିରୋଧରେ ଭୋଟ ଦେଇଛନ୍ତି

ନିଯୁକ୍ତି ସମସ୍ୟା

ରାଜ୍ୟରେ ନିଯୁକ୍ତି ସମସ୍ୟା ମଧ୍ୟ ରହିଛି । ଯାହାକୁ ନେଇ ଯୁବ ବର୍ଗ ସରକାର ବିରୋଧରେ ଭୋଟ କରିଛନ୍ତି । ଏହା ସହ ଖେଳାଳୀମାନଙ୍କ ଅଭିଯୋଗ ମଧ୍ୟ ଏକ ସମସ୍ୟା ରୂପେ ବିଜେପି ପାଇଁ ଦେଖାଦେଇଛି । ବିଶେଷ କରି ଫୋଗାଟ ପରିବାର ବିଜେପି ବିରୋଧରେ ପ୍ରଚାର କରିଛନ୍ତି । କୁସ୍ତିକୁ ନେଇ ଖେଳାଳିମାନେ ବିଜେପି ବିରୋଧରେ ଭୋଟ ଦେଇଛନ୍ତି । ଏହାର ପ୍ରଭାବ ଏକଜିଟ୍ ପୋଲରେ ପଡ଼ିଛି ।

ମାଟିଜ ସଂସ୍ଥାର ଆକଳନ ଅନୁସାରେ ହରିଆଣାରେ ବିଜେପିକୁ ମିଳିପାରେ ୧୮ରୁ୨୪ ସିଟ୍। ସେହିଭଳି କଂଗ୍ରେସ ୫୫ରୁ ୬୨ ଏବଂ ଅନ୍ୟାନ୍ୟ ଦଳଙ୍କୁ ୨ରୁ ୫ ଆସନ ମିଳିବା ସମ୍ଭାବନା ରହିଛି। DHRUV ସଂସ୍ଥାର ପୂର୍ବାନୁମାନ କହୁଛି ହରିଆଣାରେ ବିଜେପି ୨୨-୩୨ ଆସନ ଜିତିପାରେ। କଂଗ୍ରେସକୁ ୫୦-୬୪ ଆସନ ମିଳିବାକୁ ଥିବା ବେଳେ ଅନ୍ୟାନ୍ୟ ଦଳକୁ ୨-୮ଟି ଆସନ ପାଇବେ।

PEOPLES PULSE ଆକଳନ କହୁଛି, ବିଜେପି ୨୦-୩୨ଟି ସିଟରେ ଜିତିପାରେ। କଂଗ୍ରେସ-୪୯-୬୧ଟି ଆସନରେ ବିଜୟୀ ହେବାକୁ ଥିବା ବେଳେ ଅନ୍ୟାନ୍ୟ ଦଳଙ୍କୁ ୩-୫ଟି ଆସନ ମିଳିପାରେ। Bhaskar Reporters Pollର ତଥ୍ୟ କହିଛି, ବିଜେପି ଏଠୁ ୧୯-୨୯ଟି ଆସନ ଜିତିପାରେ। କଂଗ୍ରେସ ୪୪-୫୪ ଆସନ ଜିତି ସରକାର ଗଢ଼ିବାକୁ ଥିବା ବେଳେ ଅନ୍ୟାନ୍ୟ ଦଳ ସପରକ୍ଷରେ ସର୍ବାଧିକ ୦-୬ ଟି ଆସନ ମଳିପାରେ।

ସେପଟେ ଜମ୍ମୁ-କାଶ୍ମୀରରେ ବୁଥ ବାହୁଡ଼ା ମତକୁ ନେଇ GULISTAN NEWSର ପୂର୍ବାନୁମାନ କହିଛି ରାଜ୍ୟର ମୋଟ ୯୦ ଆସନରୁ ବିଜେପି-୨୮-୩୦ଟିରେ ଜିତିପାରେ। କଂଗ୍ରେସ-୩୧-୩୬ ଏବଂ ଅନ୍ୟାନ୍ୟ ଦଳଙ୍କୁ ୫-୭ଟି ଆସନ ମିଳିବା ସମ୍ଭାବନା ରହିଛି।

PEOPLES PULSEର ଆକଳନ ଅନୁସାରେ ବିଜେପି-୨୩-୨୭, କଂଗ୍ରେସ-୪୬-୫୦ ଏବଂ ପିଡିପିକୁ ୭-୧୧ ଟି ଆସନ ମିଳିପାରେ। DAINIK BHASKAR ପୂର୍ବାନୁମାନ କହିଛି, ବିଜେପି-୨୦-୨୫, କଂଗ୍ରେସ-୩୫-୪୦ ଏବଂ ପିଡିପିକୁ ମିଳିପାରେ ୧୨-୧୬ଟି ସିଟ୍।

NDTVର ବୁଥ୍ ବାହୁଡ଼ା ମତ କହୁଛି, ବିଜେପିକୁ ୨୪ , କଂଗ୍ରେସକୁ ୪୩ ଏବଂ ପିଡିପିକୁ ୧୬ଟି ଆସନ ମିଳିବ। India Today-CVoterର ଆକଳନ ଅନୁସାରେ ବିଜେପି ୨୭-୩୧, କଂଗ୍ରେସ ୪୦-୪୮ ଏବଂ ପିଡିପିକୁ ୬-୧୨ଟି ଆସନରେ ଜିତିପାରେ। Bhaskar Reporters Pollର ପୂର୍ବାନୁମାନ କହିଛି, ବିଜେପି- ୨୦-୨୫, କଂଗ୍ରେସ – ୩୫-୪୦ ଏବଂ ପିଡିପି- ୪-୭ ଟି ଆସନ ପାଇବ।

Share196Tweet123
M M

M M

ଆଜିର ପାଗ

Bhubaneswar
October 29, 2025, 10:59 AM
 

SE
Overcast
28°C
2.2 m/s
Apparent: 30°C
Pressure: 1009 mb
Humidity: 97%
Winds: 2.2 m/s SE
Windgusts: 8.6 m/s
UV-Index: 0
Precip.: 20.3mm /95% / Rain
Sunrise: 5:46 AM
Sunset: 5:13 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଗଂଜାମରେ ବର୍ଷା ଆଶଙ୍କା

ଗଂଜାମରେ ବର୍ଷା ଆଶଙ୍କା

October 29, 2025
ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ

ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ

October 29, 2025
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

October 29, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom