• Latest
  • Trending
ଶ୍ରୀରାମ ମନ୍ଦିରରେ ଧର୍ମଧ୍ୱଜା ସ୍ଥାପନ: ଭାରତୀୟ ସଭ୍ୟତାର ପୁନରୁତ୍ଥାନର ଆମର ପ୍ରତୀକ

ଶ୍ରୀରାମ ମନ୍ଦିରରେ ଧର୍ମଧ୍ୱଜା ସ୍ଥାପନ: ଭାରତୀୟ ସଭ୍ୟତାର ପୁନରୁତ୍ଥାନର ଆମର ପ୍ରତୀକ

Nov-25-2025 04:57 PM IST
odisha.newsroom.in

“ଇସ୍ତଫା ଦେବାର ପ୍ରଶ୍ନ ଉଠୁନି, ମୁଁ ନିର୍ବାଚନ ହାରିନି”…ପରାଜୟ ପରେ ମମତାଙ୍କ ବଡ଼ ବୟାନ…

May-05-2026 05:43 PM IST
odisha.newsroom.in

ଶେଷ ହେଲା ମମତାଙ୍କ ‘ଆଳୁ ପଲିଟିକ୍ସ’: ଓଡ଼ିଶାକୁ ଏବେ ସହଜରେ ଆସିବ ପଶ୍ଚିମବଙ୍ଗ ଆଳୁ

May-05-2026 04:07 PM IST
odisha.newsroom.in

ହାରିଯିବା ପରେ କଣ ହେବ ମମତାଙ୍କ ପରବର୍ତ୍ତୀ ରଣନୀତି ? ବଢୁଛି ଚର୍ଚ୍ଚା…

May-05-2026 03:16 PM IST
odisha.newsroom.in

ଗୋଟିଏ ଭୋଟରେ କେମିତି ହାରିଲେ ତାମିଲନାଡୁ ମନ୍ତ୍ରୀ…ଜାଣିଲେ ହେବେ ଆଶ୍ଚର୍ଯ୍ୟ…

May-05-2026 02:48 PM IST
odisha.newsroom.in

ମ୍ୟାଜିକ ନମ୍ବର ଛୁଇଁନି TVK…କେମିତି ଗଢ଼ିବ ସରକାର ?

May-05-2026 11:59 AM IST
odisha.newsroom.in

ଓଡ଼ିଶାରେ କାଳବୈଶାଖୀର କରାଳ ରୂପ: ୧୦ ଯାଏଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

May-05-2026 11:11 AM IST
odisha.newsroom.in

“ଗୁଣ୍ଡାମାନେ ଭିତରେ ପଶି ମୋତେ ମାଡ଼ ମାରିଲେ”: ପରାଜୟ ପରେ ମମତାଙ୍କ ସାଂଘାତିକ ଅଭିଯୋଗ

May-05-2026 10:55 AM IST
odisha.newsroom.in

କାହିଁକି ଭବାନୀପୁର ଆସନ ରଖିପାରିଲେନି ମମତା ? ଜାଣନ୍ତୁ ଏହା ପଛର ୫ କାରଣ…

May-05-2026 10:37 AM IST
Horoscope 2026 May 05: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 05: ଜାଣନ୍ତୁ ଆଜିର ରାଶିଫଳ…

May-05-2026 10:22 AM IST
odisha.newsroom.in

ବଙ୍ଗଳା ଓ ଆସାମରେ ବିଜେପିର ଦବଦବା…ତାମିଲନାଡୁରେ ବିଜୟଙ୍କ ‘ବ୍ଲକବଷ୍ଟର’ ଏଣ୍ଟ୍ରି

May-04-2026 06:52 PM IST
  • About
  • Careers
  • Contact Us
Wednesday, May 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ଶ୍ରୀରାମ ମନ୍ଦିରରେ ଧର୍ମଧ୍ୱଜା ସ୍ଥାପନ: ଭାରତୀୟ ସଭ୍ୟତାର ପୁନରୁତ୍ଥାନର ଆମର ପ୍ରତୀକ

by M M
Nov-25-2025 04:57 PM IST
in ବିଶେଷ
0
ଶ୍ରୀରାମ ମନ୍ଦିରରେ ଧର୍ମଧ୍ୱଜା ସ୍ଥାପନ: ଭାରତୀୟ ସଭ୍ୟତାର ପୁନରୁତ୍ଥାନର ଆମର ପ୍ରତୀକ
491
SHARES
1.4k
VIEWS
Share on FacebookShare on Twitter

ଶ୍ରୀରାମ ମନ୍ଦିରରେ ଧର୍ମ ଧ୍ଵଜା ସ୍ଥାପନ କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ଏହା ଭାରତୀୟ ସଭ୍ୟତାର ସନାତନତା ସହିତ ସହସ୍ର ବର୍ଷର ସଂଘର୍ଷ, ତ୍ୟାଗ ଓ ବଳିଦାନର ଏକ ଜୀବନ୍ତ ପ୍ରତୀକ ତଥା ଏହା ବିଶ୍ୱ ଇତିହାସରେ ଏକ ବିରଳ ଘଟଣା ଯେଉଁଠି କୌଣସି ସଭ୍ୟତା ଶତାବ୍ଦୀର ସଙ୍ଘର୍ଷ ଓ ଦମନ ପରେ ପୁନର୍ଜୀବନ ଲାଭ କରୁଛି ଏବଂ ନିଜର ଗୌରବ ପୁନଃପ୍ରତିଷ୍ଠା କରିଛି।

ବିଶ୍ୱ ଇତିହାସରେ ଅନେକ ପ୍ରାଚୀନ ସଭ୍ୟତା ଇସଲାମିକ ଆକ୍ରମଣ ଓ ଧର୍ମାନ୍ତରଣର ଶିକାର ହୋଇ ଚିରଦିନ ପାଇଁ ବିଲୁପ୍ତ ହୋଇଯାଇଛି। ପ୍ରାଚୀନ ପାରସ୍ୟ ଓ ମିଶରର ସଭ୍ୟତା, ଉତ୍ତର ଆଫ୍ରିକାର ସଭ୍ୟତା, ଆଫଗାନିସ୍ତାନ ଓ ପାକିସ୍ତାନର ବୌଦ୍ଧ ଓ ହିନ୍ଦୁ ସଂସ୍କୃତି ଏହାର ପ୍ରମାଣ। କିନ୍ତୁ ଭାରତ ଏକମାତ୍ର ଦେଶ ଯେଉଁଠି ପ୍ରାଚୀନ ସନାତନ ସଂସ୍କୃତି ଏକ ହଜାର ବର୍ଷର ଆକ୍ରମଣ ସତ୍ତ୍ୱେ ଆଜି ବି ଜୀବନ୍ତ ରହିଛି। ଏହି ସାଂସ୍କୃତିକ ଅସ୍ତିତ୍ୱର ସଂଘର୍ଷ ଅତ୍ୟନ୍ତ କଠିନ ଓ ବେଦନାଦାୟକ ଥିଲା। ମଧ୍ୟଯୁଗରେ ଭାରତରେ ଅସଂଖ୍ୟ ମନ୍ଦିର ଧ୍ୱଂସ ହୋଇଥିଲା, ଲକ୍ଷ ଲକ୍ଷ ଲୋକଙ୍କୁ ବଳପୂର୍ବକ ଧର୍ମାନ୍ତରିତ କରାଯାଇଥିଲା, କିନ୍ତୁ ଭାରତୀୟ ସମାଜ କେବେ ବି ନିଜର ଆଧ୍ୟାତ୍ମିକ ମୂଳକୁ ଭୁଲି ନଥିଲେ।

ଶ୍ରୀରାମ କେବଳ ଏକ ଧାର୍ମିକ ବ୍ୟକ୍ତିତ୍ୱ ନୁହଁନ୍ତି, ସେ ସମଗ୍ର ଭାରତୀୟ ସଂସ୍କୃତିର ପ୍ରାଣ, କେନ୍ଦ୍ରବିନ୍ଦୁ ଓ ଜାତୀୟ ଚେତନାର ପ୍ରତୀକ। ରାମାୟଣ କେବଳ ଉତ୍ତର ଭାରତରେ ନୁହେଁ, ଏହା କଶ୍ମୀରରୁ କନ୍ୟାକୁମାରୀ ତଥା ଆସାମରୁ ଗୁଜରାଟ ପର୍ୟ୍ୟନ୍ତ ପ୍ରତ୍ୟେକ ଅଞ୍ଚଳରେ ନିଜସ୍ୱ ରୂପରେ ପ୍ରଚଳିତ। ଭାରତୀୟଙ୍କ ଭାଷା, ପୋଷାକ, ଖାଦ୍ୟ ଭିନ୍ନ ହୋଇପାରେ, କିନ୍ତୁ ରାମଙ୍କ ଆଦର୍ଶ ସମଗ୍ର ଭାରତକୁ ଏକ ସୂତ୍ରରେ ବାନ୍ଧିରଖିଛି। ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଜୀବନ କର୍ତ୍ତବ୍ୟ, ନ୍ୟାୟ ଓ ଧର୍ମର ପ୍ରତୀକ, ଯାହା ଶାସକଠାରୁ ନେଇ ସାଧାରଣ ନାଗରିକ ପର୍ୟ୍ୟନ୍ତ ସମସ୍ତଙ୍କ ପାଇଁ ଏକ ନିତ୍ୟ ପ୍ରେରଣା। ଛତ୍ରପତି ଶିବାଜୀ, ମହାରାଣା ପ୍ରତାପ, ଗୁରୁ ଗୋବିନ୍ଦ ସିଂହଙ୍କ ଭଳି ଅସଂଖ୍ୟ ବୀରମାନେ ନିଜର ଜୀବନ ଉତ୍ସର୍ଗ କରି ଏହି ଧର୍ମ ଓ ସଂସ୍କୃତିର ରକ୍ଷା କରିଥିଲେ, ଏବଂ ଏହି ଧାରା ପୀଢ଼ୀ ପରେ ପୀଢ଼ୀ ଜାରି ରହିଲା।

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପୁନଃପ୍ରତିଷ୍ଠା ଭାରତୀୟ ସମାଜର ଦୀର୍ଘ ଆଇନଗତ ଓ ଶାନ୍ତିପୂର୍ଣ୍ଣ ସଂଘର୍ଷର ଫଳ। ସ୍ୱାଧୀନତା ପରେ ମଧ୍ୟ ପାଞ୍ଚ ଦଶନ୍ଧି ଧରି ଏହି ସଂଘର୍ଷ ଜାରି ରହିଲା ଏବଂ ଅସଂଖ୍ୟ କାର ସେବକ, ସ୍ଵୟଂସେବକ, ସାଧୁ-ସନ୍ଥ ଓ ସାଧାରଣ ଲୋକମାନେ ଏହି ଆନ୍ଦୋଳନରେ ଆତ୍ମବଳିଦାନ ଦେଇଥିଲେ।

ଶ୍ରୀରାମ ମନ୍ଦିରରେ ଧ୍ୱଜାରୋହଣ କେବଳ ଏକ ମନ୍ଦିରର ନିର୍ମାଣ ନୁହେଁ, ଏହା ସନାତନ ସଂସ୍କୃତିର ଅମରତା ଓ ଶାଶ୍ୱତତାର ପ୍ରମାଣ। ସନାତନ ଅର୍ଥ ଯାହାର ନା ଆରମ୍ଭ ନା ଅନ୍ତ, ଯାହା ଚିରକାଳ ପ୍ରବାହମାନ। ଏହି ଧ୍ୱଜ ଗଗନରେ ଉଡ଼ିବା ମାନେ ଏହା ଯେ ଭାରତୀୟ ସଭ୍ୟତା କୌଣସି ପରିସ୍ଥିତିରେ ମଧ୍ୟ ନଷ୍ଟ ହୋଇପାରିବ ନାହିଁ। ରାମ ମନ୍ଦିରର ଧ୍ୱଜ କେବଳ ଏକ କପଡ଼ା ନୁହେଁ, ଏହା ଭାରତର ଆତ୍ମସମ୍ମାନ, ଆତ୍ମବିଶ୍ୱାସ ଓ ସାଂସ୍କୃତିକ ଗର୍ବର ପ୍ରତୀକ, ଯାହା ଆଜି ପୁଣି ଥରେ ସମଗ୍ର ବିଶ୍ୱକୁ ଜଣାଇଦେଉଛି କି ଭାରତୀୟ ସଭ୍ୟତା ଚିରଞ୍ଜିବୀ ଓ ଅଜେୟ।

ଶ୍ରୀରାମ ମନ୍ଦିର କେବଳ ଅତୀତର ଗୌରବର ପ୍ରତୀକ ନୁହେଁ, ଏହା ଭବିଷ୍ୟତର ଆଶା ଓ ସ୍ୱପ୍ନର ମଧ୍ୟ ଆଧାର। ଏହି ମନ୍ଦିର ଆଗାମୀ ପୀଢ଼ୀକୁ ସେମାନଙ୍କର ମୂଳ ଓ ସଂସ୍କୃତି ସହିତ ଜୋଡ଼ିବାରେ ସାହାଯ୍ୟ କରିବ। ଆଧୁନିକ ଯୁଗର ଯାନ୍ତ୍ରିକତା ଓ ବସ୍ତୁବାଦୀ ଜୀବନଶୈଳୀ ମଧ୍ୟରେ ଏହି ମନ୍ଦିର ଆଧ୍ୟାତ୍ମିକତା ଓ ମୂଲ୍ୟବୋଧର ଏକ ଦୀପସ୍ତମ୍ଭ ହୋଇ ରହିବ। ଯୁବପୀଢ଼ୀ ଏଠାରୁ ଶିଖିବେ ଯେ ପ୍ରଗତି ଓ ଆଧୁନିକୀକରଣ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ନିଜର ସାଂସ୍କୃତିକ ପରିଚୟ ଓ ମୂଳକୁ ଭୁଲିଯିବା ଅନୁଚିତ। ରାମଙ୍କ ଆଦର୍ଶ, ତାଙ୍କର ସତ୍ୟ, ଧର୍ମ ଓ ନ୍ୟାୟ ପ୍ରତି ଅବିଚଳ ନିଷ୍ଠା, ଆଜିର ଯୁଗରେ ମଧ୍ୟ ସମାନଭାବେ ପ୍ରାସଙ୍ଗିକ ଓ ମାର୍ଗଦର୍ଶକ।

ଏହି ମନ୍ଦିର ନିର୍ମାଣ ଭାରତୀୟ ଅର୍ଥନୀତି, ପର୍ଯ୍ୟଟନ ଓ ସାମାଜିକ ବିକାଶରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ କୋଟି କୋଟି ଭକ୍ତ ଓ ପର୍ଯ୍ୟଟକ ଏହି ପବିତ୍ର ତୀର୍ଥସ୍ଥାନକୁ ଆସିବେ, ଯାହା ଅଯୋଧ୍ୟା ଓ ଏହାର ଆଖପାଖ ଅଞ୍ଚଳର ସାମଗ୍ରିକ ବିକାଶରେ ସହାୟକ ହେବ। ମନ୍ଦିର ଚତୁଃପାର୍ଶ୍ୱରେ ବିକଶିତ ହେଉଥିବା ସଂରଚନା, ଧର୍ମଶାଳା, ହୋଟେଲ , ସାଂସ୍କୃତିକ କେନ୍ଦ୍ର ଓ ଅନ୍ୟାନ୍ୟ ସୁବିଧା ହଜାର ହଜାର ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବ। ଏହା ଧର୍ମ ଓ ଅର୍ଥନୀତିର ସୁନ୍ଦର ସମନ୍ୱୟର ଏକ ଉଦାହରଣ, ଯେଉଁଠି ଆଧ୍ୟାତ୍ମିକ ଉନ୍ନତି ସହିତ ବସ୍ତୁଗତ ସମୃଦ୍ଧି ମଧ୍ୟ ସମ୍ଭବ।

ଶ୍ରୀରାମ ମନ୍ଦିର ବିଶ୍ୱ ସମସ୍ତ ହିନ୍ଦୁଙ୍କ ଏକତା ଓ ସଂଯୋଗର ମଧ୍ୟ ପ୍ରତୀକ ହୋଇ ଉଠିଛି। ଭାରତ ବାହାରେ ବସବାସ କରୁଥିବା କୋଟି କୋଟି ହିନ୍ଦୁ, ଯେଉଁମାନେ ନେପାଳ, ବାଲି, ମରିସସ, ଗୟାନା, ସୁରିନାମ, ତ୍ରିନିଦାଦ, ଆମେରିକା, ୟୁରୋପ ଓ ଅନ୍ୟାନ୍ୟ ଦେଶରେ ରହୁଛନ୍ତି, ସେମାନେ ଏହି ମନ୍ଦିରକୁ ନିଜର ଆଧ୍ୟାତ୍ମିକ ମାତୃଭୂମି ସହିତ ସଂଯୋଗର ଏକ ସେତୁ ଭାବେ ଦେଖୁଛନ୍ତି। ଏହି ମନ୍ଦିର ବିଶ୍ୱ ହିନ୍ଦୁ ସମାଜକୁ ଏକ ସାମୂହିକ ପରିଚୟ ଓ ଗର୍ବର ଭାବନା ପ୍ରଦାନ କରୁଛି। ଭାରତର ସୀମା ଅତିକ୍ରମ କରି ସନାତନ ଧର୍ମର ବୈଶ୍ୱିକ ଉପସ୍ଥିତି ଓ ପ୍ରଭାବକୁ ଏହା ପ୍ରତିଫଳିତ କରୁଛି, ଏବଂ ଏହା ମାନବ ସଭ୍ୟତାର ବୈଚିତ୍ର୍ୟ ଓ ବହୁତ୍ୱବାଦର ଏକ ସୁନ୍ଦର ଉଦାହରଣ।

ରିତେଶ ପୃଷେଠ

ଆଇନଜୀବୀ

Share196Tweet123
M M

M M

ଆଜିର ପାଗ

Bhubaneswar
May 6, 2026, 6:09 AM
 

SW
Clear sky
25°C
0.3 m/s
Apparent: 32°C
Pressure: 1008 mb
Humidity: 95%
Winds: 0.3 m/s SW
Windgusts: 9.4 m/s
UV-Index: 0.55
Precip.: 2.5mm /65% / Rain
Sunrise: 5:14 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom