• Latest
  • Trending
ପ୍ରଥମ ଥର ପାଇଁ ‘କମ୍‌ ମତଦାନ ହାର ଉପରେ ସମ୍ମିଳନୀ’ ଆୟୋଜନ କଲେ ନିର୍ବାଚନ ଆୟୋଗ

ପ୍ରଥମ ଥର ପାଇଁ ‘କମ୍‌ ମତଦାନ ହାର ଉପରେ ସମ୍ମିଳନୀ’ ଆୟୋଜନ କଲେ ନିର୍ବାଚନ ଆୟୋଗ

April 10, 2024
ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

June 24, 2025

June 20, 2025

ଆସୁଛନ୍ତି ମୋଦୀ: 2 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ

June 20, 2025
ଆସନ୍ତାକାଲି ଦିନ ୧୦ଟାରେ ଚିକିତ୍ସା ପାଇଁ ମୁମ୍ବାଇ ବାହାରିବେ ନବୀନ

ଆସନ୍ତାକାଲି ଦିନ ୧୦ଟାରେ ଚିକିତ୍ସା ପାଇଁ ମୁମ୍ବାଇ ବାହାରିବେ ନବୀନ

June 19, 2025
ଆୟାତୋଲ୍ଲା ଖେମିନିଙ୍କୁ ହତ୍ୟାକରିବା ପାଇଁ ଚାହୁଁଛି ଇସ୍ରାଏଲ

ଆୟାତୋଲ୍ଲା ଖେମିନିଙ୍କୁ ହତ୍ୟାକରିବା ପାଇଁ ଚାହୁଁଛି ଇସ୍ରାଏଲ

June 19, 2025
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ କରିବ ବିରୋଧ: ପୂର୍ବାହ୍ନ ୯ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନଶନ

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ କରିବ ବିରୋଧ: ପୂର୍ବାହ୍ନ ୯ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନଶନ

June 19, 2025
ଆସୁଛନ୍ତି ପ୍ରଧାନମନ୍ତ୍ରୀ : ସୁରକ୍ଷା ବଳୟରେ ରାଜଧାନୀ

ଆସୁଛନ୍ତି ପ୍ରଧାନମନ୍ତ୍ରୀ : ସୁରକ୍ଷା ବଳୟରେ ରାଜଧାନୀ

June 19, 2025
ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ

June 18, 2025

ଓଡିଶାର ବିକାଶ ପାଇଁ ୨୦୩୬ର ରୋଡ୍‌ମ୍ୟାପ୍ ଘୋଷଣା ହେବ: ମନମୋହନ ସାମଲ

June 18, 2025
ମରୁ ମରୁ ବଞ୍ଚିଗଲେ, ଏମିତି ଆସେ ଅନ୍ତରାତ୍ମାରୁ ନିର୍ଦ୍ଦେଶ

ମରୁ ମରୁ ବଞ୍ଚିଗଲେ, ଏମିତି ଆସେ ଅନ୍ତରାତ୍ମାରୁ ନିର୍ଦ୍ଦେଶ

June 17, 2025
  • About
  • Careers
  • Contact Us
Wednesday, June 25, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

ପ୍ରଥମ ଥର ପାଇଁ ‘କମ୍‌ ମତଦାନ ହାର ଉପରେ ସମ୍ମିଳନୀ’ ଆୟୋଜନ କଲେ ନିର୍ବାଚନ ଆୟୋଗ

by M M
April 10, 2024
in Uncategorized
0
ପ୍ରଥମ ଥର ପାଇଁ ‘କମ୍‌ ମତଦାନ ହାର ଉପରେ ସମ୍ମିଳନୀ’ ଆୟୋଜନ କଲେ ନିର୍ବାଚନ ଆୟୋଗ
491
SHARES
1.4k
VIEWS
Share on FacebookShare on Twitter

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ପୂର୍ବରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ପୂର୍ବ ସାଧାରଣ ନିର୍ବାଚନରେ କମ୍ ମତଦାନର ଇତିହାସ ଥିବା ସଂସଦୀୟ ନିର୍ବାଚନ ମଣ୍ଡଳୀ (ପିସି)ରେ ମତଦାନ ହାର ବୃଦ୍ଧି ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିଛନ୍ତି। ନୂଆଦିଲ୍ଲୀର ନିର୍ବାଚନ ସଦନରେ ଆଜି ଅନୁଷ୍ଠିତ ଦିନିକିଆ ‘କମ୍ ଭୋଟର ମତଦାନ ଉପରେ ସମ୍ମିଳନୀ’ରେ ପ୍ରମୁଖ ସହରର ମହାନଗର ନିଗମ ଆୟୁକ୍ତ ଏବଂ ବିହାର ଓ ଉତ୍ତରପ୍ରଦେଶରେ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କେତେକ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ) ମିଳିତ ଭାବେ ବିଚାରବିମର୍ଶ କରିଛନ୍ତି । ଆୟୋଗଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ସହରାଞ୍ଚଳ ଓ ଗ୍ରାମୀଣ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ସଂପୃକ୍ତି ବୃଦ୍ଧି ଏବଂ ଅଂଶଗ୍ରହଣ ନିମନ୍ତେ ମାର୍ଗ ନିର୍ଦ୍ଧାରଣ କରାଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁ ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଗଙ୍କ ପକ୍ଷରୁ ଭୋଟରଙ୍କ ଉଦାସୀନତା ସମ୍ପର୍କିତ ପୁସ୍ତିକା ଉନ୍ମୋଚନ କରାଯାଇଥିଲା।

ବିହାର, ଉତ୍ତରପ୍ରଦେଶ, ଏନସିଟି ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ତେଲଙ୍ଗାନା, ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଜମ୍ମୁ ଓ କଶ୍ମୀର ଏବଂ ଝାଡ଼ଖଣ୍ଡଭଳି ୧୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୨୦୧୯ ଲୋକସଭା ନିର୍ବାଚନରେ ଜାତୀୟ ମତଦାନ ହାର ୬୭.୪୦% ତୁଳନାରେ କମ୍ ମତଦାନ ହୋଇଥିଲା। ୨୦୧୯ରେ ଜାତୀୟ ହାର ତୁଳନାରେ କମ୍ ମତଦାନ ହୋଇଥିବା ୧୧ଟି ରାଜ୍ୟର ମୋଟ ୫୦ଟି ଗ୍ରାମୀଣ ସଂସଦୀୟ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଉତ୍ତରପ୍ରଦେଶ ର ୨୨ଟି ଏବଂ ବିହାରର ୧୮ଟିକୁ ମିଶାଇ ମୋଟ୍‌ ୪୦ଟି ନିର୍ବାଚନ ମଣ୍ଡଳୀ ରହିଛି । ଉତ୍ତରପ୍ରଦେଶର ୫୧- ଫୁଲପୁର ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ୪୮.୭% ମତଦାନ ହୋଇଥିବା ବେଳେ ବିହାରର ୨୯-ନାଲନ୍ଦା ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୪୮.୭୯% ମତଦାନ ହୋଇଛି।

ମହାନଗର ନିଗମ ଆୟୁକ୍ତ ଓ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ସମ୍ବୋଧିତ କରି ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାର କହିଛନ୍ତି ଯେ କମ୍ ମତଦାନ ଥିବା ମୋଟ ୨୬୬ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ (୨୧୫ଟି ଗ୍ରାମୀଣ ଓ ୫୧ଟି ସହରାଞ୍ଚଳ) ଚିହ୍ନଟ କରାଯାଇଛି ଏବଂ ସମସ୍ତ ସଂପୃକ୍ତ ମହାନଗର ନିଗମ ଆୟୁକ୍ତ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଜି ଲକ୍ଷ୍ୟ ଆଧାରିତ ଭାବେ ଭୋଟରଙ୍କ ନିକଟରେ ପହଞ୍ଚିବାର ଉପାୟ ଖୋଜିବା ପାଇଁ କୁହାଯାଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ଧାଡ଼ି ପରିଚାଳନା, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଆଶ୍ରୟ ସ୍ଥଳୀ, ପାର୍କିଂ ଭଳି ସୁବିଧା ଯୋଗାଇଦେବା ପାଇଁ ତ୍ରିମୁଖୀ ରଣନୀତି ଉପରେ ସେ ଗୁରୁତ୍ୱାରୋପ କରାଯାଇଛି । ଲକ୍ଷ୍ୟ ଆଧାରିତ ଜନସମ୍ପର୍କ ଏବଂ ଯୋଗାଯୋଗ; ଏବଂ ଲୋକମାନଙ୍କୁ ମତଦାନ କେନ୍ଦ୍ରକୁ ଆସିବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ଆରଡବ୍ଲୁଏ, ସ୍ଥାନୀୟ ପ୍ରସିଦ୍ଧ ବ୍ୟକ୍ତିବିଶେଷ ଏବଂ ପ୍ରଭାବଶାଳୀ ଯୁବ ନେତୃତ୍ୱଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରଙ୍କ ସମ୍ପୃକ୍ତି ନିମନ୍ତେ ପରାମର୍ଶ ଦିଆଯାଇଛି

ବର୍ଦ୍ଧିତ ଅଂଶଗ୍ରହଣ ଏବଂ ଆଚରଣ ପରିବର୍ତ୍ତନ ପାଇଁ ଏକ ବୁଥ୍ ଆଧାରିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରିବା ସହ ସେହି ଅନୁଯାୟୀ ବିଭିନ୍ନ ଲକ୍ଷ୍ୟ ଆଧାରିତ ଦର୍ଶକଙ୍କ ପାଇଁ ହସ୍ତକ୍ଷେପ ଯୋଜନା କରିବାକୁ ସେ ସମସ୍ତ ମହାନଗର ନିଗମ ଆୟୁକ୍ତ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ କହିଥିଲେ। ‘‘ଗୋଟିଏ ଆକାର ସମସ୍ତଙ୍କ ପାଇଁ ଉପଯୁକ୍ତ’’ ଆଭିମୁଖ୍ୟର ପରିଣାମ ମିଳିବ ନାହିଁ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ। ଗଣତାନ୍ତ୍ରିକ ଉତ୍ସବରେ ଭାଗ ନେଇ ଭୋଟରଙ୍କ ମଧ୍ୟରେ ଗର୍ବ ଜାଗ୍ରତ କରିବା ଭଳି କାର୍ଯ୍ୟ କରିବାକୁ ଶ୍ରୀ କୁମାର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଲୋକମାନେ ଭୋଟ ଦେବା ପାଇଁ ଯେପରି ଅନୁପ୍ରାଣୀତ ହେବେ ସେଥିପାଇଁ ଏକ ଅଭିଯାନ ଆରମ୍ଭ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ନିର୍ବାଚନ ଆୟୋଗ ଏବଂ ପ୍ରମୁଖ ଅଂଶୀଦାରଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭୋଟରଙ୍କ ଉଦାସୀନତା ଦୂର କରିବା, ଲଜିଷ୍ଟିକ୍ ଅପରେସନକୁ ସୁବ୍ୟବସ୍ଥିତ କରିବା ଏବଂ ମତଦାନ ହାର ବୃଦ୍ଧି ପାଇଁ ଏକ ବ୍ୟାପକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ମତଦାନ କେନ୍ଦ୍ରଗୁଡ଼ିକରେ ଧାଡ଼ି ପରିଚାଳନାକୁ ସୁଦୃଢ଼ କରିବା, ଉଚ୍ଚ କୋଠାରେ ମତଦାନ କୁ ସୁଗମ କରିବା ଏବଂ ପ୍ରଭାବଶାଳୀ ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନ ଅଂଶଗ୍ରହଣ (ସ୍ୱିପ୍) କାର୍ଯ୍ୟକ୍ରମର ଉପଯୋଗ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

ନିର୍ବାଚନ ଆୟୁକ୍ତ ଭାଗିଦାରୀ ଏବଂ ଅନ୍ତର୍ଭୁକ୍ତୀକରଣ ଉପରେ ଗୁରୁତ୍ୱ ଦେଇ ମହାନଗର ନିଗମ ଆୟୁକ୍ତ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏହି ଅଭିଯାନରେ ସକ୍ରିୟ ଭାବରେ ଯୋଗଦାନ କରିବାକୁ ଅନୁରୋଧ କରିଛନ୍ତି। ଆଜିର ବୈଠକରେ ମତଦାନ ହାର ବୃଦ୍ଧି ପାଇଁ ସହରର ନିର୍ଦ୍ଦିଷ୍ଟ ପ୍ରତିବନ୍ଧକଗୁଡ଼ିକୁ ଚିହ୍ନଟ କରାଯାଇଛି ଏବଂ ସହର ନିର୍ଦ୍ଦିଷ୍ଟ ହସ୍ତକ୍ଷେପ ଯୋଜନା କରାଯାଇଛି । ଅଧିକାରୀମାନଙ୍କୁ ସେମାନଙ୍କ ନିର୍ବାଚନମଣ୍ଡଳୀର ଅନନ୍ୟ ଆବଶ୍ୟକତା ଏବଂ ଜନସଂଖ୍ୟା ଅନୁଯାୟୀ ଅନୁକୂଳ, ଅଞ୍ଚଳ-ନିର୍ଦ୍ଦିଷ୍ଟ ପ୍ରଚାର କାର୍ଯ୍ୟକ୍ରମ ବିକଶିତ କରିବାକୁ ଉତ୍ସାହିତ କରାଯାଇଛି। ଏହି ଦୃଷ୍ଟିକୋଣ କୁ ଦୃଷ୍ଟିରେ ରଖି ଇସିଆଇ ଏସଭିଇଇପି ଅଧୀନରେ ଅନେକ ଅଭିନବ ଭୋଟର ସଚେତନତା ଅଭିଯାନର ରୂପରେଖ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ରହିଛି:

 

ଅତ୍ୟାବଶ୍ୟକ ନିର୍ବାଚନୀ ବାର୍ତ୍ତାରେ ସଜ୍ଜିତ ସାର୍ବଜନୀନ ପରିବହନ ଏବଂ ପରିମଳ ଯାନ ଚଳାଚଳ।

ବ୍ୟାପକ ପ୍ରଚାର ପ୍ରସାର ପାଇଁ ଭୋଟର ସଚେତନତା ବାର୍ତ୍ତାକୁ ୟୁଟିଲିଟି ବିଲ୍ ରେ ସାମିଲ କରିବା।

ଆବାସିକ କଲ୍ୟାଣ ସଂଘ (ଆରଡବ୍ଲୁଏ) ଏବଂ ଭୋଟର ସଚେତନତା ମଞ୍ଚ ସହିତ ସହଯୋଗ କରିବା।

ପାର୍କ, ବଜାର ଏବଂ ମଲ୍ ଭଳି ଲୋକପ୍ରିୟ ସାର୍ବଜନୀନ ସ୍ଥାନରେ ସୂଚନାପୂର୍ଣ୍ଣ ଅଧିବେଶନର ଆୟୋଜନ ।

ଭୋଟରଙ୍କ ଆଗ୍ରହ ଜାଗ୍ରତ କରିବା ପାଇଁ ମାରାଥନ, ୱାକାଥନ ଓ ସାଇକ୍ଲୋଥନ ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ ।

ହୋର୍ଡିଂ, ଡିଜିଟାଲ ସ୍ଥାନ, କିଓସ୍କ ଏବଂ ଜନ ସେବା କେନ୍ଦ୍ର (ସିଏସସି) ସମେତ ବିଭିନ୍ନ ପ୍ଲାଟଫର୍ମକୁ ବ୍ୟବହାର କରି ଭୋଟର ଶିକ୍ଷା ସାମଗ୍ରୀର ପ୍ରଚାର ପ୍ରସାର ।

ବ୍ୟାପକ ଭାବେ ଭୋଟରଙ୍କ ପାଖରେ ପହଞ୍ଚିବା ଏବଂ ଯୋଗାଯୋଗ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମର ଶକ୍ତିକୁ ଉପଯୋଗ କରିବା ।

ଏହି ସମ୍ମିଳନୀରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ପୁଣେ, ଠାଣେ, ନାଗପୁର, ପାଟନା ସାହିବ, ଲକ୍ଷ୍ନୌ ଓ କାନପୁରର ମହାନଗର ନିଗମ ଆୟୁକ୍ତଙ୍କ ସମେତ ବିହାର ଓ ଉତ୍ତରପ୍ରଦେଶର କେତେକ ନିର୍ଦ୍ଦିଷ୍ଟ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଯୋଗ ଦେଇଥିଲେ। ବିହାର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀମାନେ ମଧ୍ୟ ଏହି ସମ୍ମିଳନୀରେ ଉପସ୍ଥିତ ଥିବା ବେଳେ ୭ଟି ରାଜ୍ୟ ଯଥା କର୍ଣ୍ଣାଟକ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା ଏବଂ ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀମାନେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ।

୨୦୧୯ ଲୋକସଭା ସାଧାରଣ ନିର୍ବାଚନରେ ପ୍ରାୟ ୨୯ କୋଟି ୭୦ ଲକ୍ଷ ଯୋଗ୍ୟ ମତଦାତା ଭୋଟ୍ ଦେଇନଥିଲେ । ଏହି ସମସ୍ୟାର ବ୍ୟାପକତା ଯୋଗୁ ସକ୍ରିୟ ପଦକ୍ଷେପ ନେବାର ଆବଶ୍ୟକତା ରହିଥିଲା। କେବଳ ସେତିକି ନୁହେଁ, ବିଭିନ୍ନ ରାଜ୍ୟରେ ନିକଟରେ ହୋଇଥିବା ନିର୍ବାଚନରେ ନିର୍ବାଚନ ପ୍ରକ୍ରିୟା ପ୍ରତି ସହରାଞ୍ଚଳର ଉଦାସୀନତାର ଧାରା ଉପରେ ଆଲୋକପାତ କରାଯାଇଥିଲା, ଯେଉଁଥିରେ ଲକ୍ଷ୍ୟ ଆଧାରିତ ହସ୍ତକ୍ଷେପ ଓ ସହଯୋଗୀ ପ୍ରୟାସର ଆବଶ୍ୟକତା ରହିଛି।

Tags: newsvote
Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

January 12, 2025
କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

0
ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

0
ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

0
ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

June 24, 2025

June 20, 2025

ଆସୁଛନ୍ତି ମୋଦୀ: 2 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ

June 20, 2025

Weather

Bhubaneswar
June 25, 2025, 4:01 am
 

NW
Thunderstorm
28°C
1.3 m/s
Apparent: 34°C
Pressure: 999 mb
Humidity: 95%
Winds: 1.3 m/s NW
Windgusts: 4.9 m/s
UV-Index: 0
Precip.: 30.5mm /100% / Rain
Sunrise: 5:08 am
Sunset: 6:29 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom