• Latest
  • Trending
ଜିତିଲା ଭାରତ : କୋହଲିଙ୍କ ଦମଦାର ୫୨ତମ ଦିନିକିଆ ଶତକ

ଜିତିଲା ଭାରତ : କୋହଲିଙ୍କ ଦମଦାର ୫୨ତମ ଦିନିକିଆ ଶତକ

Dec-01-2025 09:49 AM IST
ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

May-12-2026 07:35 PM IST
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

May-12-2026 07:05 PM IST
ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

May-12-2026 06:55 PM IST
NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

May-12-2026 12:40 PM IST
ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

May-12-2026 12:31 PM IST
୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

May-12-2026 12:23 PM IST
ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

May-12-2026 12:04 PM IST
ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

May-12-2026 11:48 AM IST
ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

May-12-2026 09:07 AM IST
ମୁଖ୍ୟମନ୍ତ୍ରୀ ହେବା ପରେ ଏମକେ ଷ୍ଟାଲିନଙ୍କୁ ଭେଟିଲେ ବିଜୟ, ତାମିଲନାଡୁ ରାଜନୀତିରେ ହଇଚଇ

ମୁଖ୍ୟମନ୍ତ୍ରୀ ହେବା ପରେ ଏମକେ ଷ୍ଟାଲିନଙ୍କୁ ଭେଟିଲେ ବିଜୟ, ତାମିଲନାଡୁ ରାଜନୀତିରେ ହଇଚଇ

May-11-2026 07:19 PM IST
  • About
  • Careers
  • Contact Us
Tuesday, May 12, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ଜିତିଲା ଭାରତ : କୋହଲିଙ୍କ ଦମଦାର ୫୨ତମ ଦିନିକିଆ ଶତକ

ରୋହିତ ଶର୍ମା କଲେ ବିଶ୍ୱ ରେକର୍ଡ

by M M
Dec-01-2025 09:49 AM IST
in ଖେଳ
0
ଜିତିଲା ଭାରତ : କୋହଲିଙ୍କ ଦମଦାର ୫୨ତମ ଦିନିକିଆ ଶତକ
491
SHARES
1.4k
VIEWS
Share on FacebookShare on Twitter

 

ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଝାଡ଼ଖଣ୍ଡର ରାଞ୍ଚିରେ ଖେଳାଯାଉଥିବା ପ୍ରଥମ ଦିନିକିଆ (ODI) ମୁକାବିଲାରେ ଭାରତ ବିଜୟୀ ହୋଇଛି । ଭାରତ ୩୫୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେବା ପରେ ଦକ୍ଷିଣ ଆଫ୍ରିକା ଶେଷରେ ୧୭ ରନରେ ପରାସ୍ତ ହୋଇଥିଲା ।  ଏହି ବିଜୟରେ ବିରାଟ କୋହଲି ଏକ ଦମଦାର ଶତକ ହାସଲ କରି ନିଜ ପ୍ରଶଂସକଙ୍କୁ ଉତ୍ସାହିତ କରିଛନ୍ତି। କୋହଲି ନିଜର କ୍ରିକେଟିଂ କ୍ୟାରିୟରର ୫୨ତମ ଦିନିକିଆ ଶତକ ପୂରଣ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଏହା ତାଙ୍କର ୮୩ତମ ଶତକ। ମାର୍କୋ ଜାନସେନ୍‌ଙ୍କ ଦ୍ୱାରା  ୩୮ତମ ଓଭରରେ କୋହଲି ଏହି ଶତକ ହାସଲ କରିଥିଲେ।  ୭ଟି ଚୌକା ଓ ୫ଟି ଛକା ସାମିଲ୍ ଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଏହି ଶତକ ଫର୍ମରେ ଥିବା ସଙ୍କେତ ଦେଉଛି।

ରୋହିତଙ୍କ  ରେକର୍ଡ

ରୋହିତ ଶର୍ମା ମଧ୍ୟ ଏହି ମ୍ୟାଚରେ ରେକର୍ଡ କରିଛନ୍ତି। ସେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଖେଳାଳି ହୋଇପାରିଛନ୍ତି।  ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ୩୯୮ଟି ମ୍ୟାଚ୍‌ରେ ୩୫୧ଟି ଛକା ମାରିଥିଲେ।  ରୋହିତ ଭାରତୀୟ ଇନିଂସର ୨୦ତମ ଓଭରରେ ମାର୍କୋ ଜାନସେନ୍‌ଙ୍କ ବଲ୍‌ରେ ଛକା ମାରି ଏହି ରେକର୍ଡ ଭାଙ୍ଗିଛନ୍ତି।  ରୋହିତ ଶର୍ମା ମାତ୍ର ୨୭୭ଟି ଦିନିକିଆ ମ୍ୟାଚ୍‌ରେ ୩୫୨ଟି ଛକା ମାରି ଆଫ୍ରିଦୀଙ୍କୁ ପଛରେ ପକାଇଛନ୍ତି। କୋହଲିଙ୍କ ଶତକ ଓ ରୋହିତଙ୍କ ବିଶ୍ୱ ରେକର୍ଡ ଯୋଗୁଁ ଭାରତୀୟ କ୍ରିକେଟ୍ ପ୍ରେମୀମାନେ ଅତ୍ୟନ୍ତ ଉତ୍ସାହିତ ହୋଇଛନ୍ତି।

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ୍ ସଂଗ୍ରହ କରିଛି। ଏଥିସହ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୩୫୦ ରନ୍‌ର ବିଶାଳ ଲକ୍ଷ୍ୟ ମିଳିଛି। ଭାରତର ସ୍କୋର୍: ୩୪୯/୮ (୫୦ ଓଭର) । ଦକ୍ଷିଣ ଆଫ୍ରିକା ପାଇଁ ଲକ୍ଷ୍ୟ: ୩୫୦ ରନ୍ । ଭାରତୀୟ ଇନିଂସର ମୁଖ୍ୟ ଆକର୍ଷଣ:

ବିରାଟ କୋହଲି: ୧୨୦ ବଲ୍‌ରେ ୧୩୫ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ, ଯାହା ତାଙ୍କ କ୍ୟାରିୟରର ୫୨ତମ ଦିନିକିଆ ଶତକ। ରୋହିତ ଶର୍ମା ୫୧ ବଲ୍‌ରେ ୫୭ ରନ୍‌ର ଦ୍ରୁତ ଅର୍ଦ୍ଧଶତକ କରିଥିଲେ । କେ.ଏଲ୍. ରାହୁଲ ୫୬ ବଲ୍‌ରେ ୬୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ମାରିଥିଲେ। ରବୀନ୍ଦ୍ର ଜାଡ଼େଜା ୨୦ ବଲ୍‌ରେ ୩୨ ରନ୍‌ର ଦ୍ରୁତ ଇନିଂସ ଖେଳି ଭାରତର ସ୍କୋରକୁ ୩୫୦ ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ। ଏହା ଭାରତର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ସର୍ବୋଚ୍ଚ ଦିନିକିଆ ସ୍କୋର୍।

ଭାରତ ୩୫୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେବା ପରେ ଘରୋଇ ଦଳର ବିଜୟକୁ ନେଇ ପ୍ରଶଂସକ ଆଶ୍ବସ୍ତ ଥିଲେ। ଦକ୍ଷିଣ ଆଫ୍ରିକା କିନ୍ତୁ ‌‌ପାରୁ ପର୍ଯ୍ୟନ୍ତ ଲଢ଼ିଥିଲା। ୧୧ ରନ୍‌ରେ ୩ ୱିକେଟ୍‌ର ଝଟ୍‌କାରୁ ବାହାରି ଭାରତ ଉପରୁ ଶେଷ ପର୍ଯ୍ୟନ୍ତ ଚାପ ହଟିବାକୁ ଦେଇ ନଥିଲା। ତିନିଟି ଅର୍ଦ୍ଧଶତକ ଏବଂ ଦୁଇଟି ୩୦ରୁ ଅଧିକ ରନ୍‌ର ଦ୍ରୁତ ପାଳି ବଳରେ ଏକଦା ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେବାର ଆଶଙ୍କ‌ା ବି ସୃଷ୍ଟି କରିଥିଲା ଏହି ଦଳ। ମାର୍କୋ ୟାନ୍‌ସେନ୍ ଓ ମାଥ୍ୟୁ ବ୍ରିଜ୍‌କେ ଧମାକାଦାର ବ୍ୟାଟିଂ କରିବା ପୂରା ଷ୍ଟାଡିୟମ୍‌ରେ ନିରବତା ଭରି ଦେଇଥିଲା। ଉଭୟଙ୍କୁ ଗୋଟିଏ ବଲ୍‌ ବ୍ୟବଧାନରେ ଆଉଟ୍ କରି କୁଲଦୀପ ଯାଦବ ଭାରତର ବିଜୟ ପଥ କିଛିଟା ସୁଗମ କରିଥିଲେ। ଅନ୍ୟତମ ଦକ୍ଷିଣ ଆଫ୍ରିକୀୟ ଅଲ୍‌ରାଉଣ୍ଡର୍ କର୍ବିନ୍ ବସ୍ କିନ୍ତୁ ଲଢ଼ିବା ଛାଡ଼ି ନଥିଲେ। ତାଙ୍କ ବଡ଼ ବଡ଼ ସଟ୍ ପାଇଁ ଭାରତୀୟ ପ୍ରଶଂସକଙ୍କ ଛାତି ଧଡ଼ଧଡ଼ ହୋଇଥିଲା। ଶେଷରେ ସାଥୀଙ୍କ ନିୟମିତ ହରାଇବାର ଜଟିଳ ପରିସ୍ଥିତିରେ ମାନସିକ ଦୃଢ଼ତା ହରାଇ ସେ ଅନ୍ତିମ ଓଭରରେ ଦ୍ବିତୀୟ ବଲ୍‌ରେ ଆଉଟ୍ ହୋଇଯାଇଥିଲେ। ଦକ୍ଷିଣ ଅଫ୍ରିକା ଲଢ଼ୁଆ କ୍ରିକେଟ୍ ଖେଳି ୪୯.୨ ଓଭରରେ ୩୩୨ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।

Share196Tweet123
M M

M M

ଆଜିର ପାଗ

Bhubaneswar
May 12, 2026, 11:40 PM
 

S
Clear sky
27°C
2.7 m/s
Apparent: 32°C
Pressure: 1008 mb
Humidity: 82%
Winds: 2.7 m/s S
Windgusts: 10.4 m/s
UV-Index: 0
Precip.: 0mm /32% / Rain
Sunrise: 5:11 AM
Sunset: 6:14 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom