• Latest
  • Trending

ସର୍ବଭାରତୀୟ ସ୍ତରରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ ପ୍ରଥମ

Aug-13-2024 07:30 AM IST
odisha.newsroom.in

ନିର୍ବାଚନ ଶେଷ…କିଏ ଦଖଲ କରିବ କେଉଁ ରାଜ୍ୟ…କଣ କହୁଛି EXIT POLL ?

Apr-29-2026 06:58 PM IST
odisha.newsroom.in

ପଶ୍ଚିମବଙ୍ଗରେ ରେକର୍ଡ ମତଦାନ…ଦାଦା ନା ଦିଦି…କିଏ ଗଢ଼ିବେ ସରକାର ?

Apr-29-2026 05:52 PM IST
odisha.newsroom.in

ହାଇକୋର୍ଟରେ ଚାଲିଥିଲା ଅନଲାଇନ୍ ଶୁଣାଣି…ହଠାତ ପ୍ଳେ ହେଲା ପର୍ଣ୍ଣ ଭିଡ଼ିଓ…

Apr-29-2026 03:46 PM IST
odisha.newsroom.in

ଅହଂକାରର ଲଢ଼େଇ : ୯୦ ବର୍ଷୀୟା ବୃଦ୍ଧାଙ୍କୁ ଆହୁରି ୨୦ ବର୍ଷ ଅପେକ୍ଷା କରିବାକୁ କହିଲେ ହାଇକୋର୍ଟ

Apr-29-2026 02:42 PM IST
odisha.newsroom.in

ପଶ୍ଚିମବଙ୍ଗରେ EVM ଜାଲିଆତି…ବିଜେପି ପ୍ରାର୍ଥୀଙ୍କ ନାଁ ଉପରେ କଳାପଟି !

Apr-29-2026 12:51 PM IST
odisha.newsroom.in

କେନ୍ଦୁଝର ଟ୍ରାଜେଡି…ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ତଲବ ପରେ RDC ତଦନ୍ତ ଆରମ୍ଭ…

Apr-29-2026 12:30 PM IST
odisha.newsroom.in

ଇରାନର ତେଲ ରପ୍ତାନି ଠପ୍ ! କମୁଛି ଷ୍ଟୋରେଜ କ୍ଷମତା…ଆଗକୁ ଭୟଙ୍କର ସ୍ଥିତି…

Apr-29-2026 11:25 AM IST
odisha.newsroom.in

ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭରୁ ହିଂସା…ମମତା ଆଣିଲେ ସାଙ୍ଘାତିକ ଅଭିଯୋଗ…

Apr-29-2026 10:49 AM IST
Horoscope 2026 April 29: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 29: ଜାଣନ୍ତୁ ଆଜିର ରାଶିଫଳ…

Apr-29-2026 10:34 AM IST
odisha.newsroom.in

ସାବଧାନ ! ପୁରୁଣା ଆଣ୍ଡ୍ରଏଡ୍ ଫୋନରେ ବନ୍ଦ ହୋଇଯିବ WhatsApp: ଆପଣଙ୍କ ମୋବାଇଲ୍ ଏହି ତାଲିକାରେ ଅଛି କି ?

Apr-28-2026 05:54 PM IST
  • About
  • Careers
  • Contact Us
Wednesday, April 29, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ସର୍ବଭାରତୀୟ ସ୍ତରରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ ପ୍ରଥମ

ଦେଶର ସମସ୍ତ ୫୮,୦୦୦ ଉଚ୍ଚ ଶିକ୍ଷାନୁଷ୍ଠାନକୁ ରାଙ୍କିଂ ଓ ରେଟିଂ ଫ୍ରେମଓ୍ୱାର୍କରେ ସାମିଲ କରିବା ଜରୁରୀ - ଧର୍ମେନ୍ଦ୍ର ପ୍ରଧାନ

by M M
Aug-13-2024 07:30 AM IST
in ଦେଶ ବିଦେଶ
0
491
SHARES
1.4k
VIEWS
Share on FacebookShare on Twitter

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନ ରାଙ୍କିଙ୍ଗ୍ ଫ୍ରେମୱାର୍କ(ଏନଆଇଆରଏଫ) ଅନ୍ତର୍ଗତ ଇଣ୍ଡିଆ ରାଙ୍କିଙ୍ଗର ନବମ ସଂସ୍କରଣ- ୨୦୨୪କୁ ଉନ୍ମୋଚନ କରିଛନ୍ତି । ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକୁ ପୁରସ୍କୃତ କରି ଶୁଭେଚ୍ଛା ଜଣାଇବା ସହ ଦେଶର ସମସ୍ତ ୫୮,୦୦୦ ଉଚ୍ଚ ଶିକ୍ଷାନୁଷ୍ଠାନକୁ ରାଙ୍କିଂ ଓ ରେଟିଂ ଫ୍ରେମଓାର୍କକୁ ଆଣିବା ଜରୁରୀ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ଏନଆଇଆରଏଫ ତାଲିକାରେ ସର୍ବଭାରତୀୟ ସ୍ତରରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ କ୍ରମାଗତ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସାମଗ୍ରିକ ବା ଓଭରାଲ୍ ବର୍ଗରେ ଷଷ୍ଠ ବର୍ଷ ପାଇଁ ପ୍ରଥମ ସ୍ଥାନ ବଜାୟ ରଖିଛି । ଏହାସହ ଏବଂ ଇଞ୍ଜିନିୟରିଂରେ କ୍ରମାଗତ ନବମ ବର୍ଷ ଅର୍ଥାତ୍ ୨୦୧୬ରୁ ୨୦୨୪ ପର୍ଯ୍ୟନ୍ତ ପ୍ରଥମ ସ୍ଥାନ ବଜାୟ ରଖିଛି ।

ସେହିପରି ଓଭରାଲ୍ ବର୍ଗରେ ୨୩ଟି ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ୨୨ଟି ଘରୋଇ ଡିମ୍ଡ ବିଶ୍ୱବିଦ୍ୟାଳୟ, ୧୬ଟି ଆଇଆଇଟି, ୯ଟି ଏନ୍ଆଇଟି, ୭ଟି ଲେଖାଏଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ୭ଟି ଘରୋଇ ବିଶ୍ୱବିଦ୍ୟାଳୟ, ୪ଟି ଲେଖାଏଁ ଏମ୍ସ, ଆଇଆଇଏସ୍ଇଆର୍ ଓ ସରକାରୀ ଡିମ୍ଡ ବିଶ୍ୱବିଦ୍ୟାଳୟ, ୩ଟି ସିଏଫ୍ଟିଆଇ ଓ ଗୋଟିଏ କଲେଜ ରହିଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଙ୍କିଙ୍ଗ, ରେଟିଂ ଏବଂ ମାନ୍ୟତା ଜାତୀୟ ଶିକ୍ଷା ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସୁପାରିସ । ଏନଆଇଆରଏଫ୍ ମାନ୍ୟତା ଜାତୀୟ ଶିକ୍ଷା ନୀତିର ଭାବନାକୁ ଗଭୀର ଭାବରେ ପ୍ରତିଫଳିତ କରୁଛି । ଅନେକଙ୍କ ଅପେକ୍ଷା କ୍ରମେ ଦେଶର ଏହି ମାନ୍ୟତା ଢାଞ୍ଚାରେ କିଛି ସଂସ୍କାର କରାଯାଇଛି । ଶିକ୍ଷାଦାନ, ଇନୋଭେସନ, ଗବେଷଣା, ସ୍ନାତକ ରେଜଲ୍ଟ ଏବଂ ଅନ୍ୟାନ୍ୟ ମାନଦଣ୍ଡରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ଉତ୍କର୍ଷତା ପ୍ରଦର୍ଶନ କରିବା ସହ ଇଣ୍ଡିଆ ରାଙ୍କିଙ୍ଗ୍ ୨୦୨୪ରେ ଗୌରବ ଅର୍ଜନ କରିଛନ୍ତି ।
ଶିକ୍ଷାନୁଷ୍ଠାନର ଗୁଣବତ୍ତା, ପ୍ରଦର୍ଶନ ଓ ଶକ୍ତି ଜାଣିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଧିକାର । ତେଣୁ ଦେଶରେ ଥିବା ସମସ୍ତ ୫୮,୦୦୦ ଶିକ୍ଷାନୁଷ୍ଠାନ ରାଙ୍କିଂ ଓ ରେଟିଂ ଢାଞ୍ଚାରେ ଆସିବା ଦରକାର ।  ନିଯୁକ୍ତି ଦକ୍ଷତାକୁ ଭାରତ ସରକାର ପ୍ରାଥମିକତା ଭାବେ ନେଇଛନ୍ତି । ଆମର ରାଙ୍କିଙ୍ଗ୍ ବ୍ୟବସ୍ଥାରେ ଦକ୍ଷତାକୁ ଏକ ପାରାମିଟର ଭାବରେ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ । ଅସ୍ପଷ୍ଟ ଦିଗ ଗୁଡ଼ିକ ଶିକ୍ଷଣ ଏବଂ ବିକାଶ ପାଇଁ ଶକ୍ତିଶାଳୀ ଉତ୍ସାହ ଆଣିଥାଏ । ଶିକ୍ଷାର ଅଦୃଶ୍ୟ ଦିଗଗୁଡ଼ିକୁ ମାନ୍ୟତା ଢାଞ୍ଚାରେ ଆଣିବା ପାଇଁ ଆମେ ବ୍ୟବସ୍ଥା ପ୍ରସ୍ତୁତ କରିବା ଉଚିତ୍ । ଭାରତୀୟ ଶିକ୍ଷାନୁଷ୍ଠାନର ସମସ୍ତ ପ୍ରମୁଖଙ୍କୁ ରାଙ୍କିଙ୍ଗ ଢାଞ୍ଚାରେ ଆସିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଉଚ୍ଚାକାଂକ୍ଷୀ ଲକ୍ଷ୍ୟ ସ୍ଥିର କରିବା ସହ ଭବିଷ୍ୟତରେ ସର୍ବୋକୃଷ୍ଟ  ମାନ୍ୟତା ପାଇଁ ପ୍ରୟାସ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସମସ୍ତେ ମିଳିମିଶି ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଶିକ୍ଷାଗତ ଉତ୍କର୍ଷର ବାତାବରଣ ସୃଷ୍ଟି କରିବାକୁ ସେ ଅପିଲ କରିଛନ୍ତି ।

ଭାରତରେ ଉଚ୍ଚ ଶିକ୍ଷାନୁଷ୍ଠାନ ମାନ୍ୟତାର ଏହା କ୍ରମାଗତ ନବମ ସଂସ୍କରଣ । ଇଣ୍ଡିଆ ରାଙ୍କିର ୨୦୨୪ ସଂସ୍କରଣରେ ୪ଟି ସ୍ବତନ୍ତ୍ର ସଂଯୋଜନ ତଥା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ମୁକ୍ତ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ବିଶ୍ୱବିଦ୍ୟାଳୟ ନାମରେ ତିନୋଟି ନୂତନ ବର୍ଗର ପ୍ରଚଳନ ହୋଇଛି । ଏହାସହ ଏନଆଇଆରଏଫ ଫ୍ରେମଓ୍ୱାର୍କ ବ୍ୟବହାର କରି ଇଣ୍ଡିଆ ରାଙ୍କିଙ୍ଗରେ “ଇନୋଭେସନ” ରାଙ୍କିଙ୍ଗର ଏକୀକରଣ ହୋଇଛି । ମୁକ୍ତ ବିଶ୍ୱବିଦ୍ୟାଳୟ, ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ବିଶ୍ୱବିଦ୍ୟାଳୟ ଭଳି ତିନୋଟି ବର୍ଗକୁ ମିଶାଇ ଇଣ୍ଡିଆ ରାଙ୍କିଙ୍ଗ ବର୍ତ୍ତମାନର ପୋର୍ଟଫୋଲିଓ ୧୬ଟି ବର୍ଗ ଏବଂ ବିଷୟ କ୍ଷେତ୍ରକୁ ବୃଦ୍ଧି ପାଇଛି ଯାହା ଇଣ୍ଡିଆ ରାଙ୍କିଙ୍ଗ – ୨୦୨୪ରେ ସ୍ଥାନ ପାଇଛି।

Share196Tweet123
M M

M M

ଆଜିର ପାଗ

Bhubaneswar
April 29, 2026, 10:07 PM
 

SSW
Thunderstorm
28°C
5.3 m/s
Apparent: 31°C
Pressure: 1004 mb
Humidity: 81%
Winds: 5.3 m/s SSW
Windgusts: 15.8 m/s
UV-Index: 0
Precip.: 2.5mm /16% / Rain
Sunrise: 5:18 AM
Sunset: 6:09 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom