• Latest
  • Trending
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସ୍ବେଦେଶୀ କୁକୁର

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସ୍ବେଦେଶୀ କୁକୁର

Nov-01-2025 07:08 PM IST
odisha.newsroom.in

“ଇସ୍ତଫା ଦେବାର ପ୍ରଶ୍ନ ଉଠୁନି, ମୁଁ ନିର୍ବାଚନ ହାରିନି”…ପରାଜୟ ପରେ ମମତାଙ୍କ ବଡ଼ ବୟାନ…

May-05-2026 05:43 PM IST
odisha.newsroom.in

ଶେଷ ହେଲା ମମତାଙ୍କ ‘ଆଳୁ ପଲିଟିକ୍ସ’: ଓଡ଼ିଶାକୁ ଏବେ ସହଜରେ ଆସିବ ପଶ୍ଚିମବଙ୍ଗ ଆଳୁ

May-05-2026 04:07 PM IST
odisha.newsroom.in

ହାରିଯିବା ପରେ କଣ ହେବ ମମତାଙ୍କ ପରବର୍ତ୍ତୀ ରଣନୀତି ? ବଢୁଛି ଚର୍ଚ୍ଚା…

May-05-2026 03:16 PM IST
odisha.newsroom.in

ଗୋଟିଏ ଭୋଟରେ କେମିତି ହାରିଲେ ତାମିଲନାଡୁ ମନ୍ତ୍ରୀ…ଜାଣିଲେ ହେବେ ଆଶ୍ଚର୍ଯ୍ୟ…

May-05-2026 02:48 PM IST
odisha.newsroom.in

ମ୍ୟାଜିକ ନମ୍ବର ଛୁଇଁନି TVK…କେମିତି ଗଢ଼ିବ ସରକାର ?

May-05-2026 11:59 AM IST
odisha.newsroom.in

ଓଡ଼ିଶାରେ କାଳବୈଶାଖୀର କରାଳ ରୂପ: ୧୦ ଯାଏଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

May-05-2026 11:11 AM IST
odisha.newsroom.in

“ଗୁଣ୍ଡାମାନେ ଭିତରେ ପଶି ମୋତେ ମାଡ଼ ମାରିଲେ”: ପରାଜୟ ପରେ ମମତାଙ୍କ ସାଂଘାତିକ ଅଭିଯୋଗ

May-05-2026 10:55 AM IST
odisha.newsroom.in

କାହିଁକି ଭବାନୀପୁର ଆସନ ରଖିପାରିଲେନି ମମତା ? ଜାଣନ୍ତୁ ଏହା ପଛର ୫ କାରଣ…

May-05-2026 10:37 AM IST
Horoscope 2026 May 05: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 05: ଜାଣନ୍ତୁ ଆଜିର ରାଶିଫଳ…

May-05-2026 10:22 AM IST
odisha.newsroom.in

ବଙ୍ଗଳା ଓ ଆସାମରେ ବିଜେପିର ଦବଦବା…ତାମିଲନାଡୁରେ ବିଜୟଙ୍କ ‘ବ୍ଲକବଷ୍ଟର’ ଏଣ୍ଟ୍ରି

May-04-2026 06:52 PM IST
  • About
  • Careers
  • Contact Us
Wednesday, May 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସ୍ବେଦେଶୀ କୁକୁର

by M M
Nov-01-2025 07:08 PM IST
in ବିଶେଷ
0
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସ୍ବେଦେଶୀ କୁକୁର
491
SHARES
1.4k
VIEWS
Share on FacebookShare on Twitter

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ୍ (SPG) ସ୍କ୍ୱାଡ୍‌ରେ ଏବେ ଦେଶୀ କୁକୁର ମୁଧୋଲ ହାଉଣ୍ଡ, ରାମପୁର ହାଉଣ୍ଡ ସାମିଲ ହୋଇଛନ୍ତି ।  ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ସଦାସର୍ବଦା ସତର୍କ ରହିଛନ୍ତି । ଭାରତୀୟ ପୋଲିସ୍ ଏବଂ ସୁରକ୍ଷା ବଳରେ ଦୀର୍ଘ ଦିନରୁ ବିଦେଶୀ ପ୍ରଜାତିର କୁକୁରମାନଙ୍କୁ ଦେଖିବାକୁ ମିଳେ । କିନ୍ତୁ ପ୍ରଧାନମନ୍ତ୍ରୀ କିଛି ବର୍ଷ ହେଲା ବିଦେଶୀ କୁକୁର ଉପରେ ନିର୍ଭରଶୀଳତାକୁ କମାଇ ଦେଶୀ ମୁଧୋଲ ହାଉଣ୍ଡ’ (Mudhol Hound), ରାମପୁର ହାଉଣ୍ଡ କୁକୁରମାନଙ୍କୁ ଅଧିକ ପସନ୍ଦ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସଦାସର୍ବଦା ସତର୍କ ରହୁଥିବା ଏସପିଜି ଟିମ୍ କର୍ଣ୍ଣାଟକର ମୁଧାଲ ହାଉଣ୍ଡକୁ ତୀକ୍ଷ୍ଣ ଦୃଷ୍ଟିଶକ୍ତି, ଅସାଧାରଣ ଶୁଙ୍ଘିବା କ୍ଷମତା ଏବଂ ଦ୍ରୁତ ଗତିଶୀଳତା ପାଇଁ ଚୟନ କରିଛି।  ମୁଧୋଲ ହାଉଣ୍ଡ୍‌ ଏକ ପତଳା, ଉଚ୍ଚ ଏବଂ ଅତ୍ୟନ୍ତ ଦ୍ରୁତ ଗତିଶୀଳ ଶିକାରୀ ପ୍ରଜାତି କୁକୁର। ଏହାର ଉତ୍ତମ ସହନଶୀଳତା  ଯୋଗୁଁ ଏହା ବହୁ ଦୂର ପର୍ଯ୍ୟନ୍ତ  ଥକିନଯାଇ ଦୌଡ଼ିପାରେ । ଯାହା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଏବଂ ଟ୍ରାକିଂ କାର୍ଯ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ।

ରାମପୁର ହାଉଣ୍ଡ ହେଉଛି ଉତ୍ତର ଭାରତର ରାମପୁର ଅଞ୍ଚଳର ଏକ ବିଶିଷ୍ଟ ଶିକାରୀ କୁକୁର ପ୍ରଜାତି। ଏହାକୁ ରାମପୁର ଗ୍ରେହାଉଣ୍ଡ ମଧ୍ୟ କୁହାଯାଏ। ଏହି ପ୍ରଜାତିର କୁକୁର ବେଗ ଅଧିକ । ଏମାନେ ସହନଶୀଳତା ପାଇଁ ପ୍ରସିଦ୍ଧ। ରାଜାମାନେ ଶିକାରରେ ଗଲାବେଳେ ଏମାନେ ସାଥିରେ ଥାଆନ୍ତି । ବଡ଼ ବଡ଼ ବନ୍ୟଜନ୍ତୁଙ୍କୁ ଶିକାର କରିବା ପାଇଁ ଏମାନଙ୍କୁ ବ୍ୟବହାର କରାଯାଉଥିଲା। ଏମାନେ ସାଧାରଣତଃ ନିଜ ପରିବାର ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ, ସ୍ନେହୀ ଓ ଶାନ୍ତ ସ୍ୱଭାବର ହୋଇଥାନ୍ତି । କିନ୍ତୁ ଅପରିଚିତ ଲୋକଙ୍କଠାରୁ ଦୂରେଇ ରୁହନ୍ତି। ନିଜର ଶକ୍ତି ଓ କ୍ଷମତା ପାଇଁ ସାମ୍ପ୍ରତିକ ସମୟରେ ଭାରତୀୟ ସୀମା ସୁରକ୍ଷା ବଳ (BSF) ଏହି ପ୍ରଜାତିକୁ ନିଜର କୁକୁର ୟୁନିଟରେ ସାମିଲ କରିଛି।

ମୁଧୋଲ ହାଉଣ୍ଡ ପ୍ରଜାତିର କୁକୁରମାନେ ଛତ୍ରପତି ଶିବାଜୀ ମହାରାଜା ଏବଂ ମରାଠା ଶାସକମାନଙ୍କ ସେନାରେ ଶିକାର ଏବଂ ପହରା ଦେବାରେ ବ୍ୟବହୃତ ହେଉଥିଲେ। ସେମାନଙ୍କର ସାହସିକତା ଏବଂ ବିଶ୍ୱସ୍ତ ହେତୁ ସେମାନେ ରାଜକୀୟ ପରିବାରର ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲେ। ଏବେ ପୁଣି ମୁଧୋଲ ହାଉଣ୍ଡ କୁକୁରମାନଙ୍କ ପ୍ରଶଂସା କରାଯାଉଛି । ମୁଧୋଲ ହାଉଣ୍ଡ ପ୍ରଜାତିର କୁକୁର କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ବେଶୀ ଦେଖାଯାଇଥାନ୍ତି ।  ବିଦେଶୀ କୁକୁର ଅପେକ୍ଷା ଏହି ଦେଶୀ ପ୍ରଜାତିର କୁକୁରମାନଙ୍କ ଡିମାଣ୍ଡ ବଢ଼ିଯାଇଛି ।

‘ମୁଧୋଲ ହାଉଣ୍ଡ’, ରାମପୁର ହାଉଣ୍ଡ କେବଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବାହିନୀ ଏସପିଜି ରେ ସାମିଲ ହୋଇନାହିଁ । ବର୍ତ୍ତମାନ ଏହା ସୀମା ସୁରକ୍ଷା ବଳ (BSF) ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାରେ ଜଟିଳ ଓ ଉଚ୍ଚ-ବିପଦପୂର୍ଣ୍ଣ ଅପରେସନ୍ ପାଇଁ ମଧ୍ୟ ତାଲିମ୍ ନେଉଛନ୍ତି।  ଏମାନଙ୍କୁ ହେଲିକପ୍ଟରରୁ ଓହ୍ଲାଇବା ଏବଂ ନଦୀରେ ରାଫ୍ଟିଂ  ଭଳି ଉଚ୍ଚ-ବିପଦପୂର୍ଣ୍ଣ କମାଣ୍ଡୋ ଅପରେସନ୍ ପାଇଁ ମଧ୍ୟ ତାଲିମ୍ ଦିଆଯାଉଛି।

ବିଏସ୍‌ଏଫ୍‌ର ମୁଧୋଲ ହାଉଣ୍ଡ୍ ‘ରିୟା’ ୨୦୨୪ ରେ ଲକ୍ଷ୍ନୌଠାରେ ଅନୁଷ୍ଠିତ ସର୍ବ ଭାରତୀୟ ପୋଲିସ ଡ୍ୟୁଟି ମିଟ୍ ରେ ୧୧୬ ଟି ବିଦେଶୀ କୁକୁରଙ୍କୁ ପଛରେ ପକାଇ ‘ଶ୍ରେଷ୍ଠ ଟ୍ରାକର୍’ ଏବଂ ‘ଶ୍ରେଷ୍ଠ କୁକୁର’ ଆୱାର୍ଡ ଜିତି ଇତିହାସ ସୃଷ୍ଟି କରିଥିଲା।

ଏହି ପ୍ରଜାତିର ୧୫୦ରୁ ଅଧିକ କୁକୁରଙ୍କୁ ବର୍ତ୍ତମାନ ପଶ୍ଚିମ ଓ ପୂର୍ବ ସୀମାନ୍ତ, ନକ୍ସଲ ପ୍ରଭାବିତ ଅଞ୍ଚଳରେ ଥିବା ସୁରକ୍ଷା ବଳ (CAPFs) ରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଯଥା Explosive Detection, ପାଟ୍ରୋଲିଂ ଏବଂ ଟ୍ରାକିଂ ପାଇଁ ନିୟୋଜିତ କରାଯାଇଛି।

ଆପଣମାନେ ଦେଖିଥିବେ ପୂର୍ବରୁ ଆମ ଦେଶର ବିଭିନ୍ନ  ସୁରକ୍ଷା ବାହିନୀରେ ଜର୍ମାନ୍ ସେଫର୍ଡ ଙ୍କୁ ନିୟୋଜିତ କରାଯାଉଥିଲା । ଏପରିକି  ଲାବ୍ରାଡୋର ଏବଂ ବେଲଜିଆନ୍ ମାଲିନୋଇସ୍ ଭଳି ବିଦେଶୀ ପ୍ରଜାତିର କୁକୁର ବ୍ୟବହାର ହେଉଥିଲା। ମାତ୍ର ୨୦୨୦ ମସିହାରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ନାଗରିକ ଓ ସୁରକ୍ଷା ବଳକୁ ଦେଶୀ କୁକୁର ପ୍ରଜାତିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ଦେଶୀ କୁକୁରମାନେ ଭାରତୀୟ ପାଣିପାଗ ଏବଂ ପରିବେଶ ପାଇଁ ଅଧିକ ଉପଯୁକ୍ତ, ଶକ୍ତିଶାଳୀ ଓ ଚଳଚଞ୍ଚଳ। ତେଣୁ ସୁରକ୍ଷା ବ୍ୟବସ୍ଥାରେ ଦେଶୀ କୁକୁରଙ୍କୁ ସାମିଲ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଏହି ଆହ୍ୱାନ ପରେ ସୀମା ସୁରକ୍ଷା ବଳ (BSF) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF) ‘ମୁଧୋଲ ହାଉଣ୍ଡ’ ରାମପୁର ହାଉଣ୍ଡ କୁକୁରଙ୍କୁ ସାମିଲ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ୍ (SPG)  ‘ମୁଧୋଲ ହାଉଣ୍ଡ’କୁ ନିଜ ସ୍କ୍ୱାଡ୍‌ରେ ସାମିଲ କରିଛନ୍ତି। ୨୦୨୨ ମସିହାରେ ଏସ୍‌ପିଜିର ଏକ ଟିମ୍ କର୍ଣ୍ଣାଟକର ତିମ୍ମାପୁରସ୍ଥିତ କ୍ୟାନାଇନ୍ ରିସର୍ଚ୍ଚ ଆଣ୍ଡ ଇନଫର୍ମେସନ୍ ସେଣ୍ଟର (CRIC) ରୁ ଦୁଇ ମାସର ଦୁଇଟି ମୁଧାଲ ହାଉଣ୍ଡ ଛୁଆଙ୍କୁ ନେଇଥିଲେ। ଏହି କୁକୁରମାନେ ଏବେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି ।

 

Share196Tweet123
M M

M M

ଆଜିର ପାଗ

Bhubaneswar
May 6, 2026, 5:35 AM
 

W
Clear sky
25°C
0.3 m/s
Apparent: 32°C
Pressure: 1008 mb
Humidity: 96%
Winds: 0.3 m/s W
Windgusts: 9.8 m/s
UV-Index: 0
Precip.: 2.5mm /58% / Rain
Sunrise: 5:14 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom