• Latest
  • Trending
ବିଜେଡି ଛାଡ଼ିଲେ, ବିଜେପିରେ ଯୋଗଦେଲେ ଜୟ ଢ଼ୋଲକିଆ

ବିଜେଡି ଛାଡ଼ିଲେ, ବିଜେପିରେ ଯୋଗଦେଲେ ଜୟ ଢ଼ୋଲକିଆ

Oct-11-2025 04:32 PM IST
odisha.newsroom.in

ବଢ଼ିଲା ସରକାରୀ କର୍ମଚାରୀଙ୍କ DA, ଜାଣନ୍ତୁ ଥିଲା କେତେ, ହେଲା କେତେ

Apr-18-2026 04:39 PM IST
odisha.newsroom.in

ଆଜି ରାତିରେ ଦେଶବାସୀଙ୍କୁ କଣ କହିବେ ମୋଦି…? ସମସ୍ତଙ୍କ ନଜର

Apr-18-2026 04:17 PM IST
odisha.newsroom.in

ସୋମବାର ପୁଣି ବସିବ US – IRAN ଶାନ୍ତି ବୈଠକ, ଟ୍ରମ୍ପ କହିଲେ…

Apr-18-2026 08:28 AM IST
odisha.newsroom.in

ହର୍ମୁଜ୍ ଖୋଲିବାର କିଛି ଘଣ୍ଟା ପରେ ପୁଣି ନୂଆ ସର୍ତ୍ତ ଲଗାଇଲା IRGC

Apr-18-2026 08:05 AM IST
odisha.newsroom.in

କାଟ ଖାଇଲା ମହିଳା ସଂରକ୍ଷଣ ବିଲ୍…ମିଳିଲା ନାହିଁ ଆବଶ୍ୟକ ଭୋଟ, ଆଗକୁ କଣ ହେବ ?

Apr-18-2026 07:45 AM IST
Horoscope 2026 April 18: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 18: ଜାଣନ୍ତୁ ଆଜିର ରାଶିଫଳ…

Apr-18-2026 07:29 AM IST
odisha.newsroom.in

Strait of Hormuz କୁ ନେଇ ଇରାନର ବଡ଼ ଘୋଷଣା, ବିଶ୍ୱ ତୈଳ ବଜାରରେ ଉତ୍ସାହ

Apr-17-2026 06:53 PM IST
odisha.newsroom.in

ମୁଖ୍ୟମନ୍ତ୍ରୀ ଆସନରେ ବସୁ ବସୁ ହତ୍ୟା ଧମକ, କାହାର ଏ ଅଜଣା କଲ୍ ?

Apr-17-2026 03:40 PM IST
odisha.newsroom.in

ଅସହ୍ୟ ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା…ପାଣିପାଗ ବିଭାଗ କହୁଛି…

Apr-17-2026 03:05 PM IST
odisha.newsroom.in

ଆକାଶରେ ଫୁଟିବ ପରମାଣୁ ବୋମା…ଧ୍ବଂସ ହେବ ସାଟେଲାଇଟ, କାମ କରିବନି ଇଣ୍ଟରନେଟ୍

Apr-17-2026 02:48 PM IST
  • About
  • Careers
  • Contact Us
Sunday, April 19, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଜେଡି ଛାଡ଼ିଲେ, ବିଜେପିରେ ଯୋଗଦେଲେ ଜୟ ଢ଼ୋଲକିଆ

ନୂଆପଡ଼ାରୁ ପ୍ରାର୍ଥୀ ହେବେ

by M M
Oct-11-2025 04:32 PM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
ବିଜେଡି ଛାଡ଼ିଲେ, ବିଜେପିରେ ଯୋଗଦେଲେ ଜୟ ଢ଼ୋଲକିଆ
491
SHARES
1.4k
VIEWS
Share on FacebookShare on Twitter

 

ନୂଆପଡ଼ା ଉପନିର୍ବାଚନ ବିଜେପି ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ । ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଚର୍ଚା ହେଉଥିବା ବେଳେ ସେ  ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଭାପତି ମନମୋହନ ସାମଲ ଏବଂ ଅନ୍ୟ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି।

ଜୟ ଢୋଲକିଆ ବିଜେପିରେ ମିଶିବା ପରେ ବିଜେଡିର ପ୍ରତିକ୍ରିୟା ଦେଇଛି । ପ୍ରେସମିଟ୍‌ କରି ଜୟ ଢୋଲକିଆଙ୍କୁ ଟାର୍ଗେଟ୍‌ କରିଛନ୍ତି ପ୍ରତାପ ଜେନା । ‘ଘୋଡ଼ା ବେପାରରେ ବିକ୍ରି ହୋଇଗଲେ ଜୟ ଢୋଲକିଆ’ ବୋଲି ସେ କହିଛନ୍ତି । ‘ରାଜୁ ଭାଇ ଯଦି ବଞ୍ଚିଥାନ୍ତେ ତାହେଲେ ଏକଥାକୁ ସେ ପସନ୍ଦ କରି ନ ଥାନ୍ତେ’ -‘ଜୟ ବିଜେପିରେ ମିଶିଲେ ବି ନୂଆପଡ଼ାରେ କୌଣସି ପ୍ରଭାବ ପଡ଼ିବନି’  । ଜୟ ପୋଷ୍ୟ ପୁତ୍ର ଥିଲେ । ତାଙ୍କଠାରେ ରାଜୁ ଢୋଲକିଆଙ୍କ ରକ୍ତ ପ୍ରବାହିତ ହେଉନି’  । ବିଜେପି ଦଳରେ ପ୍ରାର୍ଥୀ ନାହାନ୍ତି, ଅନ୍ୟ ଦଳରୁ ନେଉଛନ୍ତି, ନିନ୍ଦା କରୁଛୁ’ ।

ଆଜି ସକାଳୁ ଜୟ ବିଜେପିରେ ଯୋଗଦେବା ନେଇ ଚର୍ଚା ଜୋର ଧରିଥିଲା ।  ତାଙ୍କୁ ବିଜେପି ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ।  ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ହେଲେ ନୂଆପଡ଼ାର ଅଙ୍କ ଓଲଟପାଲଟ ହୋଇଯିବ ।  ବିଜେପିର ବିଜୟ ସହଜସାଧ୍ୟ ହୋଇଯିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।

ଏହି ଉପନିର୍ବାଚନ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। କାରଣ ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମଥର ଉପନିର୍ବାଚନ ହେଉଛି। ଏହି ଉପନିର୍ବାଚନ ଜିତିବା ପାଇଁ ବିଜେପି ଉଦ୍ୟମ ଚଳାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ତାଙ୍କୁ ଭଲ ବନ୍ଧୁ କହିବା ସହିତ ନୂଆପଡ଼ା ମୋର ଦାୟିତ୍ବ ବୋଲି କହିଥିଲେ। ଏହାପରେ ନୂଆପଡ଼ା ଯାଇ ୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ ଘୋଷଣା କରିଛନ୍ତି।

ସେପଟେ ବିରୋଧୀ ବିଜେଡି ପାଇଁ ବି ଏହି ଆସନ ସମ୍ମାନ ଜନକ । କାରଣ ଏହି ଆସନ ଗତ 15 ବର୍ଷ ହେବ ବିଜେଡି ନିଜ ଅଧିନରେ ରହିଥିଲା । ନୂଆପଡା ଆସନରେ ବିଜେଡି 2009, 2019 ଓ 2024ରେ ବିଜୟୀ ହୋଇଥିଲା । ଉପନିର୍ବାଚନରେ ପୁଣି ନିଜ ଆସନରେ ବିଜୟୀ ହେବା ବିଜେଡି ପାଇଁ କଷ୍ଟକର ହୋଇପାରେ । କାରଣ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ ବିଜେପି ଟିକେଟରେ ଲଢ଼ିବେ ।  ଏପରି ସ୍ଥିତିରେ ବିଜେଡି ଏବେ କାହାକୁ ପ୍ରାର୍ଥୀ କରିବ ତାହା ସବୁଠୁ ବଡ ପ୍ରଶ୍ନବାଚୀ । ବର୍ତ୍ତମାନର ସମୀକରଣ ଅନୁସାରେ ନୂଆପଡ଼ାରେ ବିଜେପି ଆଗୁଆ ରହିବ ।

2014ରେ ପ୍ରଥମ ଥର ପାଇଁ ବିଜେପି ନୂଆପଡା ବିଜୟୀ ହୋଇଥିଲା । ପୁଣି ଥରେ ବିଜୟର ସ୍ବାଦ ଚାଖିବାକୁ କୌଣସି ସୁଯୋଗକୁ ଦଳ ହାତଛଡା କରିବ ନାହିଁ । କାହିଁକିନା ବିଜେପି ସରକାରରେ ଏହା ପ୍ରଥମ ଉପନିର୍ବାଚନ । ସେପଟେ ଉପ ନିର୍ବାଚନରେ ବିଜେପି ନିଶ୍ଚୟ ଜିତିବ ବୋଲି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି,” ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ନିଶ୍ଚିତ ।

ସେପଟେ ଯଦି ଦେଖିବା 24 ନିର୍ବାଚନ ପରେ କଂଗ୍ରେସ ସମୀକରଣ ମଧ୍ୟ ବଦଳିଛି। ଶରତଙ୍କ ସ୍ଥାନରେ ଏବେ ଭକ୍ତ ଦାସ ରାଜ୍ୟ କଂଗ୍ରେସ ସଭାପତି।

2024 ନିର୍ବାଚନରେ ସେତେବେଳର ପିସିସି ସଭାପତି ଶରତ ପଟ୍ଟନାୟକ ନିଜେ ନୂଆପଡାରେ କଂଗ୍ରେସରୁ ଲଢ଼ିଥିଲେ। ସ୍ବାଧୀନ ପ୍ରାର୍ଥୀ ଥିବା ଘାସିରାମ ମାଝୀ  ୫୦ ହଜାର ୯୪୧ ଖଣ୍ଡ ଭୋଟ୍ ପାଇବା ସହ ଦ୍ବିତୀୟ ସ୍ଥାନରେ ଥିଲେ। ଏଥର ସେ କଂଗ୍ରେସରୁ ଟିକେଟ ପାଇଛନ୍ତି । ଭକ୍ତ ସଭାପତି ହେବା ପରେ ଘାସିରାମ କଂଗ୍ରେସକୁ ଫେରିଛନ୍ତି। ଘାସିରାମଙ୍କ ଗତ ପ୍ରଦର୍ଶନ ଦେଖି କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଛି ।

ଗତ ନିର୍ବାଚନରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଲଢି 61,822 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ସେ 44,814 ଭୋଟ ପାଇ ତୃତୀୟ ସ୍ଥାନରେ ରହି ହାରି ଯାଇଥିଲେ ।  ସେହିପରି କଂଗ୍ରେସ ପକ୍ଷରୁ 2024 ନିର୍ବାଚନରେ ଶରତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ମାତ୍ର 15,501 ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ ।

2019 ବିଧାନସଭା ନିର୍ବାଚନ ଫଳାଫଳ: ରାଜେନ୍ଦ୍ର ଢୋଲକିଆ ବିଜେଡି ଦଳ ପକ୍ଷରୁ ଲଢି 65,647 ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସ ଏହି ଆସନରୁ ଘାସିରାମ ମାଝୀ 45, 317 ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ବିଜେପି ପକ୍ଷରୁ ହୋମ ସିଂହ ମାଝୀ 29,490 ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

2014 ବିଧାନସଭା ନିର୍ବାଚନ ଫଳାଫଳ: 2014ରେ ନୂଆପଡା ଆସନରେ ପଦ୍ମଫୁଟିଥିଲା । ବିଜେପିର ବସନ୍ତ କୁମାର ପଣ୍ଡା ରାଜେନ୍ଦ୍ର ଢୋଲକିଆଙ୍କୁ 9610 ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ବସନ୍ତଙ୍କୁ 55817 ଖଣ୍ଡ ଭୋଟ ମିଳିଥିବା ବେଳେ ରାଜେନ୍ଦ୍ରଙ୍କୁ ମିଳିଥିଲା 46207ଖଣ୍ଡ ଭୋଟ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି 39654 ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିଲେ ।

2009 ବିଧାନସଭା ନିର୍ବାଚନ ଫଳାଫଳ: 2009ରେ ବିଜେଡି ଏହି ଆସନରେ ବିଜୟୀ ହୋଇଥିଲା । ରାଜେନ୍ଦ୍ର ଢୋଲକିଆ 22,620 ଭୋଟରେ ବିଜେପିର ବସନ୍ତ ପଣ୍ଡାକୁ ପରାସ୍ତ କରିଥିଲେ । ରାଜେନ୍ଦ୍ର 56874 ଖଣ୍ଡ ଭୋଟ ପାଇଥିବା ବେଳେ ବସନ୍ତ 34254 ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ସରୋଜ କୁମାର ସାହୁ 22,450 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ ।

ଆଉ ମାସେ ପରେ ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ହେବ । ଏହା ପୂର୍ବରୁ ପ୍ରକାଶ ପାଇଛି ଚୂଡ଼ାନ୍ତ ଭୋଟର ତାଲିକା। ନୂଆ ତାଲିକା ଅନୁଯାୟୀ ନୂଆପଡ଼ା ବିଧାନସଭାର ମୋଟ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୫୩ ହଜାର ୬୨୪ ରହିଛି। ଏଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮, ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୫ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨୧ ରହିଛି। ଏମାନଙ୍କ ମଧ୍ୟରେ ୮୫ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ଭୋଟରଙ୍କ ସଂଖ୍ୟା ୧,୭୮୬ ରହିଥିବା ବେଳେ ଯୁବ ଭୋଟଙ୍କ ସଂଖ୍ୟା ୯,୪୨୯ ଓ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ରହିଛି ୩,୯୮୮।

ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଅକ୍ଟୋବର ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ନୂଆପଡ଼ା ଉପନିର୍ବାଚନ ପାଇଁ ଅକ୍ଟୋବର ୨୦ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ କରାଯିବ। ଅକ୍ଟୋବର ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ନଭେମ୍ବର ୧୧ ତାରିଖରେ ମତଦାନ ହେବ। ନଭେମ୍ବର ୧୪ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ।

ଗତ ସେପ୍ଟେମ୍ବର ୮ ତାରିଖରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ପରଲୋକ ଘଟିଥିଲା। ଖାଲି ପଡ଼ିଥିବା ଏହି  ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି।

 

Share196Tweet123
M M

M M

ଆଜିର ପାଗ

Bhubaneswar
April 19, 2026, 7:37 AM
 

SSW
Overcast
28°C
2.1 m/s
Apparent: 33°C
Pressure: 1006 mb
Humidity: 92%
Winds: 2.1 m/s SSW
Windgusts: 9.2 m/s
UV-Index: 0
Precip.: 0mm /3% / Rain
Sunrise: 5:25 AM
Sunset: 6:06 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom