• Latest
  • Trending
ଜୟ ଢୋଲକିଆଙ୍କୁ ଟିକେଟ ଦେବ ବିଜେପି ?

ଜୟ ଢୋଲକିଆଙ୍କୁ ଟିକେଟ ଦେବ ବିଜେପି ?

Oct-11-2025 01:37 PM IST
odisha.newsroom.in

ବାହାରିଲା CBSE ଦଶମ ଶ୍ରେଣୀ ରେଜଲ୍ଟ …ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ…

Apr-15-2026 04:40 PM IST
odisha.newsroom.in

ସାବଧାନ…ଓଡ଼ିଶା ବଜାରରେ ବୁଲୁଛି ପୁଳାପୁଳା ନକଲି ୫ ଶହ ଟଙ୍କିଆ ନୋଟ…

Apr-15-2026 04:01 PM IST
odisha.newsroom.in

ଶାନ୍ତି ଆଲୋଚନା ବିଫଳ ପରେ ଧମକ: ବିମାନ ବଦଳାଇ ବସ୍ ଓ ଟ୍ରେନ୍‌ରେ ଫେରିଲେ ଇରାନ୍ ପ୍ରତିନିଧି ଦଳ

Apr-15-2026 03:08 PM IST
odisha.newsroom.in

ନୂଆ ଦଳ ଗଠନ ପରେ ଗର୍ଜିଲେ ମୋକିମ…ପଞ୍ଚାୟତ ନିର୍ବାଚନରୁ ଆରମ୍ଭ ଲଢ଼େଇ

Apr-15-2026 02:44 PM IST
odisha.newsroom.in

ଆମେରିକାକୁ କଡ଼ା କାଉଣ୍ଟର…ହର୍ମୁଜରେ ପଇଁତରା ମାରିବ ଚୀନ ଯୁଦ୍ଧ ଜାହାଜ !

Apr-15-2026 01:01 PM IST
odisha.newsroom.in

ଟ୍ରମ୍ପ କହିଲେ ଅପେକ୍ଷା କର…ଗୁରୁବାର ପରେ କିଛି ବଡ଼ ଘଟଣା ଘଟିବ

Apr-15-2026 12:32 PM IST
odisha.newsroom.in

ପାଣିପାଗ ବିଭାଗର ଚେତାବନୀ…ଆଗକୁ ୪୫ ଡିଗ୍ରୀ ଟପିବ ତାପମାତ୍ରା…

Apr-15-2026 12:03 PM IST
odisha.newsroom.in

କଡ଼ ଲେଉଟାଇଲା ବିହାର ରାଜନୀତି…ସମ୍ରାଟଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ଶପଥ

Apr-15-2026 11:36 AM IST
Horoscope 2026 April 15: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 15: ଜାଣନ୍ତୁ ଆଜିର ରାଶିଫଳ…

Apr-15-2026 11:00 AM IST
odisha.newsroom.in

କାଲି ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ଅଗ୍ନି ପରୀକ୍ଷା…ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ନେତା ହେବେ ସାମିଲ

Apr-14-2026 05:19 PM IST
  • About
  • Careers
  • Contact Us
Thursday, April 16, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଜୟ ଢୋଲକିଆଙ୍କୁ ଟିକେଟ ଦେବ ବିଜେପି ?

ନୂଆପଡ଼ାରେ ଚର୍ଚ୍ଚା... ଜୟ ବିଜେପିରେ ମିଶିଯିବେ

by M M
Oct-11-2025 01:37 PM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
ଜୟ ଢୋଲକିଆଙ୍କୁ ଟିକେଟ ଦେବ ବିଜେପି ?
491
SHARES
1.4k
VIEWS
Share on FacebookShare on Twitter

ନୂଆପଡ଼ା ଉପ-ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଛି ବଡ଼ ଟ୍ବିଷ୍ଟ। ସ୍ବର୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି। ଜୟଙ୍କୁ ସ୍ବାଗତ କରିବାକୁ ଭାଜପା କାର୍ଯ୍ୟାଳୟ ମଧ୍ୟ ପ୍ରସ୍ତୁତି ଆରମ୍ଭ କଲାଣି। ବର୍ତ୍ତମାନ ଜୟଙ୍କ ଭାଜପାରେ ଯୋଗ ଦେବାର ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଓଡ଼ିଶାର ରାଜନୀତିରେ ନେତାଙ୍କ ଦଳ ପରିବର୍ତ୍ତନ ନୂଆ କଥା ନୁହେଁ । ବିଜେଡି ସରକାର ଥଲାବେଳେ ବିରୋଧୀ ଦଳର ଅନେକ ନେତାଙ୍କୁ ନିଜ ଦଳକୁ ନେଇ ଟିକେଟ ଦେଇଛି । ଏବେ ବିଜେପି  ଜୟ ଢୋଲକିଆଙ୍କୁ ନୂଆପଡ଼ା ଉପନିର୍ବାଚନରେ ଟିକେଟ ଦେବା ଚର୍ଚ୍ଚା ଆରମ୍ଭ ହୋଇଛି । ଜୟ କିଛି ଦିନ ପୂର୍ବରୁ ବିଜେଡିରୁ ଲଢ଼ିବେ ବୋଲି ଆମ ସହ କଥା ହେବା ବେଳେ କହିଥିଲେ । କାରଣ ତାଙ୍କ ବାପା ଚାରି ଥର ବିଧାୟକ ହୋଇଛନ୍ତି । ସେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହେଉଥିଲେ । ଏବେ ତାଙ୍କର ମୃତ୍ୟୁ ଘଟିବା ପରେ ଜୟ ବିଜେପିରେ ମିଶିବା ଚର୍ଚ୍ଚା ଜୋର ଧରିଛି।

ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆ  ବିଜେପିରେ ଯୋଗ ଦେଇ ସେହି ଦଳରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ଏହା ବିଜେଡି ପାଇଁ ଏକ ବଡ଼ ଆହ୍ବାନ, କାରଣ ଜୟଙ୍କୁ ପୂର୍ବରୁ ବିଜେଡିର ପ୍ରାର୍ଥୀ ଭାବରେ ଦେଖାଯାଉଥିଲା । ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ସେହି ସିଟ୍ ଖାଲି ହୋଇଥିବାରୁ ଏହି ଉପନିର୍ବାଚନ ନଭେମ୍ବର ୧୧ରେ ହେବ। ସୂତ୍ର ଅନୁଯାୟୀ, ଜୟ ଢୋଲକିଆ ଆଜି ବିଜେପିରେ ଯୋଗ ଦେବା ସହ ପ୍ରାର୍ଥୀତ୍ୱ ଘୋଷଣା ହେବ। ଏହା ବିଜେପିର ଏକ ରଣନୀତିକ ସଫଳତା, ଯାହା ଢୋଲକିଆ ପରିବାରର ସ୍ଥାନୀୟ ପ୍ରଭାବକୁ ନିଜ ପକ୍ଷରେ ନେବ। ପୂର୍ବରୁ ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଜୟଙ୍କୁ ସମର୍ଥନ ଦେଉଥିଲା, କିନ୍ତୁ ଏବେ ସେ ବିଜେପିର ଶିବିରକୁ ଯିବା ସ୍ପଷ୍ଟ ହୋଇଛି ।  ଓଡ଼ିଶା ରାଜନୀତିରେ ଏହା ଏକ ବଡ଼ ଟ୍ୱିଷ୍ଟ ଭାବେ ଚର୍ଚ୍ଚାରେ ରହିଛି। କଂଗ୍ରେସ ପକ୍ଷରୁ ଘାସିରାମ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି, କିନ୍ତୁ ବିଜେପି-ବିଜେଡି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱି ରହିବ। ଜୟଙ୍କ ଏହି ନିଷ୍ପତ୍ତି ନୂଆପଡ଼ାର ବିକାଶ ଓ ସ୍ଥାନୀୟ ସମସ୍ୟା ଉପରେ ଆଧାରିତ ବୋଲି କୁହାଯାଉଛି।

ନୂଆପଡ଼ା ଉପନିର୍ବାଚନରେ ବିଜେପି ଓ ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେନେଇ କିଛି ସ୍ପଷ୍ଟ ଘୋଷଣା ହୋଇନାହିଁ । ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ କିନ୍ତୁ କୁଆଡ଼େ ଯିବେ, କାହା ଟିକେଟରେ ଲଢ଼ିବେ ତାହା ଅଳ୍ପ ସମୟ ପରେ ସ୍ପଷ୍ଟ ହୋଇଯିବ । ପ୍ରାର୍ଥୀ ଘୋଷଣାକୁ  ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୀତି ବେଶ ସରଗରମ ହୋଇଛି। ଗଣମାଧ୍ୟମରେ ପ୍ରଚାରିତ ହେଉଛି ଯେ ଜୟ ଢୋଲକିଆ କୁଆଡ଼େ ବିଜେଡି ନୁହେଁ , ବରଂ କ୍ଷମତାସୀନ ବିଜେପି ପକ୍ଷରୁ ପ୍ରାର୍ଥୀ ହେବେ  ।  ଆହୁରି ମଧ୍ୟ କୁହାଯାଉଛି ଯେ ଜୟ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ବି ଦିଲ୍ଲୀରେ ଭେଟିସାରିଲେଣି। ଆଜି ସେ ରାଜ୍ୟ କାର୍ଯ୍ୟାଳୟକୁ ଆସି ପଦ୍ମ ଧରିପାରନ୍ତି ବୋଲି କୁହାଯାଉଛି।

ସବୁଠାରୁ ବଡ଼ କଥା ହେଲା ଯେ ବିଜେଡିର ଯେଉଁ ପଦଯାତ୍ରା ହୋଇଥିଲା ସେଥିରେ ଜୟ ଢୋଲକିଆଙ୍କୁ ଦେଖିବାକୁ ମିଳିନଥିଲା। ସେବେଠାରୁ ଏକ ପ୍ରକାର ନିଶ୍ଚିତ ହୋଇଥିଲା ଯେ ଜୟ ଢୋଲକିଆ ବିଜେପି ଆଡ଼କୁ ଢଳୁଛନ୍ତି। ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ଦେଖା କରିଥିବା କୁହାଯାଉଛି। ତାଙ୍କୁ ବିଜେପି ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ହେଲେ ନୂଆପଡ଼ାର ଅଙ୍କ ଓଲଟପାଲଟ ହୋଇଯିବ ।  ବିଜେପିର ବିଜୟ ସହଜସାଧ୍ୟ ହୋଇଯିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।  ତେଣେ ଏହା ବିଜେଡି ଲାଗି ମୁଣ୍ଡବ୍ୟଥାର କାରଣ ବି ହେବ। କାରଣ ବିଜେଡି ଉପସଭାପତି ଦେବୀ ମିଶ୍ର କହୁଛନ୍ତି କାଲି ପର୍ଯ୍ୟନ୍ତ ସେ ଜୟଙ୍କ ସହ କଥା ହୋଇଥିଲେ । ଆଜି କିନ୍ତୁ ତାଙ୍କ ସହ କଥା ହେବା ସମ୍ଭବ ହେଉନାହିଁ । ତେବେ ଜୟ କେଉଁଠି ଅଛନ୍ତି ଜଣାପଡିନାହିଁ । ସମ୍ଭବତଃ ସେ ଭୁବନେଶ୍ବରରେ ଅଛନ୍ତି ।

ତାଙ୍କ ବାପାଙ୍କ କଥା ଦେଖିବାକୁ ଗଲେ , ରାଜେନ୍ଦ୍ର ଢୋଲକିଆ  ପ୍ରଥମେ ସ୍ବାଧୀନ ପ୍ରାର୍ଥୀ ଭାବେ 2004ରେ ବିଜୟୀ ହୋଇଥିଲେ। ପରେ ସ୍ଥାନୀୟ ଆବଶ୍ୟକତାକୁ ଆଖି ଆଗରେ ରଖି କ୍ଷମତାସୀନ ବିଜେଡିରେ  ଯୋଗ ଦେଇଥିଲେ। ଏହା ପରେ ସେ ତିନି ଥର ବିଜେଡି ଟିକେଟରେ ବିଜୟୀ ହୋଇଛନ୍ତି । ଏବେ ଓଡ଼ିଶାରେ ବିଜେପି ସରକାର ଅଛି। ଆଉ ଯଦି ଜୟ ବିଜେପିରେ ଯୋଗ ଦେଇ ଟିକେଟ୍ ହାତେଇବାରେ ସଫଳ ହୁଅନ୍ତି, ତେବେ ତାଙ୍କର ବିଜୟ ସହଜସାଧ୍ୟ ହେବ ବୋଲି ତାଙ୍କ ସମର୍ଥକମାନେ ବିଚାର କରୁଛନ୍ତି।

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ୟକ୍ତିଗତ ଭାବେ ନୂଆପଡ଼ା ଯାଇଥିଲେ ।  ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ, ପୁଅ ଜୟ ଢୋଲକିଆ ଓ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ , ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ନୂଆପଡ଼ା ଜିଲ୍ଲାବାସୀ ଜଣେ ଭଲ ନେତାଙ୍କୁ ହରାଇଛନ୍ତି। ଏବେ  ଜିଲ୍ଲାବାସୀଙ୍କ ଦାୟିତ୍ବ ମୁଁ ନେବି। ଯେତେବେଳେ ଜିଲ୍ଲାବାସୀ ଚାହିବେ ମତେ ଭେଟି ପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରାଜ୍ୟ ପଣ୍ୟାଗାର ପରିସରରେ ଆୟୋଜିତ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ କହିଥିଲେ। ରାଜେନ୍ଦ୍ରଙ୍କ ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, ସେ  ମୋର ଜଣେ ଭଲ ବନ୍ଧୁ ଥିଲେ। ତାଙ୍କର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଥାଇପାରନ୍ତି, କିନ୍ତୁ ରାଜନୈତିକ ଶତ୍ରୁ କେହି ନଥିଲେ। ସେବେଠୁ ଚର୍ଚ୍ଚା ହେଉଥିଲା ଜୟ ଢ଼ୋଲକିଆ ବିଜେପିରେ ମିଶିଯାଇପାରନ୍ତି ।

Share196Tweet123
M M

M M

ଆଜିର ପାଗ

Bhubaneswar
April 16, 2026, 4:02 AM
 

S
Partly cloudy
27°C
2.5 m/s
Apparent: 33°C
Pressure: 1006 mb
Humidity: 88%
Winds: 2.5 m/s S
Windgusts: 11.2 m/s
UV-Index: 0
Precip.: 0mm /3% / Rain
Sunrise: 5:27 AM
Sunset: 6:05 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom