• Latest
  • Trending
ପୋୱାଇ ଷ୍ଟୁଡିଓରେ ପଣବନ୍ଦୀ କାଣ୍ଡ: ୧୭ ଶିଶୁଙ୍କ ସମେତ ସମସ୍ତ ବନ୍ଧକ ସୁରକ୍ଷିତ, ଅଭିଯୁକ୍ତ ରୋହିତ ଆର୍ଯ୍ୟ ମୃତ

ପୋୱାଇ ଷ୍ଟୁଡିଓରେ ପଣବନ୍ଦୀ କାଣ୍ଡ: ୧୭ ଶିଶୁଙ୍କ ସମେତ ସମସ୍ତ ବନ୍ଧକ ସୁରକ୍ଷିତ, ଅଭିଯୁକ୍ତ ରୋହିତ ଆର୍ଯ୍ୟ ମୃତ

Oct-31-2025 09:21 AM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
  • About
  • Careers
  • Contact Us
Sunday, March 29, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ପୋୱାଇ ଷ୍ଟୁଡିଓରେ ପଣବନ୍ଦୀ କାଣ୍ଡ: ୧୭ ଶିଶୁଙ୍କ ସମେତ ସମସ୍ତ ବନ୍ଧକ ସୁରକ୍ଷିତ, ଅଭିଯୁକ୍ତ ରୋହିତ ଆର୍ଯ୍ୟ ମୃତ

by M M
Oct-31-2025 09:21 AM IST
in ଦେଶ ବିଦେଶ
0
ପୋୱାଇ ଷ୍ଟୁଡିଓରେ ପଣବନ୍ଦୀ କାଣ୍ଡ: ୧୭ ଶିଶୁଙ୍କ ସମେତ ସମସ୍ତ ବନ୍ଧକ ସୁରକ୍ଷିତ, ଅଭିଯୁକ୍ତ ରୋହିତ ଆର୍ଯ୍ୟ ମୃତ
491
SHARES
1.4k
VIEWS
Share on FacebookShare on Twitter

ମୁମ୍ବାଇ: ମୁମ୍ବାଇର ପୋୱାଇ ଅଞ୍ଚଳରେ ଥିବା ‘ଆର୍‌ଏ ଷ୍ଟୁଡିଓ’ରେ ଏକ ବଡ଼ଧରଣର ପଣବନ୍ଦୀ କାଣ୍ଡ ଆତଙ୍କ ସୃଷ୍ଟି କରିଥିଲା। ରୋହିତ ଆର୍ଯ୍ୟ ନାମକ ଜଣେ କର୍ମଚାରୀ ୧୭ ଜଣ ଶିଶୁ ଏବଂ ଅନ୍ୟ ଦୁଇ ଜଣ ବ୍ୟକ୍ତିଙ୍କୁ ପଣବନ୍ଦୀ ରଖିଥିବା ଜଣାପଡ଼ିବା ପରେ ସହରରେ ଗୁରବାର ଆତଙ୍କ ଖେଳିଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ୍ର ଏକାଧିକ ଟିମ୍ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ। ଅଭିଯୁକ୍ତ ରୋହିତ ଆର୍ଯ୍ୟ ଏକ ଭିଡିଓ ମାଧ୍ୟମରେ କହିଥିଲା ଯେ ଆତ୍ମହତ୍ୟା କରିବା ପରିବର୍ତ୍ତେ ସେ କିଛି ଯୁକ୍ତିଯୁକ୍ତ ପ୍ରଶ୍ନର ଉତ୍ତର ପାଇଁ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବାକୁ ଏହି କାଣ୍ଡ ଘଟାଇଛି।

ତେବେ, ରୋହିତ ଆଲୋଚନା ପାଇଁ ରାଜି ନ ହେବାରୁ ପୁଲିସ୍ ଏକ ରଣନୀତି ପ୍ରସ୍ତୁତ କରିଥିଲା। ପୁଲିସର ସାହସିକ ଓ ସଫଳ ଉଦ୍ଧାର ଅଭିଯାନରେ ଷ୍ଟୁଡିଓର ବାଥରୁମ୍ ଝରକା ଦେଇ ଭିତରକୁ ପ୍ରବେଶ କରାଯାଇଥିଲା। ୩୫ ମିନିଟ୍ ର ଏକ ଜଟିଳ ଅପରେସନ୍ ପରେ ସମସ୍ତ ୧୯ ଜଣ ବନ୍ଧକଙ୍କୁ ନିରାପଦରେ ମୁକ୍ତ କରାଯାଇଛି।

ଉଦ୍ଧାର ଅଭିଯାନ ସମୟରେ ରୋହିତ ପୁଲିସକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ଏବଂ ପୁଲିସ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଭିଯୁକ୍ତ ରୋହିତ ଆର୍ଯ୍ୟର ମୃତ୍ୟୁ ଘଟିଛି। ଜୋନ୍ ୧୦ର ଡେପୁଟି କମିସନର ଦତ୍ତା ନଳବଡେ ଅପରେସନ୍‌ର ସଫଳତା ବିଷୟରେ ଜଣାଇଛନ୍ତି।

ରୋହିତ ଆର୍ଯ୍ୟ ଥିଲା ଷ୍ଟୁଡିଓର ଜଣେ କର୍ମଚାରୀ, ଯିଏ ଶିଶୁମାନଙ୍କୁ ପଣବନ୍ଦୀ କରି ତା’ର କିଛି “ସାଧାରଣ ଦାବି ଏବଂ ପ୍ରଶ୍ନ” ପୂରଣ କରିବାକୁ ଚାହୁଁଥିଲା। ଘଟଣା ପୂର୍ବରୁ ରୋହିତ ଏକ ଭିଡିଓ ଜାରି କରିଥିଲା, ଯେଉଁଥିରେ ସେ କହିଥିଲା ଯେ, “ଆତ୍ମହତ୍ୟା କରିବା ପରିବର୍ତ୍ତେ ମୁଁ ଏହି ଯୋଜନା କରିଛି ଏବଂ ମୁଁ ଜଣେ ଆତଙ୍କବାଦୀ ନୁହେଁ କି ପଇସା ମାଗୁ ନାହିଁ। ମୁଁ କେବଳ କିଛି ସରଳ ଦାବି ପାଇଁ ଚାପ ପକାଉଛି।” ତେବେ ତାର ଦାବି ବିଷୟରେ କିଛି କହିନଥିଲା ।

ଗୁରବାର ଦିନ ପ୍ରାୟ ୧.୪୫ ବେଳେ ପୁଲିସକୁ ଏହି ଘଟଣା ବିଷୟରେ ସୂଚନା ମିଳିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ, ଯେତେବେଳେ ରୋହିତ ଶିଶୁମାନଙ୍କୁ କ୍ଷତି ପହଞ୍ଚାଇବାକୁ ଧମକ ଦେଲା, ପୁଲିସ୍ ବାଧ୍ୟ ହୋଇ ଜୋର ଜବରଦସ୍ତ ଷ୍ଟୁଡିଓ ଭିତରେ ପ୍ରବେଶ କରିଥିଲା। ପୁଲିସ୍ର ସାହସିକ କାର୍ଯ୍ୟାନୁଷ୍ଠାନରେ ସମସ୍ତ ୧୭ ଜଣ ଶିଶୁଙ୍କୁ ନିରାପଦରେ ଉଦ୍ଧାର କରାଯାଇଛି। ଉଦ୍ଧାର ଅଭିଯାନ ସମୟରେ ପୁଲିସ୍ ଗୁଳିମାଡ଼ରେ ଅଭିଯୁକ୍ତ ରୋହିତ ଆର୍ଯ୍ୟ ଗୁରୁତର ଆହତ ହୋଇଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ପୁଲିସର ସାହସିକ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ପୁଲିସ ପ୍ରାଥମିକ ତଦନ୍ତରେ ରୋହିତର ମାନସିକ ଅସ୍ଥିରତା ଥିବା ସନ୍ଦେହ କରୁଛି। ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ଜାରି ରହିଛି ଏବଂ ପ୍ରଭାବିତ ପରିବାରଙ୍କ ପାଇଁ କାଉନସେଲିଙ୍ଗ ବ୍ୟବସ୍ଥା କରାଯାଇଛି।

Share196Tweet123
M M

M M

ଆଜିର ପାଗ

Bhubaneswar
March 29, 2026, 4:19 AM
 

S
Overcast
27°C
2.2 m/s
Apparent: 32°C
Pressure: 1006 mb
Humidity: 86%
Winds: 2.2 m/s S
Windgusts: 8.9 m/s
UV-Index: 0
Precip.: 0mm /5% / Rain
Sunrise: 5:42 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom