• Latest
  • Trending
ପୋୱାଇ ଷ୍ଟୁଡିଓରେ ପଣବନ୍ଦୀ କାଣ୍ଡ: ୧୭ ଶିଶୁଙ୍କ ସମେତ ସମସ୍ତ ବନ୍ଧକ ସୁରକ୍ଷିତ, ଅଭିଯୁକ୍ତ ରୋହିତ ଆର୍ଯ୍ୟ ମୃତ

ପୋୱାଇ ଷ୍ଟୁଡିଓରେ ପଣବନ୍ଦୀ କାଣ୍ଡ: ୧୭ ଶିଶୁଙ୍କ ସମେତ ସମସ୍ତ ବନ୍ଧକ ସୁରକ୍ଷିତ, ଅଭିଯୁକ୍ତ ରୋହିତ ଆର୍ଯ୍ୟ ମୃତ

Oct-31-2025 09:21 AM IST
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

Nov-17-2025 10:01 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Nov-17-2025 09:04 AM IST
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

Nov-16-2025 11:51 AM IST
ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

Nov-16-2025 11:13 AM IST
ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

Nov-16-2025 11:04 AM IST
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

Nov-16-2025 10:06 AM IST

କ’ଣ କହୁଛି ଆଜିର ରାଶିଫଳ

Nov-16-2025 10:01 AM IST
କିଏ ଜିତିବ କୋଲକତା ଟେଷ୍ଟ ?

କିଏ ଜିତିବ କୋଲକତା ଟେଷ୍ଟ ?

Nov-15-2025 07:06 PM IST
ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

Nov-15-2025 06:59 PM IST

ବିର୍ସା ମୁଣ୍ଡା ଦେଶର ସଂସ୍କୃତିର ରକ୍ଷକ ଥିଲେ: ଡ. ଯତୀନ ମହାନ୍ତି

Nov-15-2025 06:50 PM IST
  • About
  • Careers
  • Contact Us
Tuesday, November 18, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ପୋୱାଇ ଷ୍ଟୁଡିଓରେ ପଣବନ୍ଦୀ କାଣ୍ଡ: ୧୭ ଶିଶୁଙ୍କ ସମେତ ସମସ୍ତ ବନ୍ଧକ ସୁରକ୍ଷିତ, ଅଭିଯୁକ୍ତ ରୋହିତ ଆର୍ଯ୍ୟ ମୃତ

by M M
Oct-31-2025 09:21 AM IST
in ଦେଶ ବିଦେଶ
0
ପୋୱାଇ ଷ୍ଟୁଡିଓରେ ପଣବନ୍ଦୀ କାଣ୍ଡ: ୧୭ ଶିଶୁଙ୍କ ସମେତ ସମସ୍ତ ବନ୍ଧକ ସୁରକ୍ଷିତ, ଅଭିଯୁକ୍ତ ରୋହିତ ଆର୍ଯ୍ୟ ମୃତ
492
SHARES
1.4k
VIEWS
Share on FacebookShare on Twitter

ମୁମ୍ବାଇ: ମୁମ୍ବାଇର ପୋୱାଇ ଅଞ୍ଚଳରେ ଥିବା ‘ଆର୍‌ଏ ଷ୍ଟୁଡିଓ’ରେ ଏକ ବଡ଼ଧରଣର ପଣବନ୍ଦୀ କାଣ୍ଡ ଆତଙ୍କ ସୃଷ୍ଟି କରିଥିଲା। ରୋହିତ ଆର୍ଯ୍ୟ ନାମକ ଜଣେ କର୍ମଚାରୀ ୧୭ ଜଣ ଶିଶୁ ଏବଂ ଅନ୍ୟ ଦୁଇ ଜଣ ବ୍ୟକ୍ତିଙ୍କୁ ପଣବନ୍ଦୀ ରଖିଥିବା ଜଣାପଡ଼ିବା ପରେ ସହରରେ ଗୁରବାର ଆତଙ୍କ ଖେଳିଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ୍ର ଏକାଧିକ ଟିମ୍ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ। ଅଭିଯୁକ୍ତ ରୋହିତ ଆର୍ଯ୍ୟ ଏକ ଭିଡିଓ ମାଧ୍ୟମରେ କହିଥିଲା ଯେ ଆତ୍ମହତ୍ୟା କରିବା ପରିବର୍ତ୍ତେ ସେ କିଛି ଯୁକ୍ତିଯୁକ୍ତ ପ୍ରଶ୍ନର ଉତ୍ତର ପାଇଁ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବାକୁ ଏହି କାଣ୍ଡ ଘଟାଇଛି।

ତେବେ, ରୋହିତ ଆଲୋଚନା ପାଇଁ ରାଜି ନ ହେବାରୁ ପୁଲିସ୍ ଏକ ରଣନୀତି ପ୍ରସ୍ତୁତ କରିଥିଲା। ପୁଲିସର ସାହସିକ ଓ ସଫଳ ଉଦ୍ଧାର ଅଭିଯାନରେ ଷ୍ଟୁଡିଓର ବାଥରୁମ୍ ଝରକା ଦେଇ ଭିତରକୁ ପ୍ରବେଶ କରାଯାଇଥିଲା। ୩୫ ମିନିଟ୍ ର ଏକ ଜଟିଳ ଅପରେସନ୍ ପରେ ସମସ୍ତ ୧୯ ଜଣ ବନ୍ଧକଙ୍କୁ ନିରାପଦରେ ମୁକ୍ତ କରାଯାଇଛି।

ଉଦ୍ଧାର ଅଭିଯାନ ସମୟରେ ରୋହିତ ପୁଲିସକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ଏବଂ ପୁଲିସ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଭିଯୁକ୍ତ ରୋହିତ ଆର୍ଯ୍ୟର ମୃତ୍ୟୁ ଘଟିଛି। ଜୋନ୍ ୧୦ର ଡେପୁଟି କମିସନର ଦତ୍ତା ନଳବଡେ ଅପରେସନ୍‌ର ସଫଳତା ବିଷୟରେ ଜଣାଇଛନ୍ତି।

ରୋହିତ ଆର୍ଯ୍ୟ ଥିଲା ଷ୍ଟୁଡିଓର ଜଣେ କର୍ମଚାରୀ, ଯିଏ ଶିଶୁମାନଙ୍କୁ ପଣବନ୍ଦୀ କରି ତା’ର କିଛି “ସାଧାରଣ ଦାବି ଏବଂ ପ୍ରଶ୍ନ” ପୂରଣ କରିବାକୁ ଚାହୁଁଥିଲା। ଘଟଣା ପୂର୍ବରୁ ରୋହିତ ଏକ ଭିଡିଓ ଜାରି କରିଥିଲା, ଯେଉଁଥିରେ ସେ କହିଥିଲା ଯେ, “ଆତ୍ମହତ୍ୟା କରିବା ପରିବର୍ତ୍ତେ ମୁଁ ଏହି ଯୋଜନା କରିଛି ଏବଂ ମୁଁ ଜଣେ ଆତଙ୍କବାଦୀ ନୁହେଁ କି ପଇସା ମାଗୁ ନାହିଁ। ମୁଁ କେବଳ କିଛି ସରଳ ଦାବି ପାଇଁ ଚାପ ପକାଉଛି।” ତେବେ ତାର ଦାବି ବିଷୟରେ କିଛି କହିନଥିଲା ।

ଗୁରବାର ଦିନ ପ୍ରାୟ ୧.୪୫ ବେଳେ ପୁଲିସକୁ ଏହି ଘଟଣା ବିଷୟରେ ସୂଚନା ମିଳିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ, ଯେତେବେଳେ ରୋହିତ ଶିଶୁମାନଙ୍କୁ କ୍ଷତି ପହଞ୍ଚାଇବାକୁ ଧମକ ଦେଲା, ପୁଲିସ୍ ବାଧ୍ୟ ହୋଇ ଜୋର ଜବରଦସ୍ତ ଷ୍ଟୁଡିଓ ଭିତରେ ପ୍ରବେଶ କରିଥିଲା। ପୁଲିସ୍ର ସାହସିକ କାର୍ଯ୍ୟାନୁଷ୍ଠାନରେ ସମସ୍ତ ୧୭ ଜଣ ଶିଶୁଙ୍କୁ ନିରାପଦରେ ଉଦ୍ଧାର କରାଯାଇଛି। ଉଦ୍ଧାର ଅଭିଯାନ ସମୟରେ ପୁଲିସ୍ ଗୁଳିମାଡ଼ରେ ଅଭିଯୁକ୍ତ ରୋହିତ ଆର୍ଯ୍ୟ ଗୁରୁତର ଆହତ ହୋଇଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ପୁଲିସର ସାହସିକ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ପୁଲିସ ପ୍ରାଥମିକ ତଦନ୍ତରେ ରୋହିତର ମାନସିକ ଅସ୍ଥିରତା ଥିବା ସନ୍ଦେହ କରୁଛି। ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ଜାରି ରହିଛି ଏବଂ ପ୍ରଭାବିତ ପରିବାରଙ୍କ ପାଇଁ କାଉନସେଲିଙ୍ଗ ବ୍ୟବସ୍ଥା କରାଯାଇଛି।

Share197Tweet123
M M

M M

ଆଜିର ପାଗ

Bhubaneswar
November 18, 2025, 12:17 AM
 

N
Partly cloudy
17°C
0.8 m/s
Apparent: 17°C
Pressure: 1016 mb
Humidity: 75%
Winds: 0.8 m/s N
Windgusts: 7.6 m/s
UV-Index: 0
Precip.: 0mm /0% / Rain
Sunrise: 5:57 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

November 17, 2025
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

November 17, 2025
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

November 16, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom