ପଶ୍ଚିମବଙ୍ଗରେ ଭୋଟର ତାଲିକାରୁ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ପ୍ରକ୍ରିୟାରେ ବାଦ ପଡିଥିବା ଲକ୍ଷାଧିକ ଭୋଟରଙ୍କୁ ସୁପ୍ରିମ୍ କୋର୍ଟ କୌଣସି ମଧ୍ୟର୍ବର୍ତ୍ତୀକାଳୀନ ରିହାତି ଦେବାକୁ ମନା କରିଛନ୍ତି। ଏହି ଭୋଟରମାନଙ୍କ ଅପିଲ୍ ପେଣ୍ଡିଂ ଥିବା ସତ୍ତ୍ୱେ ସେମାନଙ୍କୁ ଭୋଟ୍ ଦେବାର ଅଧିକାର ଦେବା ପାଇଁ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରାଯାଇଛି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ବେଞ୍ଚ କହିଛନ୍ତି, “ଏହା ସମ୍ପୂର୍ଣ୍ଣ ଅସମ୍ଭବ।
ଯଦି ଆମେ ଅନୁମତି ଦେବୁ ତେବେ ସମ୍ପୃକ୍ତ ବ୍ୟକ୍ତିମାନଙ୍କର ଭୋଟିଙ୍ଗ୍ ଅଧିକାରକୁ ସ୍ଥଗିତ ରଖିବାକୁ ପଡ଼ିବ।” ଅପିଲ୍ ଟ୍ରିବ୍ୟୁନାଲ୍ରେ ପେଣ୍ଡିଂ ଥିବା ଆବେଦନଗୁଡ଼ିକୁ ତ୍ୱରାନ୍ୱିତ କରି ଅନ୍ତର୍ବର୍ତ୍ତୀକାଳୀନ ରିହାତି ଦେବା ସମ୍ଭବ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ପଶ୍ଚିମବଙ୍ଗରେ SIR ପ୍ରକ୍ରିୟା ସମୟରେ ପ୍ରାୟ ୨୫ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ ପଡିଥିଲା। ଏହି ଭୋଟରମାନେ ଅପିଲ୍ କରିଥିଲେ ଏବଂ ଆସନ୍ତା ବିଧାନସଭା ନିର୍ବାଚନରେ ଭୋଟ୍ ଦେବାର ସୁଯୋଗ ଦେବାକୁ ଦାବି କରିଥିଲେ।
କିନ୍ତୁ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, ନିର୍ବାଚନୀ ରୋଲ୍ ଫ୍ରିଜ୍ କରିବାର ସମୟ ସୀମା ରହିଛି ଏବଂ ଟ୍ରିବ୍ୟୁନାଲ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ବିଶୃଙ୍ଖଳା ସୃଷ୍ଟି କରାଯାଇ ପାରିବ ନାହିଁ। କୋର୍ଟ ଆହୁରି କହିଛନ୍ତି ଯେ, ଅପିଲ୍ ଟ୍ରିବ୍ୟୁନାଲ୍ଗୁଡ଼ିକ ସମୟ ଅନୁଯାୟୀ ଶୁଣାଣି କରିବେ ଏବଂ ନିର୍ବାଚନ କମିଶନ୍ ପୂର୍ବରୁ ଦେଇଥିବା ଆଶ୍ୱାସନା ଅନୁଯାୟୀ ପ୍ରକ୍ରିୟା ସମାପ୍ତ କରିବେ। ତଥାପି ଭୋଟର ତାଲିକା ଫ୍ରିଜ୍ କରିବାକୁ ପଡ଼ିବ ବୋଲି ବେଞ୍ଚ ମନ୍ତବ୍ୟ ଦେଇଛନ୍ତି।ଏହି ରାୟ ପରେ ପଶ୍ଚିମବଙ୍ଗର ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରଭାବିତ ହୋଇପାରେ ବୋଲି ଆଲୋଚନା ହେଉଛି। ରାଜ୍ୟ ସରକାର ଏବଂ ନିର୍ବାଚନ କମିଶନ୍ ମଧ୍ୟରେ ଏହି ପ୍ରକ୍ରିୟା ନେଇ ପୂର୍ବରୁ ବିବାଦ ଚାଲିଥିଲା।









/odishatv/media/media_files/2026/04/14/moquim-2026-04-14-16-04-29.jpg?w=607&resize=607,430&ssl=1)
