• Latest
  • Trending

ଆଳୁ ଏଠି ୪୦ ସେଠି ୫୦ : ଜଗୁନି ଯିବେ ଦିଦିଙ୍କୁ ବୁଝାଇବେ

Aug-09-2024 03:04 PM IST
ବାତ୍ୟା ଦ୍ୱନ୍ଦ୍ୱ ମଧ୍ୟରେ ସୃଷ୍ଚି ହେଲା ଘୂର୍ଣ୍ଣିବଳୟ, ଦିନକ ପରେ ନେବ ଲଘୁଚାପର ରୂପ

ବାତ୍ୟା ଦ୍ୱନ୍ଦ୍ୱ ମଧ୍ୟରେ ସୃଷ୍ଚି ହେଲା ଘୂର୍ଣ୍ଣିବଳୟ, ଦିନକ ପରେ ନେବ ଲଘୁଚାପର ରୂପ

May-09-2026 03:55 PM IST
‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ !

‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ !

May-09-2026 03:42 PM IST
ଭାତ ଖାଇଲେ ବଢ଼େ କି ମୋଟା ପଣ , ଜାଣନ୍ତୁ ଏହା ପଛର ସତ ?

ଭାତ ଖାଇଲେ ବଢ଼େ କି ମୋଟା ପଣ , ଜାଣନ୍ତୁ ଏହା ପଛର ସତ ?

May-09-2026 01:22 PM IST
ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଶପଥ ନେଇଥିବା ପାଞ୍ଚ ଜଣ ମନ୍ତ୍ରୀ କିଏ ?

ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଶପଥ ନେଇଥିବା ପାଞ୍ଚ ଜଣ ମନ୍ତ୍ରୀ କିଏ ?

May-09-2026 01:08 PM IST
ପଶ୍ଚିମବଙ୍ଗରେ ଚାଲିଥିଲା ଶପଥ ଗ୍ରହଣ ଉତ୍ସବ; ପାଦ ଛୁଇଁ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସେ କିଏ?

ପଶ୍ଚିମବଙ୍ଗରେ ଚାଲିଥିଲା ଶପଥ ଗ୍ରହଣ ଉତ୍ସବ; ପାଦ ଛୁଇଁ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସେ କିଏ?

May-09-2026 01:02 PM IST
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

May-09-2026 12:21 PM IST
ଶନି ଦେବଙ୍କ ପୂଜାରେ କାହିଁକି ବ୍ୟବହାର ହୁଏ ନାହିଁ ତମ୍ବା ପାତ୍ର ? ଜାଣନ୍ତୁ ଏହା ପଛର କାରଣ

ଶନି ଦେବଙ୍କ ପୂଜାରେ କାହିଁକି ବ୍ୟବହାର ହୁଏ ନାହିଁ ତମ୍ବା ପାତ୍ର ? ଜାଣନ୍ତୁ ଏହା ପଛର କାରଣ

May-09-2026 11:16 AM IST
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ସିଡିଏସ୍ ହେବେ ଏନଏସ ରାଜା ସୁବ୍ରମଣି

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ସିଡିଏସ୍ ହେବେ ଏନଏସ ରାଜା ସୁବ୍ରମଣି

May-09-2026 10:56 AM IST
ଆଜିଠୁ ପଶ୍ଚିମବଙ୍ଗରେ ବିଜେପି ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜିଠୁ ପଶ୍ଚିମବଙ୍ଗରେ ବିଜେପି ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

May-09-2026 08:32 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-09-2026 07:10 AM IST
  • About
  • Careers
  • Contact Us
Saturday, May 9, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଆଳୁ ଏଠି ୪୦ ସେଠି ୫୦ : ଜଗୁନି ଯିବେ ଦିଦିଙ୍କୁ ବୁଝାଇବେ

କମୁନି ଆଳୁ ଦର ଲୋକେ ହନ୍ତସନ୍ତ

by M M
Aug-09-2024 03:04 PM IST
in ବଡ଼ ଖବର, ଭିଡ଼ିଓ
0
491
SHARES
1.4k
VIEWS
Share on FacebookShare on Twitter

ପଶ୍ଚିମବଙ୍ଗ ସରକାର ଆଳୁ ରପ୍ତାନି ନେଇ କଟକଣା ଜାରି କରିଛନ୍ତି । ଆଉ ଏହାକୁ ନେଇ ଏଠି ବେପାରୀ ମାଲେମାଲ ହେଉଛନ୍ତି । ପଡ଼ୋଶୀ ପଶ୍ଚିମବଙ୍ଗରୁ ସ୍ବାଭାବିକ ଭାବେ ଆଳୁ ନଆସିବା ଦ୍ବାରା ଓଡିଶାରେ ଲୋକେ ଅଧିକ ଦାମରେ ଆଳୁ କିଣୁଛନ୍ତି । ରାଜ୍ୟରେ ଆଳୁ ସଂକଟରୁ ଫାଇଦା ଉଠାଇ ବ୍ୟବସାୟୀମାନେ ମନ ଇଛା ବେପାର କରୁଥିବା ଦେଖାଦେଇଛି। ଆଳୁ ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ଯେତେ ଯାହା ଉଦ୍ୟମ କଲେ ବି ସଫଳ ହେଉନାହାନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଳୁ ଅଟକାଇ ଦେବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଉଥିବାରୁ ତାଙ୍କୁ ବୁଝାଇବା ପାଇଁ ଜଗନ୍ନାଥ ସ୍ବାଇଁ ମହାପାତ୍ର ଯିବେ କୋଲକତା । ଦିଦିଙ୍କ ସହ ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କର ଭଲ ସମ୍ପର୍କ ରହିଛି। ସେ ବିଭିନ୍ନ ସମୟରେ ଦିଦିଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି। କାଳିପୂଜା ଓ ଦୁର୍ଗାପୂଜା ସମୟରେ ଜଗନ୍ନାଥ ସ୍ବାଇଁ ମହାପାତ୍ର ମମତା ବାନାର୍ଜୀଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି। ତେଣୁ ତାଙ୍କ କଥା ଦିଦି ରଖିବେ ବୋଲି ସେ ଆଶା ରଖିଛନ୍ତି। କାରଣ ଓଡ଼ିଶାରେ  କିଏ କେତେ ଦରରେ ବିକୁଛି ଠିକ୍ ଠିକଣା ନାହିଁ ।  ଓଡ଼ିଶା ବଜାରରେ ଆଳୁ ସଂକଟ ବେପାରୀମାନଙ୍କୁ ସୁହାଉଛି । ଲୁଚାଛପାରେ ହାତଗୁଞ୍ଜା ଦେଇ ପ୍ରତିଦିନ କିଛି ଆଳୁ ଟ୍ରକ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଛି। ହେଲେ ଗତ ୨ଦିନ ହେବ କୌଣସି ଆଳୁ ଗାଡ଼ି ଆସିନାହିଁ। କଟକର ଛତ୍ରବଜାରକୁ ଆଳୁ ଗାଡ଼ି ଆସି ନ ଥିବା ‌ବେଳେ ଭୁବନେଶ୍ବରର ଆଇଗିଣିଆ ଆଳୁ ଗୋଦାମ ଖାଲି ହୋଇଗଲାଣି। ଆଳୁ ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ବିକଳ୍ପଭାବେ ଉତ୍ତରପ୍ରଦେଶରୁ ଆଳୁ ମଗାଉଛନ୍ତି। ମାତ୍ର ଉତ୍ତରପ୍ରଦେଶରୁ ଆସୁଥିବା ଆଳୁକୁ ନେଇ ବ୍ୟବସାୟୀମାନେ ଖୁସି ନୁହନ୍ତି। ପଶ୍ଚିମବଙ୍ଗ ଆଳୁ ତୁଳନାରେ ଦର ଅଧିକ ହେବା ସହ ଏହା ଶୀଘ୍ର ପଚି ଯାଉଥିବା ଅଭିଯୋଗ ହେଉଛି। ମାତ୍ର ରାଜ୍ୟ ସରକାର ଏହାକୁ ବାରମ୍ବାର ଖଣ୍ଡନ କରୁଛନ୍ତି। କିନ୍ତୁ ବାସ୍ତବରେ ସେପରି କିଛି ଘଟୁନାହିଁ । ଏକନମ୍ବର ମାର୍କେଟରେ ଆଳୁ  ୪୦ ଟଙ୍କା ଥିବା ବେଳେ ଅନ୍ୟ ସ୍ଥାନରେ  ୫୦ରୁ ଅଧିକ ଟଙ୍କାରେ ବିକ୍ରି କରାଯାଉଛି ।

Tags: bhubaneswarnewsnewsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
May 9, 2026, 11:11 PM
 
SSW
Clear sky
26°C
1.8 m/s
Apparent: 31°C
Pressure: 1010 mb
Humidity: 91%
Winds: 1.8 m/s SSW
Windgusts: 9.4 m/s
UV-Index: 0
Precip.: 0mm /63% / Rain
Sunrise: 5:12 AM
Sunset: 6:13 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom