• Latest
  • Trending
ସୋଆ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ

ସୋଆ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ

July 18, 2024

ଆସନ୍ତା ୩ ବର୍ଷରେ ପ୍ରାଥମିକ ଶିକ୍ଷା ପାଇଁ ୪୫ ହଜାର ଶିକ୍ଷକ ନିଯୁକ୍ତ ହେବେ

August 21, 2025
ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

August 21, 2025

ଏହି 11ଟା ପ୍ରମାଣ ପତ୍ର ନଥିଲେ ଆପଣ ଦେଇପାରିବେନି ଭୋଟ

August 21, 2025

ମମତାଙ୍କ ଉପରେ ବର୍ଷିଲେ ମୋହନ

August 20, 2025

ଭୋଟ ଚୋରି ରୋକିବ କିଏ?

August 18, 2025
ମେଡିକାଲରୁ “ମୁଁ ଭଲ ଅଛି” କହିଲେ ନବୀନ

ମେଡିକାଲରୁ “ମୁଁ ଭଲ ଅଛି” କହିଲେ ନବୀନ

August 17, 2025

ସି.ପି. ରାଧାକୃଷ୍ଣନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

August 17, 2025

ଭାରତର ଯାତ୍ରା: ୧୯୪୭ରୁ ୨୦୨୫

August 17, 2025

ନୋବେଲ ପୁରସ୍କାର ପାଇଁ ଟ୍ରମ୍ପଙ୍କ ଲବି ଜୋରଦାର

August 17, 2025

ଯଦି ବିଜେଡି ନିଜକୁ ପୁନର୍ଜୀବିତ ନ କରେ, ଓଡ଼ିଶାରେ ଏକ ନୂତନ ଆଞ୍ଚଳିକ ମୋର୍ଚ୍ଚା ଏକ ସମ୍ଭାବନା ହୋଇପାରେ

August 13, 2025
  • About
  • Careers
  • Contact Us
Friday, August 22, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ସୋଆ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ

ସୋଆ ଉତ୍କର୍ଷତାର ପ୍ରତୀକ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ଅଗ୍ରଣୀ

by M M
July 18, 2024
in ରାଜ୍ୟ
0
ସୋଆ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ବର: ସୋଆ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ସୋଆ ଉତ୍କର୍ଷତାର ପ୍ରତୀକ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ଅଗ୍ରଣୀ ଅନୁଷ୍ଠାନ ବୋଲି ଅତିଥିମାନେ ବେଶ ପ୍ରଶଂସା କରି କହିଛନ୍ତି ।  ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସୋଆ ଅନୁଷ୍ଠାନକୁ ବେଶ ପ୍ରଶଂସା କରିଥିଲେ । କଠିନ ପରିଶ୍ରମ ଫଳରେ ସୋଆ ଉଚ୍ଚ ଶିଖରକୁ ପହଂଚିପାରିବା ସହ ଶିକ୍ଷା କ୍ଷେତ୍ରକୁ ଉଚ୍ଚସ୍ତରକୁ ନେଇପାରିଛି ବୋଲି ସେ କହିଥିଲେ ।

୧୮ ତମ ପ୍ରତିଷ୍ଠା ଦିବସ ଅବସରରେ ସୋଆକୁ ଶୁଭେଚ୍ଛା ଜଣାଇ ଅତିଥିମାନେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଉଚ୍ଚ ପ୍ରଶଂସା କରି ତାଙ୍କର ଦୂରଦର୍ଶୀ ନେତୃତ୍ୱ ଯୋଗୁ ହିଁ ଏହି ଶିକ୍ଷାନୁଷ୍ଠାନ ଖୁବ୍ କମ୍ ସମୟ ମଧ୍ୟରେ ଉଚ୍ଚକୁ ପହଂଚି ପାରିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ। ବିଧାୟକ ବାବୁ ସିଂ, ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକନୋଲୋଜି (ବିପିୟୁଟି)ର କୁଳପତି ପ୍ରଫେସର ଅମୀୟ କୁମାର ରଥ ଏବଂ ଓଡ଼ିଶା ୟୁନିଭର୍ସିଟି ଅଫ ଟେକନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର)ର କୁଳପତି ବିଭୂତି ଭୂଷଣ ବିଶ୍ୱାଳ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଧାୟକ  ଶ୍ରୀ ସିଂ କହିଥିଲେ ଯେ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସୋଆ ଏକ ମାଇଲ୍‌ଖୁଂଟ ସୃଷ୍ଟି କରିଛି ଏବଂ ଦେଶର ଅନ୍ୟତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପ୍ରତିପାଦିତ କରିପାରିଛି। ପ୍ରଫେସର ନାୟକଙ୍କ ବଳିଷ୍ଠ ନେତୃତ୍ୱ ଏବଂ ଇଛାଶକ୍ତି ଯୋଗୁ ଏହି ସଫଳତା ହାସଲ ହୋଇପାରିଛି ।ପ୍ରଫେସର ବିଶ୍ୱାଳ ମଧ୍ୟ ପ୍ରଫେସର ନାୟକଙ୍କୁ ପ୍ରଶଂସାକରି କହିଥିଲେ ଯେ ତାଙ୍କ ଚିନ୍ତାଶକ୍ତି ଖୁବ୍ ଭିନ୍ନ। ସେ ଜଣେ ବିଚକ୍ଷଣ ଛାତ୍ର ଏବଂ ଶିକ୍ଷକ ଥିଲେ। ଆଜି ସେ ନିଜେ ଏକ ଅନୁଷ୍ଠାନରେ ପରିଣତ ହୋଇଛନ୍ତି ।ସୋଆକୁ ନାକ୍ ପକ୍ଷରୁ ସର୍ବାଧିକ ଗ୍ରେଡ୍‌ରେ ପୁନଃ ସ୍ୱୀକୃତି ମିଳିଥିବା ବେଳେ ବିଶ୍ୱବିଦ୍ୟାଳୟ ସମାଜର ହିତ ଦିଗରେ ଉତମ କାର୍ଯ୍ୟକୁ ବଜାୟ ରଖିଛି। ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ର ଛାତ୍ରୀମାନେ ସାରା ବିଶ୍ୱରେ କାର୍ଯ୍ୟରତ ବୋଲି ସେ କହିଥିଲେ । କୋଭିଡ୍ ମହାମାରୀ ସମୟରେ ସୋଆର ଉଚ୍ଚକୋଟୀର ସ୍ୱାସ୍ଥ୍ୟସେବାକୁ ପ୍ରଶଂସା କରି ପ୍ରଫେସର ବିଶ୍ୱାଳ କହିଥିଲେ ଯେ ଏହି ମହାମାରୀ ସହିତ ଯୁଦ୍ଧ କରିବା ପାଇଁ ବିଶ୍ୱବିଦ୍ୟାଳୟ ତାର ସମସ୍ତ ସହଯୋଗର ହାତ ବଢ଼ାଇଥିବା ଯୋଗୁଁ ରାଜ୍ୟବାସୀ ଆସ୍ୱସ୍ତିି ପାଇପାରିଥିଲେ।

ପ୍ରଫେସର ରଥ ସୋଆକୁ ଏକ ସମ୍ପୂର୍ଣ୍ଣ ପୁସ୍ତକ ବୋଲି ଅଭିହିତ କରି ଏହାର ଅନେକ ପୃଷ୍ଠା ଲେଖିବା ବାକି ଅଛି ବୋଲି କହିଥିଲେ। ପ୍ରଫେସର ନାୟକଙ୍କର ଦୂରଦର୍ଶୀ ନେତୃତ୍ୱ ଏବଂ ସକରାତ୍ମକ ମନୋଭାବ ଯୋଗୁ ବିଶ୍ୱବିଦ୍ୟାଳୟ ଖୁବ୍ ଉଚ୍ଚକୁ ଯାଇପାରିଛି ବୋଲି ସେ କହିଥିଲେ। ଜଣେ ବ୍ୟକ୍ତି ନିଜର କର୍ତବ୍ୟକୁ ବିନା ଦ୍ୱିଧାରେ ଓ ସଚ୍ଚୋଟତାର ସହ କରିପାରିଲେ ସଫଳତା ମିଳିପାରିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଙ୍ଘମିତ୍ରା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଆସନ୍ତା ୩ ବର୍ଷରେ ପ୍ରାଥମିକ ଶିକ୍ଷା ପାଇଁ ୪୫ ହଜାର ଶିକ୍ଷକ ନିଯୁକ୍ତ ହେବେ

August 21, 2025
ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

August 21, 2025

ଏହି 11ଟା ପ୍ରମାଣ ପତ୍ର ନଥିଲେ ଆପଣ ଦେଇପାରିବେନି ଭୋଟ

August 21, 2025

Weather

Bhubaneswar
August 22, 2025, 9:05 am
 

W
Overcast
28°C
3.1 m/s
Apparent: 34°C
Pressure: 1005 mb
Humidity: 96%
Winds: 3.1 m/s W
Windgusts: 9.3 m/s
UV-Index: 0
Precip.: 20.3mm /90% / Rain
Sunrise: 5:28 am
Sunset: 6:10 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom