ଆଜିଠୁ ଆରମ୍ଭ ହେଉଛି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ,ମଥୁରା ନଗରୀ ସାଜିଛି ବରଗଡ଼

by newsroom DEC-24-2025 8:57 AM IST in ରାଜ୍ୟ

ଆଜିଠୁ ଆରମ୍ଭ ହେଉଛି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ । ମଥୁରା ନଗରୀ ସାଜିଛି ବରଗଡ଼  । ମହାରାଜ କଂସଙ୍କ ଆଜ୍ଞାରେ ଚାଲିବ ରାଜ୍ୟ! । ମହାରାଜ କଂସଙ୍କ ଆଜ୍ଞାରେ ଚାଲିବ ରାଜ୍ୟ!  । ପୁଣିଥରେ ଦ୍ୱାପର ଯୁଗର ପୁରାଣ ପୃଷ୍ଠା ଜୀବନ୍ତ ହୋଇ ଉଠିଛି। ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଗାମୀ ୧୧ ଦିନ ଧରି ବରଗଡ଼ ସହର ମଥୁରା ନଗରୀରେ ପରିଣତ ହେବାକୁ ଥିବାବେଳେ, ମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ସମଗ୍ର ଅଞ୍ଚଳ।  ସମଗ୍ର ବରଗଡ଼ ସହର ଏକ ବିଶାଳ ରଙ୍ଗମଞ୍ଚରେ ପରିଣତ ହୋଇଛି। ଯେଉଁଠି ମହାରାଜ କଂସ ହାତୀ ଉପରେ ବସି ନଗର ପରିକ୍ରମା କରିବା ସହ ପ୍ରଜାମାନଙ୍କୁ ଦଣ୍ଡ ଓ ପୁରସ୍କାର ଦେବେ।  ଜୀରା ନଦୀ ଆରପଟେ ଥିବା ଅମ୍ବାପାଲି ଗାଁ ‘ଗୋପପୁର’ ସାଜିଥିବା ବେଳେ ଜୀରା ନଦୀ ପାଲଟିଛି ‘ଯମୁନା’। ଏଠାରେ ବାଳକୃଷ୍ଣଙ୍କ ଲୀଳା ସହ ମଥୁରାରେ କଂସଙ୍କ ଅତ୍ୟାଚାର ଓ ଶେଷରେ କଂସ ବଧର ଦୃଶ୍ୟ ପ୍ରଦର୍ଶିତ ହେବ।  ଆଜି ସନ୍ଧ୍ୟାରେ ଏକ ଭବ୍ୟ ଶୋଭାଯାତ୍ରା ସହ ଏହି ଯାତ୍ରାର ଉଦଘାଟନ ହେବ। କଂସ ମହାରାଜଙ୍କ ଦରବାର ଆରମ୍ଭ ହେବା ସହ ଦେବକୀ ଓ ବାସୁଦେବଙ୍କ ବିବାହରୁ କାହାଣୀ ଆରମ୍ଭ ହେବ।