• Latest
  • Trending
ଭଲିବଲ ମହାକୁମ୍ଭର ଉଦ୍ଦେଶ୍ୟ ହେଉଛି ମହିଳା ସଶକ୍ତିକରଣ ଏବଂ ତୃଣମୂଳସ୍ତରରେ ଭଲିବଲର ବିକାଶକୁ ପ୍ରୋତ୍ସାହିତ କରିବା

ଭଲିବଲ ମହାକୁମ୍ଭର ଉଦ୍ଦେଶ୍ୟ ହେଉଛି ମହିଳା ସଶକ୍ତିକରଣ ଏବଂ ତୃଣମୂଳସ୍ତରରେ ଭଲିବଲର ବିକାଶକୁ ପ୍ରୋତ୍ସାହିତ କରିବା

Dec-14-2025 04:09 PM IST
odisha.newsroom.in

ବାହାରିଲା CBSE ଦଶମ ଶ୍ରେଣୀ ରେଜଲ୍ଟ …ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ…

Apr-15-2026 04:40 PM IST
odisha.newsroom.in

ସାବଧାନ…ଓଡ଼ିଶା ବଜାରରେ ବୁଲୁଛି ପୁଳାପୁଳା ନକଲି ୫ ଶହ ଟଙ୍କିଆ ନୋଟ…

Apr-15-2026 04:01 PM IST
odisha.newsroom.in

ଶାନ୍ତି ଆଲୋଚନା ବିଫଳ ପରେ ଧମକ: ବିମାନ ବଦଳାଇ ବସ୍ ଓ ଟ୍ରେନ୍‌ରେ ଫେରିଲେ ଇରାନ୍ ପ୍ରତିନିଧି ଦଳ

Apr-15-2026 03:08 PM IST
odisha.newsroom.in

ନୂଆ ଦଳ ଗଠନ ପରେ ଗର୍ଜିଲେ ମୋକିମ…ପଞ୍ଚାୟତ ନିର୍ବାଚନରୁ ଆରମ୍ଭ ଲଢ଼େଇ

Apr-15-2026 02:44 PM IST
odisha.newsroom.in

ଆମେରିକାକୁ କଡ଼ା କାଉଣ୍ଟର…ହର୍ମୁଜରେ ପଇଁତରା ମାରିବ ଚୀନ ଯୁଦ୍ଧ ଜାହାଜ !

Apr-15-2026 01:01 PM IST
odisha.newsroom.in

ଟ୍ରମ୍ପ କହିଲେ ଅପେକ୍ଷା କର…ଗୁରୁବାର ପରେ କିଛି ବଡ଼ ଘଟଣା ଘଟିବ

Apr-15-2026 12:32 PM IST
odisha.newsroom.in

ପାଣିପାଗ ବିଭାଗର ଚେତାବନୀ…ଆଗକୁ ୪୫ ଡିଗ୍ରୀ ଟପିବ ତାପମାତ୍ରା…

Apr-15-2026 12:03 PM IST
odisha.newsroom.in

କଡ଼ ଲେଉଟାଇଲା ବିହାର ରାଜନୀତି…ସମ୍ରାଟଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ଶପଥ

Apr-15-2026 11:36 AM IST
Horoscope 2026 April 15: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 15: ଜାଣନ୍ତୁ ଆଜିର ରାଶିଫଳ…

Apr-15-2026 11:00 AM IST
odisha.newsroom.in

କାଲି ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ଅଗ୍ନି ପରୀକ୍ଷା…ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ନେତା ହେବେ ସାମିଲ

Apr-14-2026 05:19 PM IST
  • About
  • Careers
  • Contact Us
Thursday, April 16, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ଭଲିବଲ ମହାକୁମ୍ଭର ଉଦ୍ଦେଶ୍ୟ ହେଉଛି ମହିଳା ସଶକ୍ତିକରଣ ଏବଂ ତୃଣମୂଳସ୍ତରରେ ଭଲିବଲର ବିକାଶକୁ ପ୍ରୋତ୍ସାହିତ କରିବା

କିଟ୍ ଓ କିସ୍ ରେ ଭଲିବଲ୍ ମହାକୁମ୍ଭ ଉଦଯାପିତ

by M M
Dec-14-2025 04:09 PM IST
in ଖେଳ
0
ଭଲିବଲ ମହାକୁମ୍ଭର ଉଦ୍ଦେଶ୍ୟ ହେଉଛି ମହିଳା ସଶକ୍ତିକରଣ ଏବଂ ତୃଣମୂଳସ୍ତରରେ ଭଲିବଲର ବିକାଶକୁ ପ୍ରୋତ୍ସାହିତ କରିବା
491
SHARES
1.4k
VIEWS
Share on FacebookShare on Twitter

କିଟ-କିସ ରେ 11 ତାରିଖରୁ ଏଫଆଇଭିବି ସହଯୋଗରେ  ଆରମ୍ଭ ହୋଇଥିବା ଭଲିବଲ ମହାକୁମ୍ଭ ଆଜି ଶେଷ ହୋଇଛି ।  ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଅନ୍ତର୍ଜାତୀୟ ଭଲିବଲ ମହାସଂଘ ସଭାପତି ଫାବିଓ ଆଜେଭେଦୋ ଯୋଗଦେଇଥିଲେ । କିଟ୍ ଓ କିସ୍ ର କନ୍ୟା କିରଣ ପଦକ୍ଷେପର ଏକ ଅଂଶଭାବରେ ମହିଳା ସଶକ୍ତିକରଣ ଏବଂ ତୃଣମୂଳ ସ୍ତରରେ ଭଲିବଲ୍ ବିକାଶକୁ ପ୍ରୋତ୍ସାହିତ କରିବା ଏହି ଭଲିବଲ ମହାକୂମ୍ଭର ଲକ୍ଷ୍ୟ ।

ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଫାବିଓ କହିଲେ, ଏହି ଭଲିବଲ ମହାକୁମ୍ଭର ଉଦ୍ଦେଶ୍ୟ ହେଉଛି ମହିଳା ସଶକ୍ତିକରଣ ଏବଂ ତୃଣମୂଳସ୍ତରରେ ଭଲିବଲର ବିକାଶକୁ ପ୍ରୋତ୍ସାହିତ କରିବା । କିଟ୍ ଓ କିସରେ ବ୍ୟାପକ ସୁବିଧା ଓ ଓଡ଼ିଶାର ମନୋରମ ପରିବେଶ ପାଇଁ ଆସନ୍ତା 2026 ,2027, ଓ 2028 ବର୍ଷରେ କିଟ୍ କିସ୍ ସହଯୋଗରେ ଓଡ଼ିଶାର ଏଫଆଇଭିବି ବିଚ୍ ଭଲିବଲ ଆୟୋଜିତ ହେବ ବୋଲି ଫାବିଓ ଘୋଷଣା କରିଥିଲେ ।

ଭଲିବଲ ମହାକୁମ୍ଭର ବିଭିନ୍ନ ଦିନରେ କିଟ୍ ଓ କିସ୍ ର କନ୍ୟା କିରଣ ପଦକ୍ଷେପର ଏକ ଅଂଶ ଭାବରେ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା ଭଲିବଲ୍ ପ୍ରଶିକ୍ଷକଙ୍କ ପାଇଁ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ ମହିଳା ଭଲିବଲ୍ କୋଚ୍ ଙ୍କୁ କର୍ମଶାଳା ଜରିଆରେ ପ୍ରଶିକ୍ଷଣ ସହ ସଶକ୍ତିକରଣ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ 500 ଅଂଶଗ୍ରହଣକାରୀଙ୍କ ବ୍ୟତୀତ ଭାରତ ସମେତ ବିଶ୍ବର 200ରୁ ଅଧିକ ଭଲିବଲ  ଭଲିବଲ୍ ପ୍ରଶିକ୍ଷକ, ଖେଳାଳି ଏବଂ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ । ସେମାନେ ଏଠାରୁ ତାଲିମ ପାଇ ନିଜ ଅଞ୍ଚଳରେ ଭଲିବଲ ଖେଳାଳିଙ୍କୁ ତାଲିମ ପ୍ରଦାନ କରିବେ ଫଳରେ ଏହା ଦ୍ଵାରା ୫୦ ହଜାରରୁ ଊର୍ଦ୍ଧ୍ବ ଭଲିବଲ ଖେଳାଳି ଉପକୃତ ହେବେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଭଲିବଲ ପ୍ରଶିକ୍ଷକ ଜନ୍ କେସେଲ୍ ଏବଂ ଜାନା କୁଲାନ୍ ୪ଟି ଇନଡୋର ଓ ୪୦ରୁ ଊର୍ଦ୍ଧ୍ଵ ଆଉଟଡୋର କୋର୍ଟରେ ଗତିଶୀଳ ଅନ-କୋର୍ଟ ତାଲିମ, ଉନ୍ନତ କୌଶଳ ଅଧିବେଶନ, ପ୍ରଶିକ୍ଷକ-ବିକାଶ ପ୍ରୟୋଗଶାଳା ଓ ଗଣ ଅଂଶଗ୍ରହଣ କାର୍ଯ୍ୟକ୍ରମଗୁଡ଼ିକରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ ଯୋଗଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ୍ ସାମନ୍ତ କହିଲେ , ଏଫଆଇଭିବି ସହିତ ଆମର ସହଭାଗିତା ଯୋଗୁଁ ଓଡ଼ିଶାକୁ ଏଭଳି କର୍ମଶାଳା ଜରିଆରେ ବିଶ୍ବସ୍ତରୀୟ ଦକ୍ଷତା ଅଣାଯାଇପାରିଛି ।

ଏଥିରେ ହଜାର ହଜାର ବାଳିକା ଓ ମହିଳାଙ୍କୁ ଭଲିବଲର ପରିବର୍ତ୍ତନକାରୀ ଶକ୍ତି ଅନୁଭବ କରିବାର ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ ।  ଏହି ଅବସରରେ ବିଭିନ୍ନ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷା, ସାମାଜିକ ପରିବର୍ତ୍ତନ ଓ ଯୁବ କଲ୍ୟାଣରେ ଭଲିବଲର ଭୂମିକା, ଭଲିବଲ୍ ଜରିଆରେ ତୃଣମୂଳ ସ୍ତରରେ ପରିବର୍ତ୍ତନ ଏବଂ ଭଲିବଲ୍ ମାଧ୍ୟମରେ ମହିଳା ସଶକ୍ତିକରଣ, ସମାନତା, ଏବଂ ବିଶ୍ବ ସଶକ୍ତିକରଣକୁ ଗୁରୁତ୍ବ ଉପରେ ଆଲୋଚନା କରାଯାଇଥିଲା । ଫାବିଓ ଆଜେଭେଡୋ ଅଚ୍ୟୁତ ସାମନ୍ତ, ଅଭିଜିତ ବି, ଅଭିନବ ବିନ୍ଦ୍ରା, ଜନ୍ କେସେଲ୍ ଓ ଜାନା କୁଲାନ ପ୍ରମୁଖ ଏଥିରେ ଯୋଗଦେଇ ଉପରୋକ୍ତ ବିଷୟ ଉପରେ ଆଲୋଚନା କରିଥିଲେ । ପରେ କିଟ୍ କିସ୍ ଓ ଏଫଆଇଭିବି ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହେବା ସହ ଫାବିଓଙ୍କ ଦ୍ବାରା ଏଫଆଇଭିବି -କିଟ୍ , କିସ୍ ଉତ୍କର୍ଷ କେନ୍ଦ୍ରର ଉଦଘାଟନ କରାଯାଇଥିଲା । ଏହା ସହ ଶ୍ରୀ ସାମନ୍ତଙ୍କ ଉପସ୍ଥିତିରେ ଫାବିଓଙ୍କ ଦ୍ବାରା ଏକ ସ୍ପୋର୍ଟ ଜୋନ୍ ଉଦଘାଟିତ ହୋଇଥିଲା ।

ଏହି ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଏଫଆଇଭିବି ସଭାପତି ଫାବିଓ ଆଜେଭେଦୋ  କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକୁ ଢ଼େର ପ୍ରଶଂସା କରିଥିଲେ ।  କ୍ରୀଡ଼ା ମାଧ୍ୟମରେ  ଝିଅମାନଙ୍କ ପାଇଁ ଆତ୍ମବିଶ୍ୱାସ, ନେତୃତ୍ୱ, ନିଷ୍ପତ୍ତି ନେବାର କ୍ଷମତା ଏବଂ ସାମାଜିକ ଅନ୍ତର୍ଭୁକ୍ତିକୁ ବୃଦ୍ଧି କରାଯାଇ ପାରିବ ତା ଉପରେ ଧ୍ୟାନ ଦିଆଯାଇଥିବା କହିଥିଲେ । ଆଗାମୀ ଦିନରେ କ୍ରୀଡ଼ାକୁ ବିସ୍ତାର କରାଯିବା ନେଇ ମତ ରଖିଥିଲେ ।  କନ୍ୟା କିରଣ ଶିକ୍ଷା, ସମ୍ପ୍ରଦାୟ ସମ୍ପର୍କ ଏବଂ ଆନ୍ତର୍ଜାତୀୟ ସହଯୋଗକୁ ମିଶ୍ରଣ କରୁଥିବା ଏକ ଅନନ୍ୟ ମଡେଲ ଭାବରେ ଠିଆ ହୋଇଥିବା ଅଚ୍ୟୁତ୍ ସାମନ୍ତ କହିଥିଲେ । ସହରରୁ ଗାଁକୁ ଏହି କ୍ରୀଡ଼ା ବିସ୍ତାର କରିବା ଉପରେ କାର୍ଯ୍ୟ କରାଯାଉଥିବା କହିଥିଲେ ।  ବିଶେଷକରି ଓଡ଼ିଶା ଏବଂ ଭାରତର ଝିଅମାନଙ୍କୁ ସମର୍ଥନ କରିବା ପାଇଁ କିଟ ଓ କିସର ଏହା ଏକ ପ୍ରତିବଦ୍ଧତା ବୋଲି କହିଥିଲେ ଶ୍ରୀ ସାମନ୍ତ। ଏଥିରେ ହଜାର ହଜାର ବାଳିକା ଓ ମହିଳାଙ୍କୁ ଭଲିବଲ୍‌ର ପରିବର୍ତ୍ତନକାରୀ ଶକ୍ତି ଅନୁଭବ କରିବାର ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି।

Share196Tweet123
M M

M M

ଆଜିର ପାଗ

Bhubaneswar
April 16, 2026, 3:26 AM
 

S
Partly cloudy
27°C
2.6 m/s
Apparent: 32°C
Pressure: 1004 mb
Humidity: 90%
Winds: 2.6 m/s S
Windgusts: 11.4 m/s
UV-Index: 0
Precip.: 0mm /3% / Rain
Sunrise: 5:27 AM
Sunset: 6:05 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom