• Latest
  • Trending
ନ୍ୟୁୟର୍କ ମେୟର -ମମଦାନୀଙ୍କ ବିଜୟରେ ଟ୍ରମ୍ପଙ୍କୁ ବଡ଼ ଝଟକା

ନ୍ୟୁୟର୍କ ମେୟର -ମମଦାନୀଙ୍କ ବିଜୟରେ ଟ୍ରମ୍ପଙ୍କୁ ବଡ଼ ଝଟକା

Nov-06-2025 02:38 PM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
  • About
  • Careers
  • Contact Us
Sunday, March 29, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ନ୍ୟୁୟର୍କ ମେୟର -ମମଦାନୀଙ୍କ ବିଜୟରେ ଟ୍ରମ୍ପଙ୍କୁ ବଡ଼ ଝଟକା

ଓଡ଼ିଶା କନେକ୍ସନ -ରାଉରକେଲାରୁ ଆରମ୍ଭ ହୋଇଥିଲା ମା, ମୀରା ନାୟାରଙ୍କ ଜୀବନ ଯାତ୍ରା

by M M
Nov-06-2025 02:38 PM IST
in ଦେଶ ବିଦେଶ, ବଡ଼ ଖବର
0
ନ୍ୟୁୟର୍କ ମେୟର -ମମଦାନୀଙ୍କ ବିଜୟରେ ଟ୍ରମ୍ପଙ୍କୁ ବଡ଼ ଝଟକା
491
SHARES
1.4k
VIEWS
Share on FacebookShare on Twitter

ନ୍ୟୁୟର୍କ:ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଜୋହରାନ ମମ୍‌ଦାନୀ। ନ୍ୟୁୟର୍କ ମେୟର ପଦ ପାଇଁ ଡେମୋକ୍ରାଟିକ୍ ପାର୍ଟିରୁ ନିର୍ବାଚନ ଲଢ଼ି ବିଜୟ ହେଲେ ଜୋହରାନ୍। ଏହି ବିଜୟ ସହିତ ଜୋହରାନ ନ୍ୟୁୟର୍କର ପ୍ରଥମ ଭାରତୀୟ-ଆମେରିକୀୟ ମୁସଲିମ ମେୟର ହୋଇଛନ୍ତି। ୩୪ବର୍ଷୀୟ ଜୋହରାନ ପୂର୍ବତନ ରାଜ୍ୟପାଳ ଆଣ୍ଡ୍ରିୟୁ କୁଓମୋଙ୍କୁ ପରାସ୍ତ କରିଥିଲେ, ଯିଏ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଜୋହରାନ ୭ବର୍ଷ ବୟସରେ ନ୍ୟୁୟର୍କ ସହରରେ ରହିବା ଆରମ୍ଭ କରିଥିଲେ। ତାଙ୍କ ପିତା, ମହମୁଦ ମମଦାନୀ ଜଣେ ପ୍ରସିଦ୍ଧ ଉଗାଣ୍ଡା ଲେଖକ ଏବଂ ମାଆ ମୀରା ନାୟାର ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ର ନିର୍ମାତା  । ମୀରା ନାୟାରଙ୍କ ପୁଅ ଜୋହରାନ ମମଦାନୀ ୬୫୦,୦୦୦ରୁ ଅଧିକ ଭୋଟ, ପ୍ରାୟ ୫୧.୨ ପ୍ରତିଶତ ଭୋଟ ସହିତ ନିର୍ବାଚନରେ ବିଜୟୀ ହୋଇ ନ୍ୟୁୟର୍କର ପ୍ରଥମ ମୁସଲିମ ମେୟର ହୋଇଛନ୍ତି ।

ପ୍ରସିଦ୍ଧ ଫିଲ୍ମ ନିର୍ମାତା ମୀରା ନାୟାରଙ୍କ ପୁଅ ଜୋହରାନ୍ ମମଦାନୀ ନ୍ୟୁୟର୍କ ସହର ର ମେୟର ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ନେଇ ସାରା ବିଶ୍ବରେ ଚର୍ଚା ଆରମ୍ଭ ହୋଇଛି । ବିଶେଷ କରି ଟ୍ରମ୍ପ ତାଙ୍କୁ ଭୋଟ ନଦେବା ପାଇଁ ଅନେକ ବାର କହିଥିଲେ ମଧ୍ୟ ତାହାର ପ୍ରଭାବ ପଡ଼ିନାହିଁ ।  ଏହି ପ୍ରତିଷ୍ଠିତ ପଦବୀରେ ଅବସ୍ଥାପିତ ହେବାରେ ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ମୁସଲମାନ । ୩୫ବର୍ଷୀୟ ଜୋହରାନଙ୍କ ଏହି ବିଜୟ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ତାଙ୍କର ଓଡ଼ିଶା ସହିତ ଥିବା ନିବିଡ଼ ସମ୍ପର୍କ ମଧ୍ୟ ଚର୍ଚ୍ଚାକୁ ଆସିଛି  । ନ୍ୟୁୟର୍କରେ ତାଙ୍କ ପୁଅ ଜୋହରାନଙ୍କ ବିଜୟ ପରେ, ଓଡ଼ିଶାର ଝିଅ ଭାବେ ମୀରା ନାୟାରଙ୍କ ପରିଚୟ ଅଧିକ ଗୌରବମୟ ହୋଇଛି । ୧୯୫୭ ମସିହାରେ ମୀରା ନାୟାରଙ୍କ ଜନ୍ମ ଓଡ଼ିଶାର ଶିଳ୍ପନଗରୀ ରାଉରକେଲାରେ ହୋଇଥିଲା । ସେ ତାଙ୍କର ବାଲ୍ୟ ଓ କୈଶୋର ଜୀବନର ମୋଟ୍ ପ୍ରାୟ ୧୮ବର୍ଷ ସୁନ୍ଦରଗଡ଼ ଏବଂ ଭୁବନେଶ୍ୱରରେ ଅତିବାହିତ କରିଛନ୍ତି । ତାଙ୍କର ପିଲାଦିନର ସମୟ ଅଧିକାଂଶ ସମୟ ଓଡ଼ିଶାର ଆଦିବାସୀ ସଂସ୍କୃତି ଓ ପ୍ରଶାସନିକ କାର୍ଯ୍ୟାଳୟ ମଧ୍ୟରେ କଟିଥିଲା, ଯାହା ତାଙ୍କର ଚଳଚ୍ଚିତ୍ର ନିର୍ମାଣ ଶୈଳୀକୁ ରୂପ ଦେଇଥିଲା ।

ମୀରା ନାୟାରଙ୍କ ପିତା ଅମୃତ ଲାଲ୍ ନାୟାର ଓଡ଼ିଶା କ୍ୟାଡରର ଜଣେ ବରିଷ୍ଠ ଆଇଏଏସ୍ ଅଫିସର ଥିଲେ । ସେ ୧୯୫୦ ଓ ୧୯୬୦ ଦଶକରେ ସୁନ୍ଦରଗଡ଼ର ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଥିଲେ ଏବଂ ଆଦିବାସୀ ଶିକ୍ଷା ଓ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଓଡ଼ିଶା ପ୍ରତି ତାଙ୍କର ପିତାଙ୍କ ପ୍ରତିବଦ୍ଧତା ହିଁ ମୀରା ନାୟାରଙ୍କ କାହାଣୀ କହିବା ଶୈଳୀକୁ ଏକ ନୂଆ ଦିଗ ଦେଇଥିଲା, ଯାହାକି ସର୍ବଦା ସାମାଜିକ ବାସ୍ତବତା ଓ ଭାବପ୍ରବଣତାର୍ପୂର୍ଣ୍ଣ ହୋଇଥାଏ । ନ୍ୟୁୟର୍କର ନୂଆ ମେୟର ଜୋହରାନ୍ ମମଦାନୀଙ୍କ ମା’ଙ୍କ ଚିନ୍ତାଧାରା ଓ ଲାଳନପାଳନ ମଧ୍ୟ ଓଡ଼ିଶାର ପ୍ରଶାସନିକ ମୂଲ୍ୟବୋଧ ଏବଂ ଆଦିବାସୀଙ୍କ ଉନ୍ନତି ସହିତ ଜଡ଼ିତ ବୋଲି କୁହାଯାଏ ।

ଆମେରିକାର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ଜୋହରାନଙ୍କ ବିଜୟ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛି। ଏହି ନିର୍ବାଚନକୁ ରାଜନୈତିକ ମହଲରେ ‘ମମଦାନୀ ବନାମ ଟ୍ରମ୍ପ’ ଯୁଦ୍ଧ ଭାବରେ ଦେଖାଯାଉଥିଲା। ଆମେରିକାର ସବୁଠାରୁ ବଡ଼ ସହର ନ୍ୟୁୟର୍କରେ ମମଦାନୀ ହାରନ୍ତୁ ବୋଲି ଡୋନାଲ୍ଡ ଟ୍ରମ୍ପ ଜୋରସୋରରେ ଚେଷ୍ଟା କରିଥିଲେ। ଟ୍ରମ୍ପ ଏତେ ମାତ୍ରାରେ ଏହି ନିର୍ବାଚନକୁ ନିଜର ପ୍ରତିଷ୍ଠାଗତ ପ୍ରସଙ୍ଗ କରିଥିଲେ ଯେ ସେ ମମଦାନୀଙ୍କ ବିରୋଧରେ ସୋସିଆଲ୍ ମିଡିଆରେ କ୍ୟାମ୍ପେନ୍ ମଧ୍ୟ କରିଥିଲେ। ଏହି ନିର୍ବାଚନରେ ମମଦାନୀଙ୍କ ବିଜୟ ଟ୍ରମ୍ପଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଛି, କାରଣ ଏହା ଟ୍ରମ୍ପଙ୍କ ପ୍ରବାସୀ ବିରୋଧୀ ନୀତିକୁ ସିଧାସଳଖ ଚ୍ୟାଲେଞ୍ଜ ଦେଇଛି।  ନ୍ୟୁୟର୍କ ସିଟିକୁ ସମଗ୍ର ବିଶ୍ୱରେ ପ୍ରବାସୀଙ୍କ ସହର ଭାବରେ ଜଣାଯାଏ।  ମମଦାନୀ ନିଜେ ଜଣେ ପ୍ରବାସୀ ହୋଇଥିବାରୁ, ତାଙ୍କ ବିଜୟ ପ୍ରବାସୀ ସମ୍ପ୍ରଦାୟ ଏବଂ ଉଦାରବାଦୀ ଚିନ୍ତାଧାରାର ଲୋକଙ୍କ ପାଇଁ ଏକ ବଡ଼ ସଙ୍କେତ ବହନ କରୁଛି। ପ୍ରବାସୀଙ୍କ ଦ୍ୱାରା ପରିପୂର୍ଣ୍ଣ ସହରରେ ଜଣେ ପ୍ରବାସୀ ପ୍ରାର୍ଥୀଙ୍କ ବିରୋଧରେ ଟ୍ରମ୍ପଙ୍କର ପ୍ରବଳ ପ୍ରଚାର ସତ୍ତ୍ୱେ ମମଦାନୀଙ୍କ ଜିତିବା, ଟ୍ରମ୍ପଙ୍କ ରାଜନୈତିକ ରଣନୀତି ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ପୂର୍ବତନ ରାଷ୍ଟ୍ରପତିଙ୍କୁ ଏକପ୍ରକାର ‘ଅକଲ ଗୁଡୁମ୍’ କରି ଦେଇଛି। ଏହି ଫଳାଫଳ ଆଗାମୀ ଦିନରେ ଆମେରିକାର ଜାତୀୟ ରାଜନୀତିରେ ପ୍ରବାସୀ ପ୍ରସଙ୍ଗର ପ୍ରଭାବକୁ ଦୃଢ଼ କରିବ ବୋଲି ଆଶା କରାଯାଉଛି।

Share196Tweet123
M M

M M

ଆଜିର ପାଗ

Bhubaneswar
March 29, 2026, 12:45 AM
 

S
Overcast
27°C
2.5 m/s
Apparent: 31°C
Pressure: 1007 mb
Humidity: 87%
Winds: 2.5 m/s S
Windgusts: 8.8 m/s
UV-Index: 0
Precip.: 0mm /48% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom