• Latest
  • Trending
odisha.newsroom.in

କାଳ ହେଲା ୧୧ ଦିନରେ ଟଙ୍କା ଦୁଇଗୁଣ କରିବା ଲୋଭ…୧୨ କୋଟି ହରାଇଲେ ଡାକ୍ତର

Apr-09-2026 06:34 PM IST
odisha.newsroom.in

‘ଡିଜିଟାଲ୍ ଆରେଷ୍ଟ’ର କଳା କାହାଣୀ…ଜଳୁଥିଲା ଜୁଇ, ବାଜୁଥିଲା ଫୋନ୍…

May-01-2026 05:53 PM IST
odisha.newsroom.in

ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ…୩ ଦିନରେ ୩ ଲକ୍ଷ ପରୀକ୍ଷାଖାତା ଦେଖିଲା AI…

May-01-2026 04:27 PM IST
odisha.newsroom.in

ବିରୋଧୀଙ୍କ ବଡ଼ ଅଭିଯୋଗ…ଗୃହକୁ ମଦ୍ୟପାନ କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ

May-01-2026 03:30 PM IST
odisha.newsroom.in

ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ପ୍ଲାନ କରୁଛି କି ଆମେରିକା ?

May-01-2026 01:39 PM IST
odisha.newsroom.in

ଗୋଟିଏ ଲାଇଫ୍ ଜ୍ୟାକେଟ୍‌ରେ ବନ୍ଧା ହୋଇଥିଲା ମା’ ପୁଅଙ୍କ ମୃତଦେହ; ଦୃଶ୍ୟ ଦେଖି କାନ୍ଦି ପକାଇଲେ ମନ୍ତ୍ରୀ

May-01-2026 12:57 PM IST
odisha.newsroom.in

EPFO ପେନସନଧାରୀଙ୍କ ପାଇଁ ଖୁସି ଖବର: ୭.୫ ଗୁଣା ବଢ଼ିପାରେ ପେନସନ୍

May-01-2026 12:32 PM IST
odisha.newsroom.in

ବେଙ୍ଗଲରେ Late Night High Drama…ଷ୍ଟ୍ରଙ୍ଗରୁମରେ ପହଞ୍ଚିଲେ ମମତା…

May-01-2026 12:00 PM IST
odisha.newsroom.in

ନିର୍ବାଚନ ସରୁ ସରୁ ହଜାରେ ଟଙ୍କା ବଢ଼ିଗଲା LPG ସିଲିଣ୍ଡର ଦର…!

May-01-2026 11:34 AM IST
Horoscope 2026 May 01: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 01: ଜାଣନ୍ତୁ ଆଜିର ରାଶିଫଳ…

May-01-2026 10:53 AM IST
odisha.newsroom.in

ଫସିଲେ ରିୟାନ ପରାଗ…ଅଶୋଭନୀୟ ଆଚରଣ ପାଇଁ ମିଳିଲା ଏହି ଦଣ୍ଡ

Apr-30-2026 05:12 PM IST
  • About
  • Careers
  • Contact Us
Saturday, May 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

କାଳ ହେଲା ୧୧ ଦିନରେ ଟଙ୍କା ଦୁଇଗୁଣ କରିବା ଲୋଭ…୧୨ କୋଟି ହରାଇଲେ ଡାକ୍ତର

by M M
Apr-09-2026 06:34 PM IST
in ଅପରାଧ, ଦେଶ ବିଦେଶ
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ଏକ ଆଶ୍ଚର୍ଯ୍ୟଜନକ ସାଇବର୍ ଠକେଇ ଘଟଣାରେ ପୁଣେର ଜଣେ ୭୫ ବର୍ଷୀୟ ଡାକ୍ତର ୧୧ ଦିନ ଭିତରେ ନିଜର ଟଙ୍କା ଦୁଇଗୁଣ କରିବାର ଲୋଭରେ ୧୨.୩୧ କୋଟି ଟଙ୍କା ହରାଇଛନ୍ତି। ଠକମାନେ ତାଙ୍କୁ ଏକ ଫେକ୍ ଅନଲାଇନ୍ ସେୟାର୍ ଟ୍ରେଡିଂ ଆପ୍ ମାଧ୍ୟମରେ ଫସାଇଥିଲେ।

ପୁଣେ ସାଇବର୍ ପୋଲିସ୍ ଅନୁଯାୟୀ, ହାଡପସର୍ ଅଞ୍ଚଳର ଏହି ଜେନେରାଲ୍ ଫିଜିସିଆନ୍ (ଡାକ୍ତର) ମାର୍ଚ୍ଚ ୭ ରୁ ମାର୍ଚ୍ଚ ୧୮ ମଧ୍ୟରେ ମାତ୍ର ୧୧ ଦିନ ଭିତରେ ୮ଟି ଆର୍ଥିକ କାରବାର କରି ୮ଟି ଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟକୁ ମୋଟ ୧୨.୩୧ କୋଟି ଟଙ୍କା ଟ୍ରାନ୍ସଫର୍ କରିଥିଲେ। ଠକମାନେ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଏହି ଇନଭେଷ୍ଟମେଣ୍ଟ୍ ମାଧ୍ୟମରେ ୧୧ ଦିନ ଭିତରେ ତାଙ୍କର ଟଙ୍କା ଦୁଇଗୁଣ ହେବ ଏବଂ ସର୍ବମୋଟ ୫୪ କୋଟି ଟଙ୍କା ଲାଭ ହେବ।

କେମିତି ହେଲା ଠକେଇ

ଡାକ୍ତରଙ୍କ ମୋବାଇଲ୍ ଫୋନ୍ ଏକ whatsapp group ରେ ଯୋଡ଼ି ହୋଇଥିଲା, ଯେଉଁଠାରେ ଆଡମିନ୍ ଏବଂ ଅନ୍ୟ ସଦସ୍ୟମାନେ ଅନଲାଇନ୍ ସେୟାର୍ ଟ୍ରେଡିଂରେ ବିରାଟ୍ ଲାଭର କଥା ଆଲୋଚନା କରୁଥିଲେ। ଏହି ଚର୍ଚ୍ଚା ଦେଖି ଡାକ୍ତର ପ୍ରଭାବିତ ହୋଇ ଆଡମିନ୍‌ଙ୍କ ସହ ଯୋଗାଯୋଗ କରିଥିଲେ।ଠକମାନେ ଏକ ଫେକ୍ ଟ୍ରେଡିଂ ଆପ୍ ଦେଇ ଡାକ୍ତରଙ୍କୁ ଇନଭେଷ୍ଟମେଣ୍ଟ୍ କରିବାକୁ ପ୍ରରୋଚିତ କରିଥିଲେ। ପ୍ରଥମେ କିଛି ଟଙ୍କା ଟ୍ରାନ୍ସଫର୍ ପରେ ଆପ୍‌ରେ ଲାଭ ଦେଖାଯାଉଥିଲା।

କିନ୍ତୁ ଯେତେବେଳେ ଡାକ୍ତର ଆହୁରି ଟଙ୍କା ଦେବାକୁ ଅରାଜି ହେଲେ, ଠକମାନେ ତାଙ୍କୁ ଧମକ ଦେଲେ ଯେ, ଯଦି ଆହୁରି ଟଙ୍କା ନ ପଠାନ୍ତି ତେବେ ତାଙ୍କର ସମ୍ପତ୍ତି ଜବତ କରାଯିବ। ଏହି ଧମକରେ ଡାକ୍ତର ଭୟଭୀତ ହୋଇ ଲଗାତାର ଟଙ୍କା ପଠାଇଥିଲେ।ସର୍ବମୋଟ ୧୨.୩୧ କୋଟି ପଠାଇବା ପରେ ଆପ୍‌ରେ ୫୪ କୋଟି ଟଙ୍କା ଲାଭ ଦେଖାଗଲା।

କିନ୍ତୁ ଯେତେବେଳେ ସେ ଟଙ୍କା ଉଠାଇବାକୁ ଚେଷ୍ଟା କଲେ, ଠକମାନେ ଆହୁରି ଧମକ ଦେଲେ। ସେହି ସମୟରେ ଡାକ୍ତର ବୁଝିପାରିଲେ ଯେ ସେ ଠକେଇର ଶିକାର ହୋଇଛନ୍ତି।

ପୋଲିସ୍ ତଦନ୍ତ

ଏହା ପୁଣେରେ ଚଳିତ ବର୍ଷର ଦ୍ୱିତୀୟ ସର୍ବବୃହତ୍ ସାଇବର୍ ଠକେଇ ଘଟଣା ବୋଲି କୁହାଯାଉଛି। ପୁଣେ ସାଇବର୍ କ୍ରାଇମ୍ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଠକମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଟ୍ରେସ୍ କରାଯାଉଛି ଏବଂ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଚାଲିଛି। ପୋଲିସ୍ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି ଯେ, ଅତ୍ୟଧିକ ଲାଭ ଆଶାରେ ଅନଲାଇନ୍ ଇନଭେଷ୍ଟମେଣ୍ଟ୍ ସ୍କିମ୍‌ରେ ଟଙ୍କା ବିନିଯୋଗ ପୂର୍ବରୁ ଯାଞ୍ଚ କରନ୍ତୁ। ବିଶେଷକରି ବୟସ୍କ ନାଗରିକମାନେ ଏଭଳି ଲୋଭରେ ପଡ଼ିବା ଆଗରୁ ପରିବାର ସଦସ୍ୟ କିମ୍ବା ବିଶ୍ୱସ୍ତ ଉପଦେଷ୍ଟାଙ୍କ ସହ ଆଲୋଚନା କରନ୍ତୁ।

Tags: 12 crore lostcyber crimepune doctor
Share196Tweet123
M M

M M

ଆଜିର ପାଗ

Bhubaneswar
May 2, 2026, 12:40 AM
 

SW
Clear sky
27°C
4.1 m/s
Apparent: 32°C
Pressure: 1006 mb
Humidity: 89%
Winds: 4.1 m/s SW
Windgusts: 13.1 m/s
UV-Index: 0
Precip.: 2.5mm /36% / Rain
Sunrise: 5:17 AM
Sunset: 6:10 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom