• Latest
  • Trending
ଭୂତ ଭୋଟର ଗଲେ କୁଆଡ଼େ  !

ଭୂତ ଭୋଟର ଗଲେ କୁଆଡ଼େ  !

Aug-23-2025 01:48 PM IST
ଶ୍ରୀକାନ୍ତ-ମନୋରଂଜନ ବିତର୍କ, ମାଗଣା ବିଜୁଳି ଦେଲେ ଚାଷୀଙ୍କ ଭାଗ୍ୟ ବଦଳିଯିବ କି ?

ଶ୍ରୀକାନ୍ତ-ମନୋରଂଜନ ବିତର୍କ, ମାଗଣା ବିଜୁଳି ଦେଲେ ଚାଷୀଙ୍କ ଭାଗ୍ୟ ବଦଳିଯିବ କି ?

Jan-15-2026 06:21 AM IST
ସନା ସରକାର ଭୁଶୁଡିବା ପରେ.. ମୋହନଂ ଶରଣମ୍ ଗଚ୍ଛାମୀ

ସନା ସରକାର ଭୁଶୁଡିବା ପରେ.. ମୋହନଂ ଶରଣମ୍ ଗଚ୍ଛାମୀ

Jan-15-2026 06:13 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-15-2026 05:34 AM IST
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

Jan-14-2026 03:12 PM IST

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

Jan-14-2026 06:07 AM IST
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

Jan-14-2026 06:05 AM IST
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

Jan-14-2026 05:59 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-14-2026 05:53 AM IST
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

Jan-13-2026 06:06 AM IST
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

Jan-13-2026 06:03 AM IST
  • About
  • Careers
  • Contact Us
Thursday, January 15, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଭୂତ ଭୋଟର ଗଲେ କୁଆଡ଼େ  !

by M M
Aug-23-2025 01:48 PM IST
in ଦେଶ ବିଦେଶ, ବଡ଼ ଖବର
0
ଭୂତ ଭୋଟର ଗଲେ କୁଆଡ଼େ  !
491
SHARES
1.4k
VIEWS
Share on FacebookShare on Twitter

 

ଆପଣ ବଡ଼ ଜାଲ ନେଇ ମାଛ ଧରିବାକୁ ଯାଉଥିବେ । କିନ୍ତୁ ପୋଖରୀରେ ପାଣି ନଥିବ ।  ଆଉ ଭାବିବେ ଆପଣଙ୍କ ପାଖେ ବଡ଼ ଜାଲ ଅଛି ମାନେ ମାଛ ଧରିବେ  । ଆଉ ମାଛ ଭାଜି ପରିବାର ଲୋକଙ୍କ ସହ ଖାଇବେ । ତେବେ ଆପଣ ଖାଲି  ଜାଲ ନେଇ ଫେରିବେ । ପରିବାର ଲୋକେ ଉପାସରେ ରହିବେ । ଏହା କହିବାର କଥା ହେଉଛି- ନିର୍ଭରଯୋଗ୍ୟ ପ୍ରମାଣ ବା ସଠିକ ତଥ୍ୟ ବିନା- କୌଣସି ବଡ଼ ଦାବି କଲେ , ତେବେ ତାହା ବିଫଳ ହେବା ସମ୍ଭାବନା ଅଧିକ। ବିହାରରେ ରାହୁଲ ଗାନ୍ଧୀ ଭୋଟି ଚୋରି ଅଭିଯୋଗ ଆଣି ଜନଅଧିକାର ରାଲି କରୁଛନ୍ତି । ଜାଣିଶୁଣି ନିର୍ବାଚନ କମିଶନ 65 ଲକ୍ଷ ଭୋଟରଙ୍କ ନାମ କାଟିଦେଇଥିବା ରାହୁଲ ଗାନ୍ଧୀ ଅଭିଯୋଗ କରୁଛନ୍ତି । କିନ୍ତୁ ଅଗଷ୍ଟ 1 ତାରିଖରୁ ଆଜି 23 ତାରିଖ ହୋଇଥିବା ବେଳେ ମାତ୍ର 2ଟି ଅଭିଯୋଗ ହୋଇଛି । ଲକ୍ଷାଧିକ ବିଏଲଓ ରାଜନୈତିକ ଦଳଙ୍କ ପାଇଁ କାର୍ଯ୍ୟ କରୁଥିବା ବେଳେ ଅଭିଯୋଗ କିନ୍ତୁ ଆସିପାରିନାହିଁ ।

ତେଜସ୍ୱୀ ଯାଦବଙ୍କ ସହ ମିଶି  କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାଟନାରୁ ଦିଲ୍ଲୀ ପର୍ଯ୍ୟନ୍ତ, SIR ବିରୋଧରେ ହଙ୍ଗାମା କରୁଛନ୍ତି, ତାଲିକାରେ ଅନିୟମିତତା ଅଭିଯୋଗ କରି ଉଚ୍ଚ ସ୍ୱରରେ ସରକାର ବିରୋଧରେ ଚିତ୍କାର କରୁଛନ୍ତି। କିନ୍ତୁ ସେ କମିଶନକୁ ନିକଟରେ ଅଭିଯୋଗ କରୁନାହାଁନ୍ତି । କେହି ଭୋଟର ମଧ୍ୟ ଅଭିଯୋଗ କରୁନାହାଁନ୍ତି । ଏହି ଭୋଟରମାନେ ଏବେ ଭୂତ ଭୋଟର ହୋଇ ଅନ୍ତର୍ଧାନ ହୋଇଯାଇଛନ୍ତି । ଏମାନଙ୍କୁ ବିଏଲଓ ମାନେ ଯେତେ ଖୋଜିଲେ ପାଉନାହାଁନ୍ତି ।

ଏଠି ପ୍ରଶ୍ନ ଉଠିଛି ଏନେଇ ବିଏଲଓ ମାନେ କାହିଁକି ଅଭିଯୋଗ କରିନାହାଁନ୍ତି । କିଛି ସୂଚନା ଅନୁସାରେ ଭୋଟର ଲିଷ୍ଟରୁ ମୃତ, ଡୁପ୍ଲିକେଟ୍, ସ୍ଥାନାନ୍ତରିତ ଭୋଟରଙ୍କ ନାମ କଟାଯାଇଛି। ଏହା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ହୋଇଛି, ତେଣୁ BLO ମାନେ ଏହାକୁ ନିୟମର ଅଂଶ ଭାବେ ଗ୍ରହଣ କରି ଅଭିଯୋଗ କରିନଥାଇ ପାରନ୍ତି।

BLO ମାନଙ୍କ ପାଖରେ ଅଭିଯୋଗ କରିବାର କୌଣସି କାରଣ ନାହିଁ ।  ସାଧାରଣତଃ, ଅନିୟମିତତା କିମ୍ବା ଜାଲି ନାମ କଟାଯାଇଥିବାରୁ କୌଣସି ବଡ଼ ଅଭିଯୋଗ ସାମ୍ନାକୁ ଆସିନାହିଁ। ନାମ କାଟିବା ସମ୍ପର୍କରେ ଅଭିଯୋଗ ଆସିନଥିବାରୁ  BLO ମାନେ ଏହାକୁ ଚ୍ୟାଲେଞ୍ଜ କରିବାର ଆବଶ୍ୟକତା ଅନୁଭବ କରିନଥାଇ ପାରନ୍ତି। ନାମ କାଟିବା ପୂର୍ବରୁ BLO ମାନେ ନୋଟିସ ଜାରି କରିଥାନ୍ତି ।  ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୂଚନା ଦେଇଥାନ୍ତି।  ଏହି ପ୍ରକ୍ରିୟା ଠିକ୍ ଭାବେ ପାଳନ କରିଥିବା ବିଏଲଓମାନେ ଅନୁଭବ କରୁଥିବାରୁ ଅଭିଯୋଗ ଉଠିବାର ସମ୍ଭାବନା କମ୍ ରହିଛି ।

ନିର୍ବାଚନରେ ଜିତିବା ପାଇଁ ବିଜେପି ଏହି ଭୋଟରଙ୍କ ନାମ ତାଲିକାରୁ କାଟିଥିବା କଂଗ୍ରେସ ଅଭିଯୋଗ କରୁଛି । ନିର୍ବାଚନ କମିଶନଙ୍କୁ ହାତ କରି ବିଜେପି ଏପରି କରୁଛି । ଭୋଟ ଚୋରିକୁ ନେଇ ଇଣ୍ଡିଆ ମେଂଟର ନେତାମାନେ ଧାରଣା, ଧର୍ମଘଟ କରୁଛନ୍ତି । କିନ୍ତୁ ଏନେଇ ପ୍ରମାଣ ଦେଇପାରୁନାହାଁନ୍ତି । ବିହାରରେ କେହି ଭୋଟର, ନିଜ ନାମ କଟିଥିବା ନିର୍ବାଚନ କମିଶନଙ୍କ ପାଖକୁ ଯାଇ କହୁନାହାଁନ୍ତି କାହିଁକି ? ବାସ୍ତବରେ ନାମ କଟିଥିବା ଭୋଟର ବିହାରର ନା ଆଉ କୈାଣସି ରାଜ୍ୟର ଲୋକ । ଧରାପଡ଼ିଯିବା ଭୟରେ ସେମାନେ ଅଭିଯୋଗ କରୁନଥିବା କୁହାଯାଉଛି ।

ନିର୍ବାଚନ ରଣନୀତିକାର ସଞ୍ଜୟ କୁମାର କିଛି ଦିନ ତଳେ ଭୋଟ ଚୋରି ନେଇ ଦେଇଥିବା ତଥ୍ୟ ଭୁଲ ଥିବା କହିଥିଲେ ।  ସେ କରିଥିବା ଦାବି ପ୍ରତ୍ୟାହାର କରିନେଇଥିଲେ । ଏବେ ବିହାରରେ ଭୋଟର ତାଲିକା ଅନିୟମିତତା ଅଭିଯୋଗ ସେପରି ଘଟିବାକୁ ଯାଉଛି । ଆଉ 7 ଦିନ ଅଭିଯୋଗ ଦାଖଲ ପାଇଁ ସମୟ ଅଛି କିନ୍ତୁ କେହି ଆଗକୁ ଆସୁନାହାଁନ୍ତି ।  ଯେଉଁ ଭୋଟରଙ୍କ ନାମ କଟିବାକୁ  ନେଇ ରାହୁଲ ଗାନ୍ଧୀ, ତେଜସ୍ବୀ ଯାଦବ ଅଭିଯୋଗ କରୁଛନ୍ତି ।  କଂଗ୍ରେସ ଭୁଲ ତଥ୍ୟ ଉପରେ ନିର୍ଭର କରି ଅଭିଯୋଗ କରିଥିବାରୁ ଏବେ ଦଳ ସମାଲୋଚିତ ହେଉଛି । ଏହି ଘଟଣା ପରେ ରାହୁଲଙ୍କ ଇମେଜ ଡ୍ୟାମେଜ ହୋଇଛି । ତାଙ୍କ ବିଶ୍ୱାସନିୟତା ଓ ଗ୍ରହଣୀୟତା ହ୍ରାସ ପାଇବାରେ ଲାଗିଛି ।

ରାହୁଲ ଗାନ୍ଧୀଙ୍କ ଭଳି ବରିଷ୍ଠ  ନେତା କୌଣସି ବଡ଼ ପଦକ୍ଷେପ ନେବା ପୂର୍ବରୁ ସଠିକ ତଥ୍ୟ ଯାଞ୍ଚ କରିବା ଆବଶ୍ୟକ ଥିଲା ।  ନିର୍ଭରଯୋଗ୍ୟ ପ୍ରମାଣ ଉପରେ ନିର୍ଭର କରିବା ଆବଶ୍ୟକ ଥିଲା। ଏହି ଘଟଣା ପରେ କଂଗ୍ରସକୁ ଏବେ ଅଧିକ ନିର୍ଭରଯୋଗ୍ୟ ପ୍ରମାଣ ଓ ରଣନୀତି ଉପରେ ଧ୍ୟାନ ଦେବାକୁ ହେବ ।

ସଞ୍ଜୟ କୁମାରଙ୍କ ଭୋଟ  ତଥ୍ୟ ପ୍ରତ୍ୟାହାର ହେଉ କି ବିହାର ଭୋଟରଙ୍କ ନାମ କଟିବା ପ୍ରସଙ୍ଗ, କଂଗ୍ରେସର “ଭୋଟ ଚୋରି” ଅଭିଯାନକୁ ଏକ ବଡ଼ ଆଘାତ ଦେଇଛି। ବିହାରରେ ମତଦାତା ତାଲିକାରେ ଅନିୟମିତତା ହୋଇଥିବା ଅଭିଯୋଗକୁ ନେଇ ସାରା ଦେଶରେ ଆଲୋଚନା ଚାଲିଛି । ବିତର୍କ ଚାଲିଛି । କିନ୍ତୁ ଲକ୍ଷ ଲକ୍ଷ ଭୋଟରଙ୍କ ନାମ କଟିଥିବା ଭୋଟର କୁଆଡ଼େ ଅନ୍ତର୍ଧାନ ହୋଇଯାଇଛନ୍ତି । ବିଏଲଓ ମାନେ ଘର ଘର ବୁଲିବା ବେଳେ ଏମାନଙ୍କୁ ପାଇନଥିଲେ । ଏବେ ଏହି ଭୋଟର ଲିଷ୍ଟରେ ନାମ ଥିବା ଭୋଟରମାନେ ତାଙ୍କ ନାମ କଟିଛି ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ମଧ୍ୟ କରୁନାହାଁନ୍ତି । ରାହୁଲ ଗାନ୍ଧୀ ବିହାର ନିର୍ବାଚନରେ ଏହାକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ ।

ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ରାହୁଲ ଗାନ୍ଧୀଙ୍କୁ ସାତ ଦିନ ମଧ୍ୟରେ ଆଫିଡେଭିଟ କରି ଭୋଟ ଚୋରି କଥା ଅଭିଯୋଗ କରିବାକୁ କହିଥିଲେ । କିନ୍ତୁ ରାହୁଲ ଗାନ୍ଧୀ ମଧ୍ୟ ସତ୍ୟପାଠ କରି ଅଭିଯୋଗ ଦାଖଲ କରିନାହାଁନ୍ତି । କାରଣ ସେ ଯେଉଁ ତଥ୍ୟକୁ ନେଇ ଭୋଟ ଚୋରି ଦାବି କରୁଥିଲେ । ତାହାର କିଛି ସତ୍ୟତା ନାହିଁ । ରାହୁଲ ଗାନ୍ଧୀ ଅଗଷ୍ଟ ୧୭ରୁ ବିହାରରେ “ଭୋଟ ଅଧିକାର ଯାତ୍ରା”ରେ ସାମିଲ ହୋଇ ବିଜେପି ଏବଂ ନିର୍ବାଚନ କମିଶନଙ୍କୁ ଦୋଷ ଦେଉଛନ୍ତି । ସେ ଭୋଟ ଚୋରିକୁ ସେଠାରେ ମୁଖ୍ୟ ପ୍ରସଙ୍ଗ କରିଛନ୍ତି  । ଯାହା ଏବେ ତାଙ୍କ ପାଇଁ ବୁମେରାଂ ହୋଇଛି । ଲୋକମାନେ ଏନେଇ କଂଗ୍ରେସକୁ ଟ୍ରୋଲ କରୁଛନ୍ତି ।  କଂଗ୍ରେସକୁ ଏବେ ଏଭଳି ପ୍ରସଙ୍ଗରେ ଦୋଷ ଦେବା ପୂର୍ବରୁ ଅଧିକ ନିର୍ଭରଯୋଗ୍ୟ ତଥ୍ୟ ଓ ପ୍ରମାଣ ଉପରେ ନିର୍ଭର କରିବାକୁ ହେବ। ନହେଲେ ଲୋକମାନେ କଂଗ୍ରେସର ଅଭିଯୋଗକୁ ଆଗାମୀ ଦିନରେ ସେତେ ଗୁରୁତ୍ବ ଦେବେ ନାହିଁ । ଯାହା ହେଲେ ନିର୍ବାଚନ କମିଶନ ନିରପେକ୍ଷ ଭାବେ ସ୍ବଚ୍ଛ ଭୋଟର ଲିଷ୍ଟ ବନାଇବା ଆବଶ୍ୟକ ।

Share196Tweet123
M M

M M

ଆଜିର ପାଗ

Bhubaneswar
January 15, 2026, 8:30 AM
 

NNW
Fog
17°C
0.8 m/s
Apparent: 16°C
Pressure: 1015 mb
Humidity: 91%
Winds: 0.8 m/s NNW
Windgusts: 5.6 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:26 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଶ୍ରୀକାନ୍ତ-ମନୋରଂଜନ ବିତର୍କ, ମାଗଣା ବିଜୁଳି ଦେଲେ ଚାଷୀଙ୍କ ଭାଗ୍ୟ ବଦଳିଯିବ କି ?

ଶ୍ରୀକାନ୍ତ-ମନୋରଂଜନ ବିତର୍କ, ମାଗଣା ବିଜୁଳି ଦେଲେ ଚାଷୀଙ୍କ ଭାଗ୍ୟ ବଦଳିଯିବ କି ?

January 15, 2026
ସନା ସରକାର ଭୁଶୁଡିବା ପରେ.. ମୋହନଂ ଶରଣମ୍ ଗଚ୍ଛାମୀ

ସନା ସରକାର ଭୁଶୁଡିବା ପରେ.. ମୋହନଂ ଶରଣମ୍ ଗଚ୍ଛାମୀ

January 15, 2026
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

January 15, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom