• Latest
  • Trending
ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଅଣାୟତ: ବିଜେଡି

ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଅଣାୟତ: ବିଜେଡି

Oct-07-2025 12:22 PM IST
odisha.newsroom.in

‘ଡିଜିଟାଲ୍ ଆରେଷ୍ଟ’ର କଳା କାହାଣୀ…ଜଳୁଥିଲା ଜୁଇ, ବାଜୁଥିଲା ଫୋନ୍…

May-01-2026 05:53 PM IST
odisha.newsroom.in

ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ…୩ ଦିନରେ ୩ ଲକ୍ଷ ପରୀକ୍ଷାଖାତା ଦେଖିଲା AI…

May-01-2026 04:27 PM IST
odisha.newsroom.in

ବିରୋଧୀଙ୍କ ବଡ଼ ଅଭିଯୋଗ…ଗୃହକୁ ମଦ୍ୟପାନ କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ

May-01-2026 03:30 PM IST
odisha.newsroom.in

ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ପ୍ଲାନ କରୁଛି କି ଆମେରିକା ?

May-01-2026 01:39 PM IST
odisha.newsroom.in

ଗୋଟିଏ ଲାଇଫ୍ ଜ୍ୟାକେଟ୍‌ରେ ବନ୍ଧା ହୋଇଥିଲା ମା’ ପୁଅଙ୍କ ମୃତଦେହ; ଦୃଶ୍ୟ ଦେଖି କାନ୍ଦି ପକାଇଲେ ମନ୍ତ୍ରୀ

May-01-2026 12:57 PM IST
odisha.newsroom.in

EPFO ପେନସନଧାରୀଙ୍କ ପାଇଁ ଖୁସି ଖବର: ୭.୫ ଗୁଣା ବଢ଼ିପାରେ ପେନସନ୍

May-01-2026 12:32 PM IST
odisha.newsroom.in

ବେଙ୍ଗଲରେ Late Night High Drama…ଷ୍ଟ୍ରଙ୍ଗରୁମରେ ପହଞ୍ଚିଲେ ମମତା…

May-01-2026 12:00 PM IST
odisha.newsroom.in

ନିର୍ବାଚନ ସରୁ ସରୁ ହଜାରେ ଟଙ୍କା ବଢ଼ିଗଲା LPG ସିଲିଣ୍ଡର ଦର…!

May-01-2026 11:34 AM IST
Horoscope 2026 May 01: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 01: ଜାଣନ୍ତୁ ଆଜିର ରାଶିଫଳ…

May-01-2026 10:53 AM IST
odisha.newsroom.in

ଫସିଲେ ରିୟାନ ପରାଗ…ଅଶୋଭନୀୟ ଆଚରଣ ପାଇଁ ମିଳିଲା ଏହି ଦଣ୍ଡ

Apr-30-2026 05:12 PM IST
  • About
  • Careers
  • Contact Us
Friday, May 1, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଅଣାୟତ: ବିଜେଡି

by M M
Oct-07-2025 12:22 PM IST
in ବଡ଼ ଖବର
0
ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଅଣାୟତ: ବିଜେଡି
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର, ୦୭/୧୦/୨୦୨୫: ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି  । ଏଭଳି କହିଛି ବିଜେଡି । ବିଜେଡି କହିଛି ଯେ ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଅଣାୟତ ହୋଇ ପଡିଛି  ।  ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଶ୍ରୀ ଭୃଗୁ ବକ୍ସିପାତ୍ର ଏଭଳି କହିଛନ୍ତି ।

ଶ୍ରୀ ବକ୍ସିପାତ୍ର କହିଥିଲେ, ଗତକାଲି ସନ୍ଧ୍ୟାରେ, ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ, ବିଜେପି ଦଳର ଜଣେ ଆଗଧାଡିର ନେତା ତଥା ଜଣେ ରାଜ୍ୟ ବାର କାଉନ୍ସିଲର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଦୁଇ ଜଣ ଦୁବୃର୍ତ୍ତ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣାକୁ ୨୦ ଘଣ୍ଟାରୁ ଅଧିକ ବିତି ଯାଇଥିଲେ ସୁଦ୍ଧା, ଏପର୍ଯ୍ୟନ୍ତ ଅପରାଧୀଙ୍କ କୌଣସି ଟେର ପୋଲିସ ପାଇନାହିଁ ।

ଗତ ୨୪ ଘଣ୍ଟାରେ, ଗଞ୍ଜାମ ଜିଲ୍ଲାରେ ୩ଟି ହତ୍ୟାକାଣ୍ଡ ଘଟିଛି । ମୋହନ ସରକାର ଆସିବା ପରଠାରୁ କେବଳ ଗଞ୍ଜାମ ଜିଲ୍ଲାରେ ୧୨୮ଟି ହତ୍ୟାକାଣ୍ଡ ଘଟିଲାଣି । ଗଞ୍ଜାମ ଜିଲ୍ଲାରେ, ଲଘୁ ଖଣିଜ ସମ୍ପଦ ଯଥା ବାଲି, ଚିପ୍ସ ଇତ୍ୟାଦି ଜିନିଷର ଚୋରି ଲୁଟତରାଜ ଅହେତୁକ ବୃଦ୍ଧି ପାଇଛି ଯାହା ଯୋଗୁ ଅପରାଧ ଦିନକୁ ଦିନ ବୃଦ୍ଧି ପାଇଛି । ରାଜ୍ୟ ବିଜେପି ସରକାରଙ୍କ ପ୍ରୟୋଜନରେ ଏହି ଲୁଟତରାଜ ଚାଲିଛି ଓ ଏଥିଯୋଗୁ ଗଞ୍ଜାମ ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ପୂର୍ବରୁ ନବୀନ ସରକାରଙ୍କ ସମୟରେ, ଗଞ୍ଜାମରେ ଶାନ୍ତି ପରିବେଶ ସୃଷ୍ଟି ହୋଇଥିଲା ବେଳେ ବିଜେପି ସରକାରଙ୍କ ସମୟରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ି ଗଲାଣି ।

ଶ୍ରୀ ବକ୍ସିପାତ୍ର ଆହୁରି କହିଥିଲେ, ରାଜ୍ୟରେ ଏବେ ବହୁଚର୍ଚ୍ଚିତ ଘଟଣା ପୋଲିସ ଏସ୍ଆଇ ଚାକିରି ବିକ୍ରି ଘଟଣା ବ୍ରହ୍ମପୁର ସହରରୁ ଲୋକଲୋଚନକୁ ଆସିଥିଲା । ଏହି ଘଟଣାରେ ସରକାରଙ୍କ ସମ୍ପୃକ୍ତି ଜଳ ଜଳ ହୋଇ ଦିଶୁଛି । ସେହିପରି, ଚୌଦ୍ୱାରରେ ଥିବା ହାଇ ସିକୁ୍ୟରିଟି ଜେଲରୁ ଦୁଇ ଜଣ କୁଖ୍ୟାତ ଅପରାଧୀ ଜେଲରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ଭାଇଚାରା ସହର କଟକରେ ସାମ୍ପ୍ରଦାୟିକ ଦଙ୍ଗା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇ ୩୬ଘଣ୍ଟା ପାଇଁ କର୍ଫୁ୍ୟ ଲଗାଇବାକୁ ପଡୁଛି । ଆଜି ସକାଳେ, ପୁରୀ ଜିଲାରେ ଲକ୍ଷ୍ମୀ ବସ୍ ଭିତରକୁ ଜଣେ ଦୁବୃର୍ତ୍ତ ପଶି ଆସି କଟୁରୀ ଚୋଟରେ ବସ ଯାତ୍ରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ଯୋଗୁ ଅନୁ୍ୟନ୍ୟ ୭ ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ, ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ଦୁଷ୍କର୍ମ, ଅସଦାଚରଣ, ନାରୀ ନିର୍ଯାତନା, ହତ୍ୟା ଇତ୍ୟାଦି ଘଟଣା ପ୍ରତିଦିନ ଖବରକାଗଜ ଗୁଡିକରେ ଶିରୋନାମା ପାଲଟୁଛି । କିନ୍ତୁ, ସରକାର ନିଜର ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଡବଲ ଇଞ୍ଜିନ ସରକାର ଗୋଟିଏ ସମ୍ୱେଦନହୀନ ସରକାର ବୋଲି ରାଜ୍ୟବାସୀ ଜାଣିଲେଣି ।

Share196Tweet123
M M

M M

ଆଜିର ପାଗ

Bhubaneswar
May 1, 2026, 11:07 PM
 

SSW
Thunderstorm
26°C
3.6 m/s
Apparent: 32°C
Pressure: 1006 mb
Humidity: 89%
Winds: 3.6 m/s SSW
Windgusts: 13.1 m/s
UV-Index: 0
Precip.: 2.5mm /36% / Rain
Sunrise: 5:17 AM
Sunset: 6:10 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom