ସରକାରୀ ସ୍କୁଲ ଶିକ୍ଷକମାନଙ୍କ ବଦଳି ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏମ୍ପି (ସାଂସଦ) କିମ୍ବା ଏମ୍ଏଲ୍ଏ (ବିଧାୟକ) ଶିକ୍ଷକ ବଦଳି ପାଇଁ ଆଉ ସୁପାରିଶ କରିପାରିବେ ନାହିଁ। ଏଭଳି ସୁପାରିଶ ପ୍ରଶାସନିକ ଏବଂ ଶିକ୍ଷା ବ୍ୟବସ୍ଥାରେ ଅନାବଶ୍ୟକ ରାଜନୈତିକ ହସ୍ତକ୍ଷେପ ସୃଷ୍ଟି କରୁଛି। ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୫ ମେ ୧୩ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ କୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଏହା ସହିତ ଏହି ମାମଲାରେ ହାଇକୋର୍ଟ ପୂର୍ବରୁ ଗତ ଜୁଲାଇ ମାସରେ ଦେଇଥିବା ଅନ୍ତରୀଣ ରହିତାଦେଶ ଏବେ ସ୍ଥାୟୀ ହୋଇଯାଇଛି। ବଦଳି କାର୍ଯ୍ୟ କେବଳ ରାଜ୍ୟ ସରକାରଙ୍କ ଚାକିରୀ ନିୟମାବଳି ଅନୁଯାୟୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।









/odishatv/media/media_files/2026/04/14/moquim-2026-04-14-16-04-29.jpg?w=607&resize=607,430&ssl=1)
