ବିଜୁ ଜନତା ଦଳ (ବିଜେଡି)ରେ ପୁଣି ଏକ ବିସ୍ଫୋରଣ ଘଟିଛି। ପୂର୍ବତନ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଦଳର ଟିକେଟ୍ ବଣ୍ଟନ ନୀତିକୁ ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ମନଇଚ୍ଛା ଟିକେଟ୍ ବାଣ୍ଟିଥିଲା। ନବୀନ ପଟ୍ଟନାୟକଙ୍କ ପ୍ରତି ନିଷ୍ଠାବାନ ଥିବା ବ୍ୟକ୍ତିଙ୍କୁ ଟିକେଟ୍ ଦିଆଯାଇ ନଥିଲା, ଅପରପକ୍ଷରେ କଂଗ୍ରେସ ନୀତି ଓ ଆଦର୍ଶକୁ ଆଦର କରୁଥିବା ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଥିଲା।
ସମ୍ବିତ ରାଉତରାୟ ଏହି ଅଭିଯୋଗକୁ ‘ମୂଷା’ ବାଣ ବୋଲି କୁହାଯାଉଛି । ସମ୍ବିତ କହିଛନ୍ତି ଯେ, ଦଳର କେତେକ ନେତା ଭିତରୁ କିଛି ନେତା ଭିତରୁ କ୍ଷତି କରି ବିଜେଡିର ପରାଜୟର ମୂଳ କାରଣ ହୋଇଥିଲେ। ଏହି ଅଭିଯୋଗ ଦଳରେ ନୂଆ ଆଲୋଡ଼ନ ସୃଷ୍ଟି କରିଛି ଏବଂ ପୂର୍ବରୁ ଥିବା ଅସନ୍ତୋଷକୁ ଆହୁରି ତୀବ୍ର କରିଛି।
କଣ କହିଛନ୍ତି ସମ୍ବିତ ରାଉତରାୟ?
ସମ୍ବିତ ରାଉତରାୟ କହିଛନ୍ତି, “୨୦୨୪ ନିର୍ବାଚନରେ ବିଜେଡି ଯେଉଁ ଟିକେଟ୍ ବଣ୍ଟନ କରିଥିଲା ତାହା ମନଇଚ୍ଛା ଓ ଅନ୍ୟାୟ ଥିଲା। ଯେଉଁମାନେ ନବୀନ ପଟ୍ଟନାୟକଙ୍କ ପ୍ରତି ନିଷ୍ଠାବାନ ଥିଲେ ଏବଂ ଦଳ ପାଇଁ ସର୍ବଦା କାର୍ଯ୍ୟ କରିଆସୁଥିଲେ, ସେମାନଙ୍କୁ ଟିକେଟ୍ ଦିଆଯାଇ ନଥିଲା। ବଦଳରେ କଂଗ୍ରେସର ନୀତି ଓ ଆଦର୍ଶକୁ ଆଦର କରୁଥିବା ଲୋକଙ୍କୁ ଟିକେଟ୍ ଦିଆଯାଇଥିଲା। ଏହା ଦଳର ପରାଜୟର ଏକ ବଡ଼ କାରଣ ହୋଇଛି।”ସେ ଆହୁରି କହିଛନ୍ତି ଯେ, ଦଳର କେତେକ ନେତା ଭିତରୁ ସକ୍ରିୟ ଭାବେ ବିଜେଡିର ନିର୍ବାଚନୀ ପ୍ରକ୍ରିୟାକୁ ବାଟବଣା କରିଥିଲେ। “ଏହି ମୂଷା ବଂଶକୁ ଚିହ୍ନଟ କରି ପ୍ରତିକାର କରିବା ଦରକାର। ମୂଷା ବଂଶ ନିପାତ ନ ହେଲେ ମଧ୍ୟ ଏହି ଅନ୍ୟାୟର ପ୍ରତିକାର ହେବା ଉଚିତ୍,” ବୋଲି ସମ୍ବିତ ମନ୍ତବ୍ୟ ଦେଇଛନ୍ତି।
ପାରାଦୀପରେ ପୂର୍ବରୁ ଥିବା ଅସନ୍ତୋଷ
ଏହି ଅଭିଯୋଗ ପାରାଦୀପ ବିଧାନସଭା ଆସନରେ ଥିବା ପୂର୍ବ ଅସନ୍ତୋଷକୁ ଆହୁରି ତୀବ୍ର କରିଛି। ୨୦୨୪ ନିର୍ବାଚନ ପୂର୍ବରୁ ସମ୍ବିତ ରାଉତରାୟଙ୍କ ଟିକେଟ୍ ବିରୋଧରେ ସ୍ଥାନୀୟ ବିଜେଡି ନେତାମାନେ ଏକାଠି ହୋଇଥିଲେ। କେତେକ ପଞ୍ଚାୟତର ନେତା ତାଙ୍କୁ ଖୋଲାଖୋଲି ବିରୋଧ କରିଥିଲେ ଏବଂ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କ ନାମ ମଧ୍ୟ ଟିକେଟ୍ ପାଇଁ ଆଲୋଚନାରେ ଆସିଥିଲା। ନିର୍ବାଚନରେ ବିଜେଡିର ବଡ଼ ପରାଜୟ ପରେ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ଆହୁରି ବଢ଼ିଛି।
ଏହି ଅବସରରେ ସମ୍ବିତ ରାଉତରାୟ ଦଳର ସମସ୍ତ ନେତାଙ୍କୁ ଏକତା ରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି ଏବଂ କହିଛନ୍ତି ଯେ, ଯାହା କିଛି କହିବାର ଅଛି ତାହା ଦଳର ନେତୃତ୍ୱକୁ ସିଧାସଳଖ କହିବା ଉଚିତ୍, ଗଣମାଧ୍ୟମ ଆଗରେ ନୁହେଁ। ତଥାପି ତାଙ୍କର ଏହି ବିବୃତ୍ତି ଦଳରେ ନୂଆ ବିବାଦର ସୂତ୍ରପାତ କରିଛି। ବିଜେଡି ସୂତ୍ରରୁ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଆସିନାହିଁ। ତଥାପି ଦଳର ଅନ୍ତର୍ଦ୍ୱନ୍ଦ୍ୱ ଏବଂ ନେତାଙ୍କ ମଧ୍ୟରେ ଥିବା ଆକ୍ଷେପ-ପ୍ରତ୍ୟାକ୍ଷେପ ଆଗକୁ ବଢ଼ୁଥିବା ଦେଖାଯାଉଛି।
/odishatv/media/post_attachments/uploadimage/library/16_9/16_9_0/Dama-Rout-Son-Sambit_1627280147.jpg?w=853&resize=853,479&ssl=1)




/odishatv/media/media_files/2025/10/10/shree-2025-10-10-13-26-37.jpg?w=640&resize=640,375&ssl=1)





/odishatv/media/post_attachments/uploadimage/library/16_9/16_9_0/Dama-Rout-Son-Sambit_1627280147.jpg?w=750&resize=750,375&ssl=1)