ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ

by nwradmin MAY-16-2025 9:13 AM IST in ବଡ଼ ଖବର

ଓଡ଼ିଶାର ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କରାଯାଇଛି। ଏହି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଏହା ଦ୍ୱାରା କୃଷକମାନେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ସହାୟତା ପାଇପାରିବେ। ସେ ସ୍ପଷ୍ଟ କରିଛନ୍ତି ଯେ, ୩୩%ରୁ ଅଧିକ କ୍ଷତି ହୋଇଥିବା କୃଷକମାନେ କ୍ଷତିପୂରଣ ପାଇବେ। ଏହି ଘୋଷଣା କୃଷକଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇବା ସହ କୃଷି କ୍ଷେତ୍ରରେ ସ୍ଥିରତା ଆଣିବ ।